ଖେଳୁଥିବା ବେଳେ ଧସିଲା ବାଲିକୁଦ: ପୋତିହୋଇଗଲେ ୩ ଶିଶୁ, ଜଣେ ମୃତ
ଆର.ଉଦୟଗିରି,୨୭ା୨(ଡି.ଏନ୍.ଏ.): ଗଜପତି ଜିଲା ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ଛେଳିଗଡ଼ ଗ୍ରାମପଞ୍ଚାୟତର ପାଟପାଣୀ ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ନଦୀ ବାଲିରେ ଖେଳୁଥିବା ସମୟରେ ପାଖରେ ଥିବା ବାଲିକୁଦ ଧସିପଡ଼ିବାରୁ ୩ଜଣ ଶିଶୁ ପୋତି ହୋଇଯାଇଛନ୍ତି। ଏଥିରେ ଜଣଙ୍କର ମୃତ୍ୟୁ…
ଯୋଡ଼ା ପୌରାଞ୍ଚଳରେ ୨୪ ଟିକିଆ ହାତୀପଲ
ଯୋଡ଼ା,୨୭ା୨(ଡି.ଏନ.ଏ): କେନ୍ଦୁଝର ଜିଲା ଯୋଡ଼ା ପୌରପାଳିକାର ୬ ନଂ. ୱାର୍ଡ ବାଚୁହଟିଂ ନିକଟରେ ୨୪ ଟିକିଆ ହାତୀପଲ ଦେଖିବାକୁ ମିଳିଛି। ସୋମବାର ସକାଳ ସମୟରେ ବାଚୁହାଟିଂ ନିକଟ ରେଳ ଲାଇନ କଡ଼ରେ ହାତୀପଲଙ୍କୁ ଦେଖି ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ରେଳ…
ଗ୍ୟାସ୍ଚୁଲାରୁ ଲାଗିଲା ନିଆଁ
ବାସୁଦେବପୁର, ୨୭ା୨(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଆରୁହା ପଞ୍ଚାୟତର ତୁଳମତୁଳା ଗ୍ରାମରେ ସୋମବାର ପୂର୍ବାହ୍ନରେ ଗ୍ୟାସ୍ଚୁଲାରୁ ନିଆଁ ଲାଗି ୧୨ ବଖରା ଘର ଜଳିଯାଇଛି। ଏହି ଅଗ୍ନିକାଣ୍ଡରେ ଗ୍ରାମର ଗୌରାଙ୍ଗ ମହନୀଙ୍କ ୨ ବଖରା, ମଳୟ ମହନୀଙ୍କ ୧ ବଖରା,…
ପୁରଷ ବନ୍ଧୁଙ୍କ ପାଇଁ ନିଜ ଘର ସହ ବନ୍ଧୁବାନ୍ଧବ ଘରୁ ଚୋରି କରୁଥିଲା ଝିଅ, ଧରିଲା ପୋଲିସ
ବାଲେଶ୍ୱର ଅଫିସ,୨୭।୨: ବାଲେଶ୍ୱର ସହର ହରିପୁର ଅଞ୍ଚଳର ଶରତ କୁମାର ନାୟକଙ୍କ ଘରୁ ଓ ତାଙ୍କ ବନ୍ଧୁବାନ୍ଧବଙ୍କ ଘରୁ ବାରମ୍ବାର ଚୋରି ହେଉଥିବା ନେଇ ସହଦେବଖୁଣ୍ଟା ଥାନାରେ ଅଭିଯୋଗ ହୋଇଥିଲା। ବର୍ଷାଧିକ କାଳ ଧରି ଏହି ଚୋରିରେ ସମ୍ପୃକ୍ତ ୩ଜଣଙ୍କୁ ଗିରଫ…
ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ
ବ୍ରହ୍ମପୁର ଅଫିସ,୨୭ା୨: ରଶି ଲଗାଇ ଏକ ଗଛରେ ଝୁଲୁଥିବା ଜଣେ ଯୁବକଙ୍କ ମୃତଦେହ ରେଲଓ୍ବେ ପୋଲିସ ସୋମବାର ଜବତ କରିଛି। ମୃତକଙ୍କ ପକେଟରୁ ମିଳିଥିବା ମୋବାଇଲ ଫୋନ ଜରିଆରେ ପୋଲିସ ଯୁବକଙ୍କ ପରିଚୟ ସ୍ପଷ୍ଟ କରିଛି। ସେ ହେଉଛନ୍ତି ଜଣେ ଗାଡ଼ି…
କେନ୍ଦୁଝରରେ ମହାବଳ ପ୍ରସଙ୍ଗ: ଅସ୍ବୀକାର କଲେ ଡିଏଫ୍ଓ
କେନ୍ଦୁଝର,୨୭।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ ଅଞ୍ଚଳରେ ମହାବଳ ବାଘ ବୁଲୁଥିବା ଏକ ସିସିଟିଭି ଫଟୋକୁ ନେଇ ଚର୍ଚ୍ଚା ଜୋର ଧରିଛି । ଫଳରେ ଏହାକୁ ନେଇ ଉକ୍ତ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ…
ବେଆଇନ ଅଙ୍ଗାର ବୋଝେଇ ଗାଡି ଜବତ, ଦୁଇ ଗିରଫ
ଆନନ୍ଦପୁର,୨୭।୨(ସ୍ବ.ପ୍ର.): ଆନନ୍ଦପୁର ବନବିଭାଗ ଗୋଟିଏ ବେଆଇନ ଅଙ୍ଗାର ବୋଝେଇ ପିକ୍ଅପ୍ ଭ୍ୟାନକୁ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ୨୦ନଂ ଜାତୀୟ ରାଜପଥର ଗୋହିରାଠାରେ ଏକ ପିକ୍ଅପ ଭ୍ୟାନକୁ ଅଟକ ରଖାଯାଇ ବନବିଭାଗ ପକ୍ଷରୁ ଯାଞ୍ଚ କରାଯାଇଥିଲା। ଯାଞ୍ଚ…
ଜିଲାପାଳଙ୍କ ଅଫିସ ଘେରିଲେ ଆଶାକର୍ମୀ
ବଲାଙ୍ଗୀର ଅଫିସ,୨୭।୨: ନିଖିଳ ଓଡ଼ିଶା ଆଶାକର୍ମୀ ସଂଘ ବଲାଙ୍ଗୀର ଜିଲା କମିଟି ଏବଂ ଏଆଇଟିୟୁସି ପକ୍ଷରୁ ସୋମବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଶତାଧିକ ଆଶାକର୍ମୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ୧୨ ଦଫା ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ…
୧୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ପିକଅପ୍ ଭ୍ୟାନ ସହ ଧରାପଡ଼ିଲେ ଡ୍ରାଇଭର
ବଲାଙ୍ଗୀର ଅଫିସ,୨୭।୨: ବଲାଙ୍ଗୀର ସହର ଉପକଣ୍ଠ ବିଜାଖମନ ନିକଟରୁ ଏକ ଗଞ୍ଜେଇ ବୋଝେଇ ପିକଅପ୍ ଭ୍ୟାନକୁ ବଲାଙ୍ଗୀର ପୋଲିସ ସୋମବାର ଜବତ କରି ଡ୍ରାଇଭରଙ୍କୁ ଗିରଫ କରିଛି । ଗିରଫ ଡ଼୍ରାଇଭର ଜଣକ ଛତିଶଗଡ଼ ରାୟଗଡ଼ ସହରର ଓମ୍ପ୍ରକାଶ ଛାବଡା(୬୦)। ଗଞ୍ଜେଇ…
ଗୋଦାମରେ ଅଗ୍ନିକାଣ୍ଡ: ୨ ଶ୍ରମିକ ଜୀବନ୍ତ ଦଗ୍ଧ
ସୁନ୍ଦରଗଡ଼,୨୭।୨(ଡି.ଏନ୍.ଏ.): ସୁନ୍ଦରଗଡ଼ ଟାଉନ ଥାନା ଅଧୀନ ଲୁହୁରାଢ଼ିପାରେ ଏକ ଠିକାଦାରଙ୍କ ଗୋଦାମ ଘରେ ସୋମବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୨ଜଣ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତ ଶ୍ରମିକ ଦ୍ୱୟ ହେଲେ ସଦରବ୍ଲକ ବାଉରୀ ମୁଣ୍ଡାର ମିଠୁ…
ପୋଷ୍ଟ ଅଫିସରେ ସିବିଆଇ: ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର, ଏଜେଣ୍ଟ ଗିରଫ
ରାଉରକେଲା ଅଫିସ,୨୭।୨: ଜଣେ ଜମାକାରୀଙ୍କ ପାଖରୁ ୨ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ରାଉରକେଲା ହେଡ୍ ପୋଷ୍ଟ ଅଫିସର ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ବିଶ୍ବରଞ୍ଜନ ବେହେରା ଏବଂ ଛେଣ୍ଡରେ ରହୁଥିବା ଏଜେଣ୍ଟ ବିମଲ କୁମାର ମୁଦୁଲିକୁ ସିବିଆଇ ସୋମବାର ଗିରଫ କରିଛି। ଭୁବନେଶ୍ବରରୁ…
୭୨ ଅଭିଯୋଗ ଶୁଣିଲେ ଜିଲାପାଳ: ୩ଜଣଙ୍କୁ ମିଳିଲା ଚିକିତ୍ସା ସହାୟତା
ଦାରିଙ୍ଗବାଡ଼ି,୨୭।୨(ଡି.ଏନ୍.ଏ.): କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ସୋମବାର ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜନଶୁଣାଣି କରିଛନ୍ତି। ଏଥିରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୋଟ ୭୨ ଅଭିଯୋଗ ହୋଇଥିଲା। ସେଥି ମଧ୍ୟରେ ୪୯ ବ୍ୟକ୍ତିଗତ ସମସ୍ୟା ରହିଥିବା ବେଳେ…

