କମାରଯୋଡ଼ା ପ୍ରାଥମିକ ବିଦ୍ୟାଳୟ: ଦିଆଯାଉଛି ନିମ୍ନମାନର ମଧ୍ୟାହ୍ନ ଭୋଜନ
ଯୋଡ଼ା,୭ା୩(ଡି.ଏନ.ଏ): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍ ଅନ୍ତର୍ଗତ କମାରଯୋଡ଼ା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅବ୍ୟବସ୍ଥା ଦେଖାଯାଇଛି। ନିମ୍ନମାନର ଖାଦ୍ୟ ପରସା ଯାଉଥିବା ବେଳେ ଅଧା ଦିନ ଦିଆଯାଉ ନ ଥିବା ଛାତ୍ରୀଛାତ୍ର ଅଭିଯୋଗ କରିଛନ୍ତି। ଏନେଇ ସ୍ଥାନୀୟ…
ଛାତ୍ରୀଙ୍କୁ ରୋଷେୟା ବଳାତ୍କାର ଘଟଣା: ବିନା ପଞ୍ଜୀକରଣରେ ଚାଲିଥିଲା ସ୍କୁଲ
କେନ୍ଦୁଝର,୬ା୩ (ସ୍ବ.ପ୍ର.): ଗତ ଜାନୁୟାରୀ ୨୬ ତାରିଖ ସରସ୍ବତୀ ପୂଜା ଦିନ କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ସେଣ୍ଟ ଜାଭିୟର ସ୍କୁଲରେ ଜଣେ ୬୦ ବର୍ଷୀୟ ରୋଷେୟା ଜଣେ ଛାତ୍ରୀଙ୍କୁ ବଳାତ୍କାର କରିଥିଲେ। ଘଟଣା ପରେ ସ୍କୁଲ ବନ୍ଦ ରହିଥିବା…
ଯୌତୁକ ନିର୍ଯାତନା ମାମଲା: ସ୍ବାମୀଙ୍କୁ ବର୍ଷେ ସଶ୍ରମ କାରାଦଣ୍ଡ
ଭଦ୍ରକ ଅଫିସ,୬।୩: ଭଦ୍ରକ ଏସ୍ଡିଜେଏମ୍ ଚିନ୍ମୟ କୁମାର ପାଢ଼ୀ ସୋମବାର ଏକ ଯୌତୁକ ନିର୍ଯାତନା ମାମଲାର ବିଚାର କରି ତିହିଡ଼ି ଥାନା ଅଧୀନ ତଳବନ୍ଧ ଗ୍ରାମର ଅକ୍ଷୟ କୁମାର ବେହେରାଙ୍କୁ ୧ ବର୍ଷ ସଶ୍ରମ କାରାଦଣ୍ଡ ସହ ୩ ହଜାର ଟଙ୍କା…
‘ମୋ ଝିଅକୁ ହତ୍ୟା କରାଯାଇଛି’
ପଦ୍ମପୁର,୬।୩(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଲକ୍ଷ୍ମୀଦାସପୁର ପଞ୍ଚାୟତ ଖେଡୁଆଳପୁର ଗ୍ରାମରେ ପୂଜାରାଣୀ ପୁହାଣ ନାମ୍ନୀ ଯୁବତୀ ଗତ ୨ ତାରିଖରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଏନେଇ ନାୟକାଣିଡିହୀ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ. ୫/୨୩) ରୁଜୁ…
୭ ଦିନ ପରେ ବି ଫିଟୁନି ଚିନ୍ମୟୀ ମୃତ୍ୟୁ ରହସ୍ୟ
ସମ୍ବଲପୁର,୬।୩ (ବ୍ୟୁରୋ): ଭିସୁଟ୍ ପୂର୍ବତନ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ଘଟଣାକୁ ୭ ଦିନ ବିତିଯାଇଥିଲେ ମଧ୍ୟ ଏଯାବତ୍ ମୃତ୍ୟୁ ରହସ୍ୟ ଫିଟୁନି । ସୋମବାର ପୁରୁଷବନ୍ଧୁ ପ୍ରୀତିମାନ ଦେ ଓ ମାନସ ଟୁଡୁଙ୍କ ଲାଏଡିଟେକ୍ସନ ଟେଷ୍ଟ ରିପୋର୍ଟ ଆସିବ । ଏଥିସହ…
ଘରେ ଘରେ ବ୍ୟାପୁଛି ଥଣ୍ଡା, ଜ୍ୱର
ବ୍ରହ୍ମପୁର ଅଫିସ,୬ା୩- କରୋନା ସହ ଜନସାଧାରଣ ସଂଘର୍ଷ କରିଆସିଥିବା ବେଳେ ଏବେ ଘରେ ଘରେ ଥଣ୍ଡାକାଶ ଓ ଜ୍ୱର ଯୋଗୁ ଲୋକେ ଚିନ୍ତାରେ ପଡିଛନ୍ତି। ଗତ ଡିସେମ୍ବର ୧୦ରୁ ଏଯାବତ ହୋଇଥିବା ନିରୀକ୍ଷଣରୁ ଏଭଳି ସୂଚନା ମିଳିଛି। ଶ୍ୱାସ ସଂକ୍ରମଣ ଲକ୍ଷଣ…
ଦଳ ବିରୋଧୀ କାର୍ଯ୍ୟ ଯୋଗୁ ନିଲମ୍ବିତ ହେଲେ ବ୍ଲକ ବିଜେଡି ସଭାପତି
କେନ୍ଦୁଝର,୬।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ବ୍ଲକ ବିଜେଡି ସଭାପତି ମନ୍ମଥ ରାଉତଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବିତ କରାଯାଇଛି। ପ୍ରେସ ରିଲିଜ ଜରିଆରେ ରାଜ୍ୟ ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ ଏହି ସୂଚନା ଦେଇଛନ୍ତି।
ଜଙ୍ଗଲରୁ ନିଆଁ ଲିଭାଇଲେ ମହିଳା
କେନ୍ଦୁଝର,୬।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ହଦଗଡ଼ ଅଭୟାରଣ୍ୟ ମଧ୍ୟରେ ଥିବା କଅଁଳେଇ ବାଲିପାଳ ଗ୍ରାମଞ୍ଚଳ ସ୍ଥିତ ହେମଗଡ, ଅଶ୍ନପାଣି, ହାଣ୍ଡିପାଁଣ, ପେଣିପଥର ଜଙ୍ଗଲରେ ନିଁଆ ଲାଗିଛି। ଏହି ଖବର ପାଇ ସୋମବାର ସକାଳେ କଅଁଳେଇ, ବାଲିପାଳ ଗ୍ରାମର ମା’ସୁନ୍ଧୁରାସୁଣୀ…
ଏଟିଏମ୍ କାଟି ଲୁଟିନେଲେ
ନିରାକାରପୁର,୬।୩(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ନିକଟରେ ଥିବା ଏସ୍ବିଆଇ ଏଟିଏମ୍ କାଉଣ୍ଟରରୁ ବଡ଼ ଧରଣର ଲୁଟ ହୋଇଛି। ଦୁର୍ବୃତ୍ତମାନେ ଏଟିଏମ୍ କାଟି ସମସ୍ତ ଟଙ୍କା ଲୁଟି ନେଇଛନ୍ତି। ମିଳିଥିବା ସୂଚନା ମୁତାବକ, ଏକ ଧଳା କାରରେ କେତେକ ଦୁର୍ବୃତ୍ତ ଆସି…
ବିଜେଡିରୁ ନିଲମ୍ବିତ ହେଲେ ଜିଲା ସମ୍ପାଦକ
ବାରିପଦା ଅଫିସ,୬।୩: ମୟୂରଭଞ୍ଜ ଜିଲା ବିଜୁ ଜନତା ଦଳର ଜିଲା ସମ୍ପାଦକ ପ୍ରବୀର ଚନ୍ଦ୍ର ସାଏକୁ ଦଳରୁ ନିଲମ୍ବିତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ଯୋଗୁ ଏଭଳି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି। ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ…
ବାଣ ଭିଡ଼ାକୁ ନ ଥିଲା ଅନୁମତି: ଜିଲାପାଳ
ଖୋର୍ଦ୍ଧା ଅଫିସ, ୬।୩: ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଭୁଷଣ୍ଡପୁର ଜେଟିରେ ସୋମବାର ଭୟଙ୍କର ବାଣ ବିସ୍ଫେରରଣ ଘଟିଛି। ତେବେ ସ୍ଥିତି ଅନୁଧ୍ୟାନ କରି ଜିଲାପାଳ କହିଛନ୍ତି, ବାଣ ଭିଡ଼ା ପାଇଁ କୌଣସି ଅନୁମତି ନେଇ ନ ଥିଲେ। ବିନା ଅନୁମତିରେ…
ବାର୍କାଉନସିଲ ସଭ୍ୟ ଲାଗି ନାମାଙ୍କନ ଦାଖଲ
ପୁରୁଷୋତ୍ତମପୁର,୬।୩(ଡି.ଏନ୍.ଏ.): ଷ୍ଟେଟ ବାର୍କାଉନସିଲ (ରାଜ୍ୟ ଆଇନଜୀବୀ ପରିଷଦ) ସଭ୍ୟ ଲାଗି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ବରିଷ୍ଠ ଆଇନଜୀବୀ ଅରୁଣ କୁମାର ପଣ୍ଡା ନିଜ ସମର୍ଥକଙ୍କ ସହ ସୋମବାର କଟକ ଷ୍ଟେଟ ବାର୍କାଉନସିଲ ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ…
Archives


