ରାଜପଥରେ ଓଲଟିଲା ବସ୍: କଣ୍ଡକ୍ଟର ମୃତ, ୧୩ ଯାତ୍ରୀ ଆହତ
କଟକ/ଫୁଲନଖରା,୧୪ା୨(କାର୍ତ୍ତିକ ସାହୁ/ଶିଳ୍ପା ପ୍ରିୟଦର୍ଶିନୀ/ସତ୍ୟରଞ୍ଜନ ଦାସମହାପାତ୍ର): ୧୬ ନମ୍ବର ଜାତୀୟ ରାଜପଥର ଡିଭାଇଡର ଉପରେ ଓଲଟି ପଡ଼ିଛି ଚନ୍ଦନ(ଓଆର୍-୦୫-ଏଜେ-୭୪୫୫) ନାମକ ଯାତ୍ରୀବାହୀ ବସ୍। କଟକ ଗୋପାଳପୁର ନିକଟରେ ବୁଧବାର ସନ୍ଧ୍ୟା ପ୍ରାୟ ୬.୧୫ ମିନିଟ୍ରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ…
ଗୋପାଳପୁର ଛକରେ ଓଲଟିଲା ଯାତ୍ରୀବାହୀ ବସ୍
କଟକ,୧୪ା୨: କଟକ ଗୋପାଳପୁର ଛକରେ ବୁଧବାର ସନ୍ଧ୍ୟାରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଛି। ଫଳରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ଚନ୍ଦନ ନାମକ ବସ୍ଟି ଭୁବନେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ଗୋପାଳପୁର ଛକରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।…
ଶ୍ରୀମନ୍ଦିର ଉପରେ ଉଡ଼ିବନି ଡ୍ରୋନ୍, ନୋ ଫ୍ଲାଇଙ୍ଗ୍ ଜୋନ୍ ଘୋଷଣା
ପୁରୀ,୧୪ା୨: ଏଣିକି ଶ୍ରୀମନ୍ଦିର ଉପରେ ଆଉ ଉଡ଼ି ପାରିବନି ଡ୍ରୋନ୍। ଶ୍ରୀଜଗନ୍ନାଥ ମନ୍ଦିରରେ ଶାନ୍ତି ଓ ନିରାପତ୍ତା ଦୃଷ୍ଟିରୁ ପୁରୀ ପୋଲିସ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଙ୍ଗ୍ ଜୋନ୍ ଘୋଷଣା ସହିତ ଭିତରେ ମୋବାଇଲରେ…
କେସିଙ୍ଗା ଏନ୍ଏସିର ନୂଆ ନିର୍ବାହୀ ଅଧିକାରୀ
କେସିଙ୍ଗା,୧୪ା୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏସି ନିର୍ବାହୀ ଅଧିକାରୀ ଭାବେ ପ୍ରଣବ କୁମାର ଚାନ୍ଦ ଯୋଗଦାନ କରିଛନ୍ତି। କେସିଙ୍ଗା ଏନ୍ଏସିର ପୂର୍ବତନ ନିର୍ବାହୀ ଅଧିକାରିଣୀଙ୍କ ମନମୁଖୀ କାର୍ଯ୍ୟରେ ଲୋକେ ଅତିଷ୍ଠ ହୋଇ ଗଣଆନ୍ଦୋଳନ କରି କେସିଙ୍ଗା ବନ୍ଦ ଡାକରା ଓ…
ଶେରଗଡକୁ ଏନଏସି ମାନ୍ୟତା ଦେଲେ ମୁଖ୍ୟମନ୍ତ୍ରୀ
ବ୍ରହ୍ମପୁର,୧୪।୨: ଗଞ୍ଜାମ ଜିଲା ଶେରଗଡକୁ ଏନଏସି ମାନ୍ୟତା ମିଳିଛି। ଏନଏସି ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଶେରଗଡ ସଭାରେ ସମ୍ବୋଧନ ବେଳେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଏଭଳି ଘୋଷଣା ପରେ ଶେରଗଡବାସୀ…
ଆଜି ଭାଲେଣ୍ଟାଇନ୍ସ ଡେ’: ପ୍ରଥମ ପସନ୍ଦ ସ୍ପେଶିଆଲ ଚକୋଲେଟ୍
ବ୍ରହ୍ମପୁର,୧୪।୨(ତନୁଶ୍ରୀ ନାହାକ): ଗତ ୭ରୁ ଆରମ୍ଭ ହୋଇଛି ପ୍ରେମ ଦିବସ (ଭାଲେଣ୍ଟାଇନ୍ସ ଡେ)। ଖାସ ପ୍ରେମୀଯୁଗଳଙ୍କ ପାଇଁ ମୁଖ୍ୟତଃ ଏହି ଦିବସ ମହତ୍ୱ ରଖୁଥିବାବେଳେ ଏହି ଦିନଟି ସେଣ୍ଟ ଭାଲେଣ୍ଟାଇନଙ୍କ ତ୍ୟାଗକୁ ମନେପକାଇବା ନିମନ୍ତେ ଆରମ୍ଭ ହୋଇଥିବା ଇତିହାସରୁ ଜଣାପଡେ। ତେବେ…
ଥାନା ଆଗରେ ଜଗିଲା ଗାଈ, ଥାନା ଭିତରକୁ କିମ୍ବା ବାହାରକୁ କାହାରିକୁ ଛାଡିଲା ନାହିଁ
ମାଲକାନଗିରି, ୧୪।୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ପୌର ପରିଷଦ ଅଞ୍ଚଳରେ ଗତ କିଛିଦିନ ତଳେ ବୁଲାକୁକୁରଙ୍କ ପାଦୁର୍ଭାବ ଦେଖା ଦେଇଥିବା ବେଳେ ମଙ୍ଗଳବାର ଏକ ପାଗଳ ଗାଈର ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଥିଲା। ସକାଳେ ଏକ ପାଗଳ ଗାଈ ମାଲକାନଗିରି ସହରର ବିଭିନ୍ନ ସ୍ଥାନରେ…
ଆଦର୍ଶ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ବାନ୍ଧିଲା ପୋଲିସ
ମାଲକାନଗିରି,୧୪।୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଭୂତି ପ୍ରସାଦ ପଣ୍ଡା ଜଣେ ଆଦିବାସୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ମଙ୍ଗଳବାର ଗିରଫ ହୋଇଛନ୍ତି। ପ୍ରକାଶଯେ, ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ସାମାଜିକ ବିଜ୍ଞାନ ଶିକ୍ଷକ ତଥା ଭାରପ୍ରାପ୍ତ…
ପୋଲିସ ବିରୋଧରେ ଲାଗିଲା ମାଓବାଦୀ ପୋଷ୍ଟର
ରାଇଘର, ୧୪।୨(କିରଣ ପଟ୍ଟନାୟକ): ନବରଙ୍ଗପୁର ଜିଲା ରାଇଘର ଥାନା ଅଧୀନ କୁକୁରକୁଆଁ ଗ୍ରାମ ନିକଟରେ ଗଛକାଟି ରାସ୍ତା ଅବରୋଧ କରାଯାଇ ସେଥିରେ ମାଓବାଦୀ ପୋଷ୍ଟର ଲଗାଯାଇଛି। ତେବେ କେଉଁ ସଙ୍ଗଠନ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ…
୬ ବର୍ଷ ହେଲା ପ୍ରାଣୀଧନଙ୍କ ଚିକିତ୍ସା ବ୍ୟବସ୍ଥା ଠପ୍
ବଇଣ୍ଡା,୧୪।୨ (ପରିକ୍ଷିତ ସାହୁ): ଗାଈ, ଛେଳି ଓ କୁକୁଡ଼ା ପାଳନ ପାଇଁ ସରକାର ଚାଷୀ, ମହିଳା ଓ ସ୍ବୟଂସହାୟକ ଗୋଷ୍ଠୀଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ଏଥିପାଇଁ ବ୍ୟାଙ୍କ ଜରିଆରେ ସବ୍ସିଡିଯୁକ୍ତ ଋଣ ପ୍ରଦାନ କରୁଛନ୍ତି। ହେଲେ ଏହି ପ୍ରାଣୀଧନଙ୍କ ସ୍ବାସ୍ଥ୍ୟର ଯତ୍ନ ନେବା…
ମୁଖାଗ୍ନି ପୂର୍ବରୁ ଜୁଇରୁ ଉଠିଥିଲେ ସ୍ତ୍ରୀ ମିଳିଲା ଚିକିତ୍ସା ସୁବିଧା
ବ୍ରହ୍ମପୁର,୧୪।୨(ସ୍ମୃତି ରଞ୍ଜନ ମହାଲିକ/ତନୁଶ୍ରୀ ନାହାକ): ବ୍ରହ୍ମପୁର ମହାନଗର ୨୮ ନଂ ୱାର୍ଡ ଗୁଡସରୋଡ ତ୍ରିନାଥ ମନ୍ଦିର ସାହିର ଶିବରାମ ପାଳଙ୍କ ସ୍ତ୍ରୀ ବୁଚି ଆମ୍ମା ମୁଖାଗ୍ନି ପୂର୍ବରୁ ଜୁଇରେ ଆଖି ଖୋଲିଥିବା ଘଟଣା ଧରିତ୍ରୀରେ ପ୍ରକାଶ ପରେ ତାଙ୍କ ସ୍ତ୍ରୀଙ୍କ ଚିକିତ୍ସାକୁ…
ସରକାରୀ କାର୍ଯ୍ୟାଳୟ ଦୁର୍ନୀତି ବଢ଼ିଚାଲିଛି
ପଟ୍ଟାମୁଣ୍ଡାଇ,୧୪।୨(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ସରକାରୀ ଅନୁଦାନରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ଏ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହେଉଛି। ମାତ୍ର ବିଭାଗୀୟ ସରକାରୀ ଅଧିକାରୀମାନେ ଅଭିଯୋଗକୁ ଭ୍ରୂକ୍ଷେପ ନ…

