ଡିଏମ୍‌ଏଫ୍‌ ପାଣ୍ଠିର ହରିଲୁଟ ଅଭିଯୋଗ

ଯାଜପୁର,୨୫ା୭(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ଖଣି ଖାଦାନ ଭରା ଅଞ୍ଚଳର ବିକାଶ ପାଇଁ ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ଗଠିତ ହୋଇଛି। ବିଶେଷକରି ଖଣି ଖାଦାନ ଦ୍ୱାରା ପ୍ରଭାବିତ ସୁକିନ୍ଦା ଅଞ୍ଚଳର ଆଦିବାସୀମାନଙ୍କ ବିକାଶ ପାଇଁ ଡିଏମ୍‌ଏଫ୍‌ ପାଣ୍ଠିର ବିନିଯୋଗ ହେଉଛି। ଗମନାଗମନ ଏବଂ ସ୍ବାସ୍ଥ୍ୟ କ୍ଷେତ୍ରର ବିକାଶ ପାଇଁ ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନ-୧କୁ ଦାୟିତ୍ୱ ଦିଆଯାଇଛି। ଏହିକ୍ରମରେ ୨୦୨୧-୨୨ ପର୍ଯ୍ୟନ୍ତ ୨୩ଟି ବିଭିନ୍ନ ପ୍ରକଳ୍ପ ପାଇଁ ଡିଏମ୍‌ଏଫ୍‌ ପାଣ୍ଠିରୁ ୪୮ କୋଟି ୩୪ ଲକ୍ଷ ୧୬ ହଜାର ୬୯୫ ଟଙ୍କା ପ୍ରଦାନ କରାଯାଇଛି। ସେଥିରୁ ୩୦ା୬ା୨୦୨୩ ପର୍ଯ୍ୟନ୍ତ ୪୮ କୋଟି ୧୫ ଲକ୍ଷ ୫୯ ହଜାର ୨୦୭ ଟଙ୍କା ଖର୍ଚ୍ଚ ହୋଇଥିବା ବିଭାଗୀୟ ରିପୋର୍ଟରୁ ଜଣାପଡିଛି। କିନ୍ତୁ ଠିକାଦାରୀ ରାଜନୀତି ଯୋଗୁ ପ୍ରଭାବିତ ଲୋକଙ୍କ ସମସ୍ୟାକୁ ଦଳିଚକଟି ଦିଆଯାଉଛି। ଅବହେଳିତ ଆଦିବାସୀ ବର୍ଗର ଲୋକଙ୍କ ନିକଟରେ ଏହାର ସୁଫଳ କିଭଳି ପହଞ୍ଚି ପାରିବ ସେନେଇ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଆଦୌ ଚିନ୍ତା ନଥିବା ଭଳି ମନେ ହେଉଛି। ଏହାର ଜ୍ୱଳନ୍ତ ଉଦାହରଣ ସୁକିନ୍ଦା ବ୍ଲକ ରଁାସୋଲ ପଞ୍ଚାୟତ କୁସୁମୁଣ୍ଡିଆ ଗ୍ରାମରେ ମାଙ୍କଡିଆ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ବସତି କଲୋନୀ ନିର୍ମାଣରେ ଜଳଜଳ ହୋଇ ଦିଶୁଛି। ଅନୁଦାନର ପ୍ରାୟ ୮୦% ଖର୍ଚ୍ଚ ହୋଇସାରିଥିଲେ ହେଁ ପ୍ରକଳ୍ପ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ଏନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଛି। ଏହାବାଦ୍‌ ରାସ୍ତା ନିର୍ମାଣରେ ମଧ୍ୟ ଡିଏମ୍‌ଏଫ୍‌ ପାଣ୍ଠିର ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି।
ଜଙ୍ଗଲ ଜମି ଅଧିକାର ଆଇନ ମାଧ୍ୟମରେ ମାଙ୍କଡିଆ ସମ୍ପ୍ରଦାୟର ୮୭ ପରିବାରବର୍ଗଙ୍କୁ ଜମି ଯୋଗାଇ ଗୃହ ନିର୍ମାଣ ବାବଦକୁ ୩ କୋଟି ୨୫ ଲକ୍ଷ ୧୮ ହଜାର ୩୯୨ ଟଙ୍କା ଡିଏମ୍‌ଏଫ୍‌ ପାଣ୍ଠିରୁ ମଞ୍ଜୁର ହୋଇଛି। ସେଥିରୁ ୨୦୨୧-୨୨ ସୁଦ୍ଧା ୨ କୋଟି ୮୧ ଲକ୍ଷ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିବାବେଳେ ସେଥିରୁ ୨ କୋଟି ୮୧ ଲକ୍ଷ ୧୯ ହଜାର ୯୨୯ ଟଙ୍କା ଖର୍ଚ୍ଚ ହୋଇସାରିଛି। ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନ-୧ର ନିର୍ବାହୀ ଯନ୍ତ୍ରୀ ଖର୍ଚ୍ଚ ପରିମାଣର ବିନିଯୋଗ ପତ୍ର(ୟୁସି) ଦାଖଲ ମଧ୍ୟ କରି ସାରିଛନ୍ତି। ଯାଜପୁର ଜିଲାପାଳ ତଥା ଡିଏମ୍‌ଏଫ୍‌ ଟ୍ରଷ୍ଟିଙ୍କୁ ଏହି ୟୁସି ଦାଖଲ ସମ୍ପର୍କରେ ନିର୍ବାହୀ ଯନ୍ତ୍ରୀ ୨୦ା୭ା୨୦୨୩ରେ ରିପୋର୍ଟ ମଧ୍ୟ ପ୍ରଦାନ କରି ସାରିଛନ୍ତି। ହେଲେ ବାସ୍ତବରେ ମାତ୍ର ୧୬ଟି କୋଠରୀ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବାବେଳେ ଅଧିକାଂଶରେ ଫାଟ ସୃଷ୍ଟି ହୋଇଛି। ଅନ୍ୟ କେତେକ କୋଠରୀ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ଏଥିରୁ ସିଂହଭାଗ ଅର୍ଥ ସମ୍ପୃକ୍ତ ଠିକାଦାର ଓ ଯନ୍ତ୍ରୀ ମିଳିମିଶି ହଡ଼ପ କରିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ଠିକାଦାର ଓ ଯନ୍ତ୍ରୀଙ୍କୁ ଉଚ୍ଚ କର୍ତ୍ତୃପକ୍ଷ ଘଣ୍ଟ ଘୋଡ଼ାଇବାକୁ ଉଦ୍ୟମ କରୁଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏହାବାଦ୍‌ ଅଶୋକଝରଠାରୁ ତଳନଗଡାକୁ ରାସ୍ତା, ମଙ୍ଗଳପୁରଠାରୁ ଆମ୍ପୋଲବା, ଟିସ୍କୋ ଗେଟ୍‌ଠାରୁ ଦେଓଗଁା, ଦାମୋଦରମଠ ଛକଠାରୁ ନଟିସାହି, ପିଡବ୍ଲ୍ୟୁଡି ରାସ୍ତାଠାରୁ ପଟଣା, କାଦୁଅବନ୍ଦୀଠାରୁ ପିମ୍ପୁଡ଼ିଆ, ବାମନଗର ରାସ୍ତା, ପାଟନାଠାରୁ ଚିଙ୍ଗୁଡିଆପାଲ, ନଟିସାହିଠାରୁ କୋଇଲୋ, ପଟଣାଠାରୁ ପୋଡ଼ହରା, ପୋଡ଼ହରାଠାରୁ ନାତୁର ଇତ୍ୟାଦି ରାସ୍ତା ମରାମତି ଓ ନିର୍ମାଣ ବାବଦକୁ ଡିଏମ୍‌ଏଫ୍‌ ପାଣ୍ଠିରୁ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି।
ସେହିପରି ସ୍ବାସ୍ଥ୍ୟ କ୍ଷେତ୍ରରେ ସୁକିନ୍ଦା ପିଏଚ୍‌ସିରେ ୱାର୍ଡ ବିଲ୍ଡିଂ, ଡୁବୁରୀଠାରେ ପିଏଚ୍‌ସି ନ୍ୟୁ, ଗୋବର୍ଦ୍ଧନପୁର ଠାରେ ପିଏଚ୍‌ସି ନ୍ୟୁ, ସୁକିନ୍ଦାଠାରେ ପ୍ରସୂତି ବିଶ୍ରାମଗାର, ଦେଓଗଁା ଓ ଚିଙ୍ଗୁଡିଆପାଲଠାରେ ସବ୍‌ସେଣ୍ଟର, ଦାନଗଦି ସିଏଚ୍‌ସି ମରାମତି ଇତ୍ୟାଦି ନିର୍ମାଣରେ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ଉଠିଛି। ଏଭଳି ଭାବେ ଡିଏମ୍‌ଏଫ୍‌ ପାଣ୍ଠିର ବିନିଯୋଗରେ ବ୍ୟାପକ ହେରଫେର ଯୋଗୁ ଖଣି ଖାଦାନ ପ୍ରଭାବିତ ଲୋକଙ୍କ ବିକାଶ ଲକ୍ଷ୍ୟ ପରାହତ ହୋଇଥିବା ମତପ୍ରକାଶ ପାଇଛି। ମାଙ୍କଡିଆ ବସତି କଲୋନୀ ନିର୍ମାଣରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତି ସିଂହ ରାଠୋର ପୂର୍ବରୁ କହିଛନ୍ତି, ଦାୟିତ୍ୱରେ ଥିବା ଠିକାସଂସ୍ଥାକୁ ପରିବର୍ତ୍ତନ କରାଯାଇ ପୁଣି କାମ ଆରମ୍ଭ କରାଯାଉଛି। ନିମ୍ନମାନର କାର୍ଯ୍ୟ ଅଭିଯୋଗରେ ତଦନ୍ତ ହେବ ଏବଂ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ସମ୍ପୃକ୍ତ ଯନ୍ତ୍ରୀ କିିିିିିିିିିିିମ୍ବା ଠିକାଦାରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବା ଜଣାପଡ଼ିଛି। ଡିଏମ୍‌ଏଫ୍‌ ପାଣ୍ଠିର ଅନିୟମିତତା ସମ୍ପର୍କରେ ମତାମତ ନେବାକୁ ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଜ୍ଞାନରଞ୍ଜନ ନାୟକଙ୍କ ମୋବାଇଲ ନମ୍ବରକୁ ସୋମବାର ଅପରାହ୍ନରେ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?