ଫେରୁଛି ମହିଳା ଖୋ ଖୋ ଚମକ

ଭୁବନ, ୧୯।୧୧(ଡି.ଏନ୍‌.ଏ.):  ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ପରେ ଲୋକାଦୃତି ହାସଲ କରିଛି ହକି, ଫୁଟ୍‌ବଲ ଭଳି ଲୋକପ୍ରିୟ କ୍ରୀଡ଼ା। ପୁରୁଷଙ୍କ ଭଳି ମହିଳାମାନେ ମଧ୍ୟ ଆଉଟ୍‌ଡୋର ଗେମ୍‌ରେ ଦେଖାଉଛନ୍ତି ସେମାନଙ୍କ ଦକ୍ଷତା। ଖୋ ଖୋ, କବାଡ଼ି ଭଳି ପ୍ରତିଯୋଗିତାରେ ଏବେ ସେମାନଙ୍କ ଚମକ ରାଜ୍ୟ ପାଇଁ ନୂଆ ଆଶା ସଞ୍ଚାର କରିଛି। ଢେଙ୍କାନାଳ ଜିଲା ଭୁବନ ମହିଳା ଡିଗ୍ରୀ କଲେଜ ପଡ଼ିଆରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଆନ୍ତଃକଲେଜ ମହିଳା ଖୋ ଖୋ ପ୍ରତିଯୋଗିତାରେ ଏହାର ଝଲକ ଦେଖିବାକୁ ମିଳିଛି। ରମାଦେବୀ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୯ କଲେଜର ମହିଳା ଟିମ୍‌ ଏଥିରେ ଅଂଶଗ୍ରହଣ କରି କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଛନ୍ତି।
ଏହି ପ୍ରତିଯୋଗିତାରେ ଯାଜପୁର ରୋଡ୍‌ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ, ବାଙ୍କୀସ୍ଥିତ ରାଣୀ ଶୁକଦେଈ ମହାବିଦ୍ୟାଳୟ, ଜଗତ୍‌ସିଂହପୁରସ୍ଥିତ ଗାଦିବ୍ରହ୍ମ କଲେଜ, ପୁରୀ ଚାରିଛକ ନିଗମାନନ୍ଦ କଲେଜ, ଯାଜପୁର ବିରଜା କଲେଜ, ଭୁବନେଶ୍ୱର ରମାଦେବୀ ବିଶ୍ୱବିଦ୍ୟାଳୟ, ନିମାପଡ଼ାସ୍ଥିତ ଆଇଜି ନିଗମାନନ୍ଦ କଲେଜ, ଖୋର୍ଦ୍ଧା, ଭୁବନ ଡିଗ୍ରୀ କଲେଜ ଅଂଶଗ୍ରହଣ କରିଥିଲେ। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଟିମ୍‌କୁ ହରାଇ ଭୁବନ ଏବଂ ଯାଜପୁର ରୋଡ୍‌ ଇନ୍ଦିରା ଗାନ୍ଧୀ ମହିଳା କଲେଜକୁ ହରାଇ ପୁରୀ ଚାରିଛକ ନିଗମାନନ୍ଦ କଲେଜ ଫାଇନାଲରେ ପ୍ରବେଶ କରିଛନ୍ତି। ରବିବାର ଉଦ୍‌ଯାପନୀ ଦିବସରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବାକୁ ଥିବାବେଳେ ଏଥିରେ ଉଭୟ ଦଳ ପରସ୍ପରକୁ ଭେଟିବେ।
ଉଦ୍‌ଘାଟନୀ ସମାରୋହରେ ଏମ୍‌ପି ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ରାଜ୍ୟ ସରକାର କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଛନ୍ତି। ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର କ୍ରୀଡ଼ାବିତ୍‌ ସେମାନଙ୍କ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଉଛନ୍ତି। ଆନ୍ତଃକଲେଜ ଖୋ ଖୋ ପ୍ରତିଯୋଗିତାରେ ଆଶାନୁରୂପକ ପ୍ରଦର୍ଶନ କଲେ ରାଜ୍ୟ ଦଳରେ ସ୍ଥାନ ପାଇବାର ସୁଯୋଗ ମିଳିବ ଏବଂ ରାଜ୍ୟରେ ମହିଳାଙ୍କୁ ନେଇ ଆୟୋଜିତ କ୍ରୀଡ଼ା ଭିନ୍ନ ସୋପାନ ଛୁଇଁବ ବୋଲି ଏମ୍‌ପି ଆଶାବ୍ୟକ୍ତ କରିଛନ୍ତି। ମୁଖ୍ୟ ବକ୍ତା ଭାବେ ନଗରପାଳ ଶୁଭେନ୍ଦୁ କୁମାର ସାହୁ, ସମ୍ମାନିତ ଅତିଥି ଆଦିତ୍ୟବାହିନୀ ମାର୍ଗଦର୍ଶକ ପଣ୍ଡିତ ମାତୃପ୍ରସାଦ ମିଶ୍ର, ଏବିଭିପିର କ୍ଷେତ୍ରୀୟ ସଙ୍ଗଠନ ମନ୍ତ୍ରୀ ଆପାଂଶୁ ଶେଖର ସିଲ, ଏବିଭିପି ପ୍ରାନ୍ତ ସଙ୍ଗଠନ ସମ୍ପାଦକ ବୈଲୋଚନ ସାହୁ, ଦେବବ୍ରତ ପୃଷ୍ଟି, ସନାତନ ସାମଲ, ପରଜଙ୍ଗ ବ୍ଲକର ଜିଲା ପରିଷଦ ସଦସ୍ୟ ନିରଞ୍ଜନ ପ୍ରଧାନ, ଭୁବନ ମହିଳା ଜୁନିୟର କଲେଜ ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ପୋଥାଳ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଭୁବନ ମହିଳା ଡିଗ୍ରୀ କଲେଜ ଅଧ୍ୟକ୍ଷ ଦିଲୀପ କୁମାର ଦାସ, ଶାରୀରିକ ଶିକ୍ଷା ଶିକ୍ଷକ ସୁବ୍ରତ କୁମାର ମିଶ୍ର, ଅନିଲ ନନ୍ଦ, ଜୀବନଜ୍ୟୋତି ବିଶ୍ୱାଳ, ପ୍ରହଲ୍ଲାଦ ସାହୁ, ଉମାକାନ୍ତ ଦାସ ପ୍ରମୁଖ ଖେଳ ପରିଚାଳନା କରିଥିଲେ। ଅଧ୍ୟାପକ ପ୍ରଶାନ୍ତ ରାଉତ, ଗଦାଧର ସାହୁ ମ୍ୟାନେଜର ଦାୟିତ୍ୱ ତୁଲାଇଥିବାବେଳେ କଲେଜର ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ଏଥିରେ ସହଯୋଗ କରିଥିଲେ।

 

ବାଜି ରାଉତଙ୍କ ମାଟିରେ ଖେଳିବାର ଅନୁଭବ ଅନନ୍ୟ
ରାଜ୍ୟସ୍ତରରେ ବିଭିନ୍ନ ସ୍ଥାନରେ ଖେଳିବାର ସୁଯୋଗ ମିଳିଥିଲେ ମଧ୍ୟ ଶହୀଦ ବାଜି ରାଉତଙ୍କ ମାଟିରେ ଖେଳିବାର ଅନୁଭବ ଅନନ୍ୟ। ଅଞ୍ଚଳବାସୀଙ୍କ ଖେଳ ପ୍ରତି ଉତ୍ସାହ ଦେଖି ଖୁସି ଲାଗୁଛି।
-ସସ୍ମିତା ଗୋଚ୍ଛି, ବାଙ୍କୀ ଦଳର ଅଧିନାୟିକା
ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପ୍ରଚେଷ୍ଟା ଜାରି ରହିବ
କ୍ରୀଡ଼ା ହେଉଛି ଓଡ଼ିଶାର ପରିଚୟ। ଖୋ ଖୋରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପ୍ରୟାସ ଜାରି ରହିବ। ଟର୍ଫ ପିଚ୍‌ରେ ଖେଳିବା ସାମାନ୍ୟ କଷ୍ଟକର। ମ୍ୟାଟ୍‌ ପିଚ୍‌ ହୋଇଥିଲେ ପ୍ରଦର୍ଶନ ଆହୁରି ଭଲ ହୁଅନ୍ତା
-ଶୁଭଦର୍ଶିନୀ ବେହେରା, ଜଗତ୍‌ସିଂହପୁର ଦଳର ଅଧିନାୟିକା
ଘରୋଇ ପରିବେଶର ଫାଇଦା ନେବୁ
ହୋମ ଗ୍ରାଉଣ୍ଡରେ ଦର୍ଶକଙ୍କ ଭରପୂର ସମର୍ଥନ ମିଳୁଛି। ବିଗତ ଦିନରେ ଏଠାରେ ଚାମ୍ପିୟନ ହୋଇଥିଲୁ। ଚଳିତବର୍ଷ ଦଳରେ ୨ ଭଲ ଖେଳାଳି ସାମିଲ ଅଛନ୍ତି। ଘରୋଇ ପରିବେଶର ଫାଇଦା ଉଠାଇବୁ।
-ଦୀପିକା ପୃଷ୍ଟି, ଭୁବନ ଦଳର ଅଧିନାୟିକା
ଛୋଟ ଛୋଟ ତ୍ରୁଟିରୁ ମ୍ୟାଚ୍‌ ହାତଛଡ଼ା ହେଲା
ଭୁବନରେ ଖେଳ ପରିବେଶ ବେଶ ଉତ୍ତମ। କିନ୍ତୁ ସମନ୍ବୟ ଅଭାବ ଏବଂ ଛୋଟ ଛୋଟ ତ୍ରୁଟି ଯୋଗୁ ମ୍ୟାଚ୍‌ ହାତଛଡ଼ା ହୋଇଗଲା। ମ୍ୟାଟ୍‌ ପିଚ୍‌ ହୋଇଥିଲେ ଫଳାଫଳ ଆମ ସପକ୍ଷରେ ଯାଇଥାଆନ୍ତା।
-ଲକ୍ଷ୍ମୀପ୍ରିୟା ମୁର୍ମୁ, ରମାଦେବୀ ବିଶ୍ୱବିଦ୍ୟାଳୟ ଦଳର ଅଧିନାୟିକା


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri