ଆମ ଜିଲା ଖବର

ବନ୍ଧୁକ ଦେଖାଇ ବଡ଼ବିଲ ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍‌

ଯୋଡ଼ା,୧୯ା୧(ମାନସ ମହାନ୍ତି): କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଶାଖାରୁ ସୋମବାର ଏକ ବଡ଼ ଧରଣର ଲୁଟ୍‌ ହୋଇଛି। ଦୁର୍ୱୃତ୍ତମାନେ ବ୍ୟାଙ୍କରେ ପଶି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୫ କୋଟିରୁ ଊଦ୍ଧର୍‌ବ ଟଙ୍କାର ସୁନା ଅଳଙ୍କାର ସହ ୮ଲକ୍ଷ ନଗଦ…

ଏଣିକି ବଲାଙ୍ଗୀରରେ କାମ କରିବା ମନା, କାହିଁକି ଏମିତି ନିଷ୍ପତ୍ତି ନେଲେ ଠିକାଦାର ସଂଘ, ଜାଣନ୍ତୁ…

ବଲାଙ୍ଗୀର,୧୯।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଠିକାଦାର ସଂଘ ପକ୍ଷରୁ ରବିବାର ସ୍ଥାନୀୟ ଖବରଦାତା ଭବନଠାରେ ଖବରଦାତା ସମ୍ମିଳନୀ କରାଯାଇଥିଲା। ବଲାଙ୍ଗୀର ଜିଲା ଭିତରେ ଅନ୍ୟ ଜିଲାର କୌଣସି ଠିକାଦାର ଯେଭଳି ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇ ଠିକା କାମ…

କାଲିଠୁ ଡଲଫିନ ଗଣନା: ବନ୍ଦ ରହିବ ବୋଟ୍‌ ଚଳାଚଳ

ଭୁବନେଶ୍ୱର,୧୯।୧: ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନ ଆନୁକୂଲ୍ୟରେ ଚିଲିକାରେ ପକ୍ଷୀ ଗଣନା ଶେଷ ହୋଇଥିବା ବେଳେ ମଙ୍ଗଳବାରଠୁ ଡଲଫିନ ଗଣନା ଆରମ୍ଭ ହେବ। ଏହି ଗଣନା ୩ ଦିନ ଧରି ଚାଲିବ। ଚିଲିକାର ୧୮ଟି ରୁଟ ବାଲୁଗାଁ ଏବଂ ସାତପଡ଼ାରେ ଡଲଫିନ ଗଣନା…

ଜରଉ ଘାଟିରୁ ୧୦ଫୁଟ ତଳକୁ ଖସିଲା ଅଟୋ, ୧୨ ସ୍କୁଲ ଛାତ୍ରୀଛାତ୍ର…

ମୋହନା, ୧୯।୧( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ମୋହନା ଠାରୁ ଗଞ୍ଜାମ ଜିଲ୍ଲା ବଡ଼ଗଡ଼କୁ ସଂଯୋଗ କରୁଥିବା ଜରଉ ଘାଟିରେ ଏକ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଏକ ଯାତ୍ରୀବାହୀ ଅଟୋ ଘାଟିରୁ ୧୦ଫୁଟ…

ପଞ୍ଚାୟତ ଗୃହ ନିର୍ମାଣକୁ ନେଇ ବିବାଦ, ସର୍ବସମ୍ମୁଖରେ ନୂଆପଡ଼ା ବିଡିଓଙ୍କୁ ଚାପୁଡା

ନୂଆପଡା, ୧୯/୧ ( ମକାରୁ ବେମାଲ): ନୂଆପଡ଼ା ଜିଲାରେ ସୋମବାର ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । ସୋମବାର ସକାଳୁ ନୂଆପଡ଼ା ସଦର ବିଡିଓ ରୋହିତ ଭୋଇ ନିଜ ବାସ ଭବନରୁ ଗାଁ ପ୍ରଶାସନରେ ଯୋଗ ଦେବାପାଇଁ ବାହାରୁ ଥିଲାବେଳେ…

ସ୍କୁଲରେ ମାରପିଟ ହୋଇ ଲହୁଲୁହାଣ ଘଟଣା, ୨ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କଲେ ବିଇଓ

ସମ୍ବଲପୁର, ୧୯।୧(ପ୍ରମୋଦ ବହିଦାର): ବୁର୍ଲା କିର୍ବା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗତ ୧୫ତାରିଖରେ ସଂଘଟିତ ରକ୍ତାକ୍ତ ସଂଘର୍ଷରେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଦ୍ବୟ ନିଲମ୍ବିତ ହୋଇଛନ୍ତି । ନିଲମ୍ବିତ ହୋଇଥିବା ଶିକ୍ଷୟିତ୍ରୀ ଦ୍ବୟ ହେଲେ ଉକ୍ତ ସ୍କୁଲର ସହକାରୀ ଶିକ୍ଷୟିତ୍ରୀ ସର୍ମିଷ୍ଠା…

କେନ୍ଦ୍ରୀୟ ବିଦ୍ୟାଳୟକୁ ୩୩ କୋଟି ଅନୁମୋଦନ: କେନ୍ଦ୍ରମନ୍ତ୍ରୀ, ବିଧାୟକଙ୍କୁ କୃତଜ୍ଞତା

ଭଞ୍ଜନଗର,୧୯।୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାୟୀ କୋଠା ନିର୍ମାଣ ପାଇଁ କେନ୍ଦ୍ର ସରକାର ଇତିମଧ୍ୟରେ ତିନିଦିନ ପୂର୍ବେ ୩୩ କୋଟି ୧୧ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି। ଉକ୍ତ ଅର୍ଥ କେନ୍ଦ୍ରୀୟ ପୂର୍ତ୍ତ ବିଭାଗକୁ ପ୍ରଦାନ କରାଯାଇଛି ।…

ଜିଲାର ଚାଷୀଙ୍କ ପାଇଁ ଉଦାହରଣ ସାଜିଲେ ମୂକ ବଧିର ୨ ଭଉଣୀ: କୃଷି ବିଭାଗ ପକ୍ଷରୁ…

ନୂଆପଡ଼ା,୧୮ା୧ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳାର ଦ୍ୱିତୀୟ ଦିବସରେ ଏକ ନିଆରା ଚାଷୀ ପ୍ରତିଭା ସମ୍ମାନିତ ହେବା ଦେଖିବାକୁ ମିଳିଥିଲା। ୨ ଚାଷୀ ପ୍ରତିଭା ହେଲେ ସାହିପଲା ଗାଁର…

ଚିଲିକାକୁ ଆସିଛନ୍ତି ୧୧ ଲକ୍ଷ ପକ୍ଷୀ

ବାଲୁଗାଁ,୧୯ା୧(ସଂଗ୍ରାମ ପାଇକରାୟ): ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନ ଆନୁକୂଲ୍ୟରେ ଚିଲିକାରେ ପକ୍ଷୀ ଗଣନା ଶେଷ ହୋଇଛି। ଚଳିତ ବର୍ଷ ୧୯୬ ପ୍ରଜାତିର ୧୧ ଲକ୍ଷ ୩୨ ହଜାର ୨୦୦ ପକ୍ଷୀଙ୍କ ସମାଗମ ହୋଇଛି l ସେଥିମଧ୍ୟରୁ ୧୦୬ ପ୍ରଜାତିର ୧୧ ଲକ୍ଷ ୧୦…

ବଦଳିବ ‘ଡିପିଆର’, ସାମିଲ ହେବ ପାରାଦୀପ: ନୂଆ ରୂପରେ ଆସିବ ମେଟ୍ରୋ ରେଳ

ଭୁବନେଶ୍ୱର,୧୯।୧(ରବିନାରାୟଣ ଜେନା): ଦୀର୍ଘଦିନ ଧରି ଭୁବନେଶ୍ୱର-କଟକ ମେଟ୍ରୋ ରେଳପ୍ରକଳ୍ପ କାର୍ଯ୍ୟ ଅନିଶ୍ଚିତତା ଭିତରେ ରହିଛି। ଏହାକୁ ନେଇ ଲୋକେ ଆଶା ଓ ଆଶଙ୍କାରେ ରହିଥିବାବେଳେ ରାଜ୍ୟ ସରକାର ମଧ୍ୟ ବ୍ୟାକ୍‌ଫୁଟ୍‌ରେ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସରକାରୀସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ଅଯୋଧ୍ୟା ଅଭିମୁଖେ ସ୍ବର୍ଣ୍ଣ ଧନୁ

ପୁରୀ,୧୯।୧(ଅଜିତ୍‌ କୁମାର ମହାନ୍ତି): ଅଯୋଧ୍ୟା ଅଭିମୁଖେ ଯାତ୍ରା କଲା ସ୍ବର୍ଣ୍ଣ ଧନୁ। ରବିବାର ଭୁବନେଶ୍ୱରରେ ଧନୁ ପ୍ରଦର୍ଶନ ହେବାପରେ ବିଳମ୍ବିତ ରାତିରେ ପୁରୀରେ ପହଞ୍ଚିଥିଲା। ସ୍ବର୍ଣ୍ଣରେ  ନିର୍ମିତ ଏହି ସ୍ବର୍ଣ୍ଣ ଧନୁ ପୁରୀ ଉତ୍ତରପାର୍ଶ୍ୱ ମଠରେ ପହଞ୍ଚିବା ପରେ  ସେଠାରେ ଧନୁକୁ…

କୋଟିଆ ବିବାଦ ସମାଧାନ କରିବାକୁ ଅଣ୍ଟା ଭିଡ଼ିଲା ଡିପିବିପି: ୬୪ ବ୍ଲକ୍‌କୁ ନେଇ…

ପଟ୍ଟାଙ୍ଗି,୧୯ା୧(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ କୁନ୍ଦୁଲି ସାପ୍ତାହିକ ହାଟସ୍ଥିତ କମ୍ୟୁନିଟି ହଲ୍‌ରେ ଦଣ୍ଡକାରଣ୍ୟ ପର୍ବତ ବିକାଶ ପରିଷଦ(ଡିପିବିପି) ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡିପିବିପି ରାଜ୍ୟ ସଭାପତି ତଥା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri