୧୭ ବର୍ଷ ହେଲା ଅଧାପନ୍ତରିଆ

ସିନାପାଲି,୭।୧୦(ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ବ୍ଲକ ଲିଟିଗୁଡା ପଞ୍ଚାୟତ ନିକଟ ଚଚରାଭଟା ପାଖ ଦେଇ ପ୍ରବାହିତ ସାହାଜ ଯୋର ଉପରେ ପୋଲ ନିର୍ମାଣକୁ ୧୭ ବର୍ଷ ବିତିଯାଇଥିଲେ ହେଁ ଏହା ଉପରେ ସୁରକ୍ଷା ବାଡ଼ ବର୍ତ୍ତମାନ ସୁଦ୍ଧା କରାଯାଇ ନାହିଁ। ଫଳରେ ୧୭ ବର୍ଷ ହେଲା ପୋଲ ଅଧାପନ୍ତରିଆ ହୋଇ ପଡିରହିଛି। ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଇବା ସହ ଅଭିଯୋଗ ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି। ଅଞ୍ଚଳବାସୀ ବାଧ୍ୟହୋଇ ଅଧାପନ୍ତରିଆ ପୋଲରେ ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି। ତୁରନ୍ତ ଏହି ପୋଲ ଉପରେ ସୁରକ୍ଷା ବାଡ଼ ନିର୍ମାଣ ପାଇଁ ଦାବି ହେଉଛି। ପ୍ରକାଶ ଯେ, ଲିଟିଗୁଡା ପଞ୍ଚାୟତ ଲୋକେ ଚଚରାଭଟା ଚଲନା ଦେଇ ଉକ୍ତ ପୋଲ ଉପରେ ବ୍ଲକ ସଦର ମହକୁମାକୁ ଯିବା ଆସିବା କରନ୍ତି। ଉକ୍ତ ରାସ୍ତା ଉପରେ ଚଚରାଭଟା ସାହାଜ ଯୋରରେ ୨୦୦୭-୮ରେ ନୂଆପଡା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଜୁ କେବିକେ ଯୋଜନାରେ ୩୮ ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ପୋଲ ନିର୍ମାଣ କରାଯାଇଥିଲା। ହେଲେ ପୋଲ ଉପରେ ଉଭୟ ପାର୍ଶ୍ୱରେ ସୁରକ୍ଷା ବାଡ଼ କରାଯାଇ ନାହିଁ। ପୋଲର ଦୁଇ ମୁଣ୍ଡରେ ରାସ୍ତା ମଧ୍ୟ ଅଧାପନ୍ତରିଆ ହୋଇପଡିଛି। ସୁରକ୍ଷା ବାଡ଼ ନ ଥିବାରୁ ଅନେକ ଥର ଏହି ପୋଲ ଉପରୁ ଗାଈଗୋରୁଙ୍କ ସହ ଲୋକମାନେ ପଡି ଗୁରୁତର ହେଉଥିବା ଅଭିଯୋଗ ହେଉଛି। ଭବିଷ୍ୟତରେ କୌଣସି ବଡ଼ଧରଣର ଦୁର୍ଘଟଣା ଘଟିବା ପୂର୍ବରୁ ଅଧାପନ୍ତରିଆ ପୋଲ କାମ ସମ୍ପୂର୍ଣ୍ଣ କରିବା ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଦାବି ହେଉଛି। ହେଲେ ପ୍ରଶାସନିକ ଅଧିକାରୀ କର୍ଣ୍ଣପାତ କରୁନାହାନ୍ତି। ଫଳରେ ଏହି ଅସମ୍ପୂର୍ଣ୍ଣ ଅଧାପନ୍ତରିଆ ପୋଲ ଉପରେ ଲୋକେ ଯିବାଆସିବା କରୁଛନ୍ତି। ଉକ୍ତ ରାସ୍ତା ଦେଇ ସବୁଦିନ ଶତାଧିକ ଛାତ୍ରୀଛାତ୍ର ତଥା ଲୋକେ ବ୍ଲକ ସଦର ମହକୁମା ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟକୁ ଯିବାଆସିବା କରନ୍ତି। ହାତିବନ୍ଧା ଏକ ବ୍ୟବସାୟିକ କେନ୍ଦ୍ର ହେତୁ ଉକ୍ତ ରାସ୍ତା ଦେଇ ଅନେକ ଲୋକ ଯାତାୟାତ କରନ୍ତି। ବର୍ଷ ବର୍ଷ ବିତିଯାଉଥିଲେ ବି କୌଣସି ଜନପ୍ରତିନିଧି କିମ୍ବା ସରକାରୀ ଅଧିକାରୀଙ୍କ ନଜର ନ ପଡ଼ିବା ଯୋଗୁ ଅଞ୍ଚଳବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ଲକ ସଦର ମହକୁମାକୁ ଯିବାକୁ ହେଲେ ହାତିବନ୍ଧା କିମ୍ବା ଭରୁଆମୁଣ୍ଡା ଦେଇ ବୁଲାଣିଆ ରାସ୍ତାରେ ଯିବାକୁ ପଡିଥାଏ। ସରକାର ଲୋକଙ୍କ ଗମନାଗମନର ସୁବିଧା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ରାସ୍ତାଘାଟ ନିର୍ମାଣ କରୁଛନ୍ତି। ହେଲେ ଏଭଳି ଅନେକ ସ୍ଥାନରେ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଯୋଗୁ ଲୋକେ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ଜିଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଅଧାପନ୍ତରିଆ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଖୁସିଖବର, କମିଗଲା…

ନୂଆଦିଲ୍ଲୀ,୧୫।୧୨: ନଭେମ୍ୱର ମାସରେ ଭାରତର ପାଇକାରୀ ମୁଦ୍ରାସ୍ଫୀତି ହାର ନକାରାତ୍ମକ ହୋଇଗଲା, ଯାହା ବର୍ଷ ବର୍ଷ ଧରି 0.32% ହ୍ରାସ ପାଇଲା। ଏହି ହ୍ରାସ ମୁଖ୍ୟତଃ ଖାଦ୍ୟ…

ଘରୋଇ ହିଂସା ରୋକିବା ଉପରେ ଗୁରୁତ୍ୱ

ନୂଆପଡ଼ା,୧୮।୧୨ (ମକାରୁ ବେମାଲ): ଜିଲା ମହିଳା ସଶକ୍ତୀକରଣ କେନ୍ଦ୍ର ଓ ଜିଲା ସମାଜ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ମଙ୍ଗଳବାର ସ୍ଥାନୀୟ ସଦ୍‌ଭାବନା ସଭାଗୃହଠାରେ ଘରୋଇ ହିଂସା ପ୍ରତିରୋଧ…

ବ୍ଲକ୍‌ସ୍ତରୀୟ ମତ୍ସ୍ୟ, ପ୍ରାଣିସମ୍ପଦ ମେଳା: ଚାଷୀଙ୍କୁ ପୁରସ୍କୃତ କଲେ…

ନୂଆପଡ଼ା,୨୪ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆଠାରେ ମଙ୍ଗଳବାର ବ୍ଲକ୍‌ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ଜିଲା ଉପନିର୍ଦ୍ଦେଶକ ଡା. କୋଟନି ପାର୍ଥସାରଥି ଦୋରାଙ୍କ…

PEOଙ୍କୁ ଗିରଫ କଲା ଭିଜିଲାନ୍ସ: ଆୟଠାରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ହୋଇଥିଲା ଚଢାଉ

ବଞ୍ଚୋ,୩୧।୧୨ (ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ବେଳେ ଆଜି ତାଙ୍କୁ ଗିରଫ କରାଯାଇଛି।…

ଆନନ୍ଦାନୁଭୂତି

ଉପନିଷଦ ଯୁଗର ଦିବ୍ୟଦ୍ରଷ୍ଟା ମହାନ୍‌ ଋଷିଗଣ ମାନବ ଜୀବନର ଅନ୍ତିମ ଲକ୍ଷ୍ୟ ନିର୍ଦ୍ଧାରଣକରି କହିଛନ୍ତି,‘ପରମାନନ୍ଦ ପ୍ରାପ୍ତି କରିବା।’ ସାଧୁସନ୍ଥ ଓ ଦିବ୍ୟ ପୁରୁଷଗଣ ମନୁଷ୍ୟକୁ ଜୀବନର ଅନ୍ତିମ…

ନିଜ ସ୍ତ୍ରୀଙ୍କୁ ବିକ୍ରି କରିଦେଲେ ସ୍ବାମୀ, ଦୁବାଇରୁ ଉଦ୍ଧାର କରିବା ପାଇଁ ଅନୁରୋଧ କଲେ…

ବଲାଙ୍ଗୀର,୧୬।୧: ସ୍ତ୍ରୀଙ୍କୁ ବିକିଦେଲେ ସ୍ବାମୀ। ଏଭଳି ଘଟଣା ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ବୁରାବନ୍ଦ ଗାଁରୁ ସାମ୍ନକୁ ଆସିଛି। ଗାଁର ପ୍ରେମା ମହାନନ୍ଦ ସ୍ତ୍ରୀଙ୍କୁ ସାତ ବର୍ଷ…

ସିଡିଏରେ ଗ୍ୟାସ ପାଇପ ଲାଇନ ଲିକ୍‌: ଆତଙ୍କିତ ହୋଇ ପଡ଼ିଲେ ଲୋକେ

କଟକ, ୧୯।୧(କାର୍ତ୍ତିକ ସାହୁ) : ନିର୍ମାଣ କାମ ପାଇଁ ରାସ୍ତା ଖୋଳା ଯାଉଥିବା ବେଳେ ଗ୍ୟାସ ପାଇପ ଲାଇନ ଫାଟିବାରୁ ଆତଙ୍କିତ ହୋଇ ପଡ଼ିଥିଲେ ସିଡିଏ ସେକ୍ଟର…

ଦୁଇ ଗାଁରେ ପଶି କରିଥିଲେ ଚୋରି: ଧରାପଡ଼ି ଜେଲ ଗଲେ ୨ ଅଭିଯୁକ୍ତ

ଦେବଗଡ଼,୩୦ା୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅଧୀନ ଗରିଆପାଲି ଓ ଦେଓଝରଣ ଗ୍ରାମରୁ ହୋଇଥିବା ଚୋରି ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ପୋଲିସ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri