ଡିଏମ୍‌ଏଫ୍‌ ପାଣ୍ଠିର ହରିଲୁଟ ଅଭିଯୋଗ

ଯାଜପୁର,୨୫ା୭(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ଖଣି ଖାଦାନ ଭରା ଅଞ୍ଚଳର ବିକାଶ ପାଇଁ ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ଗଠିତ ହୋଇଛି। ବିଶେଷକରି ଖଣି ଖାଦାନ ଦ୍ୱାରା ପ୍ରଭାବିତ ସୁକିନ୍ଦା ଅଞ୍ଚଳର ଆଦିବାସୀମାନଙ୍କ ବିକାଶ ପାଇଁ ଡିଏମ୍‌ଏଫ୍‌ ପାଣ୍ଠିର ବିନିଯୋଗ ହେଉଛି। ଗମନାଗମନ ଏବଂ ସ୍ବାସ୍ଥ୍ୟ କ୍ଷେତ୍ରର ବିକାଶ ପାଇଁ ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନ-୧କୁ ଦାୟିତ୍ୱ ଦିଆଯାଇଛି। ଏହିକ୍ରମରେ ୨୦୨୧-୨୨ ପର୍ଯ୍ୟନ୍ତ ୨୩ଟି ବିଭିନ୍ନ ପ୍ରକଳ୍ପ ପାଇଁ ଡିଏମ୍‌ଏଫ୍‌ ପାଣ୍ଠିରୁ ୪୮ କୋଟି ୩୪ ଲକ୍ଷ ୧୬ ହଜାର ୬୯୫ ଟଙ୍କା ପ୍ରଦାନ କରାଯାଇଛି। ସେଥିରୁ ୩୦ା୬ା୨୦୨୩ ପର୍ଯ୍ୟନ୍ତ ୪୮ କୋଟି ୧୫ ଲକ୍ଷ ୫୯ ହଜାର ୨୦୭ ଟଙ୍କା ଖର୍ଚ୍ଚ ହୋଇଥିବା ବିଭାଗୀୟ ରିପୋର୍ଟରୁ ଜଣାପଡିଛି। କିନ୍ତୁ ଠିକାଦାରୀ ରାଜନୀତି ଯୋଗୁ ପ୍ରଭାବିତ ଲୋକଙ୍କ ସମସ୍ୟାକୁ ଦଳିଚକଟି ଦିଆଯାଉଛି। ଅବହେଳିତ ଆଦିବାସୀ ବର୍ଗର ଲୋକଙ୍କ ନିକଟରେ ଏହାର ସୁଫଳ କିଭଳି ପହଞ୍ଚି ପାରିବ ସେନେଇ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଆଦୌ ଚିନ୍ତା ନଥିବା ଭଳି ମନେ ହେଉଛି। ଏହାର ଜ୍ୱଳନ୍ତ ଉଦାହରଣ ସୁକିନ୍ଦା ବ୍ଲକ ରଁାସୋଲ ପଞ୍ଚାୟତ କୁସୁମୁଣ୍ଡିଆ ଗ୍ରାମରେ ମାଙ୍କଡିଆ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ବସତି କଲୋନୀ ନିର୍ମାଣରେ ଜଳଜଳ ହୋଇ ଦିଶୁଛି। ଅନୁଦାନର ପ୍ରାୟ ୮୦% ଖର୍ଚ୍ଚ ହୋଇସାରିଥିଲେ ହେଁ ପ୍ରକଳ୍ପ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ଏନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଛି। ଏହାବାଦ୍‌ ରାସ୍ତା ନିର୍ମାଣରେ ମଧ୍ୟ ଡିଏମ୍‌ଏଫ୍‌ ପାଣ୍ଠିର ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି।
ଜଙ୍ଗଲ ଜମି ଅଧିକାର ଆଇନ ମାଧ୍ୟମରେ ମାଙ୍କଡିଆ ସମ୍ପ୍ରଦାୟର ୮୭ ପରିବାରବର୍ଗଙ୍କୁ ଜମି ଯୋଗାଇ ଗୃହ ନିର୍ମାଣ ବାବଦକୁ ୩ କୋଟି ୨୫ ଲକ୍ଷ ୧୮ ହଜାର ୩୯୨ ଟଙ୍କା ଡିଏମ୍‌ଏଫ୍‌ ପାଣ୍ଠିରୁ ମଞ୍ଜୁର ହୋଇଛି। ସେଥିରୁ ୨୦୨୧-୨୨ ସୁଦ୍ଧା ୨ କୋଟି ୮୧ ଲକ୍ଷ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିବାବେଳେ ସେଥିରୁ ୨ କୋଟି ୮୧ ଲକ୍ଷ ୧୯ ହଜାର ୯୨୯ ଟଙ୍କା ଖର୍ଚ୍ଚ ହୋଇସାରିଛି। ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନ-୧ର ନିର୍ବାହୀ ଯନ୍ତ୍ରୀ ଖର୍ଚ୍ଚ ପରିମାଣର ବିନିଯୋଗ ପତ୍ର(ୟୁସି) ଦାଖଲ ମଧ୍ୟ କରି ସାରିଛନ୍ତି। ଯାଜପୁର ଜିଲାପାଳ ତଥା ଡିଏମ୍‌ଏଫ୍‌ ଟ୍ରଷ୍ଟିଙ୍କୁ ଏହି ୟୁସି ଦାଖଲ ସମ୍ପର୍କରେ ନିର୍ବାହୀ ଯନ୍ତ୍ରୀ ୨୦ା୭ା୨୦୨୩ରେ ରିପୋର୍ଟ ମଧ୍ୟ ପ୍ରଦାନ କରି ସାରିଛନ୍ତି। ହେଲେ ବାସ୍ତବରେ ମାତ୍ର ୧୬ଟି କୋଠରୀ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବାବେଳେ ଅଧିକାଂଶରେ ଫାଟ ସୃଷ୍ଟି ହୋଇଛି। ଅନ୍ୟ କେତେକ କୋଠରୀ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ଏଥିରୁ ସିଂହଭାଗ ଅର୍ଥ ସମ୍ପୃକ୍ତ ଠିକାଦାର ଓ ଯନ୍ତ୍ରୀ ମିଳିମିଶି ହଡ଼ପ କରିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ଠିକାଦାର ଓ ଯନ୍ତ୍ରୀଙ୍କୁ ଉଚ୍ଚ କର୍ତ୍ତୃପକ୍ଷ ଘଣ୍ଟ ଘୋଡ଼ାଇବାକୁ ଉଦ୍ୟମ କରୁଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏହାବାଦ୍‌ ଅଶୋକଝରଠାରୁ ତଳନଗଡାକୁ ରାସ୍ତା, ମଙ୍ଗଳପୁରଠାରୁ ଆମ୍ପୋଲବା, ଟିସ୍କୋ ଗେଟ୍‌ଠାରୁ ଦେଓଗଁା, ଦାମୋଦରମଠ ଛକଠାରୁ ନଟିସାହି, ପିଡବ୍ଲ୍ୟୁଡି ରାସ୍ତାଠାରୁ ପଟଣା, କାଦୁଅବନ୍ଦୀଠାରୁ ପିମ୍ପୁଡ଼ିଆ, ବାମନଗର ରାସ୍ତା, ପାଟନାଠାରୁ ଚିଙ୍ଗୁଡିଆପାଲ, ନଟିସାହିଠାରୁ କୋଇଲୋ, ପଟଣାଠାରୁ ପୋଡ଼ହରା, ପୋଡ଼ହରାଠାରୁ ନାତୁର ଇତ୍ୟାଦି ରାସ୍ତା ମରାମତି ଓ ନିର୍ମାଣ ବାବଦକୁ ଡିଏମ୍‌ଏଫ୍‌ ପାଣ୍ଠିରୁ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି।
ସେହିପରି ସ୍ବାସ୍ଥ୍ୟ କ୍ଷେତ୍ରରେ ସୁକିନ୍ଦା ପିଏଚ୍‌ସିରେ ୱାର୍ଡ ବିଲ୍ଡିଂ, ଡୁବୁରୀଠାରେ ପିଏଚ୍‌ସି ନ୍ୟୁ, ଗୋବର୍ଦ୍ଧନପୁର ଠାରେ ପିଏଚ୍‌ସି ନ୍ୟୁ, ସୁକିନ୍ଦାଠାରେ ପ୍ରସୂତି ବିଶ୍ରାମଗାର, ଦେଓଗଁା ଓ ଚିଙ୍ଗୁଡିଆପାଲଠାରେ ସବ୍‌ସେଣ୍ଟର, ଦାନଗଦି ସିଏଚ୍‌ସି ମରାମତି ଇତ୍ୟାଦି ନିର୍ମାଣରେ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ଉଠିଛି। ଏଭଳି ଭାବେ ଡିଏମ୍‌ଏଫ୍‌ ପାଣ୍ଠିର ବିନିଯୋଗରେ ବ୍ୟାପକ ହେରଫେର ଯୋଗୁ ଖଣି ଖାଦାନ ପ୍ରଭାବିତ ଲୋକଙ୍କ ବିକାଶ ଲକ୍ଷ୍ୟ ପରାହତ ହୋଇଥିବା ମତପ୍ରକାଶ ପାଇଛି। ମାଙ୍କଡିଆ ବସତି କଲୋନୀ ନିର୍ମାଣରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତି ସିଂହ ରାଠୋର ପୂର୍ବରୁ କହିଛନ୍ତି, ଦାୟିତ୍ୱରେ ଥିବା ଠିକାସଂସ୍ଥାକୁ ପରିବର୍ତ୍ତନ କରାଯାଇ ପୁଣି କାମ ଆରମ୍ଭ କରାଯାଉଛି। ନିମ୍ନମାନର କାର୍ଯ୍ୟ ଅଭିଯୋଗରେ ତଦନ୍ତ ହେବ ଏବଂ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ସମ୍ପୃକ୍ତ ଯନ୍ତ୍ରୀ କିିିିିିିିିିିିମ୍ବା ଠିକାଦାରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବା ଜଣାପଡ଼ିଛି। ଡିଏମ୍‌ଏଫ୍‌ ପାଣ୍ଠିର ଅନିୟମିତତା ସମ୍ପର୍କରେ ମତାମତ ନେବାକୁ ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଜ୍ଞାନରଞ୍ଜନ ନାୟକଙ୍କ ମୋବାଇଲ ନମ୍ବରକୁ ସୋମବାର ଅପରାହ୍ନରେ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର ): ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଏପରିକି ମା’ଙ୍କ ନିକଟରେ...

ନାମାଙ୍କନପତ୍ର ଦାଖଲ କଲେ ପ୍ରଣବ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ନିଶ୍ଚିତ ଯେ…

ଭୁବନେଶ୍ୱର,୩୦।୪: ସମ୍ବଲପୁର ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଦଳୀୟ କର୍ମୀ ଓ ହଜାର...

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା...

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

କଣ୍ଟେନରରେ ଲାଗିଲା ଭୟଙ୍କର ନିଆଁ: ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ

କଟକ, ୩୦।୦୪ (କାର୍ତ୍ତିକ ସାହୁ): ଜଗତପୁର ଥାନା ଅନ୍ତର୍ଗତ ନଜରପୁରଠାରେ ଥିବା ଶ୍ରମିକ ମାନଙ୍କର ରହିବା ପାଇଁ ଛ’ଟି କଣ୍ଟେନରରେ ସୋମବାର ବିଳମ୍ବିତ ରାତି ପ୍ରାୟ...

ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ

ନୟାଗଡ଼,୩୦।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ଜଙ୍ଗଲରେ ଲାଗୁଥିବା ନିଆଁ ଚିନ୍ତା ବଢାଇ ଦେଲାଣି। ଅଗ୍ନିବର୍ଷା ବେଳେ ଜଙ୍ଗଲର ନିଆଁର ତାତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri