ଦଳିତ ବୋଲି ମିଳୁନି ଘରଭଡ଼ା

ସମ୍ବଲପୁର,୪ା୭(ଶୁଭାଶିଷ ପାଢ଼ୀ): ଜାତିକୁ ନେଇ ଆଜି ବି ସମାଜରେ ବିଭେଦ ଲାଗିରହିଛି। ଛଆଁଅଛୁଆଁ ଭାବ ସତେ ଯେମିତି ଲୋକଙ୍କୁ କବଳିତ କରିରଖିଛି। ଦଳିତ ଶ୍ରେଣୀର ହୋଇଥିବାରୁ ପରିବାରକୁ ମିଳିଲାନାହିଁ ଘରଭଡ଼ା। ଫଳରେ ଖୋଲା ଆକାଶ ତଳେ ଦୟନୀୟ ଭାବେ କାଳ କାଟୁଛନ୍ତି ପରିବାର ସଦସ୍ୟ। ଏଭଳି ଏକ ଘଟଣା ସମ୍ବଲପୁର ଜିଲାରେ ଦେଖିବାକୁ ମିଳିଛି। ରେଳ ବିଭାଗ ଜମି ଜବରଦଖଲ କରି ବସବାସ କରିଆସୁଥିବା ପରିବାରକୁ ବିଭାଗ ନିଜସ୍ବ ବ୍ୟବହାର ପାଇଁ ଉଚ୍ଛେଦ କରିଛି।
ପଡ଼ାର ଭକ୍ତ ବାଗ ଓ ଅନ୍ୟମାନଙ୍କ କହିବା ଅନୁଯାୟୀ, ସମ୍ବଲପୁର ଷ୍ଟେଶନ ଚେରୁଆପଡ଼ା ନିକଟରେ ରେଳ ବିଭାଗ ଜମିରେ ୫୦ବର୍ଷରୁ ଅଧିକ ସମୟ ଧରି ବସବାସ କରିଆସୁଥିଲେ। ପୂର୍ବରୁ ଅନେକଥର ନୋଟିସ ଦିଆଯାଇଥିଲା। ହେଲେ ଜୁଲାଇ ୧ତାରିଖ ସକାଳୁ ହଠାତ୍‌ ପୋଲିସ ଫୋର୍ସ ଆସି ସମସ୍ତ ଘର ଭାଙ୍ଗି ଦେଇଥିଲେ। ଫଳରେ ଦିନମଜୁରିଆ ଶ୍ରେଣୀର ପ୍ରାୟ ୫୦ ପରିବାର ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ପଡ଼ାରେ ବିଜୁଳି, ପାଣି ସହ ସରକାରୀ ଯୋଜନାରେ ପିଡିଏସ୍‌, ଭତ୍ତା ଆଦି ସୁବିଧା ମିଳୁଥିଲା। ଘରଗୁଡ଼ିକ ଭାଙ୍ଗି ଦିଆଯିବା ପରେ ପରିବାର ସଦସ୍ୟଙ୍କୁ ଋ଼ଣ ଶୁଝିବା ଚିନ୍ତା ଘାରିଛି। ଭାଙ୍ଗିବା ପୂର୍ବରୁ ଥଇଥାନ କରିବାର କୌଣସି ବ୍ୟବସ୍ଥା କରାଗଲା ନାହିଁ। କିଛି ପରିବାର ଯୁବତୀ ଓ ମହିଳାମାନଙ୍କୁ ନିଜ ସମ୍ପର୍କୀୟଙ୍କ ଘରକୁ ନେଇ ଛାଡ଼ି ଦେଇଛନ୍ତି। ଏବେ ମଧ୍ୟ ଘଟଣାସ୍ଥଳରେ ମହିଳାପୁରୁଷ ସହାୟତାକୁ ଚାହିଁ ବସିଛନ୍ତି। ଭକ୍ତ ବାଗ ଆହୁରି କହିଛନ୍ତି, ୨ଦିନ ହେଲା ଆଖପାଖ ପଡ଼ାରେ ଘରଭଡା ନେବା ପାଇଁ ଖୋଜାଖୋଜି କରିଥିଲୁ। ୩ ପରିବାର ସଦସ୍ୟ ଘର ଭଡ଼ା ସୂତ୍ରରେ ଦେଖିଥିଲେ। ମାସିକ ୭ ହଜାର ଟଙ୍କା ମଧ୍ୟ ଦେବା ପାଇଁ ରାଜି ହୋଇଥିଲେ। କିଛି ସାମଗ୍ରୀ ନେଇ ଉକ୍ତ ଘରେ ଛାଡ଼ି ଆସିଥିଲେ। ପରେ ଅଟୋରେ ସାମଗ୍ରୀ ନେଇ ଯାଉଥିବା ବେଳେ ଘର ମାଲିକ ଜାତି ବିଷୟରେ ପଚାରିଥିଲେ। ଯୁବତୀମାନେ ଗଣ୍ଡା ଜାତିର ବୋଲି କହିବାରୁ ଭଡ଼ା ଦେବାକୁ ମନା କରିଦେଇ ସାମଗ୍ରୀ ଫେରାଇନେବାକୁ କହିଥିଲେ। ଶେଷରେ ନିରାଶ ହୋଇ ସେମାନେ ଫେରିଆସିଥିଲେ। ଦଳିତ ଶ୍ରେଣୀର ହୋଇଥିବାରୁ ଏବେ ଘର ଭଡ଼ା ମଧ୍ୟ ମିଳୁନାହିଁ। ପ୍ରଶାସନ ଅସ୍ଥାୟୀ କ୍ୟାମ୍ପରେ ଆଶ୍ରୟ ଦେଇ ଖୋଲା ଆକାଶ ତଳେ ରହୁଥିବା ପରିବାର ପ୍ରତି ସହାନୁଭୂତି ଦେଖାଉ। ଘରଭଡ଼ା ମିଳିବା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯାଉ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?