ମଜୁରି ମାଗିବାରୁ ମାଡ଼, ବେଙ୍ଗାଲୁରୁରୁ ଚାଲିଚାଲି ଫେରିଲେ ୩ ଶ୍ରମିକ

ପଟ୍ଟାଙ୍ଗି,୩ା୪(ଡି.ଏନ.ଏ.): ନିଜ ଅଞ୍ଚଳରେ କାମ କଲେ ଟଙ୍କା ଠିକ ସମୟରେ ମଜୁରି ମିଳୁନାହିଁ। ବାହାର ରାଜ୍ୟରେ କାମ କଲେ ପରିଶ୍ରମର ଉଚିତ୍‌ ମଜୁରି ମିଳିବ ଏହି ଉଦ୍ଦେଶ୍ୟ ନେଇ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିବା ଦାଦନ ଶ୍ରମିକମାନେ ନିର୍ଯାତନାର ଶିକାର ହୋଇଛନ୍ତି। ପାରିଶ୍ରମିକ ନ ପାଇ ମାଡ଼ ଖାଇ ଚାଲିଚାଲି ଗ୍ରାମକୁ ଫେରିଛନ୍ତି। ସେମାନେ ଫେରୁଥିବା ବେଳେ ସେମାନଙ୍କୁ କୋରାପୁଟ ଜିଲା ପଟ୍ଟାଙ୍ଗି ଛକରେ ଭେଟିଛନ୍ତି ଓଡ଼ିଶା ମୋଟର ଚାଳକ ସଂଘ କର୍ମକର୍ତ୍ତା ଓ ଖବରଦାତମାନେ। ସେମାନେ ଏହି ୩ ଶ୍ରମିକଙ୍କ ନବରଙ୍ଗପୁର ପର୍ଯ୍ୟନ୍ତ ଯିବା ବ୍ୟବସ୍ଥା କରିଛନ୍ତି।
ଖବରରୁ ଜଣାପଡିଛି, କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଟିଙ୍ଗପକାନ ଗ୍ରାମର ୧୨ଜଣ ଶ୍ରମିକ ଖୋର୍ଦ୍ଧା ଜିଲା ବାଲୁଗାଁ ଅଞ୍ଚଳର ଜଣେ ଠିକାଦାର ରାମକୃଷ୍ଣ ପ୍ରଧାନଙ୍କ ମାଧ୍ୟମରେ ଦାଦନ ଶ୍ରମିକ ରୂପେ କାମ କରିବାକୁ ୨ମାସ ତଳେ ବେଙ୍ଗାଲୁରୁ ଯାଇଥିଲେ। ସେଠାରେ ଏକ କମ୍ପାନୀରେ ସମସ୍ତେ କାମ କରୁଥିଲେ। ତେବେ ଟିଙ୍ଗଲକାନ ଗ୍ରାମର ଶ୍ରମିକ କାତାର ମାଝୀ, ବୁଦୁ ମାଝୀ ଏବଂ ଭିକାରୀ ମାଝୀ ନିଜ ପାରିଶ୍ରମିକ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ମାଗିବାରୁ ସେମାନଙ୍କ ଉପରେ ନିର୍ଯାତନା ଆରମ୍ଭ ହୋଇଥିଲା। କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ମାଡ଼ ମାରିବା ସହ ସେମାନଙ୍କ ଖାଇବା ବନ୍ଦ କରି ଦେଇଥିଲେ। ଏହା ସହି ନ ପାରି ଶେଷରେ ସେମାନେ କମ୍ପାନୀରୁ ଲୁଚି ୨୬ ତାରିଖରେ ନିଜ ଗ୍ରାମ ଟିଙ୍ଗପକାନ ଅଭିମୁଖେ ବାହାରି ଆସିଥିଲେ। ସେମାନେ ଚାଲିଚାଲି ଆସି କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକର ପଡାଲଗୁଡା ଗ୍ରାମ ଛକରେ ପହଞ୍ଚତ୍ ସେଠାରେ ଏକ ଦୋକାନ ମାଲିକଙ୍କୁ ସମସ୍ତ ଘଟଣା ଜଣାଇଥିଲେ। ଶ୍ରମିକମାନଙ୍କ ଦୁଃଖ ଶୁଣି ଦୋକାନ ମାଲିକ ତଥା ଓଡିଶା ମୋଟର ଚାଳକ ସଂଘ ପଟ୍ଟାଙ୍ଗି ଶାଖାର କାର୍ଯ୍ୟକାରୀ ସଭାପତି ଭଗବାନ ପଡାଲ ସେମାନଙ୍କ ଖାଇବା ବ୍ୟବସ୍ଥା କରିଥିଲେ। ଏସମ୍ପର୍କରେ ଖବର ପାଇ ଗଣମାଧ୍ୟମ ପ୍ରତିନିଧି ଓ ସଂଘ ସଭାପତି ଅର୍ଜୁନ ଖରା, ସାଧାରଣ ସମ୍ପାଦକ ଶରତ କୁମାର ଧଳ, କୋଷାଧ୍ୟକ୍ଷ ଏମ. ଉମା ମହେଶ୍ବର ଓ ତ୍ରିନାଥ ଗେମେଲ ସେଠାରେ ପହଞ୍ଚତ୍ଥିଲେ। ସମସ୍ତେ ମିଶି ତିନି ଶ୍ରମିକଙ୍କୁ ୧୫ଶହ ଟଙ୍କା ସହାୟତା ଦେଇ ଏକ ଗାଡି ଯୋଗେ ସେମାନଙ୍କୁ ନବରଙ୍ଗପୁର ଜିଲା ପର୍ଯ୍ୟନ୍ତ ପଠାଇବା ବ୍ୟବସ୍ଥା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?