କେନ୍ଦ୍ରୀୟ ବିଦ୍ୟାଳୟକୁ ୩୩ କୋଟି ଅନୁମୋଦନ: କେନ୍ଦ୍ରମନ୍ତ୍ରୀ, ବିଧାୟକଙ୍କୁ କୃତଜ୍ଞତା

ଭଞ୍ଜନଗର,୧୯।୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାୟୀ କୋଠା ନିର୍ମାଣ ପାଇଁ କେନ୍ଦ୍ର ସରକାର ଇତିମଧ୍ୟରେ ତିନିଦିନ ପୂର୍ବେ ୩୩ କୋଟି ୧୧ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି। ଉକ୍ତ ଅର୍ଥ କେନ୍ଦ୍ରୀୟ ପୂର୍ତ୍ତ ବିଭାଗକୁ ପ୍ରଦାନ କରାଯାଇଛି । ମାର୍ଚ୍ଚ ମାସ ସୁଧା ଟେଣ୍ଡର ଆହ୍ବାନ କରାଯିବ। ଏହାପରେ କାମ ଆରମ୍ଭ ହେବା ସମ୍ଭାବନା ରହିଛି। ଏହି ଖବର ଜଣାପଡିବା ପରେ ଅଭିଭାବକ ମାନେ ଖୁସିବ୍ୟକ୍ତ କରିଛନ୍ତି। ଏଥିସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ,ଭଞ୍ଜନଗର ଉପ ଜିଲାପାଳ ତଥା ବିଦ୍ୟାଳୟ ସଭାପତି ଉମା ଶଙ୍କର ବେହେରା, ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କମାନୁଙ୍କୁ ଅଭିଭାବକ ମାନେ କୃତଜ୍ଞତା ଜଣାଇଛନ୍ତି। ଏଥିସହ କାମ ତୁରନ୍ତ ଆରମ୍ଭ ହୋଇ ଶେଷ ହେବ ବୋଲି ଅଭିଭାବକମାନେ
ଆଶା ରଖିଛନ୍ତି।

ସୂଚନାଯୋଗ୍ୟ ଯେ, ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ୨୦୧୦ ମସିହାରେ ସ୍ଥାପିତ ହୋଇଥିଲା। କେନ୍ଦ୍ରୀୟ ବିଦ୍ୟାଳୟର ନିଜସ କୋଠା ନ ଥିବା ଯୋଗୁ ସେ ସମୟରେ ତତ୍କାଳୀନ ବିଧାୟକ ବିକ୍ରମ କେଶରୀ ଆରୁଖଙ୍କ ଉଦ୍ୟମ କ୍ରମେ ତତ୍କାଳୀନ କେନ୍ଦ୍ରର ଉପା ସରକାର ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅବ୍ୟବହୃତ ଛାତ୍ରାବାସ କୋଠା ରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ଅନୁମୋଦନ ଦେଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଥାୟୀ କୋଠା ନିର୍ମାଣ ପାଇଁ ଯେତେବେଳେ ପ୍ରସ୍ତାବ ଆସିଲା ଜମି ସମସ୍ୟା ଦେଖାଦେଲା। ବିଭିନ୍ନ ସମୟରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ମତ୍ସ୍ୟ ଜାଆଁଳ ଉତ୍ପାଦନ କେନ୍ଦ୍ର, କଲେଜ ପଛପଟ, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପ୍ରମୁଖ ଅଞ୍ଚଳରେ ଜମି ଚୟନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ସେ ସମୟରେ ଜମି ଦେଖିବାକୁ ଆସୁଥିବା କେନ୍ଦ୍ରୀୟ ଅଧିକାରୀ ମାନେ ରାଜ୍ୟ ସରକାର ଯୋଗାଇ ଦେଇଥିବା ଜମିକୁ ନାପସନ୍ଦ କରୁଥିଲେ ବିଭିନ୍ନ କାରଣ ପାଇଁ। ଏହାପରେ ଶେଷରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟରେ ହିଁ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ଚୂଡାନ୍ତ ହୋଇଥିଲା। କେନ୍ଦ୍ରୀୟ ଟିମ ଉକ୍ତ ଜମିକୁ ଶେଷରେ ସୀକୃତି ଦେଇଥିଲେ। ଏହାପରେ ଜମି ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଥିରେ ମଧ୍ୟ ଜଟିଳ ପ୍ରକ୍ରିୟା ଥିବା ଯୋଗୁ ବହୁ ବିଳମ୍ବ ହୋଇଥିଲା। ଶେଷରେ ୪ ବର୍ଷ ପୂର୍ବେ ପଟ୍ଟା କେନ୍ଦ୍ରୀୟ ବିଦ୍ୟାଳୟକୁ ମିଳିଥିଲା। କିନ୍ତୁ ସେଥିରେ ମଧ୍ୟ କିଛିଟା ତ୍ରୁଟି ଯୋଗୁ ସଂଶୋଧନ ପାଇଁ ଆଉ କିଛି ମାସ ଲାଗିଥିଲା। ଶେଷରେ ପ୍ରାୟ ୩ ବର୍ଷ ପୂର୍ବେ ପଟ୍ଟା ମିଳିଥିଲା। ଏହାପରେ କେନ୍ଦ୍ର ସରକାର ସ୍ଥାୟୀ କୋଠା ନିର୍ମାଣ ପାଇଁ ଅର୍ଥ ଦେବାର ଆବଶ୍ୟକତା ରହିଥିଲା।

ସମସ୍ତ ପ୍ରକ୍ରିୟା ସରିବା ପରେ କେନ୍ଦ୍ର ସରକାର ଇତିମଧ୍ୟରେ ଟଙ୍କା ଅନୁମୋଦନ କରିଛନ୍ତି। ୨୦୨୮ ମସିହା ନୂତନ ଶିକ୍ଷା ବର୍ଷ ଠାରୁ ସ୍ଥାୟୀ କୋଠାରେ ଶିକ୍ଷାଦାନ ଲକ୍ଷ୍ୟ ରଖାଯାଇଛି। ଏନେଇ ଆବଶ୍ୟକ ପ୍ରକ୍ରିୟା ଚାଲିଛି। ବିଭିନ୍ନ ସମୟରେ ବିଦ୍ୟାଳୟ ସ୍ଥାୟୀ କୋଠା ନିର୍ମାଣ ସମସ୍ୟାକୁ ଦେଖି ଉପଜିଲାପାଳ ଉମା ଶଙ୍କର ବେହେରା, ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କମାନୁ ଏନେଇ ବିଭିନ୍ନ ସମୟରେ ବିଭିନ୍ନ ଅଧିକାରୀଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି। ଏଥିସହ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମଧ୍ୟ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକାଧିକ ଥର ଭେଟି ସ୍ଥାୟୀ କୋଠା ନିର୍ମାଣ, କର୍ମଚାରୀ ଅଭାବ, ଯୁକ୍ତ ୨ ଖୋଲିବା ସମେତ ଅନ୍ୟାନ୍ୟ ବିଷୟରେ ଆଲୋଚନା କରିଥିଲେ। ସମସ୍ତଙ୍କ ପ୍ରଚେଷ୍ଟାରେ ଶେଷରେ ବିଦ୍ୟାଳୟ ସ୍ଥାୟୀ କୋଠା ନିର୍ମାଣ କାମ ଖୁବ କମ ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି। ଯାହାକି ଅଞ୍ଚଳବାସୀଙ୍କ ପାଇଁ ଖୁସିର ଖବର । ଅନ୍ୟପଟେ ଆସନ୍ତା ଶିକ୍ଷାବର୍ଷ ଠାରୁ ମଧ୍ୟ ଅସ୍ଥାୟୀ କୋଠାରେ ଯୁକ୍ତ ୨ ଖୋଲିବା ପ୍ରକ୍ରିୟା ଚାଲିଛି । କେନ୍ଦ୍ରୀୟ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅନୁମତି ମିଳିବା ପରେ ଚଳିତ ବର୍ଷ ଯୁକ୍ତ ୨ ଖୋଲିବା ସମ୍ଭାବନା ରହିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ଉଦ୍ୟମ ଘଟଣା: ବର୍ଷେ ପରେ ୨ ନାବାଳକ ଜେଜେବିରେ ହାଜର

ଦିଗପହଣ୍ଡି, ୭।୯ (ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମର ବେନୁ ସାହୁଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ପ୍ରାୟ ଏକ ବର୍ଷ…

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ଦାଦାବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୭।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଦାଦାବଟି ମାଗି ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରି ହତ୍ୟା ଉଦ୍ୟମ ଓ ଟଙ୍କା ଛଡ଼ାଇ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri