ଆମ ଜିଲା ଖବର

ଗରମରେ ବାରଣ୍ଡାରେ ଶୋଉଛନ୍ତି ପ୍ରସୂତି, ନବଜାତ ଶିଶୁ

କେନ୍ଦୁଝର,୨୦ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ମାତୃ ଓ ଶିଶୁ ଚିକିତ୍ସାଳୟରେ ନବଜାତ ଶିଶୁ ସହିତ ପ୍ରସୂତି ମହିଳା ବେଡ୍‌ ଅଭାବରୁ ତଳେ ଶୋଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଗୋଟିଏ ନୁହେଁ ଏଭଳି ବହୁ ପ୍ରସୂତି ନବଜାତ ଶିଶୁକୁ ଧରି…

ପୁଅବୋହୂଙ୍କ ଆକ୍ରମଣରେ ମା’ଙ୍କ ଜୀବନ ଯିବା ଘଟଣା: ପୁଅ ଗିରଫ

ଦାରିଙ୍ଗବାଡ଼ି,୨୦ା୪(ଡି.ଏନ୍‌.ଏ.): ପୁଅବୋହୂଙ୍କ ଆକ୍ରମଣରେ ବୃଦ୍ଧା ମା’ଙ୍କ ମୃତ୍ୟୁ ଘଟଣାରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ଗୁରୁବାର ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ହେଲେ ମୃତ ବୃଦ୍ଧା ପୁଷ୍ପାଞ୍ଜଳି ପରିଚ୍ଛାଙ୍କ ପୁଅ ସୁନାମ ପରିଛା। ତାଙ୍କ ନାମରେ…

ଗଛରେ ପିଟିହେଲା ତହସିଲଦାରଙ୍କ ଗାଡ଼ି, ୨ ଗୁରୁତର

କୁଜଙ୍ଗ,୨୦ା୪(ଡି.ଏନ୍‌.ଏ.): ଗୁରୁବାର ଅପରାହ୍ନରେ କୁଜଙ୍ଗ ତହସିଲଦାରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ପରେ ଦୁଇଜଣ ଗୁରୁତର ହୋଇଥିବାର ଜଣାପଡିଛି। ପ୍ରକାଶ ଯେ, କୁଜଙ୍ଗ ତହସିଲଦାର ବ୍ୟବହାର କରୁଥିବା ଓଡି ୦୫ ଏୟୁ ୮୨୩୬ ନମ୍ବର ବିଶିଷ୍ଟ ବୋଲେରୋରେ ଅତିରିକ୍ତ ତହସିଲଦାର ବାଇଧର ପ୍ରଧାନ…

ନୟାଗଡ଼ରେ ପହଞ୍ଚିଲା ୪୮୦୦ ଇଭିଏମ୍‌

ନୟାଗଡ଼ ଅଫିିସ,୨୦ା୪: ନିର୍ବାଚନକୁ ବର୍ଷେ ଥିବା ବେଳେ ନୟାଗଡ଼ରେ ପହଞ୍ଚିଛି ଇଭିଏମ୍‌ ମେଶିନ। ୪ଟି କଣ୍ଟେନରେ ପ୍ରାୟ ୪ ହଜାର ୮ଶହ ଇଭିଏମ୍‌ ଏବଂ ଅନ୍ୟାନ୍ୟ ନିର୍ବାଚନ ସଂକ୍ରାନ୍ତୀୟ ଯନ୍ତ୍ରାଂଶ ନୟାଗଡ଼ରେ ପହଞ୍ଚିଛି। ଏଥିରେ ୨୪୦୦ ବାଲଟ ୟୁନିଟ୍‌ ଏବଂ ୨୪୦୦…

କ୍ଷେତ୍ର ପରିଦର୍ଶନ କଲେ ପ୍ରମୁଖ ଶାସନ ସଚିବ

କେନ୍ଦୁଝର, ୨୦।୪(ସ୍ବ.ପ୍ର.) ଓଡିଶା ସରକାରଙ୍କ ଗ୍ରାମ ଉନ୍ନୟନ, ଶକ୍ତି, ସୂଚନା ଓ ଲୋକ ସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଜି.ଏସ୍‌.ଟି. କମିଶନର ସଞ୍ଜୟ କୁମାର ସିଂହ ତିନିଦିନିଆ କେନ୍ଦୁଝର ଜିଲା ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ କରିବା ସହ…

ଗ୍ରାଉଣ୍ଡ ଜିରୋରୁ ସ୍ଥିତି ଅନୁଧ୍ୟାନ କଲେ ଉପଜିଲାପାଳ

ଆନନ୍ଦପୁର,୨୦ା୪(ସ୍ବ.ପ୍ର.): ଆନନ୍ଦପୁର ପୌରାଞ୍ଚଳରେ ପାନୀୟ ଜଳ ସଙ୍କଟ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ୧୬ଟି ଓ୍ବାର୍ଡ ମଧ୍ୟରୁ କେତେକ ଓ୍ବାର୍ଡରେ ପରିସ୍ଥିତି ସଙ୍ଗୀନ ହୋଇଛି। ଅସହ୍ୟ ତାତି ସାଙ୍ଗକୁ ପାନୀୟ ଜଳ ସଙ୍କଟ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଆନନ୍ଦପୁର ଉପଜିଲାପାଳ…

ବାରିପଦା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୦ା୪(ବ୍ୟୁରୋ): ଆସନ୍ତା ମେ’ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାରିପଦା ଆସିବେ। ମେ’ ୯ରେ ବାରିପଦା ଏମ୍‌ଏସ୍‌ସିବି ୟୁନିଭର୍ସିଟି ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ୟୁନିଭର୍ସିଟି ଭିସିଙ୍କୁ ରାଷ୍ଟ୍ରପତିଙ୍କ ପ୍ରାଇଭେଟ ସେକ୍ରେଟାରୀ ଚିଠି ଲେଖିଥିବା ସୂଚନା ମିଳିଛି।

ଜଗତସିଂହପୁରରୁ ନିଖୋଜ ଯବାନଙ୍କ ମୃତଦେହ ଯାଜପୁରରୁ ମିଳିଲା

ଯାଜପୁର/ଜଗତସିଂହପୁର ଅଫିସ,୨୦ା୪: ଜଗତସିଂହପୁର ଜିଲା ଏରସମା ଥାନା ଅଧୀନ ସୋମପୁର ଗ୍ରାମର ଯବାନ ସୂର୍ଯ୍ୟକାନ୍ତ କୁଆଁର ୧୭ ତାରିଖରୁ ନିଖୋଜ ରହିଥିଲେ। ଦୁଇ ଦିନ ପୂର୍ବରୁ ଯବାନଙ୍କ ବାଇକ୍‌ ଯାଜପୁର ଜିଲା ବଡ଼ଚଣା ଥାନା ଅଧିନସ୍ଥ ଧାନମଣ୍ଡଳ ନିକଟ ପାହାଡ଼ ପାଖରୁ…

ଯାତ୍ରା ଦେଖି ଫେରୁଥିବା ୨ ନାବାଳିକାଙ୍କୁ ଗଣବଳାତ୍କାର, ୫ ଅଭିଯୁକ୍ତ ଫେରାର

ଭବାନୀପାଟଣା/ଲାଞ୍ଜିଗଡ଼,୨୦ା୪(ସ୍ବ.ପ୍ର./ଡି.ଏନ୍‌.ଏ.): କଳାହାଣ୍ଡିରେ କଳଙ୍କ। ଯାତ୍ରା ଦେଖି ଫେରୁଥିବା ୨ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ମସଗ୍ର ଜିଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପରିବାର ଲୋକେ ଏନେଇ ବିଜେପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଜିଲାର ବିଜେପୁର…

ମଦ ଦୋକାନ ଉଚ୍ଛେଦ ଦାବିରେ ତାତିଲେ ମହିଳା

ଛତ୍ରପୁର,୨୦ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ବଉଳଗାଁ ଛକରୁ ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନ ଉଚ୍ଛେଦ ଲାଗି ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦାବି ହୋଇଆସୁଛି।  ଏଥିପ୍ରତି ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ସ୍ଥାନୀୟ ଶତାଧିକ ମହିଳା ଓ ପୁରୁଷ…

କେନ୍ଦୁପୋଶି ଜମିରେ ଲାଗିଲା ନିଆଁ, ଲୋକେ ଭୟଭୀତ

କେନ୍ଦୁଝର,୨୦ା୪ (ସ୍ବ.ପ୍ର.):କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କେନ୍ଦୁପୋଶି ନିକଟବର୍ତ୍ତୀ ବିଲରେ ନିଆଁଲାଗି ୧ କିଲୋମିଟର ପର୍ଯ୍ୟନ୍ତ ନିଆଁ ବ୍ୟାପିଯାଇଛି। କୌଣସି ଦୁର୍ବୃତ୍ତ ବିଲରେ ପଡିଥିବା ପାଳଗଦାରେ ନିଆଁ ଲଗାଇଦେଇଥିବାରୁ ଅତ୍ୟାଧିକ ପବନ ବୋହିବାରୁ ରାସ୍ତା କଡ଼ରେ ଥିବା ଏକ…

କାଶୀପୁର ବ୍ଲକରେ ପୁଣି ଜନନୀ ଯନ୍ତ୍ରଣା

ଟିକିରି, ୨୦।୪: (ଡି.ଏନ୍‌.ଏ.) ରାୟଗଡ଼ା ଜିଲା କାଶୀପୁର ବ୍ଳକ ମାଣ୍ଡିବିସି ପଞ୍ଚାୟତ ଜଲାଖୁରା ଗ୍ରାମରେ ପୁଣିଥରେ ଜନନୀ ଯନ୍ତ୍ରଣାର ଦୁଃଖ ଦେଖିବାକୁ ମିଳିଛି। ବସନ୍ତ ନାୟକଙ୍କ ସ୍ତ୍ରୀ ସୁଶୀଳା ଗର୍ଭବତୀ ଥିବାବେଳେ ମଙ୍ଗଳବାର ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ଏହା ପରେ ତାଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri