ଗୋ ଶ୍ରଦ୍ଧା ଯୋଜନା ଫେଲ୍, ରାସ୍ତାରେ ଗୋରୁ
ସୋନପୁର,୨୯।୪(ନି.ପ୍ର.): ସୁବର୍ଣ୍ଣପୁର ପୌର ପ୍ରଶାସନ ପକ୍ଷରୁ ୨୦୨୧ ଅଗଷ୍ଟ ୧୬ ତାରିଖଠାରୁ ସହରରେ ଆରମ୍ଭ ହୋଇଥିଲା ଗୋ ଶ୍ରଦ୍ଧା କାର୍ଯ୍ୟକ୍ରମ। ରାସ୍ତା ଉପରେ ବୁଲୁଥିବା ଗାଇଗୋରୁଙ୍କୁ କୋଲପଡା ସ୍ଥିତ କାଞ୍ଜିଆହୁଦାରେ ରଖିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରାକ୍ତନ…
ଗୁପ୍ତଧନ ଆଶା ଦେଖାଇ ଠକି ନେଇଥିଲେ ୬୨ ଲକ୍ଷ
କଟକ ଅଫିସ,୨୯।୪: କଟକ ସହରରେ ବି ଲୋକେ ଅନ୍ଧବିଶ୍ୱାସରେ ବୁଡ଼ି ରହିଛନ୍ତି। ଗୁଣିଗାରେଡ଼ି ମାଧ୍ୟମରେ ଗୁପ୍ତଧନ ପାଇବା ଆଶାରେ ଠକ ଯୁବକଙ୍କ ହାବୁଡ଼ରେ ପଡ଼ିଥିଲେ ରାଣୀହାଟ ଅଞ୍ଚଳର ଜଣେ ମହିଳା। ତାନ୍ତ୍ରିକ ସାଜି ମହିଳାଙ୍କଠାରୁ ୬୨ ଲକ୍ଷ ଟଙ୍କା ଠକି ନେଇଥିବା…
ଦୁର୍ଘଟଣାରେ ଦମ୍ପତି ମୃତ
ଲାଠୋର, ୨୯ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ତୁରେକେଲା ଥାନା ଅଧୀନ ଗଇନ୍ଦିମାଲ ନିକଟ ଲାନ୍ଥନଦୀ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗଇନ୍ଦିମାଲ ଅଶୋକ ମଝି(୨୬) ଓ ତାଙ୍କ ସ୍ତ୍ରୀ ଲଳିତା ମଝି(୨୩) l ଲଳିତା ଗର୍ଭବତୀ…
ଦୁର୍ଗମରେ ଆଦିବାସୀଙ୍କ ଅଭିଶପ୍ତ ଜୀବନ
ଭବାନୀପାଟଣା,୨୯ା୪(ସ୍ବ.ପ୍ର.): ସରକାର ଆଦିବାସୀଙ୍କ ପାଇଁ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନାରେ ସାମିଲ କରିବା ସହିତ ବିକାଶ କରୁଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ବିକାଶ କ’ଣ ଜାଣି…
ବଢୁଛି ନକଲି ପ୍ରଭାବ, ରୋଗୀ ହୀନସ୍ତା
ରାଉରକେଲା ଅଫିସ,୨୯।୪: ରାଉରକେଲା ସହରରେ ନକଲି ଡାକ୍ତରଙ୍କ ପ୍ରଭାବ ବଢୁଥିବା ଅଭିଯୋଗ ହେଉଛି। ଫଳରେ ଏଭଳି ଡାକ୍ତରଙ୍କ ପାଖରେ ରୋଗୀ ଚିକିତ୍ସିତ ହୋଇ ଭଲ ହେବା ବଦଳରେ ଗୁରୁତର ହେଉଛନ୍ତି। ଏମିତି ଏକ ଘଟଣା ଘଟିଛି ରାଉରକେଲା ସେକ୍ଟର-୧୬ରେ ରହୁଥିବା କିଶୋର…
ମାର୍କେଟରେ ଜମୁଛି ଲିଚୁ ପସରା
କୁଚିଣ୍ଡା,୨୯ା୪(ଡି.ଏନ.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକର ବଡବାହାଲ ଅଞ୍ଚଳ ଲିଚୁ ପାଇଁ ପ୍ରସିଦ୍ଧି ଲାଭ କରିଛି। କୁଚିଣ୍ଡା ମାର୍କେଟରେ ଏବେ ଲିଚୁ ପସରା ଜମୁଛି। ସପ୍ତାହେ ହେବ ବଡବାହାଲ ଲିଚୁ ବିକ୍ରି ପାଇଁ ବଜାରକୁ ଆସୁଥିବା ଦେଖିବାକୁ ମିଳୁଛି। ଲିଚୁ ପାଇଁ…
ରହସ୍ୟରୁ ହଟୁନି ପରଦା
ଭେଡ଼େନ,୨୯।୪(ଡି.ଏନ.ଏ.): ବରଗଡ଼ ଜିଲା ଭେଡ଼େନ ଥାନା ଋଷୁଡ଼ା ଫାଣ୍ଡି ଅନ୍ତର୍ଗତ ଆଖିଫୁଟା ଗ୍ରାମରେ ଗତ ୧୭ ତାରିଖରେ ସଙ୍ଗଠିତ ଟ୍ରିପଲ ମର୍ଡର ଘଟଣାକୁ ୧୧ଦିନ ବିତିଥିଲେ ମଧ୍ୟ ପୋଲିସ ହାତ ଖାଲି ରହିଛି। ପୋଲିସର ତଦନ୍ତ ମୃତକମାନଙ୍କ ସମ୍ପର୍କୀୟଙ୍କୁ ଥାନାକୁ ଡକାଇ…
‘ସମନ୍ବୟ ରଖ, ଫଳପ୍ରଦ କର’
ଢେଙ୍କାନାଳ ଅଫିସ, ୨୯ା୪: ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍ଭାବନା ଗୃହରେ ଶୁକ୍ରବାର ପୂର୍ବାହ୍ନରେ ‘ମୋ ବ୍ଲକ, ମୋ ଢେଙ୍କାନାଳ’ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ପରିଷଦ ସଭାନେତ୍ରୀ ଅର୍ଚ୍ଚନା ପୁହାଣ ଏଥିରେ ଯୋଗଦେଇ କହିଲେ, ଏଭଳି ଅଭିନବ କାର୍ଯ୍ୟକ୍ରମ ତୃଣମୂଳସ୍ତରରେ…
ସହରରେ ଲାଗିବ ୭୫୦ ସିସିଟିଭି
ଢେଙ୍କାନାଳ ଅଫିସ, ୨୯।୪: ଢେଙ୍କାନାଳରେ ଆପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ସାରା ସହରରେ ୭୫୦ଟି ସିସିଟିଭି କ୍ୟାମେରା ଲଗାଯିବ। ନିର୍ବାଚନ ପୂର୍ବରୁ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ସମ୍ପର୍କରେ ପୂର୍ଣ୍ଣାଙ୍ଗ ତଥ୍ୟ ସଂଗ୍ରହ କରାଯିବ। ୬-୭ ବର୍ଷ ତଳର ପ୍ରାୟ ୭ଟି…
ସ୍ବାସ୍ଥ୍ୟକେନ୍ଦ୍ରରୁ କମ୍ପ୍ୟୁଟର ଚୋରି
ଆରଡ଼ି,୨୯।୪(ଡି.ଏନ୍.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ଆରଡ଼ି ଫାଣ୍ଡି ଅନ୍ତର୍ଗତ ଆରଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ କମ୍ପ୍ୟୁଟର ଚୋରି ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ କେତେକ ଦୁର୍ବୃତ୍ତ ସ୍ବାସ୍ଥ୍ୟକେନ୍ଦ୍ରରୁ ୨ଟି କମ୍ପ୍ୟୁଟର ସହ କିଛି ସ୍ବାସ୍ଥ୍ୟ ଉପକରଣ ଚୋରି କରି ନେଇଛନ୍ତି।…
ଡମ୍ବାଦାଇ ଗାଁ ରାସ୍ତା ପାଲଟିଛି ମରଣଯନ୍ତା
ଫିରିଙ୍ଗିଆ,୨୯।୪: ସରକାର ଆଦିବାସୀ ବହୁଳ ଜିଲା ଗୁଡ଼ିକରେ ଗମନା ଗମନ କ୍ଷେତ୍ରରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଏହା ଖାଲି କାଗଜପତ୍ରରେ ସୀମୀତ ଭଳି ଅନେକ ସମୟରେ ନଜିର ରହିଛି। ଆଜି ଯାଏ କନ୍ଧମାଳ ଜିଲାର ସବୁଠୁ ବଡ ସମସ୍ୟା…
ଆନନ୍ଦପୁର ବ୍ୟାରେଜରେ ଭାରିଯାନ ଚଳାଚଳରେ ରୋକ୍
ଆନନ୍ଦପୁର,୨୯।୪: (ସ୍ବ.ପ୍ର.) କେନ୍ଦୁଝର ଜିଲା ଆନନ୍ଦପୁର ବ୍ୟାରେଜ ଉପରେ ଭାରିଯାନ ଚଳାଚଳ ଦିଗରେ ରୋକ ଲାଗିଛି। ଆନନ୍ଦପୁର ବ୍ୟାରେଜ ଡିଭିଜନ୍, ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଚିଠି ନଂ. ୧୩୫୮/୨୭ ଏପେ୍ଲ ୨୦୨୩କୁ ଆଧାର କରି ଆନନ୍ଦପୁର ଉପଖଣ୍ଡ ମାଜିଷ୍ଟ୍ରେଟ ଅନୀଲ କୁମାର…

