ଫ୍ଲୋରାଇଡ୍‌ଯୁକ୍ତ ପାଣି ବ୍ୟବହାର କରୁଛନ୍ତି ଛାତ୍ରୀଛାତ୍ର

ନୂଆପଡ଼ା,୧୨।୯(ମକାରୁ ବେମାଲ): କେନ୍ଦ୍ର ତଥା ରାଜ୍ୟ ସରକାର ଶିକ୍ଷାର ପ୍ରଚାର ପ୍ରସାର ଓ ଲୋକାଭିମୁଖୀ କରିବା ଛାତ୍ରୀଛାତ୍ରଙ୍କ ଉତ୍ସାହ ବଢାଇବା ପାଇଁ ପୋଷାକଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିଛନ୍ତି। ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଖେଳ ସାମଗ୍ରୀ ଯୋଗାଇବା ସହ ସୁସ୍ଥ ପରିବେଶ ପାଇଁ ବଗିଚାମାନ ନିର୍ମାଣ କରାଯାଉଛି। ହେଲେ ଛାତ୍ରୀଛାତ୍ର ଅନୁପାତରେ ଶିକ୍ଷକ କିମ୍ବା ଶ୍ରେଣୀ ଗୃହ ନ ଥିବାରୁ ପିଲାଙ୍କ ପାଠପଢ଼ାରେ ସମସ୍ୟା ଦେଖାଦେଉଛି। ଏପରି ଏକ ଚିତ୍ର ନୂଆପଡା ଜିଲା କୋମନା ବ୍ଲକରେ ଦେଖିବାକୁ ମିଳିଛି। କୋମନା ବ୍ଲକ ଅନ୍ତର୍ଗତ ରଜାନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୧୫ ଛାତ୍ରୀଛାତ୍ରଙ୍କ ପାଇଁ ରହିଛି ୫ଟି ଶ୍ରେଣୀ କୋଠରି। ସେଥିମଧ୍ୟରୁ ଗୋଟିଏ ସମ୍ପୂର୍ଣ୍ଣ ଡେମେଜ ହୋଇ ଛାତରୁ ସିମେଣ୍ଟ ଅତଡା ଖସୁଛି। ଛାତ ତଳକୁ ଦବି ଯାଇ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଅନ୍ୟ ଏକ କୋଠରିରେ ବର୍ଷା ହେଲେ ଛାତରୁ ପାଣି ଗଳୁଛି। ୩ଟି କୋଠରିରେ ୮ଟି ଶ୍ରେଣୀର ଛାତ୍ରୀଛାତ୍ର କଭଳି ଅଧ୍ୟୟନ କରୁଥିବେ ତାହା ସହଜେ ଅନୁମେୟ। ବର୍ଷା ନ ହେଲେ ବାରଣ୍ଡାରେ ବସାଇ ଶିକ୍ଷାଦାନ କରାଯାଏ। ବର୍ଷା ହେଲେ ୩ଟି କୋଠରିରେ ସବୁ ପିଲାକୁ ବସାଇ ପାଠପଢା ଯାଉଛି। ବିଦ୍ୟାଳୟରେ ଥିବା ନଳକୂଅରେ ଫ୍ଲୋରାଡଯୁକ୍ତ ପାଣି ବାହାରୁ ଥିବାରୁ ପ୍ରଶାସନ ପକ୍ଷରୁ ନିଷିଧ କରାଯାଇଛି। ହେଲେ ବିଦ୍ୟାଳୟ ପାଖରେ ନଳକୂଅ କିମ୍ବା ଅନ୍ୟ କୌଣସି ପାଣି ସୁବିଧା ନ ଥିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଫ୍ଲୋରାଇଡଯୁକ୍ତ ପାଣି ବ୍ୟବହାର କରାଯାଉଛିି। ଛାତ୍ରୀଛାତ ଅନୁପାତରେ ପରିଶ୍ରାଗାର ଓ ପାଇଖାନା ନ ଥିବାରୁ ବାହାରକୁ ଯିବାକୁ ପଡୁଛି। ଶ୍ରେଣୀ କୋଠରି ଲାଗି ରୋଷେଇ ଗୃହ ରହି ଥିବାରୁ ରୋଷେଇ ବେଳେ ଧୂଆଁମୟ ହୋଇ ଉଠୁଛି। ଫଳରେ ଛାତ୍ରୀଛାତ୍ରମାନଙ୍କ ପ୍ରତି ଆଖି ରୋଗ ହେବାର ଆଶଙ୍କା ରହିଛି। ସ୍ଥାନୀୟ ସରପଞ୍ଚ କ୍ଷିରସିନ୍ଧୁ ଭୋଇଙ୍କୁ ବିଦ୍ୟାଳୟ ପରିଚାଳନା କମିଟି ଅନେକ ଥର ଜଣାଇଥିଲେ ମଧ୍ୟ କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ କରିଛନ୍ତି। ଶ୍ରେଣୀ ଗୃହ ପାଇଁ ଗ୍ରାମବାସୀ ଶିକ୍ଷା ବିଭାଗ, ବିଡିଓଙ୍କୁ ମଧ୍ୟ ଅନେକ ଥର ଲିଖିତ ଭାବେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏ ନେଇ କୋମନା ଗୋଷ୍ଠି ଶିକ୍ଷା ଅଧିକାରୀ ଅନିତା ପଣ୍ଡାଙ୍କୁ ପଚାରିବାରୁ ମୁଁ ନୂତନ ଭାବେ ଆସିଛି। ତଦନ୍ତ କରି ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି। ବିଦ୍ୟାଳୟ ସମସ୍ତ ସମସ୍ୟା ଶୀଘ୍ର ସାମାଧାନ କରାଯାଉ ବୋଲି ବିଦ୍ୟାଲୟ ପରିଚାଳନା କମିଟି ସଭାପତି ପ୍ରଭାସ ଚିନ୍ଦା, ଉପସଭାପତି ଟେଭେ ଆଡବଙ୍ଗ, ଶୁଶିଲା ଆଡବଙ୍ଗ, ଗୀତା ବନଛୋର, ଯାଜ୍ଞାସିନୀ ଚିନ୍ଦା, ଦୁର୍ବଳ ବାଗ,ଅର୍ଜୁନ ଚିନ୍ଦା, ସିୟାରାମ ହାତି, ତୁଳସିରାମ ପୋଡ, ଅଯୋଧ୍ୟା ଶଗରିଆ, ଯୁଗେଶ୍ୱର ବାଗ, ଗଣ୍ଡାରାମ ଶଗରିଆ, ପରମାନନ୍ଦ ବାଗ, ମଧୁ ଚିନ୍ଦା, ବିଦ୍ୟାଧର ଚିନ୍ଦା, ଉପେନ୍ଦ୍ର ଚିନ୍ଦା, ହିରାଲାଲ ହାତି ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri