ଆମ ଜିଲା ଖବର

ଦାରିଙ୍ଗବାଡ଼ିରେ ପ୍ରଥମଥର ଫଳିଛି ସେଓ

ଦାରିଙ୍ଗବାଡ଼ି,୨୮ା୬(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳ ଏକ ପର୍ଯ୍ୟଟନସ୍ଥଳ ଭାବେ ସାରା ରାଜ୍ୟ ତଥା ରାଜ୍ୟ ବାହାରେ ଜଣାଶୁଣା। ଏଠାକାର ଜଳବାୟୁ ସାରା ଭାରତ ବର୍ଷରେ ଏକ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିଛି। ହଳଦୀ…

ବାହୁଡ଼ାରେ ଅଘଟଣ:ପୋଲ ତଳକୁ ଖସିଲା ପିକଅପ, ଚାଳକ ମୃତ,୮ଗୁରୁତର

ଭବାନୀପାଟଣା,୨୮।୬(ଉତ୍ତମ କୁମାର ଦାଶ): ବାହୁଡ଼ାରେ ଅଘଟଣ। କଳାହାଣ୍ଡି ଜିିଲା ଜୟପାଟଣା ବ୍ଲକ ଢୁଲୁ ଘାଟିରେ ବୁଧବାର ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପଣସ ବୋଝେଇ ଆସୁଥିବା ଏକ ପିକ୍‌ଅପ ଭ୍ୟାନ ପୋଲତଳକୁ ଖସି ପଡିବାରୁ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।…

ନବରଙ୍ଗପୁର ଅତିରିକ୍ତ ଉପଜିଲାପାଳଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର,୨୮।୬(ସତ୍ୟଜିତ୍‌ ରାଉତ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିବା ନବରଙ୍ଗପୁରର କୋଟିପତି ଅତିରିକ୍ତ ଉପଜିଲାପାଳ ପ୍ରଶାନ୍ତ ରାଉତଙ୍କୁ ରାଜ୍ୟ ସରକାର ମଙ୍ଗଳବାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଅପାରଗତା ଓ ଦୁର୍ନୀତି ପାଇଁ ପ୍ରଶାନ୍ତଙ୍କ ବିରୋଧରେ ଏଭଳି…

ଯାତ୍ରୀଙ୍କ ପାଇଁ ବ୍ୟବସ୍ଥା କର: ହାଇକୋର୍ଟ

କଟକ,୨୮।୬ (କାର୍ତ୍ତିକ ସାହୁ) ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଓ ସୁନାବେଶ ଉପଲକ୍ଷେ ପୁରୀକୁ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ ନିମନ୍ତେ ରେଲଓ୍ବେ ବୋର୍ଡକୁ ହାଇକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ବିଚାରପତି ଶୁଭାଶିଷ…

ପ୍ରକାଶ ପାଇଲା ଓଜେଏସ୍‌ ପ୍ରିଲିମିନାରି ଲିଖିତ ପରୀକ୍ଷାଫଳ

କଟକ,୨୮।୬(ସୁପ୍ରିୟା ପ୍ରିୟଦର୍ଶିନୀ): ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ଓଡ଼ିଶା ନ୍ୟାୟିକ ସେବା(ଓଜେଏସ୍‌)୨୦୨୨ ପ୍ରିଲିମିନାରି ଲିଖିତ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ୯୯୪ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୫୬୨ ଜଣ ମହିଳା ଅଛନ୍ତି। ଏହି ପରୀକ୍ଷା…

ଡ୍ରାଇଭର ଗିରଫ, ମାଲିକ ଫେରାର

ବ୍ରହ୍ମପୁର(ସୁବାସ ଚନ୍ଦ୍ର ପାଢ଼ୀ)/ଦିଗପହଣ୍ଡି (ଅଶେଷ ନାଥ ମିଶ୍ର),୨୮।୬: ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଖେମୁଣ୍ଡି କଲେଜ ଛକରେ ରବିବାର ବିଳମ୍ବିତ ରାତିରେ ଓଏସ୍‌ଆରଟିସି ବସ ଧକ୍କାରେ ଘରୋଇ ମିନିବସ୍‌ ଚୁରମାର ହୋଇଯାଇଥିଲା। ବାହାଘର ପରେ ଝିଅ ବିଦା କରି ମିନିବସ୍‌ରେ…

ବର ପ୍ରସେଶନ ଉପରେ ଚଢ଼ିଗଲା ଟ୍ରକ: ୫ ମୃତ ୮ ଆହତ

କେନ୍ଦୁଝର,୨୮।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପୁରୁଣା ସହରର ଷଠିଘରସାହି ନିକଟରେ ୨୦ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବର ଯାତ୍ରୀ ପ୍ରସେଶନ ଉପରେ ଦ୍ରୁତଗାମୀ ଟ୍ରକ ଚଢ଼ି ଯିବାରୁ ଘଟଣାସ୍ଥଳରେ ୫…

କାଳିଆର ପହଣ୍ଡି ଆରମ୍ଭ

ପୁରୀ,୨୮।୬(ଅଜିତ ମହାନ୍ତି): ଜନ୍ମବେଦିରେ ଲୀଳାଖେଳା ସାରି ଆଜି ପୁଣି ଶ୍ରୀମନ୍ଦିରକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି। ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ପରେ ମା’ ସୁଭଦ୍ରାଙ୍କର ପହଣ୍ଡି ଆରମ୍ଭ ହୋଇଥିଲା। ଏବେ ଜଗତର ନାଥ ଜଗନ୍ନାଥଙ୍କ ପହଣ୍ଡି ପହଣ୍ଡି ଆରମ୍ଭ ହୋଇଛି।

ଜୁଲାଇ ୩ରୁ ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା

କଟକ,୨୮।୬(ସୁପ୍ରିୟା ପ୍ରିୟଦର୍ଶିନୀ): ଆସନ୍ତା ଜୁଲାଇ ୩ରୁ ୮ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବ। ମୋଟ ୮୦ଟି କେନ୍ଦ୍ରରେ ଛାତ୍ରୀଛାତ୍ରମାନେ ପରୀକ୍ଷା ଦେବେ। ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଚଳିତବର୍ଷ…

ବଳଭଦ୍ର ରଥାରୁଢ ହେବା ପରେ ଦେବୀ ସୁଭଦ୍ରାଙ୍କର ପହଣ୍ଡି ଆରମ୍ଭ

ପୁରୀ,୨୮।୬(ଅଜିତ ମହାନ୍ତି): ଜନ୍ମବେଦିରେ ଲୀଳାଖେଳା ସାରି ଆଜି ପୁଣି ଶ୍ରୀମନ୍ଦିରକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି। ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ଆଗରେ ଶ୍ରୀଜିଉମାନଙ୍କ ଅପେକ୍ଷାରେ ଦଣ୍ଡାୟମାନ ହୋଇଛନ୍ତି ତିନି ରଥ। ଧାଡ଼ି ପହଣ୍ଡିରେ ଦର୍ପଦଳନରେ ଶ୍ରୀସୁଦର୍ଶନ ବିରାଜମାନ କରିସାରିବା ପରେ ଶ୍ରୀ ବଳଭଦ୍ରଙ୍କ…

ମୌଳିକ ସୁବିଧାରୁ ବଞ୍ଚିତ ନଗଡ଼ା ତୁମୁଣି ଆଦିବାସୀ

କଟକ,୨୮।୬ (କାର୍ତ୍ତିକ ସାହୁ): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡ଼ା ନିକଟ ତୁମୁଣି ଅଞ୍ଚଳର ଆଦିବାସୀଙ୍କୁ ସ୍ବାସ୍ଥ୍ୟସେବା, ଶିକ୍ଷା ଓ ଜଳଯୋଗାଣ ଆଦି ମୌଳିକ ସୁବିଧା ନ ମିଳିବା ନେଇ ହାଇକୋର୍ଟରେ ପୁଣି ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି।…

ଭିଜିଲାନ୍ସ ଜାଲରେ ବନାଞ୍ଚଳ ଅଧିକାରୀ

ବ୍ରହ୍ମପୁର(ସୁବାସ ଚନ୍ଦ୍ର ପାଢ଼ୀ),୨୮।୬: ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ କାହ୍ନୁଚରଣ ପଟ୍ଟନାୟକ ସୋମବାର ବିଳମ୍ବିତ ରାତିରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେ ବ୍ରହ୍ମପୁରରୁ ଏକ ବୋଲେରୋ ଗାଡ଼ିରେ ସୋମବାର ରାତିରେ ଦିଗପହଣ୍ଡି ଫେରୁଥିବା ବେଳେ ଭିଜିଲାନ୍ସ ଟିମ୍‌ ରାସ୍ତାରେ ଅଟକାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?