ପ୍ରମାଣ ଅଭାବରୁ ଖସି ଯାଉଛନ୍ତି ଅଭିଯୁକ୍ତ

ନୟାଗଡ଼ ଅଫିସ,୩।୪: କୋର୍ଟରେ ପ୍ରମାଣ ଅଭାବରୁ ଖସି ଯାଉଛନ୍ତି ମାଓବାଦୀ। ବିଭିନ୍ନ ସମୟରେ ଗିରଫ ହୋଇଥିବା ୧୯ ଅଭିଯୁକ୍ତ ମାଓବାଦୀରୁ ୧୬ ଜଣ ନିର୍ଦ୍ଦୋଷରେ ଖଲାସ ହୋଇ ସାରିଲେଣି। ଅନ୍ୟପକ୍ଷେ ଜେଲରେ ଥିବାବେଳେ ୨୦୦୯ରେ ଶୁଭଙ୍କର ଓ ୨୦୨୧ରେ ରବି ଦୁଲାରୀଙ୍କ ପରଲୋକ ଘଟିଛି। ଅନ୍ୟ ଜଣେ ହେଉଛନ୍ତି ମାଓବାଦୀ ନେତା ସବ୍ୟସାଚୀ ପଣ୍ଡା। ସବ୍ୟସାଚୀଙ୍କ ନଁାରେ ଥିବା ୯ ମାମଲା ମଧ୍ୟରୁ ୫ଟିରେ ସେ ନିର୍ଦ୍ଦୋଷରେ ଖଲାସ ହୋଇ ସାରିଲେଣି। ଯଦି ଗିରଫ ହୋଇ ଜେଲ ଯାଇଥିବା ୧୮ ଜଣ ବ୍ୟକ୍ତି ମାଓବାଦୀ ନୁହନ୍ତି ତେବେ ୨୦୦୮ ଫେବୃୟାରୀ ୧୫ ରାତିରେ କେଉଁମାନେ ନୟାଗଡ଼ ଆକ୍ରମଣ କରିଥିଲେ। ସେମାନଙ୍କୁ ଗିରଫ କରାଯାଉନି କାହିଁକି ବୋଲି ମତ ପ୍ରକାଶ ପାଇଛି। ଏଭଳିସ୍ଥଳେ କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ଉଠିଛି ପ୍ରଶ୍ନ।
ସୂଚନା ଅନୁଯାୟୀ, ମାଓବାଦୀଙ୍କ ନୟାଗଡ଼ ଆକ୍ରମଣ ଗତ ଫେବୃୟାରୀକୁ ୧୫ ବର୍ଷ ପୂରି ଯାଇଛି। ସେଦିନର କାଳ ରାତି କଥା ମନେ ପଡ଼ିଲେ ଲୋମ ଟାଙ୍କୁରି ଉଠୁଛି। ଭୁବନେଶ୍ୱର କାନ୍ଧ କୁହାଯାଉଥିବା ନୟାଗଡ଼ ଜିଲାରେ ୨୦୦୮ ଫେବୃୟାରୀ ୧୫ରେ ସଶସ୍ତ୍ର ମାଓବାଦୀ ଆକ୍ରମଣ କରି ତାଣ୍ଡବ ରଚିଥିଲେ। ଏଥିରେ ୧୫ ପୋଲିସଙ୍କ ସହ ଜଣେ ସାଧାରଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ମାଓବାଦୀଙ୍କ ଏହି ଆକ୍ରମଣ ସରକାର ଓ ପ୍ରଶାସନକୁ ଦୋହଲାଇ ଦେଇଥିଲା। ସେଦିନ ରାତିରେ ନୟାଗଡ଼ର ରିଜର୍ଭ ଅଫିସ, ପିଟିଏସ୍‌, ନୟାଗଡ଼ ଥାନା, ମହିପୁର ଫାଣ୍ଡି, ନୂଆଗାଁ ଥାନା ଉପରେ ମାଓବାଦୀମାନେ ଆକ୍ରମଣ କରିଥିଲେ। ସେହିଭଳି ଦଶପଲ୍ଲା ଥାନା ପୋଡ଼ି, ନଡ଼ିଆ ଟ୍ରକ ଅପହରଣ ଓ ଆଇଆଇସିଙ୍କ ଘର ପୋଡ଼ି କରିଥିଲେ। ମାଓବାଦୀମାନେ ରିଜର୍ଭ ଅଫିସ ଓ ପୋଲିସ ଟ୍ରେନିଂ ସ୍କୁଲ ଆର୍ମେରୀରୁ ୫୦ ହଜାରରୁ ଊର୍ଦ୍ଧ୍ୱ ଆମ୍ୟୁନିଶନ୍‌(ଜୀବନ୍ତ ଗୁଳି), ୩ ହଜାରରୁ ଊର୍ଦ୍ଧ୍ୱ ଗ୍ରେନେଡ଼୍‌, ୩୬- ହାଇ ଏକ୍ଲପ୍ଲୋସିଭ୍‌ ବୋମା, ଏକେ ୪୭ ବନ୍ଧୁକ ଅବାଧରେ ଲୁଟି ନେଇଥିେଲେ। ଗୋଟିଏ ଘରୋଇ ବସ୍‌ ଓ ଏକ ମିନିଟ୍ରକ୍‌ରେ ଏସବୁକୁ ବୋହି ନେଇଥିଲେ। ଉପରୋକ୍ତ ସାମଗ୍ରୀ ନେବା ପାଇଁ ସେମାନେ ନୟାଗଡ଼ ଆକ୍ରମଣ କରିଥିଲେ ବୋଲି କୁହାଯାଉଛି। ତେବେ ମାଓବାଦୀ ଆକ୍ରମଣର ସ୍ମୃତି ଏଯାବତ ଅନେକ ସ୍ଥାନରେ ରହିଛି। ଆକ୍ରମଣର ୧୫ ବର୍ଷ ଭିତରେ ନୟାଗଡ଼ ପୋଲିସ ଟ୍ରେନିଂ ସ୍କୁଲ(ପିଟିଏସ୍‌)ର ରୂପରେଖ କିଛିଟା ବଦଳିଛି। ମାଓବାଦୀ ଆକ୍ରମଣ ପରେ ଅସ୍ତ୍ରାଗାର ନୟାଗଡ଼ ଏସ୍‌ପି ଅଫିସ ନିକଟକୁ ସ୍ଥାନାନ୍ତରିତ ହୋଇଛି। ଅନ୍ୟପକ୍ଷେ ଜିଲାର ଥାନା ଓ ଫାଣ୍ଡିରେ ନୂଆ ଘର ନିର୍ମାଣ ହୋଇଛି। ହେଲେ ପୋଲିସ ଲୋକଙ୍କ ନିକଟତର ହେବାରେ ସକ୍ଷମ ହୋଇପାରି ନ ଥିବା ଅଭିଯୋଗ ହୋଇ ଆସୁଛି।
ଏନେଇ ଆଇନଜୀବୀ ଅମିୟ ପଟ୍ଟନାୟକ କୁହନ୍ତି, କ୍ରାଇମବାଞ୍ଚ ପ୍ରମାଣ ନ ଦେଇ କେବଳ ଗିରଫ କରି ଦାୟିତ୍ୱ ଶେଷ କରି ଦେଉଛି। ସାକ୍ଷ୍ୟ, ତଥ୍ୟ ଓ ପ୍ରମାଣ ଠିକ୍‌ ଭାବେ କୋର୍ଟରେ ଉପସ୍ଥାପନ କ୍ରାଇମବ୍ରାଞ୍ଚ କରିପାରୁ ନ ଥିବାରୁ ଅଭିଯୁକ୍ତ ମାଓବାଦୀମାନଙ୍କୁ ଖସିବା ସୁବିଧା ହେଉଛି। ଆଇନଜୀବୀ ରଣଜିତ ଦାଶ କୁହନ୍ତି, କ୍ରାଇମବ୍ରାଞ୍ଚ କେବଳ ଗିରଫ କରି ଦାୟିତ୍ୱ ଶେଷ କରିଦେବା ଯୋଗୂୁ ଏଭଳି ସ୍ଥିତି ଉପୁଜିଛି। ମାଓବାଦୀ ଆକ୍ରମଣ ଘଟଣାର ୧୫ ବର୍ଷ ପରେ ଲୋକମାନେ ଘଟଣା ଭୁଲିଗଲା ପରି ଜଣାପଡୁଛି। ଯେଉଁମାନେ ମାଓବାଦୀଙ୍କ ଆକ୍ରମଣର ଶିକାର ହୋଇଥିଲେ ସେମାନେ ମଧ୍ୟ ଗିରଫ ଅଭିଯୁକ୍ତମାନଙ୍କୁ ଚିହ୍ନି ପାରୁ ନ ଥିବା କହୁଛନ୍ତି। ଏଭଳିସ୍ଥଳେ ସରକାରଙ୍କ ଅଯଥାରେ ତଦନ୍ତ, କୋର୍ଟ କଚେରି ବାବଦକୁ ଅନେକ କୋଟି ଟଙ୍କା ଖର୍ଚ୍ଚ ହେଉଛି। କ୍ରାଇମବ୍ରାଞ୍ଚର ତଦନ୍ତ ଦିଗହରା ବୋଲି ପ୍ରମାଣ ହୋଇଯାଉଛି। ଜଣେ ସାଧାରଣ ଲୋକ ନିଜର ନଁା ଗୋପନ ରଖି କହିଛନ୍ତି, ମାଓବାଦୀ ଆକ୍ରମଣ ଘଟଣାରେ ପ୍ରକୃତରେ ଯେଉଁମାନେ ଦୋଷୀ ସେମାନଙ୍କୁ ଗିରଫ କରାଯାଇ ଦଣ୍ଡ ଦିଆଯାଉ। ନିର୍ଦ୍ଧୋଷ ବ୍ୟକ୍ତି ଦଣ୍ଡ ନ ପାଆନ୍ତୁ। ଯଦି ୧୯ଜଣରୁ ୧୬ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ତେବେ କ୍ରାଇମବ୍ରାଞ୍ଚ ଦୋଷୀଙ୍କୁ ଖୋଜି କୋର୍ଟ ଚାଲାଣ କରୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?