ନିର୍ମାଣାଧୀନ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ

ହିଞ୍ଜିଳିକାଟୁ,୭ା୧୦(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଶନିବାର ହିଞ୍ଜିଳିକାଟୁ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ନିର୍ମାଣାଧୀନ କାର୍ଯ୍ୟଗୁଡିକୁ ଶୀଘ୍ର ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଶନିବାର ଜିଲାପାଳ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ବହିଃ ଓ ଅନ୍ତଃବିଭାଗ କାର୍ଯ୍ୟ, ରୋଗୀ ସେବା ସହ ୫ଟି ଅଧୀନରେ ହେବାକୁ ଥିବା ମୋ’ ହସ୍ପିଟାଲ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଚିକିତ୍ସାଳୟ ଭାରପ୍ରାପ୍ତ ଅଧୀକ୍ଷକ ଡା. ପ୍ରତିଭା ପାତ୍ରଙ୍କ ସହ ଆଲୋଚନା କରିଥିଲେ। ଚିକିତ୍ସାଳୟ ନିକଟରେ ମିଶନଶକ୍ତି କାଫେ ନିର୍ମାଣ, ଆହାର କେନ୍ଦ୍ର ସ୍ଥାପନ ସହ ଅକ୍ସିଜେନ ପ୍ଲାଣ୍ଟ କେନ୍ଦ୍ର ନିର୍ମାଣ ଦିଗରେ ଆବଶ୍ୟକୀୟ ଭିତ୍ତିଭୂମି ପରଖିଥିଲେ। ସେଠାରୁ ସ୍ଥାନୀୟ ବିଜ୍ଞାନ ସ୍ବୟଂଶାସିତ ମହାବିଦ୍ୟାଳୟ ବୁଲି ଦେଖିବା ସହ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଥିଲେ। ମୋ କଲେଜ ଯୋଜନାରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ମହାବିଦ୍ୟାଳୟ ଅଧ୍ୟକ୍ଷା ଡଃ ସ୍ବସ୍ତିକା ପାଢ଼ୀଙ୍କ ସହ ଆଲୋଚନା କରିଥିଲେ। ୫ ନଂ ଓ୍ବାର୍ଡ ପାଟଣା ସାହିରେ ନିର୍ମାଣାଧୀନ ଫେବର ରାସ୍ତା ଓ ଡ୍ରେନ୍‌ କାର୍ଯ୍ୟ ବୁଲି ଦେଖିଥିଲେ। ସେଠାରୁ ବସ୍‌ ଟର୍ମିନାଲ ନିକଟରେ ଶେଷ ପର୍ଯ୍ୟାୟରେ ନର୍ମାଣାଧୀନ ମାର୍କେଟ କମ୍ପ୍ଲେକ୍ସ (ସାଉଥ ବ୍ଲକ୍‌ ) ବୁଲି ଦେଖିବା ସହ ତୁରନ୍ତ ପୌରପାଳିକାକୁ ହସ୍ତାନ୍ତର ପାଇଁ କହିଥିଲେ। ହିଞ୍ଜିଳିକାଟୁ ବ୍ଲକ ପୋଚିଲିମା ଯାଇ ଖାମ୍ବେୟାଦୋରା ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ ବୁଲି ଦେଖିବା ସହ ବିଦ୍ୟାଳୟର ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଥିଲେ। ମୋ’ କଲେଜ ଯୋଜନାରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ମହାବିଦ୍ୟାଳୟ ଅଧ୍ୟକ୍ଷାଙ୍କୁ ପରାମର୍ଶ ଦେଇଥିଲେ।

ଜିଲାପାଳଙ୍କ ଏହି ଗସ୍ତ ସମୟରେ ବିଡିଓ ସୁବ୍ରତ କୁମାର ଜେନା, ପୌର ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ବିଡିଏ ସେକ୍ରେଟାରୀ ସମ୍ବିତ ରାଉତରାୟ, ତହସିଲଦାର ସୁନିଲ କୁମାର ପ୍ରଧାନ, ଆଇଆଇସି ଶ୍ରୀନିବାସ ସେଠୀ, ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ, ଗ୍ରୀଟ୍‌ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ପୌର ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ବିଜେଡି ନଗର ସଭାପତି ଭୀମସେନ ବେହେରା, ପ୍ୟାରୀମୋହନ ପାଢ଼ୀ, ଜନସ୍ବାସ୍ଥ୍ୟ ବିଭାଗୀୟ ସହକାରୀ ଯନ୍ତ୍ରୀ ଶ୍ରୀଧର ଦାଶଙ୍କ ସମେତ ବହୁ କାଉନସିଲର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁ ଗ୍ୟାସ୍‌ ଦୁର୍ଘଟଣା: ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଲା

କେନ୍ଦୁଝର,୨୬ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଆମୋନିଆ ଗ୍ୟାସ୍‌ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଛି। ୨୪ ତାରିଖ ଦିନ ସୁବାସି ଜୁଆଙ୍ଗ (୨୪)ଙ୍କର ମୃତ୍ୟୁ ଘଟିଥିବାବେଳେ…

ନିରାଶ ହେଲେ ପ୍ରଶଂସକ, ଖେଳିବେନି ବୈଭବ

ନୂଆଦିଲ୍ଲୀ,୨୬।୬: ଭାରତୀୟ ଟି-୨୦ କ୍ରିକେଟର ‘ଶ୍ରେୟସ ଯୁଗ’ ଆଜିଠାରୁ ଆରମ୍ଭ ହେଉଛି। ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଭାରତୀୟ ଦଳ ଆଜି ଆୟର୍ଲାଣ୍ଡର ସାମ୍ନା କରୁଛି। ଏହା…

ଆଫଗାନିସ୍ତାନ ମାଡ଼ରେ ଉଡ଼ିଲା ପାକିସ୍ତାନର ହୋଶ! ଭାରତ ବିରୋଧରେ ଖ୍ବାଜା ଆସିଫ ଆଣିଲେ…

ଇସଲାମାବାଦ,୨୬।୬: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଆଫଗାନିସ୍ତାନରୁ ହୋଇଥିବା ଡ୍ରୋନ ଆକ୍ରମଣ ପାଇଁ ଭାରତକୁ ଦାୟୀ କରିଛନ୍ତି। ଗତ ସପ୍ତାହରେ, ଆଫଗାନ ତାଲିବାନ ବାହିନୀ ଦୁଇଟି…

ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର: ପ୍ରତି ମେମ୍ବର ପାଇବେ ୭ କେଜି ଶସ୍ୟ; ଆପଣଙ୍କ ପାଇଁ ଲାଭ ନା କ୍ଷତି?

ନୂଆଦିଲ୍ଲୀ,୨୬।୬: ଦେଶର ସବୁଠାରୁ ଗରିବ ପରିବାରଗୁଡ଼ିକୁ ମିଳୁଥିବା ରାସନ ବ୍ୟବସ୍ଥାରେ କେନ୍ଦ୍ର ସରକାର ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏପର୍ଯ୍ୟନ୍ତ ଅନ୍ତ୍ୟୋଦୟ ଅନ୍ନ ଯୋଜନା (AAY)…

ଟ୍ରକ୍‌ ପଛରେ ପିଟିହେଲା ପିକ୍‌ଅପ୍‌, ୨ ଗୁରୁତର

ଛତ୍ରପୁର,୨୬ା୬(ଦିଲ୍ଲୀପ ସାମଲ): ଛତ୍ରପୁର ଅଗସ୍ତି ନୂଆଗାଁ ଛକ ନିକଟ ଜାତୀୟ ରାଜପଥରେ ଶୁକ୍ରବାର ଟ୍ରକ୍‌ ପଛରେ ଏକ ପିକ୍‌ଅପ୍‌ ପିଟି ହେବାରୁ ୨ ଗୁରୁତର ହୋଇଛନ୍ତି। ଫଳରେ…

ବଜ୍ରପାତରେ ଚାଲିଗଲା ୨ ଜୀବନ

ବୌଦ୍ଧ,୨୬।୬: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲା ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷା ଲାଗି ରହିଛି। ଏପରିକି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ…

ବଢିବ ସିୟାଙ୍କ ସମସ୍ୟା! କସାବକୁ ମୃତ୍ୟୁଦଣ୍ଡ ଦେଇଥିବା ଓକିଲ ଲଢ଼ିବେ କେତନଙ୍କ ହତ୍ୟା ମାମଲା

ପୁଣେ,୨୬।୬: ପୁଣେର ପ୍ରସିଦ୍ଧ ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡକୁ ନେଇ ସାରା ମହାରାଷ୍ଟ୍ରରେ…

ଅନଶନକାରୀଙ୍କ ସହ ଜିଲାପାଳ-ଏସ୍‌ପିଙ୍କ ରୁଦ୍ଧଦ୍ୱାର ବୈଠକ, ଫଳାଫଳ ଉପରେ ସମସ୍ତଙ୍କ ନଜର

ପଟ୍ଟାମୁଣ୍ଡାଇ,୨୬ା୬(କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଅଳଭା-୨ ଅଧୀନ ୧୬ନଂ କେନାଲ ରାସ୍ତା କାର୍ଯ୍ୟ ପାଇଁ ଆସିଥିବା ଅର୍ଥ ଆଦୌ ବିନିଯୋଗ ନ ହୋଇ ମିଥ୍ୟା ବିଲ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri