ଚିଲିକାକୁ ଆସିଛନ୍ତି ୧୧ ଲକ୍ଷ ପକ୍ଷୀ

ବାଲୁଗାଁ,୧୯ା୧(ସଂଗ୍ରାମ ପାଇକରାୟ): ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନ ଆନୁକୂଲ୍ୟରେ ଚିଲିକାରେ ପକ୍ଷୀ ଗଣନା ଶେଷ ହୋଇଛି। ଚଳିତ ବର୍ଷ ୧୯୬ ପ୍ରଜାତିର ୧୧ ଲକ୍ଷ ୩୨ ହଜାର ୨୦୦ ପକ୍ଷୀଙ୍କ ସମାଗମ ହୋଇଛି l ସେଥିମଧ୍ୟରୁ ୧୦୬ ପ୍ରଜାତିର ୧୧ ଲକ୍ଷ ୧୦ ହଜାର ୨୫୭ଟି ବିଦେଶାଗତ ପକ୍ଷୀ ଥିବାବେଳେ ସ୍ଥାନୀୟ ୯୦ ପ୍ରଜାତିର ୨୧ ହଜାର ୯୪୩ଟି ପକ୍ଷୀ ରହିଛନ୍ତି। ଗତବର୍ଷ ଚିଲିକାରେ ୧୧ ଲକ୍ଷ ୨୭ ହଜାର ୨୨୮ଟି ପକ୍ଷୀଙ୍କ ସମାଗମ ହୋଇଛି।
ଚଳିତ ବର୍ଷ ୪ ହଜାର ୯୭୨ ପକ୍ଷୀଙ୍କ ସଂଖ୍ୟା ବଢ଼ିଛି । ପକ୍ଷୀ ଅଭୟାରଣ୍ୟ ନଳବଣରେ ମଧ୍ୟ ଚଳିତ ବର୍ଷ ପକ୍ଷୀ ଓ ପ୍ରଜାତି ସଂଖ୍ୟା ବଢ଼ିଛି । ଗତବର୍ଷ ଏଠାରେ ୯୨ ପ୍ରଜାତିର ୩ ଲକ୍ଷ ୪୩ହଜାର ୨୨୬ ପକ୍ଷୀ ଚିହ୍ନଟ କରାଯାଇଥିଲା। ଚଳିତ ବର୍ଷ ୧୦୬ ପ୍ରଜାତିର ୩ ଲକ୍ଷ ୯୭ ହଜାର ୫୮୭ ପକ୍ଷୀଙ୍କ ସମାଗମ ହୋଇଛି l ଅର୍ଥାତ୍‌ ଏଠାରେ ୫୪ ହଜାର ୩୬୧ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗତବର୍ଷ ୧୯୭ ପ୍ରଜାତିର ପକ୍ଷୀଙ୍କ ସମାଗମ ହୋଇଥିଲା। ଚଳିତ ବର୍ଷ ମଧ୍ୟ ଏହି ସଂଖ୍ୟା ୧୯୬ ରହିଛି l ଏଥର ନୂତନ ଭାବେ ପ୍ଲେନ ମାର୍ଟିନ ଏବଂ ବେଙ୍ଗଲ ବୁଶ ଲାର୍କ ପ୍ରଜାତିର ପକ୍ଷୀଙ୍କୁ ଚି଼ହ୍ନଟ କରାଯାଇଛି। ଏହି ଦୁଇ ପକ୍ଷୀ ବିଶେଷକରି ଆଫ୍ରିକା ଏବଂ ଦକ୍ଷିଣ ଏସିଆ ଅଞ୍ଚଳରେ ଅବସ୍ଥାନ କରିଥାନ୍ତି ।
 ଅନ୍ୟପକ୍ଷରେ ଚିଲିକାର ଆକର୍ଷଣୀୟ ଫ୍ଲେମିଙ୍ଗୋ (ଏରା) ହଂସଜାତୀୟ ପକ୍ଷୀ ଚଳିତ ବର୍ଷ କମିଛନ୍ତି l ଗତବର୍ଷ ଏହି ପକ୍ଷୀ ୨୬୩୮ଟି ଦୃଷ୍ଟିଗୋଚର ହୋଇଥିଲେ। ଚଳିତ ବର୍ଷ ଏହାର ସଂଖ୍ୟା ହ୍ରାସ ପାଇ ୧୮୦୦ରେ ପହଞ୍ଚିଛି l ଅର୍ଥାତ୍‌ ୮୩୮ଟି ଫ୍ଲେମିଙ୍ଗୋ ପକ୍ଷୀ କମିଛନ୍ତି । ବିଦେଶୀ ପକ୍ଷୀଙ୍କ ମଧ୍ୟରେ ସର୍ୱାଧିକ ନର୍ଦ୍ଦର୍ନ ପିଣ୍ଟେଲ (ଗହୀର ଲାଞ୍ଜା )୨,୧୮, ୯୯୩, ଇଉରାସିଆନ ଓ୍ୱିଜିଅନ୍‌ (ଚନ୍ଦନା ହଂସ ) ୧, ୫୩, ୩୧୮, ଗଡ୍‌ଓ୍ୱାଲ (ମାଟିଆ ଗେଣ୍ଡି) ୧,୪୩,୨୧୭, ନର୍ଦ୍ଦନ ସୋଭଲର ୯୬,୦୦୦ ଏବଂ ବ୍ଲାକଟେଲ୍ଡ ଗଡ୍‌ଓ୍ୱିଟି (ଡାଙ୍ଗୁଆ ହଂସ) ୫୨,୦୦୦ଟି ରହିଛନ୍ତି।
 ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଅଧୀନ ୫ଟି ରେଞ୍ଜ୍‌ ଟାଙ୍ଗୀ, ବାଲୁଗାଁ, ଚିଲିକା, ସାତପଡ଼ା ଏବଂ ରମ୍ଭା ଚିଲିକା ଅଞ୍ଚଳରେ ପକ୍ଷୀ ଗଣନା ହୋଇଥିଲା। ବାଲୁଗାଁ ରେଞ୍ଜ୍‌ ଅଧୀନ ପକ୍ଷୀ ଅଭୟାରଣ୍ୟ ନଳବଣରେ ସର୍ୱାଧିକ ୩,୯୭,୫୮୭ ପକ୍ଷୀଙ୍କ ସମାଗମ ହୋଇଛି। ଦ୍ୱିତୀୟରେ ଟାଙ୍ଗୀ ରେଞ୍ଜ୍‌ ଅନ୍ତର୍ଗତ ମଙ୍ଗଳାଯୋଡ଼ି, ସୁନ୍ଦରପୁର, ଭୂଷଣ୍ଢପୁର ଅଞ୍ଚଳରେ ୧,୬୧,୩୮୫ ଏବଂ ସର୍ୱନିମ୍ନ ଭାବେ ରମ୍ଭା ରେଞ୍ଜ୍‌ରେ ପକ୍ଷୀଙ୍କ ସମାଗମ ହୋଇଛି।
ବିଭାଗ ପକ୍ଷରୁ ଚିଲିକାକୁ ୨୨ଟି ଜୋନ୍‌ରେ ବିଭକ୍ତ କରାଯାଇ ୨୨ଟି ଦଳକୁ ପକ୍ଷୀ ଗଣନା କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ସଡ଼କ ପଥରେ ୨ଟି ଗ୍ରୁପ ଏବଂ ଜଳପଥରେ ୨୦ଟି ଗ୍ରୁପ ଡଙ୍ଗାରେ ରହି ପକ୍ଷୀ ଗଣନା କରିଥିଲେ। ସମସ୍ତ ଗ୍ରୁପକୁ ବାଇନାକୁଲାର, ଓ୍ୱାକିଟକି, ଜିପିଏସ୍‌ ଏବଂ ଭିଏଚ୍‌ଏଫ୍‌ ଆଦି ଯନ୍ତ୍ରାଂଶ ଯୋଗାଇ ଦିଆଯାଇଥିଲା। ପକ୍ଷୀ ଅଭୟାରଣ୍ୟ ନଳବଣରେ କେବଳ ୬ଟି ଦଳ ପକ୍ଷୀ ଗଣନା କରିଥିବା ବେଳେ ସ୍ଥଳପଥ ତଥା ଉପକୂଳବର୍ତ୍ତୀ ଅଞ୍ଚଳରେ ୨ଟି ଏବଂ ଅବଶିଷ୍ଟ ୧୪ଟି ଦଳ ବାଲୁଗଁା ନିକଟ ଚନ୍ଦ୍ରାପୁଟଠାରୁ କଳିଯୁଗେଶ୍ୱର ପାହାଡ଼, ମଙ୍ଗଳାଯୋଡ଼ିଠାରୁ କାଳୁପଡ଼ା, ଭୂଷଣ୍ଡପୁର, ସୁନ୍ଦରପୁର, ସୋରଣ, ନଈରୀ, ବାଲିପାଟପୁର, ଅଭିମାନପୁର, ସାତଭାୟା ଏବଂ ତିନିମୁହାଣ ପର୍ଯ୍ୟନ୍ତ, ପୁରୀ ଜିଲା କୃଷ୍ଣପ୍ରସାଦ, ସାତପଡ଼ାଠାରୁ ଗମ୍ଭାରୀ, ବଡଗୋଠ, ଗୁରୁବାଇ ଏବଂ ଅରଖକୁଦା, ରମ୍ଭା ନିକଟ ପାଲୁରଠାରୁ ଶିଆଳ ଏବଂ ମାଲୁଦ ଚିଲିକା ଅଞ୍ଚଳରେ ଗଣନା କରିଥିଲେ। ରବିବାର ଭୋର ୬ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଗଣନା ହୋଇଥିଲା l
ବମ୍ୱେ ନାଚୁରାଲ ହିଷ୍ଟ୍ରି ଅଫ୍‌ ସୋସାଇଟିର ଡେପୁଟି ଡାଇରେକ୍ଟର ପି.ସତ୍ୟ ସାଲଭମ, ବନ୍ୟପ୍ରାଣୀ ବିଭାଗ ପିସିସିଏଫ୍‌ ବିକାଶ ରଞ୍ଜନ ଦାଶ, ଅବସରପ୍ରାପ୍ତ ଆରସିସିଏଫ୍‌ ପି.କେ ମିଶ୍ର, ଡିଏଫ୍‌ଓ ଅମ୍ଳାନ୍‌ ନାୟକ, ଏସିଏଫ୍‌ ସୌମ୍ୟରଞ୍ଜନ ସାହୁ, ରେଞ୍ଜର ରଶ୍ମିତା ଜେନା ପ୍ରମୁଖ ଉପସ୍ଥିତ ରହି ଗଣନା କାର୍ଯ୍ୟରେ ଦିଗ୍‌ଦର୍ଶନ ଦେଇଥିଲେ । ସିଡିଏ ଏବଂ ବନ୍ୟପ୍ରାଣୀ ବିଭାଗ କର୍ମଚାରୀଙ୍କ ସମେତ ଓ୍ୱାଇଲ୍ଡ ଲାଇଫ୍‌ ଓଡ଼ିଶା, ବମ୍ୱେ ନାଚୁରାଲ ହିଷ୍ଟ୍ରି ଅଫ୍‌ ସୋସାଇଟି, ଓୟୁଏଟି, ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ, ବିଭିନ୍ନ ବିଶ୍ୱବିଦ୍ୟାଳୟର ପ୍ରଫେସର, ଛାତ୍ରୀଛାତ୍ର, ପକ୍ଷୀ ବିଶାରଦଙ୍କ ସମେତ ମୋଟ୍‌ ୧୩୦ଜଣ ଏହି ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

ବିଡ଼ା ବିଡ଼ା ଟଙ୍କା ଗଣାଚାଲିଛି

ପୁରୀ,୫ା୯(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରିଛି। ପୋଲିସ…

ଚାଷୀଙ୍କ ଶ୍ରମକୁ ଉଚିତ ସମ୍ମାନ ମିଳୁଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୯ (ସୁନିତ୍‌ ମିଶ୍ର): ଜନ୍ମାଷ୍ଟମୀ ଅବସରରେ ରାଜ୍ୟର ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଓୟୁଏଟିର କୃଷି ଶିକ୍ଷା ସଦନଠାରେ ସିଏମ୍‌ କିଷାନ ଯୋଜନାର…

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ତଦନ୍ତ ଫାଇଲ ଗାଏବ୍‌ ମାମଲା, ସିବିଆଇ ତଦନ୍ତ ଦାବି କଲେ ପୁଅ-ବୋହୂ

ଭୁବନେଶ୍ୱର,୪।୯(ତ୍ରିନାଥ ମହାନ୍ତି): ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକୁ ୧୮ ବର୍ଷ ପୂରିଛି। ଶୁକ୍ରବାର ସାରା ରାଜ୍ୟରେ ବଳିଦାନ ଦିବସ ପାଳନ କରାଯାଇ ସ୍ବାମିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। କିନ୍ତୁ…

ସିଏମ୍ କିଷାନ ଯୋଜନା: ବରଗଡ଼ର ୧.୭୫ ଲକ୍ଷ ଚାଷୀଙ୍କୁ ମିଳିବ ରବି ସହାୟତା, ସିଧାସଳଖ ବ୍ୟାଙ୍କ ଖାତାକୁ ଗଲା ଟଙ୍କା

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ଚାଷୀମାନଙ୍କ ଆର୍ଥିକ ସମୃଦ୍ଧି ଓ କୃଷି କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ପାଇଁ ଶୁକ୍ରବାର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri