ପ୍ରାକ୍ତନ ବିଏସ୍ଏଫ୍ ଯବାନଙ୍କୁ ଗୁଳିକରି ହତ୍ୟା
ରାଉରକେଲା,୮।୯(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗୋଏଲକେରା ଥାନା ଅଧୀନ କଦମଡିହି ଅଞ୍ଚଳରେ ଜଣେ ପ୍ରାକ୍ତନ ବିଏସ୍ଏଫ୍ ଯବାନଙ୍କୁ ଗୁଳିକରି ହତ୍ୟା କରାଯାଇଛି। ମୃତକ ହେଲେ ସୁଖଲାଲ ପୂର୍ତ୍ତି। ମାଓବାଦୀମାନେ ଏଭଳି କାଣ୍ଡ ଭିଆଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମିଳିଥିବା…
ଘଉଡ଼ାଇବା ବେଳେ କଚାଡ଼ି ଦେଲା ଦନ୍ତା
କେନ୍ଦୁଝର, ୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ହାତୀ ଆକ୍ରମଣରେ ଶୁକ୍ରବାର ସାହାରପଡ଼ା ବ୍ଲକ ଚୁଟିଆପଶି ପଞ୍ଚାୟତ କଟାବେଡା ଗ୍ରାମର କ୍ଷୀରୋଦ ଚନ୍ଦ୍ର ମହାନ୍ତ(୫୨)ଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଏକ ୨୨ ଟିକିଆ ହାତୀପଲ ସାହାରପଡ଼ା ସେକ୍ସନ ରାଇଡିହା ବିଟ୍ ପୁରୁଣାପାଣି…
ଜଳପ୍ରପାତରେ ବୁଡି ନିଖୋଜ ଥିଲେ: ମିଳିଲା ଆସିଷ୍ଟାଣ୍ଡ ମ୍ୟାନେଜରଙ୍କ ମୃତଦେହ
କୁଚିଣ୍ଡା,୮ା୯(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକ ମହୁଲପାଲି ଥାନା ଅଧୀନ ଗୁଦ୍ଗୁଦା ଜଳପ୍ରପାତରେ ବୁଡ଼ି ନିଖୋଜ ଥିବା ଆସିଷ୍ଟାଣ୍ଡ ମ୍ୟାନେଜରଙ୍କ ମୃତଦେହ ୨୪ଘଣ୍ଟା ପରେ ଶୁକ୍ରବାର ଉଦ୍ଧାର ହୋଇଛି। ମିଳିଥିବା ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲା ସାଇନଗର ଗ୍ରାମର…
ଯୁବକଙ୍କୁ ହାଣି ହତ୍ୟା: ମୃତକଙ୍କ ନାଁରେ ରହିଛି ଆପରାଧିକ ମାମଲା
ବଡବିଲ,୮।୯(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ଦାମୁହଟିଂ ସ୍ଥିତ ଭୂୟାଁ ସାହିରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ଜଣକ ହେଲେ ଦାମୁହଟିଂ ଅଞ୍ଚଳରେ ରହୁଥିବା ମହେନ୍ଦ୍ର ମହାକୁଡ଼ ଓରଫ ମୁନ୍ନା (୩୫)। କେତେକ ଦୁର୍ବୃତ୍ତ ମହେନ୍ଦ୍ରଙ୍କ ମୁଣ୍ଡକୁ…
ସେନାନୀଙ୍କ ଜନ୍ମମାଟିରେ ନିର୍ମାଣ ହେବ ସ୍ମାରକୀ: ମନମୋହନ ସାମଲ
ପାଟଣା,୮।୯(ବୀରକିଶୋର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଶୁକ୍ରବାର ‘ମୋ ଦେଶ ମୋ ମାଟି’ କାର୍ଯ୍ୟକ୍ରମରେ ଯୋଗଦେବା ନେଇ କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଗସ୍ତ କରିଥିଲେ। ମଲ୍ଲିପଶି ଛକଠାରେ ସଭାପତି ସାମଲ ପହଞ୍ଚତ୍ବା ପରେ ତାଙ୍କୁ ଭାଜପା ନେତୃବୃନ୍ଦ…
ଖୋଲାଖୋଲି ଅପେରା ପ୍ରଦର୍ଶନ: ତେଜିଲା ଅସନ୍ତୋଷ
ବରଗଡ଼/ଭେଡ଼େନ,୮।୯(ପ୍ରେମାନନ୍ଦ ଖମାରୀ/ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ବ୍ଲକ ଅଧୀନଖୁଣ୍ଟୁଲିପାଲିରେ ଅପେରା(ଯାତ୍ରାପାର୍ଟି) ପୋଷ୍ଟର ଚିରା ଏବଂ ପରବର୍ତ୍ତୀ ଘଟଣାକ୍ରମକୁ ନେଇ ଏବେ ମଧ୍ୟ ଉତ୍ତେଜନା ଲାଗି ରହିଛି । ପୋଷ୍ଟର ଚିରା ଘଟଣାରେ ଗିରଫ ହୋଇ କୋଶଲ ସେନାର ଦୁଇ କର୍ମୀ…
ଗଛ ବଞ୍ଚିଲେ ଆମେ ବଞ୍ଚିବା
ଗଞ୍ଜାମ,୮।୯(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଖଟୁଆକୁଦା ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଛାତ୍ରୀଛାତ୍ରଙ୍କ ଏକ ନିଆରା ପ୍ରୟାସ ଦେଖିବାକୁ ମିଳିଛି l ଗଛ ବଞ୍ଚିଲେ ଆମେ ବଞ୍ଚିବା ନାରା ଦେଇ ଗୁରୁଦିବସରୁ ଆରମ୍ଭ ହୋଇଛି ବୃକ୍ଷ…
ଅଲାର ଗଦବା ସମାଜର ବିଶାଳ ଶୋଭାଯାତ୍ରା
କୋରାପୁଟ,୮।୯(ଅମିତାଭ ବେହେରା): ଅଲାର ଗଦବା ସମାଜ ପକ୍ଷରୁ ଶୁକ୍ରବାର କୋରାପୁଟରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲା ଅଲାର ଗଦବା ସମାଜର ଜିଲା ସଭାପତି ଶୁକ୍ରା ଖରା, ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡମଙ୍କ ନେତୃତ୍ୱରେ ହୋଇଥିବା ଶୋଭାଯାତ୍ରାରେ ଅଭିଭକ୍ତ…
କାର୍ଯ୍ୟରେ ଯୋଗଦେଲେ ନିର୍ବାହୀ ଅଧିକାରୀ
କେସିଙ୍ଗା,୮ା୯(ତୁମେଶ୍ୱର ସାହୁ): କଳାହାଣ୍ଡି କେସିଙ୍ଗା ବ୍ଲକର ବିଡିଓଙ୍କ କାର୍ଯ୍ୟାଳୟଠାରେ କେସିଙ୍ଗା ବ୍ଲକର ସମସ୍ତ ନିର୍ବାହୀ ଅଧିକାରୀ ଶୁକ୍ରବାର ଯୋଗଦେଇ ନିଜସ୍ବ ପଞ୍ଚାୟତ କାର୍ଯ୍ୟାଳୟ ଯୋଗ ଦେଇଛନ୍ତି। କେସିଙ୍ଗା ବିଡିଓ ପ୍ରଫୁଲ୍ଲ କୁମାର ଅଦୁଙ୍କୁ ସଂଘ ପକ୍ଷରୁ ସୂଚନା ଦେଇଛନ୍ତି। ନିର୍ବାହୀ ଅଧିକାରୀଙ୍କ…
ପଞ୍ଚାୟତ ସମିତି ବୈଠକ ବର୍ଜନ କଲେ ସରପଞ୍ଚ, ସଭ୍ୟସଭ୍ୟା
ମୋରଡା,୮।୯(ସ୍ମାରକ ମାଜୀ): ବହୁ ବାଦବିବାଦ ମଧ୍ୟରେ ମୟୂରଭଞ୍ଜ ଜିଲା ମୋରଡା ପଞ୍ଚାୟତ ସମିତିର ଷଷ୍ଠତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ତବେ ବୈଠକ ଆରମ୍ଭରୁ ବିଭିନ୍ନ ସମସ୍ୟା ଦେଖାଦେଇଥିଲା। ପ୍ରଥମେ ବ୍ଲକର ୨୦ ପଞ୍ଚାୟତର ସରପଞ୍ଚମାନେ ଏକ ଦାବିପତ୍ର ମୋରଡା ବଡିିଓ…
ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା
ବାଲେଶ୍ୱର,୮।୯: ରାଜ୍ୟରେ ଗତ କିଛି ଦିନ ହେବ ବର୍ଷା ଲାଗିରହିଛି। ଲଗାଣ ବର୍ଷା ଯୋଗୁ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବାଲେଶ୍ୱର ଜିଲା ବସ୍ତା ମଥାନୀ ଠାରେ ବିପଦ ସଙ୍କେତ୫.୫୦ ମିଟର ଥିଲା ବେଳେ ବିପଦ ସଙ୍କେତ…
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେଲାନାହିଁ ପହୁଡ଼ ନୀତି, ଅନିଦ୍ରା ରହିଲେ ଶ୍ରୀଜୀଉ
ପୁରୀ, ୮।୯: ପୁରୀ ଶ୍ରୀମନ୍ଦିରରେ ଗୁରୁବାର ରାତିରେ ମହାପ୍ରଭୁ ସାରା ରାତି ଅନିଦ୍ରା ରହିଛନ୍ତି। ଗୁରୁବାର ରାତିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହୁଡ଼ ନୀତି ହୋଇନାହିଁ । ନନ୍ଦୋତ୍ସବ ନୀତି ସହ ବିଜୁଳି କନ୍ୟା ନୀତି ଅନୁଷ୍ଠିତ ହେବା ହେତୁ ଶ୍ରୀଜୀଉ ମାନଙ୍କ…

