ମାମଲା ରୁଜୁ କଲା ସିବିଆଇ

ବାଲେଶ୍ୱର ଅଫିସ/ବାହାନଗା(ଡି.ଏନ.ଏ.)/ ଭୁବନେଶ୍ୱର,୭ା୬ (ବ୍ୟୁରୋ): କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଙ୍ଗଳବାର ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ମାମଲା ରୁଜୁ କରିବା ସହ ୧୦ ଜଣିଆ ଟିମ୍‌ ତଦନ୍ତ କରିଛି। ୨୮୮ ଲୋକଙ୍କ ଜୀବନ ନେଇଥିବା ଏହି ଭୟାବହ ଦୁର୍ଘଟଣା ଦୁର୍ଘଟଣା ପଛରେ ଯାନ୍ତ୍ରିକ ତ୍ରୁଟି ନା ମନୁଷ୍ୟକୃତ ସେନେଇ ସିବିଆଇ ତଦନ୍ତ କରିବ। ଇଲେକ୍ଟ୍ରୋନିକ୍‌ ଇଣ୍ଟରଲକିଂ ସିଷ୍ଟମ୍‌ରେ ଟ୍ରାମ୍ପରିଂ ଯୋଗୁ ଦୁର୍ଘଟଣା ଘଟିଲା ବୋଲି ରେଲଓ୍ବେର ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଇଥିଲା। ଦୁର୍ଘଟଣା ପଛରେ ଅନ୍ତର୍ଘାତୀ କାର୍ଯ୍ୟ ହୋଇଥିବା ଅଧିକାରୀମାନେ ସନ୍ଦେହ କରିବା ପରେ ରେଳ ମନ୍ତ୍ରଣାଳୟ ସିବିଆଇକୁ ତଦନ୍ତ ଦାୟିତ୍ୱ ଦେଇଥିଲା। ତେବେ ସରକାର ଏହାକୁ ଅନ୍ତର୍ଘାତୀ କାର୍ଯ୍ୟର ରୂପ ଦେଇ ରେଲଓ୍ବେ ବୋର୍ଡ ଓ ମନ୍ତ୍ରଣାଳୟର ଅବହେଳାକୁ ଘୋଡ଼ାଇବାକୁ ଚେଷ୍ଟା କରୁଥାଇପାରନ୍ତି ବୋଲି ଅନେକେ ସନ୍ଦେହ କରୁଛନ୍ତି।
ରେଳ ମନ୍ତ୍ରଣାଳୟର ଅନୁରୋଧ, ଓଡ଼ିଶା ସରକାରଙ୍କ ସହମତି ଏବଂ ଭାରତ ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ନିର୍ଦ୍ଦେଶକ୍ରମେ ସିବିଆଇ ଜୁନ୍‌ ୨ ତାରିଖ ବାହାନଗା ବଜାର ନିକଟରେ କରମଣ୍ଡଳ ଏକ୍ସପ୍ରେସ୍‌, ବେଙ୍ଗାଲୁରୁ- ହାଓଡ଼ା ଏକ୍ସପ୍ରେସ୍‌ ଓ ମାଲ୍‌ବାହୀ ଟ୍ରେନ୍‌ ଦୁର୍ଘଟଣାର ତଦନ୍ତ ଦାୟିତ୍ୱ ନେବା ସହ ମାମଲା ଦାଏର କରିଛି ବୋଲି ଏହାର ମୁଖପାତ୍ର କହିଛନ୍ତି। ଫରେନ୍‌ସିକ୍‌ ବିଶେଷଜ୍ଞଙ୍କ ସହ ସିବିଆଇ ଅଧିକାରୀମାନଙ୍କ ଟିମ୍‌ ସୋମବାର ବାଲେଶ୍ୱର ଜିଲାରେ ପହଞ୍ଚତ୍ଥିବାବେଳେ ମଙ୍ଗଳବାର ଅପରାହ୍ନ ୨ଟା ୧୫ ମିନିଟ୍‌ରେ ଏତଲା ଦାଏର କରିଛି। ଜୁନ୍‌ ୩ରେ ବାଲେଶ୍ୱର ଜିଆର୍‌ପି ପକ୍ଷରୁ ଆଇପିସିର ଦଫା ୩୩୭, ୩୩୮, ୩୦୪ଏ ଏବଂ ୩୪ ତଥା ରେଲ୍‌ଓ୍ବେ ଆଇନର ଧାରା ୧୫୩, ୧୫୪ ଏବଂ ୧୭୫ରେ ଏତଲା ଦାଏର କରାଯାଇଥିବାବେଳେ ସିବିଆଇ ଏହାକୁ ହାତକୁ ନେଇଛି। ଦୁର୍ଘଟଣା ଏବଂ ଓଭରହେଡ୍‌ ବିଦ୍ୟୁତ୍‌ ଲାଇନ ସଂସ୍ପର୍ଶରେ ଆସି ଏତେ ଲୋକଙ୍କର ମୃତ୍ୟୁ ଘଟିଲା ବୋଲି ଏତଲାରେ ଉଲ୍ଲେଖ କରାଯାଇଛି। ଦୁର୍ଘଟଣା ଯୋଗୁ ବିଦ୍ୟୁତ୍‌ ଖୁଣ୍ଟ ନଇଁଯିବା ସହ ତାର ଛିଡ଼ିଥିଲା। ସିବିଆଇ ଏହାକୁ ନିଜ ଏତଲା ଭାବେ ପୁନର୍ବାର ଦାଏର କରିଛି। ଦୁର୍ଘଟଣା ପାଇଁ କୌଣସି ନିର୍ଦ୍ଦିଷ୍ଟ ରେଳ କର୍ମଚାରୀ ଦୋଷୀ କି ନୁହନ୍ତି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତଦନ୍ତ ପରେ ଏହା ଜଣାପଡ଼ିବ ବୋଲି ଏତଲାରେ କୁହାଯାଇଛି।
ସିବିଆଇ ଟିମ୍‌ ପ୍ରଥମେ ବାଲେଶ୍ୱର ରେଳଷ୍ଟେଶନରେ ଷ୍ଟେଶନ ମ୍ୟାନେଜରଙ୍କ ଅଧୀନରେ ଥିବା ପ୍ୟାନେଲ୍‌ ବୋର୍ଡର ୪ଜଣ କର୍ମଚାରୀଙ୍କୁ ପଚରାଉଚୁରା କରିବା ପରେ ବାହାନଗା ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ। ବାହାନଗା ଷ୍ଟେଶନ ମ୍ୟାନେଜର ରୁମ୍‌, ଷ୍ଟେଶନର ଏସ୍‌ଏସ୍‌ଆଇ ରିଲେ ରୁମ୍‌ ଓ ଷ୍ଟେଶନ ରୁମ୍‌ ଆଦି ତଦନ୍ତ କରିବା ସହିତ ରେଳଧାରଣାର ଅଫ୍‌ ଲାଇନ୍‌କୁ ଯାଇ ତଦନ୍ତ କରିଥିଲେ। ତଦନ୍ତରେ ସିବିଆଇ ଟିମ୍‌ ବିଭିନ୍ନ ରେକର୍ଡପତ୍ର ଯାଞ୍ଚ କରିବା ସହିତ କିଛି ରେକର୍ଡପତ୍ର ହେପାଜତକୁ ନେଇଥିବା ଅନୁମାନ କରାଯାଉଛି। ଏକସଙ୍ଗରେ ପଶ୍ଚିମବଙ୍ଗର ଖଡ଼ଗପୁର, ବାଲେଶ୍ୱର, ବାହାନଗା ଓ ଖୋର୍ଦ୍ଧା ରୋଡ୍‌ ଷ୍ଟେଶନରେ ବିଭିନ୍ନ ଦିଗ ଉପରେ ତଦନ୍ତ ଆରମ୍ଭ କରିଛନ୍ତି। ଘଟଣା ଦିନ ବାହାନଗା ରେଳ ଷ୍ଟେଶନରେ ଷ୍ଟେଶନ ମାଷ୍ଟର କିଏ ଥିଲେ, କେଉଁ ପରିସ୍ଥିତିରେ ସିଗନାଲ ଦିଆଯାଇଥିଲା, କ’ଣ ପାଇଁ ଲୁପ୍‌ ଲାଇନ୍‌ରେ ମାଲବୋଝେଇ ଟ୍ରେନ୍‌କୁ ଛିଡ଼ା କରାଯାଇଥିଲା, ଅଫ୍‌ଲାଇନ୍‌ରେ ଗ୍ରୀନ୍‌ ସିଗ୍‌ନାଲ ସତ୍ତ୍ୱେ ଟ୍ରାକ୍‌ ବଦଳାଯାଇଥିଲା କି ନାହିଁ ସେ ବାବଦରେ ଆସିଥିବା ତଦନ୍ତକାରୀ ଦଳ ଅନୁଧ୍ୟାନ କରୁଛନ୍ତି। ଏନେଇ ସିବିଆଇ ପକ୍ଷରୁ ଆଇପିସି ଓ ରେଲଓ୍ବେ ଆଇନର ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି। ସିବିଆଇ ଏଫଆଇଆର ମୁତାବକ ଆଇପିସିର ଦଫା ଅନୁସାରେ ୩୩୭- ଜୀବନ ପ୍ରତି ବିପଦ ଆଣିବା, ୩୩୮- ଗଭୀର ଆଘାତ ଦେଇ ଜୀବନକୁ ବିପଦରେ ପକାଇବା, ୩୦୪ (ଏ)- ଅବହେଳାରୁ ମୃତ୍ୟୁ ଓ ୩୪- ମିଳିତ ଭାବେ ଅପରାଧ ଘଟାଇବା ଏବଂ ରେଳବାଇ ଆଇନରେ ଦଫା ଅନୁସାରେ ୧୫୩- ଉଦ୍ଦେଶ୍ୟମୂଳକ ଭାବେ ରେଳଯାତ୍ରୀଙ୍କ ଜୀବନକୁ ବିପଦରେ ପକାଇବା, ୧୫୪- ଅବହେଳାରୁ ରେଳଯାତ୍ରୀଙ୍କ ଜୀବନକୁ ବିପଦକୁ ଠେଲିଦେବା ଓ ୧୭୫- ଦାୟିତ୍ୱରେ ଥିବା ରେଳ କର୍ମଚାରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ଆଦି ଥିବା ଜଣାପଡ଼ିଛି। ତେବେ ଦଫା ୩୩୭ରେ ସର୍ବାଧିକ ୫ ବର୍ଷ ଏବଂ ଅନ୍ୟ ଦଫାଗୁଡ଼ିକରେ ୨ବର୍ଷ କାରାଦଣ୍ଡ ବ୍ୟବସ୍ଥା ରହିଛି।
ପ୍ରାଥମିକ ତଦନ୍ତରେ ବାହାନଗା ଷ୍ଟେଶନ ମାଷ୍ଟର କହିଛନ୍ତି ଯେ, ପ୍ଲାଟଫର୍ମ ୨ରେ ଗ୍ରୀନ୍‌ ସିଗ୍‌ନାଲ୍‌ ଦେଇଥିଲେ। ଲୁପ୍‌ ଲାଇନ୍‌ରେ କେମିତି ଟ୍ରେନ୍‌ ଗଲା ସେ ଜାଣିନାହାନ୍ତି। ତେଣୁ ଘଟଣା ଦିନ କରମଣ୍ଡଳ ଏକ୍ସପ୍ରେସକୁ ଗ୍ରୀନ ସିଗନାଲ କେମିତି ଦିଆଗଲା ତାକୁ ନେଇ ବିଭିନ୍ନ ପ୍ରଶ୍ନ ସାମ୍ନାକୁ ଆସୁଛି। ବାହାନଗା ରେଳ ଦୁର୍ଘଟଣା ପୂର୍ବରୁ ଷ୍ଟେଶନର ଇଣ୍ଟରଲକିଂ ସିଷ୍ଟମରେ କିଛି ତ୍ରୁଟି ହୋଇଥିଲା କି? ଦୁର୍ଘଟଣା ଘଟାଇବା ପାଇଁ ଜାଣିଶୁଣି ସିଷ୍ଟମ୍‌ର ପ୍ରୋଗ୍ରାମିଂରେ କୌଣସି କାରସାଦି କରାଯାଇଛି କି? ଯାନ୍ତ୍ରିକ ତ୍ରୁଟି ଯୋଗୁ ଟ୍ରାକ୍‌ ପରିବର୍ତ୍ତନ ଓ ସିଗ୍‌ନାଲ୍‌ ଦେବାରେ କିଛି ତ୍ରୁଟି ରହିଗଲା କି? ଏସବୁ ଦିଗ ଉପରେ ସିବିଆଇ ଗୁରୁତ୍ୱ ଦେଉଥିବା ଜଣାପଡିଛି। ଅନ୍ୟପକ୍ଷରେ ରେଳ ସୁରକ୍ଷା ଆୟୁକ୍ତ (ଆରଏସ୍‌ସି) ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିବା ସହ ଅଧିକାରୀ ଓ କର୍ମଚାରୀଙ୍କୁ ଘଟଣା ସମ୍ପର୍କରେ ପଚରାଉଚୁରା କରିଛନ୍ତି। ସେହିପରି କୋଲକାତା, ହାଇଦ୍ରାବାଦ ଓ ନୂଆଦିଲ୍ଲୀରୁ ଆସିଥିବା ଫରେନସିକ୍‌ ଟିମ୍‌ ବାହାନଗା ଷ୍ଟେଶନରେ ପହଞ୍ଚତ୍ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରମାଣ ସଂଗ୍ରହ କରିଛନ୍ତି। ଗତ ସୋମବାର ଅପରାହ୍ନରେ ରେଳ ସୁରକ୍ଷା ଆୟୁକ୍ତ ଶୈଳେନ୍ଦ୍ର କୁମାର ପାଠକ ବାହାନଗା ଷ୍ଟେଶନଠାରେ ପହଞ୍ଚତ୍ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ସେ ଦୁର୍ଘଟଣାସ୍ଥଳରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବା ସହିତ ରେଳ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri