ଆମ ଜିଲା ଖବର

ନିର୍ମାଣାଧୀନ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ

ହିଞ୍ଜିଳିକାଟୁ,୭ା୧୦(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଶନିବାର ହିଞ୍ଜିଳିକାଟୁ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ନିର୍ମାଣାଧୀନ କାର୍ଯ୍ୟଗୁଡିକୁ ଶୀଘ୍ର ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶନିବାର ଜିଲାପାଳ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ…

ଡୁଡୁକାଠେଙ୍ଗା ପଞ୍ଚାୟତକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଚିଠି

କୋକସରା,୭ା୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ଓ୍ବେ ଦର୍ଲିପଡ଼ା ଛକରୁ ଡୁଡୁକାଠେଙ୍ଗା ପଞ୍ଚାୟତ ମୁନୁଗା ପଦର ଓ ଧବେନ ଚଞ୍ଚରା ୭ କିଲୋମିଟର ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ପଡ଼ିରହିଛି। ଫଳରେ ଏହି ପଞ୍ଚାୟତର ଜଙ୍ଗଲ…

ବାଇକ୍‌-ସାଇକେଲ ମୁହାଁମୁହିଁ, ଛାତ୍ରୀଙ୍କ ସମେତ ଦୁଇ ଗୁରୁତର

ଦିଗପହଣ୍ଡି,୭ା୧୦(ସଞ୍ଜୀବ କୁମାର ପାତ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଜାତୀୟ ରାଜପଥରେ ଥିବା ଇଲେକ୍ଟ୍ରି ସବ୍‌ଡିଭିଜନ୍‌ କାର୍ଯ୍ୟାଳୟ ନିକଟରେ ଶନିବାର ସାଇକେଲ୍‌ ସହ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଛାତ୍ରୀଙ୍କ ସମେତ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ଗୁରୁତର ଦୁହିଁଙ୍କୁ…

ଆନୁସଙ୍ଗିକ ସୁବିଧା ଯୋଗାଇବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ

ବାଲିଗୁଡ଼ା,୭ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): ଆଗାମୀ ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଏବଂ କାଳୀପୂଜାକୁ ନିରାଡ଼ମ୍ବର ଏବଂ ଶାନ୍ତିପୂର୍ଣ୍ଣ ବାତାବରଣରେ କରାଯିବା ନେଇ ଶନିବାର ବାଲିଗୁଡା ଉପଜିଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦୁର୍ଗାପୂଜା କିପରି ସୁରୁଖୁରୁରେ…

ବିଧାୟକଙ୍କୁ ଦୁର୍ବ୍ୟବହାର: ମହିଳା ସଭାପତି ନିଲମ୍ବିତ

ମୋରଡ଼ା,୭ା୧୦(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀର ବିଧାୟକ ରାଜକିଶୋର ଦାସଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ବିଜୁ ମହିଳା ଜନତା ଦଳର ହଳଦୀପାଳ ପଞ୍ଚାୟତ ସଭାପତି ସୁକାନ୍ତି ସେଠୀଙ୍କୁ ନିଲମ୍ବନ କରାଯାଇଥିବାର ଜଣାପଡ଼ିଛି। ସୂଚନା ଅନୁଯାୟୀ, ଅତୀତରେ ସୁକାନ୍ତି ବିଧାୟକ ରାଜକିଶୋର ଦାସଙ୍କୁ…

ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମା’ଲଙ୍କେଶ୍ୱରୀ ପୀଠ

ଭବାନୀପାଟଣା/ଜୁନାଗଡ଼,୭।୧୦(ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ ଶୁକବାର ସନ୍ଧ୍ୟାରେ ମହାସମାରୋହରେ ପାଳିତ ହୋଇଯାଇଛି। କଳାହାଣ୍ଡି ମହାରାଜ ଅନନ୍ତ ପ୍ରସାଦ ଦେଓଙ୍କ ଉପସ୍ଥିତିରେ ପର୍ବ ପାଳିତ ହୋଇଛି। ମା’ଙ୍କ ଦର୍ଶନ…

୧୭ ବର୍ଷ ହେଲା ଅଧାପନ୍ତରିଆ

ସିନାପାଲି,୭।୧୦(ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ବ୍ଲକ ଲିଟିଗୁଡା ପଞ୍ଚାୟତ ନିକଟ ଚଚରାଭଟା ପାଖ ଦେଇ ପ୍ରବାହିତ ସାହାଜ ଯୋର ଉପରେ ପୋଲ ନିର୍ମାଣକୁ ୧୭ ବର୍ଷ ବିତିଯାଇଥିଲେ ହେଁ ଏହା ଉପରେ ସୁରକ୍ଷା ବାଡ଼ ବର୍ତ୍ତମାନ ସୁଦ୍ଧା କରାଯାଇ ନାହିଁ।…

ବିଦ୍ୟୁତ  ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବି 

କେସିଙ୍ଗା,୭।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ ଉତ୍‌କେଲା ଫାଣ୍ଡି ଅନ୍ତର୍ଗତ ଚିଚର୍ଲା ଗ୍ରାମରେ ଥିବା ଦାରକାପୁରୀ ଟେକ୍ସଟାଇଲ କପା ମିଲରେ ଜଣେ ଶ୍ରମିକ କାମ କରୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଶନିବାର ସକାଳେ ମୃତ୍ୟୁ ଘଟିଛି। ମୃତକ…

ଅଣ୍ଡର ପାସ୍‌ ରାସ୍ତା ବନ୍ଦ: ବଢିଲା ଜନ ଅସନ୍ତୋଷ 

ରାୟଗଡା,୭।୧୦(ଭାଗ୍ୟଶ୍ରୀ ମିଶ୍ର): ରାୟଗଡାରେ ରେଳ ବିଭଗ ପକ୍ଷରୁ ବିଭିନ୍ନ ଉନ୍ନୟନ କାର୍ଯ୍ୟ ହାତକୁ ନିଆଯାଇଛି। ଏହି କ୍ରମରେ ରାୟଗଡାରେ ତୃତୀୟ ରେଳ ଲାଇନ୍‌ କାର୍ଯ୍ୟ ଚାଲଛି। ଏ ନେଇ ଜିଲା ପ୍ରଶାସନ ରାୟଗଡା ସହରର ଅଣ୍ଡର ଗ୍ରାଉଣ୍ଡ ରାସ୍ତା ବନ୍ଦ କରି…

ଏନ୍‌ଏସି ଇଓଙ୍କ ବଦଳିକୁ ବିରୋଧ: କାଯ୍ୟାଳୟରେ ତାଲାପକାଇ ଧରାଣା

ଗଞ୍ଜାମ,୭।୧୦(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଇଓ ଅବିନାଶ ମିଶ୍ରଙ୍କ ବଦଳି ହୋଇଛି । ଏହାକୁ ବିରୋଧ କରି ଏନ୍‌ଏସିର ସମସ୍ତ ସ୍ବୟଂ ସହାୟକ ମହିଳା, ସୁଇପରଙ୍କ ସମେତ ସ୍ଥାନୀୟ ଅଞ୍ଚଳ ଜନସାଧାରଣ ଶନିବାର ଏନ୍‌ଏସି ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ…

ନିର୍ବାହୀ ଅଧିକାରୀ, ପୌରାଧ୍ୟକ୍ଷାଙ୍କ ଅଡୁଆ ବଢ଼ିଲା

ବଲାଙ୍ଗୀର,୭ା୧୦(ବୀରେନ୍ଦ୍ର କୁମାର ଝାଙ୍କର): ସଦ୍ୟ ସମାପ୍ତ ହୋଇଥିବା ବିଧାନସଭା ଅଧିବେଶନରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ବଲାଙ୍ଗୀର ପୌରାଧ୍ୟକ୍ଷା ଏବଂ ପୌର ନିର୍ବାହୀ ଅଧିକାରୀ ସ୍ବାଧିକାର ଭଙ୍ଗ କରିଥିବା ନେଇ ଅଭିଯୋଗ କରିଥିଲେ। ବିଧାୟକ ମିଶ୍ରଙ୍କ ଅଭିଯୋଗକୁ ଭିତ୍ତିକରି ବଲାଙ୍ଗୀର ପୌରାଧ୍ୟକ୍ଷା…

ମହାନତା ଦେଖାଇଲେ ବିଧାୟିକା

ସୁନ୍ଦରଗଡ଼,୭ା୧୦(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଉପକଣ୍ଠ କଲେଜ ବାଇପାସ ଇବ ନଦୀ ପୋଲ ଉପରୁ ଶୁକ୍ରବାର ମାନସିକଭାବେ ଦୁର୍ବଳ ୨ ମହିଳାଙ୍କୁ ଉଦ୍ଧାର କରି ସ୍ଥାନୀୟ ବିଧାୟିକା କୁସୁମ ଟେଟେ ସୁଧାର ଗୃହକୁ ପଠାଇଛନ୍ତି। ଜଣଙ୍କ ବୟସ ୨୭ ଏବଂ ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?