ଆମ ଜିଲା ଖବର

ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ମାମଲା: ୨୦ ଗିରଫ

କୋରାପୁଟ,୪।୪(ସ୍ବ.ପ୍ର): କୋରାପୁଟ ସହରରେ ଥିବା ପରଜା ସାହି ଓ ଇନ୍ଦିରା କୋଲାନୀ ମଧ୍ୟରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ମାମଲାରେ ମଙ୍ଗଳବାର କୋରାପୁଟ ଟାଉନ ପୋଲିସ ୨୦ ଜଣଙ୍କୁ ଗିରଫ କରିଛି। ସ୍ଥାନୀୟ ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ମନୋଜ…

ଗାଧୋଉଥିବା ବେଳେ ଅଘଟଣ: ନଦୀରେ ବୁଡି ବ୍ୟକ୍ତି ମୃତ

ଦିଗପହଣ୍ଡି,୪।୪(ବ୍ୟୁରୋ): ଗାଧୋଉଥିବା ବେଳେ ଅଘଟଣ । ଘୋଡାହାଡ ନଦୀରେ ବୁଡି ମଙ୍ଗଳବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପାଟପୁର ଥାନା ଅନ୍ତର୍ଗତ ମହାନଳା ଗ୍ରାମର ଉମାକାନ୍ତ ସାହୁ(୫୬)। ଖବରପାଇ ସାନଖେମୁଣ୍ଡି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିି ଯୁବକକୁ ଉଦ୍ଧାର…

ବାର୍‌ହା ମାଂସ ଜବତ, ଜଣେ ଗିରଫ

କେନ୍ଦୁଝର,୪।୪(ସ୍ବ.ପ୍ର.): କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଗୋଳାବନ୍ଧ ବିଟ ବିଞ୍ଜ ବାହାଳ ଗ୍ରାମରେ ବନବିଭାଗ ଚଢାଉ କରି ଜଣଙ୍କୁ ଗିରଫ କରିବା ସହିତ ୨୫କେଜି ବାର୍‌ହା ମାଂସ ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ ମଦନ ସାହୁ (୫୧)। ସୂଚନାନୁଯାୟୀ, କେତେଜଣ…

ସ୍ବାମୀଙ୍କ ନାଁରେ ଥିବା ଗାଡିକୁ ନିଜ ନାଁରେ କରିବା ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ମହିଳା

କେନ୍ଦୁଝର,୪।୪(ସ୍ବ.ପ୍ର.): ବାଂଶପାଳ ବ୍ଲକ ଅନ୍ତର୍ଗତ ସାପକଣ୍ଟ ଗ୍ରାମର ଜଣେ ବିଧବା ମହିଳା ନିଜ ସ୍ବାମୀଙ୍କ ନାମରେ ଥିବା ଟ୍ରକ୍‌ ନିଜ ନାମରେ କରିବାକୁ ସବୁ ଚେଷ୍ଟା ବିଫଳ ହେବା ପରେ ବାଧ୍ୟ ହୋଇ ଶେଷରେ ଜିଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ସାମୀଙ୍କ ମୃତ୍ୟୁ…

କଳାହାଣ୍ଡି ରାଇସ ମିଲର୍ସ ଆସୋସିଏଶନ ପକ୍ଷରୁ ଗଣଧାରଣା

କେସିଙ୍ଗା,୪।୪(ଡି.ଏନ.ଏ.): ଚାଉଳ ନ କିଣିବାରୁ କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଏଫସିଆଇର ମୁଖ୍ୟ ଗେଟ୍‌ରେ କଳାହାଣ୍ଡି ଜିଲା ମିଲର୍ସ ଆସୋସିଏଶନ ପକ୍ଷରୁ ମଙ୍ଗଳବାର ଗଣଧାରଣା ଦେଇଥିବା ଜଣାପଡ଼ିଛି। କେସିଙ୍ଗା ଅଞ୍ଚଳର ୧୫ଟି ଏବଂ ଭବାନୀପାଟଣା ସବଡିଭିଜନର ପ୍ରାୟ ୪୦ଟି ମିଲର୍ସଙ୍କ ଠାରୁ ଠିକ୍‌…

ଗଞ୍ଜେଇ ଚୋରା ଚାଲାଣ ମାମଲାରେ ୫ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ

କୋରାପୁଟ,୪।୪(ସ୍ବ.ପ୍ର. ): ଗଞ୍ଜେଇ ଚୋରା ଚାଲାଣ ମାମଲାର ବିଚାରକରି ମଙ୍ଗଳବାର କୋରାପୁଟ ଅତିରିକ୍ତ ଜିଲାଜର୍ଜ ୫ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିସହ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ସହ ଏକ ଲକ୍ଷ ଟଙ୍କା ଲେଖାଏ ଜରିମାନା ଦେବାକୁ କୋର୍ଟ…

ସଡ଼କ ଦୁର୍ଘଟଣାରେ ଚାଲିଗଲା ଅବସରପ୍ରାପ୍ତ ଶିକ୍ଷକଙ୍କ ଜୀବନ

ବାରିପଦା ଅଫିସ,୪।୪: ୧୮ନଂ ଜାତୀୟ ରାଜପଥର କଚିମବିଲା ନିକଟ ସଡ଼କ ଦୁର୍ଘଟଣାରେ ମଙ୍ଗଳବାର ଜଣେ ଅବସରପ୍ରାପ୍ତ ହାଇସ୍କୁଲ ପ୍ରଧାନଶିକ୍ଷକଙ୍କର ମୃତ୍ୟୁ ଘଟିଛି। ସେ ହେଲେ କେଶବ ଚନ୍ଦ୍ର ସାହୁ(୬୩)। ଖବରପାଇ ବେତନଟୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡି ଜବତ…

ଗାଧୋଇବା ବେଳେ ନଦୀରେ ବୁଡି ୩ ମୃତ

ଭଦ୍ରକ ଅଫିସ,୪।୪: ଭଦ୍ରକ ବ୍ଲକ ନାଳିଆ ନଦୀ ହରିପୁର ଘାଟରେ ମଙ୍ଗଳବାର ଗାଧୋଉଥିବା ବେଳେ ୩ ଜଣ ବୁଡିଯାଇଥିବା ସୂଚନା ମିଳିଛି। ସେମାନେ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ହରିପୁର ଗ୍ରାମର ପ୍ରଣୟ ଲେଙ୍କା (୧୭), ସ୍ମୃତି ରଞ୍ଜନ ସ୍ବାଇଁ,…

ମେ ୨ରେ ୫ ପଞ୍ଚାୟତରେ ୱାର୍ଡ ମେମ୍ବର ନିର୍ବାଚନ

ଗଞ୍ଜାମ, ୪।୪(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକରେ ୧୫ ପଞ୍ଚାୟତ ମଧ୍ୟରୁ ସୁବଳୟା, ମଲାଡ଼, ପାଲଙ୍ଗ, ସାନ ରାମଚନ୍ଦ୍ରପୁର ଏବଂ ହୁମା ଆଦି ୫ଟି ପଞ୍ଚାୟତରେ ୱାର୍ଡ ମେମ୍ବର ନିର୍ବାଚନ ହୋଇ ନ ଥିଲା। ପଞ୍ଚାୟତର ବିଭିନ୍ନ ୱାର୍ଡ ସଭ୍ୟ ପାଇଁ ଏସ୍‌ଟି ନିମନ୍ତେ…

ଚାଲିଗଲା ଯାତ୍ରୀଙ୍କ ଜୀବନ

ନୂଆପଡ଼ା ଅଫିସ,୪।୪: ନୂଆପଡା ଜିଲା ସଦର ମହକୁମାସ୍ଥିତ ଏକତା ଛକଠାରେ ସୋମବାର ସକାଳେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଏକ ଘରୋଇ ବସ୍‌ କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଯୋଗୁ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ…

ଅଭିଯୁକ୍ତଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ

ଭବାନୀପାଟଣା,୪।୪(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅଞ୍ଚଳରେ ୨୦୨୦ରେ ନିଜ କକାଙ୍କୁ ପୁତୁରା ଛୁରି ଭୁଶିବା ଘଟଣାର ରାୟ ସୋମବାର ପ୍ରକାଶ ପାଇଛି। ଏହି ମାମଲାରେ ସମସ୍ତ ସାକ୍ଷ୍ୟ ଓ ପ୍ରମାଣ ଭିତ୍ତିକରି ଜୟପାଟଣା ଜେଏମଏଫିସ କୋର୍ଟ ବିଚାରପତି ପ୍ରତାପ ଚନ୍ଦ୍ର…

ଗୋଟିଏ ସୂଚନା ଫଳକରେ ୨ ପ୍ରକଳ୍ପର ନାମ

ବରୀ,୪।୪(ଡି.ଏନ.ଏ.): ଯାଜପୁର ଜିଲା ବରୀ ବ୍ଲକ୍‌ରେ ବିଭିନ୍ନ ଉନ୍ନୟନ ମୂଳକ କାମରେ ଅନିୟମିତତା ହେବା ନୂଆ କଥା ନୁହେଁ। କେତେବେଳେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆରଇଜିଏସ୍‌)ରେ ରୋଗୀମାନେ କାମ କରୁଥିବା ଦର୍ଶାଇ ଅର୍ଥ ଆତ୍ମସାତ୍‌ ହୋଇଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?