ମଜୁରି ମାଗିବାରୁ ମାଡ଼, ବେଙ୍ଗାଲୁରୁରୁ ଚାଲିଚାଲି ଫେରିଲେ ୩ ଶ୍ରମିକ

ପଟ୍ଟାଙ୍ଗି,୩ା୪(ଡି.ଏନ.ଏ.): ନିଜ ଅଞ୍ଚଳରେ କାମ କଲେ ଟଙ୍କା ଠିକ ସମୟରେ ମଜୁରି ମିଳୁନାହିଁ। ବାହାର ରାଜ୍ୟରେ କାମ କଲେ ପରିଶ୍ରମର ଉଚିତ୍‌ ମଜୁରି ମିଳିବ ଏହି ଉଦ୍ଦେଶ୍ୟ ନେଇ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିବା ଦାଦନ ଶ୍ରମିକମାନେ ନିର୍ଯାତନାର ଶିକାର ହୋଇଛନ୍ତି। ପାରିଶ୍ରମିକ ନ ପାଇ ମାଡ଼ ଖାଇ ଚାଲିଚାଲି ଗ୍ରାମକୁ ଫେରିଛନ୍ତି। ସେମାନେ ଫେରୁଥିବା ବେଳେ ସେମାନଙ୍କୁ କୋରାପୁଟ ଜିଲା ପଟ୍ଟାଙ୍ଗି ଛକରେ ଭେଟିଛନ୍ତି ଓଡ଼ିଶା ମୋଟର ଚାଳକ ସଂଘ କର୍ମକର୍ତ୍ତା ଓ ଖବରଦାତମାନେ। ସେମାନେ ଏହି ୩ ଶ୍ରମିକଙ୍କ ନବରଙ୍ଗପୁର ପର୍ଯ୍ୟନ୍ତ ଯିବା ବ୍ୟବସ୍ଥା କରିଛନ୍ତି।
ଖବରରୁ ଜଣାପଡିଛି, କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଟିଙ୍ଗପକାନ ଗ୍ରାମର ୧୨ଜଣ ଶ୍ରମିକ ଖୋର୍ଦ୍ଧା ଜିଲା ବାଲୁଗାଁ ଅଞ୍ଚଳର ଜଣେ ଠିକାଦାର ରାମକୃଷ୍ଣ ପ୍ରଧାନଙ୍କ ମାଧ୍ୟମରେ ଦାଦନ ଶ୍ରମିକ ରୂପେ କାମ କରିବାକୁ ୨ମାସ ତଳେ ବେଙ୍ଗାଲୁରୁ ଯାଇଥିଲେ। ସେଠାରେ ଏକ କମ୍ପାନୀରେ ସମସ୍ତେ କାମ କରୁଥିଲେ। ତେବେ ଟିଙ୍ଗଲକାନ ଗ୍ରାମର ଶ୍ରମିକ କାତାର ମାଝୀ, ବୁଦୁ ମାଝୀ ଏବଂ ଭିକାରୀ ମାଝୀ ନିଜ ପାରିଶ୍ରମିକ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ମାଗିବାରୁ ସେମାନଙ୍କ ଉପରେ ନିର୍ଯାତନା ଆରମ୍ଭ ହୋଇଥିଲା। କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ମାଡ଼ ମାରିବା ସହ ସେମାନଙ୍କ ଖାଇବା ବନ୍ଦ କରି ଦେଇଥିଲେ। ଏହା ସହି ନ ପାରି ଶେଷରେ ସେମାନେ କମ୍ପାନୀରୁ ଲୁଚି ୨୬ ତାରିଖରେ ନିଜ ଗ୍ରାମ ଟିଙ୍ଗପକାନ ଅଭିମୁଖେ ବାହାରି ଆସିଥିଲେ। ସେମାନେ ଚାଲିଚାଲି ଆସି କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକର ପଡାଲଗୁଡା ଗ୍ରାମ ଛକରେ ପହଞ୍ଚତ୍ ସେଠାରେ ଏକ ଦୋକାନ ମାଲିକଙ୍କୁ ସମସ୍ତ ଘଟଣା ଜଣାଇଥିଲେ। ଶ୍ରମିକମାନଙ୍କ ଦୁଃଖ ଶୁଣି ଦୋକାନ ମାଲିକ ତଥା ଓଡିଶା ମୋଟର ଚାଳକ ସଂଘ ପଟ୍ଟାଙ୍ଗି ଶାଖାର କାର୍ଯ୍ୟକାରୀ ସଭାପତି ଭଗବାନ ପଡାଲ ସେମାନଙ୍କ ଖାଇବା ବ୍ୟବସ୍ଥା କରିଥିଲେ। ଏସମ୍ପର୍କରେ ଖବର ପାଇ ଗଣମାଧ୍ୟମ ପ୍ରତିନିଧି ଓ ସଂଘ ସଭାପତି ଅର୍ଜୁନ ଖରା, ସାଧାରଣ ସମ୍ପାଦକ ଶରତ କୁମାର ଧଳ, କୋଷାଧ୍ୟକ୍ଷ ଏମ. ଉମା ମହେଶ୍ବର ଓ ତ୍ରିନାଥ ଗେମେଲ ସେଠାରେ ପହଞ୍ଚତ୍ଥିଲେ। ସମସ୍ତେ ମିଶି ତିନି ଶ୍ରମିକଙ୍କୁ ୧୫ଶହ ଟଙ୍କା ସହାୟତା ଦେଇ ଏକ ଗାଡି ଯୋଗେ ସେମାନଙ୍କୁ ନବରଙ୍ଗପୁର ଜିଲା ପର୍ଯ୍ୟନ୍ତ ପଠାଇବା ବ୍ୟବସ୍ଥା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

କଳାହାଣ୍ଡି: ଦାଦନ ଘରେ ତାଲା

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଏବେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କାମ ଅନ୍ବେଷଣରେ ପ୍ରତିବର୍ଷ ଏଠାରୁ ବହୁସଂଖ୍ୟାରେ ଲୋକ ଦାଦନ...

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri