ମାମଲା ରୁଜୁ କଲା ସିବିଆଇ

ବାଲେଶ୍ୱର ଅଫିସ/ବାହାନଗା(ଡି.ଏନ.ଏ.)/ ଭୁବନେଶ୍ୱର,୭ା୬ (ବ୍ୟୁରୋ): କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଙ୍ଗଳବାର ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ମାମଲା ରୁଜୁ କରିବା ସହ ୧୦ ଜଣିଆ ଟିମ୍‌ ତଦନ୍ତ କରିଛି। ୨୮୮ ଲୋକଙ୍କ ଜୀବନ ନେଇଥିବା ଏହି ଭୟାବହ ଦୁର୍ଘଟଣା ଦୁର୍ଘଟଣା ପଛରେ ଯାନ୍ତ୍ରିକ ତ୍ରୁଟି ନା ମନୁଷ୍ୟକୃତ ସେନେଇ ସିବିଆଇ ତଦନ୍ତ କରିବ। ଇଲେକ୍ଟ୍ରୋନିକ୍‌ ଇଣ୍ଟରଲକିଂ ସିଷ୍ଟମ୍‌ରେ ଟ୍ରାମ୍ପରିଂ ଯୋଗୁ ଦୁର୍ଘଟଣା ଘଟିଲା ବୋଲି ରେଲଓ୍ବେର ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଇଥିଲା। ଦୁର୍ଘଟଣା ପଛରେ ଅନ୍ତର୍ଘାତୀ କାର୍ଯ୍ୟ ହୋଇଥିବା ଅଧିକାରୀମାନେ ସନ୍ଦେହ କରିବା ପରେ ରେଳ ମନ୍ତ୍ରଣାଳୟ ସିବିଆଇକୁ ତଦନ୍ତ ଦାୟିତ୍ୱ ଦେଇଥିଲା। ତେବେ ସରକାର ଏହାକୁ ଅନ୍ତର୍ଘାତୀ କାର୍ଯ୍ୟର ରୂପ ଦେଇ ରେଲଓ୍ବେ ବୋର୍ଡ ଓ ମନ୍ତ୍ରଣାଳୟର ଅବହେଳାକୁ ଘୋଡ଼ାଇବାକୁ ଚେଷ୍ଟା କରୁଥାଇପାରନ୍ତି ବୋଲି ଅନେକେ ସନ୍ଦେହ କରୁଛନ୍ତି।
ରେଳ ମନ୍ତ୍ରଣାଳୟର ଅନୁରୋଧ, ଓଡ଼ିଶା ସରକାରଙ୍କ ସହମତି ଏବଂ ଭାରତ ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ନିର୍ଦ୍ଦେଶକ୍ରମେ ସିବିଆଇ ଜୁନ୍‌ ୨ ତାରିଖ ବାହାନଗା ବଜାର ନିକଟରେ କରମଣ୍ଡଳ ଏକ୍ସପ୍ରେସ୍‌, ବେଙ୍ଗାଲୁରୁ- ହାଓଡ଼ା ଏକ୍ସପ୍ରେସ୍‌ ଓ ମାଲ୍‌ବାହୀ ଟ୍ରେନ୍‌ ଦୁର୍ଘଟଣାର ତଦନ୍ତ ଦାୟିତ୍ୱ ନେବା ସହ ମାମଲା ଦାଏର କରିଛି ବୋଲି ଏହାର ମୁଖପାତ୍ର କହିଛନ୍ତି। ଫରେନ୍‌ସିକ୍‌ ବିଶେଷଜ୍ଞଙ୍କ ସହ ସିବିଆଇ ଅଧିକାରୀମାନଙ୍କ ଟିମ୍‌ ସୋମବାର ବାଲେଶ୍ୱର ଜିଲାରେ ପହଞ୍ଚତ୍ଥିବାବେଳେ ମଙ୍ଗଳବାର ଅପରାହ୍ନ ୨ଟା ୧୫ ମିନିଟ୍‌ରେ ଏତଲା ଦାଏର କରିଛି। ଜୁନ୍‌ ୩ରେ ବାଲେଶ୍ୱର ଜିଆର୍‌ପି ପକ୍ଷରୁ ଆଇପିସିର ଦଫା ୩୩୭, ୩୩୮, ୩୦୪ଏ ଏବଂ ୩୪ ତଥା ରେଲ୍‌ଓ୍ବେ ଆଇନର ଧାରା ୧୫୩, ୧୫୪ ଏବଂ ୧୭୫ରେ ଏତଲା ଦାଏର କରାଯାଇଥିବାବେଳେ ସିବିଆଇ ଏହାକୁ ହାତକୁ ନେଇଛି। ଦୁର୍ଘଟଣା ଏବଂ ଓଭରହେଡ୍‌ ବିଦ୍ୟୁତ୍‌ ଲାଇନ ସଂସ୍ପର୍ଶରେ ଆସି ଏତେ ଲୋକଙ୍କର ମୃତ୍ୟୁ ଘଟିଲା ବୋଲି ଏତଲାରେ ଉଲ୍ଲେଖ କରାଯାଇଛି। ଦୁର୍ଘଟଣା ଯୋଗୁ ବିଦ୍ୟୁତ୍‌ ଖୁଣ୍ଟ ନଇଁଯିବା ସହ ତାର ଛିଡ଼ିଥିଲା। ସିବିଆଇ ଏହାକୁ ନିଜ ଏତଲା ଭାବେ ପୁନର୍ବାର ଦାଏର କରିଛି। ଦୁର୍ଘଟଣା ପାଇଁ କୌଣସି ନିର୍ଦ୍ଦିଷ୍ଟ ରେଳ କର୍ମଚାରୀ ଦୋଷୀ କି ନୁହନ୍ତି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତଦନ୍ତ ପରେ ଏହା ଜଣାପଡ଼ିବ ବୋଲି ଏତଲାରେ କୁହାଯାଇଛି।
ସିବିଆଇ ଟିମ୍‌ ପ୍ରଥମେ ବାଲେଶ୍ୱର ରେଳଷ୍ଟେଶନରେ ଷ୍ଟେଶନ ମ୍ୟାନେଜରଙ୍କ ଅଧୀନରେ ଥିବା ପ୍ୟାନେଲ୍‌ ବୋର୍ଡର ୪ଜଣ କର୍ମଚାରୀଙ୍କୁ ପଚରାଉଚୁରା କରିବା ପରେ ବାହାନଗା ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ। ବାହାନଗା ଷ୍ଟେଶନ ମ୍ୟାନେଜର ରୁମ୍‌, ଷ୍ଟେଶନର ଏସ୍‌ଏସ୍‌ଆଇ ରିଲେ ରୁମ୍‌ ଓ ଷ୍ଟେଶନ ରୁମ୍‌ ଆଦି ତଦନ୍ତ କରିବା ସହିତ ରେଳଧାରଣାର ଅଫ୍‌ ଲାଇନ୍‌କୁ ଯାଇ ତଦନ୍ତ କରିଥିଲେ। ତଦନ୍ତରେ ସିବିଆଇ ଟିମ୍‌ ବିଭିନ୍ନ ରେକର୍ଡପତ୍ର ଯାଞ୍ଚ କରିବା ସହିତ କିଛି ରେକର୍ଡପତ୍ର ହେପାଜତକୁ ନେଇଥିବା ଅନୁମାନ କରାଯାଉଛି। ଏକସଙ୍ଗରେ ପଶ୍ଚିମବଙ୍ଗର ଖଡ଼ଗପୁର, ବାଲେଶ୍ୱର, ବାହାନଗା ଓ ଖୋର୍ଦ୍ଧା ରୋଡ୍‌ ଷ୍ଟେଶନରେ ବିଭିନ୍ନ ଦିଗ ଉପରେ ତଦନ୍ତ ଆରମ୍ଭ କରିଛନ୍ତି। ଘଟଣା ଦିନ ବାହାନଗା ରେଳ ଷ୍ଟେଶନରେ ଷ୍ଟେଶନ ମାଷ୍ଟର କିଏ ଥିଲେ, କେଉଁ ପରିସ୍ଥିତିରେ ସିଗନାଲ ଦିଆଯାଇଥିଲା, କ’ଣ ପାଇଁ ଲୁପ୍‌ ଲାଇନ୍‌ରେ ମାଲବୋଝେଇ ଟ୍ରେନ୍‌କୁ ଛିଡ଼ା କରାଯାଇଥିଲା, ଅଫ୍‌ଲାଇନ୍‌ରେ ଗ୍ରୀନ୍‌ ସିଗ୍‌ନାଲ ସତ୍ତ୍ୱେ ଟ୍ରାକ୍‌ ବଦଳାଯାଇଥିଲା କି ନାହିଁ ସେ ବାବଦରେ ଆସିଥିବା ତଦନ୍ତକାରୀ ଦଳ ଅନୁଧ୍ୟାନ କରୁଛନ୍ତି। ଏନେଇ ସିବିଆଇ ପକ୍ଷରୁ ଆଇପିସି ଓ ରେଲଓ୍ବେ ଆଇନର ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି। ସିବିଆଇ ଏଫଆଇଆର ମୁତାବକ ଆଇପିସିର ଦଫା ଅନୁସାରେ ୩୩୭- ଜୀବନ ପ୍ରତି ବିପଦ ଆଣିବା, ୩୩୮- ଗଭୀର ଆଘାତ ଦେଇ ଜୀବନକୁ ବିପଦରେ ପକାଇବା, ୩୦୪ (ଏ)- ଅବହେଳାରୁ ମୃତ୍ୟୁ ଓ ୩୪- ମିଳିତ ଭାବେ ଅପରାଧ ଘଟାଇବା ଏବଂ ରେଳବାଇ ଆଇନରେ ଦଫା ଅନୁସାରେ ୧୫୩- ଉଦ୍ଦେଶ୍ୟମୂଳକ ଭାବେ ରେଳଯାତ୍ରୀଙ୍କ ଜୀବନକୁ ବିପଦରେ ପକାଇବା, ୧୫୪- ଅବହେଳାରୁ ରେଳଯାତ୍ରୀଙ୍କ ଜୀବନକୁ ବିପଦକୁ ଠେଲିଦେବା ଓ ୧୭୫- ଦାୟିତ୍ୱରେ ଥିବା ରେଳ କର୍ମଚାରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ଆଦି ଥିବା ଜଣାପଡ଼ିଛି। ତେବେ ଦଫା ୩୩୭ରେ ସର୍ବାଧିକ ୫ ବର୍ଷ ଏବଂ ଅନ୍ୟ ଦଫାଗୁଡ଼ିକରେ ୨ବର୍ଷ କାରାଦଣ୍ଡ ବ୍ୟବସ୍ଥା ରହିଛି।
ପ୍ରାଥମିକ ତଦନ୍ତରେ ବାହାନଗା ଷ୍ଟେଶନ ମାଷ୍ଟର କହିଛନ୍ତି ଯେ, ପ୍ଲାଟଫର୍ମ ୨ରେ ଗ୍ରୀନ୍‌ ସିଗ୍‌ନାଲ୍‌ ଦେଇଥିଲେ। ଲୁପ୍‌ ଲାଇନ୍‌ରେ କେମିତି ଟ୍ରେନ୍‌ ଗଲା ସେ ଜାଣିନାହାନ୍ତି। ତେଣୁ ଘଟଣା ଦିନ କରମଣ୍ଡଳ ଏକ୍ସପ୍ରେସକୁ ଗ୍ରୀନ ସିଗନାଲ କେମିତି ଦିଆଗଲା ତାକୁ ନେଇ ବିଭିନ୍ନ ପ୍ରଶ୍ନ ସାମ୍ନାକୁ ଆସୁଛି। ବାହାନଗା ରେଳ ଦୁର୍ଘଟଣା ପୂର୍ବରୁ ଷ୍ଟେଶନର ଇଣ୍ଟରଲକିଂ ସିଷ୍ଟମରେ କିଛି ତ୍ରୁଟି ହୋଇଥିଲା କି? ଦୁର୍ଘଟଣା ଘଟାଇବା ପାଇଁ ଜାଣିଶୁଣି ସିଷ୍ଟମ୍‌ର ପ୍ରୋଗ୍ରାମିଂରେ କୌଣସି କାରସାଦି କରାଯାଇଛି କି? ଯାନ୍ତ୍ରିକ ତ୍ରୁଟି ଯୋଗୁ ଟ୍ରାକ୍‌ ପରିବର୍ତ୍ତନ ଓ ସିଗ୍‌ନାଲ୍‌ ଦେବାରେ କିଛି ତ୍ରୁଟି ରହିଗଲା କି? ଏସବୁ ଦିଗ ଉପରେ ସିବିଆଇ ଗୁରୁତ୍ୱ ଦେଉଥିବା ଜଣାପଡିଛି। ଅନ୍ୟପକ୍ଷରେ ରେଳ ସୁରକ୍ଷା ଆୟୁକ୍ତ (ଆରଏସ୍‌ସି) ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିବା ସହ ଅଧିକାରୀ ଓ କର୍ମଚାରୀଙ୍କୁ ଘଟଣା ସମ୍ପର୍କରେ ପଚରାଉଚୁରା କରିଛନ୍ତି। ସେହିପରି କୋଲକାତା, ହାଇଦ୍ରାବାଦ ଓ ନୂଆଦିଲ୍ଲୀରୁ ଆସିଥିବା ଫରେନସିକ୍‌ ଟିମ୍‌ ବାହାନଗା ଷ୍ଟେଶନରେ ପହଞ୍ଚତ୍ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରମାଣ ସଂଗ୍ରହ କରିଛନ୍ତି। ଗତ ସୋମବାର ଅପରାହ୍ନରେ ରେଳ ସୁରକ୍ଷା ଆୟୁକ୍ତ ଶୈଳେନ୍ଦ୍ର କୁମାର ପାଠକ ବାହାନଗା ଷ୍ଟେଶନଠାରେ ପହଞ୍ଚତ୍ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ସେ ଦୁର୍ଘଟଣାସ୍ଥଳରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବା ସହିତ ରେଳ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?