ଶିକ୍ଷକ ବଦଳିରେ ଏମ୍ପି, ଏମ୍ଏଲ୍ଏ କରିପାରିବେ ନାହିଁ ସୁପାରିସ
କଟକ,୨୭।୧୧(କାର୍ତ୍ତିକ ସାହୁ) ସରକାରୀ ସ୍କୁଲରେ ଶିକ୍ଷକ ବଦଳି ପାଇଁ ଏମ୍ପି, ଏମ୍ଏଲ୍ଏ ସୁପାରିଶ କରିପାରିବେ ନାହିଁ। ଏଭଳି ସୁପାରିଶ ଦ୍ୱାରା ପ୍ରଶାସନିକ ଓ ଶିକ୍ଷା ବ୍ୟବସ୍ଥାରେ ଅନାବଶ୍ୟକ ରାଜନୈତିକ ହସ୍ତକ୍ଷେପ ହେବ। ତେଣୁ ରାଜ୍ୟ ସରକାରଙ୍କ ଚାକିରୀ ନିୟମାବଳି ଅନୁଯାୟୀ, ସରକାରୀ…
ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହେଲେ ବିଦ୍ୟୁତ୍ ବିଭାଗ ହିସାବରକ୍ଷକ
ଭବାନୀପାଟଣା,୨୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ବିଦ୍ୟୁତ୍ ବିଭାଗର(ଏସ୍ଡିଓ) ସବଡିଭିଜନ ଅଫିସରେ କାର୍ଯ୍ୟରତ ପୂର୍ବତନ ଆକାଉଣ୍ଟଟେଣ୍ଟ(ହିସାବ ରକ୍ଷକ) ଅଜିତ କୁମାର ମିଶ୍ର ଲାଞ୍ଚ ମାମଲାରେ ଗୁରୁବାର ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଛନ୍ତି। ଭବାନୀପାଟଣା ଜିଲା ଭିଜିଲାନ୍ସ କୋର୍ଟ ସ୍ବତନ୍ତ୍ର…
ଦିଗପହଣ୍ଡିର ସ୍ବୟଂ ସହାୟିକା ରାଜ୍ୟସ୍ତରରେ ସମ୍ମାନିତ
ଦିଗପହଣ୍ଡି,୨୭।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ଗ୍ରାମର ଶ୍ରୀ ଗଣେଶ ମହିଳା ସୟଂ ସହାୟିକା ଗୋଷ୍ଠୀର ପ୍ରମୁଖ ସଦସ୍ୟା ବିନୁ କୁମାରୀ ଗୌଡ଼ ରାଜ୍ୟସ୍ତରରେ ସମ୍ମାନିତ ହୋଇଛନ୍ତି। ଭୁବନେଶ୍ୱର ସ୍ଥିତ ବହୁମୁଖି କଲ୍ୟାଣ ମଣ୍ଡପ ପରିସରରେ ରାଜ୍ୟ…
ବ୍ଳକସ୍ତରୀୟ ସାଂସଦ ଖେଳ ମହୋତ୍ସବ ଉଦ୍ଯାପିତ: ଯୋଗ ଦେଇଥିଲେ ୭ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର
ଦିଗପହଣ୍ଡି,୨୭।୧୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ପ୍ରଶାସନ ପକ୍ଷରୁ ଗତ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ବ୍ଳକସ୍ତରୀୟ ସାଂସଦ ଖେଳ ମହୋତ୍ସବ ଗୁରୁବାର ଉଦ୍ଯାପିତ ହୋଇଯାଇଛି । ବିଡ଼ିଓ ଅନାମିକା ପାଣ୍ଡେଙ୍କ ତତ୍ତାବଧାନରେ ଅନୁଷ୍ଠିତ ଉଦ୍ଯାପନୀ ସମାରୋହରେ ଦିଗପହଣ୍ଡି ଏନ୍ଏସି…
ବରଗଡ଼ ପାଇଁ ଗୌରବ: ୭ କଳାକାରଙ୍କୁ ମିଳିଲା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର
ବରଗଡ଼,୨୭।୧୧(ପ୍ରେମାନନ୍ଦ ଖମାରୀ): ରାଜ୍ୟ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ କଳା ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବୁଧବାର ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର କଳାକାରଙ୍କୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି। ଏଥିରେ ବରଗଡ଼…
ଭଞ୍ଜ ଟ୍ରଫି ୨୦୨୫: ସମ୍ବଲପୁରକୁ ହରାଇ ମରାଠା ଏକାଦଶ ସେମିରେ
ଭଞ୍ଜନଗର,୨୭।୧୧(ବାବୁଲା ପ୍ରଧାନ ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ସର୍ବ ଭାରତୀୟ ଭଞ୍ଜ ଟ୍ରଫି-୨୦୨୫ ଫୁଟବଲ ଟୁର୍ନାମେଣ୍ଟ ଚାଲିଛି। ଗୁରୁବାର ଗ୍ରୁପ ବି’ର ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚ୍ ସମ୍ବଲପୁର ଜିଲା କୁଚିଣ୍ଡା (ବିଏଫସି) ସହ ଭଞ୍ଜନଗର ମରାଠା ଏକାଦଶ…
ବ୍ୟବସାୟୀଙ୍କ ଘରେ ସଶସ୍ତ୍ର ଡକାୟତି, ସ୍ତ୍ରୀଙ୍କୁ ଛୁରିରେ ଆକ୍ରମଣ କରି ଦୁର୍ବୃତ୍ତ ଲୁଟିନେଲେ…
ଝରିଗାଁ,୨୭ା୧୧(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ଅଞ୍ଚଳରେ ଦିନକୁ ଦିନ ଚୋରି ଡକାୟତି ବଢୁଥିବା ବେଳେ ଦୁର୍ବୃତ୍ତମାନେ କଳାକନା ବୁଲାଇ ନିର୍ଭୟରେ ବୁଲୁଛନ୍ତି। ଯାହାଫଳରେ ଅଞ୍ଚଳରେ ରହୁଥିବା ଛୋଟ ବଡ଼ ବ୍ୟବସାୟୀମାନେ ଏକ ପ୍ରକାର କୋକୁଆ ଭୟରେ ରହୁଛନ୍ତି l ଗତ ମଙ୍ଗଳବାର…
ବାଇକ୍ଆରୋହୀଙ୍କ ଉପରେ ଚଢ଼ିଗଲା ଜେସିବି, ଚାଲିଗଲା ଜୀବନ
ଧର୍ମଶାଳା,୨୭ା୧୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ କରଜଙ୍ଗା ନିକଟରେ ଗୁରୁବାର ଜେସିବି ଧକ୍କାରେ ଜଣେ ବାଇକ୍ଆରୋହୀଙ୍କ ଜୀବନ ଚାଲିଯାଇଛି। ମିଳିଥିବା ସୂଚନାନୁସାରେ, ଏକ ଜେସିବି କାମ କରୁଥିବା ସମୟରେ ରାସ୍ତାରେ ଯାଉଥିବା ବାଇକ୍ଆରୋହୀଙ୍କୁ ଧକ୍କା ଦେଇ ଚଢ଼ି ଯାଇଥିଲା।…
ଦାବି ପୂରଣ ନ ହେଲେ ରାଜରାସ୍ତାକୁ ଓହ୍ଲାଇବେ ଡାକ୍ତରୀ ଛାତ୍ରୀଛାତ୍ର, ଚେତାବନୀ ଦେଇ କହିଲେ…
ବଲାଙ୍ଗୀର,୨୭ା୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ସମ୍ମୁଖରୁ ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଙ୍ଗଠନ ପକ୍ଷରୁ ଦାବି ପୂରଣ ନେଇ ଗୁରୁବାର ପଦଯାତ୍ରା କରାଯାଇଛି। ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲରୁ ପଦଯାତ୍ରା ବାହାରି…
୭ ଦିନରେ ଥରେ ରୋଗୀସେବା, ଲୋକେ ହନ୍ତସନ୍ତ
କେସିଙ୍ଗା,୨୭ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାରେ ଜଣେ ଫିଜିଓଥେରାପିଷ୍ଟଙ୍କୁ ଜିଲାର ବିଭିନ୍ନ ବ୍ଲକରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ୭ ଦିନରେ ଥରେ ରୋଗୀସେବା କରିବା ପାଇଁ ସିଡିଏମଓ ଆଦେଶ ଦେଇଥିବାରୁ ରୋଗୀସେବାରେ ଘୋର ବ୍ୟାହତ ସୃଷ୍ଟି ହେଉଛି।…
ଆୟୁଷ୍ମାନ ଆରୋଗ୍ୟ ଶିବିରରେ ରୋଗୀଙ୍କୁ ଏକ୍ସପାଏରୀ ବିସ୍କୁଟ ପ୍ରଦାନ
ବାଣପୁର,୨୭ା୧୧(ଦିଲ୍ଲୀପ କୁମାର ସ୍ବାଇଁ): ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଚାଲିଥିବାବେଳେ ସରକାରଙ୍କ ନିୟମ ଅନୁସାରେ ଗୋଟିଏ ରୋଗୀଙ୍କୁ ୫୦ ଟଙ୍କାର ଟିଫିନ୍ ବଦଳରେ ୫ ଟଙ୍କା ମୂଲ୍ୟର ଏକ୍ସପାଏରୀ ବିସ୍କୁଟ୍…
ପୋଖରୀରୁ ମିଳିଲା ମୃତ ଶିଶୁପୁତ୍ରର ମୃତଦେହ, ଜାଲ ପକାଇବାରୁ…
ଗଞ୍ଜାମ,୨୭ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅନ୍ତର୍ଗତ ଦାମୋଦରପୁର ଗାଁ ପୋଖରୀରୁ ଅଢ଼େଇ ବର୍ଷର ଶିଶୁପୁତ୍ର ଉଦ୍ଧାର ହୋଇଛି। ମୃତ ଶିଶୁ ହେଲେ ସୁମୁନାଥ ପାତ୍ରଙ୍କ ପୁଅ ବିନାୟକ। ଗୁରୁବାର ସକାଳେ ପୋଖରୀ ନିକଟରେ ବୁଲୁଥିବା ବେଳେ ପାଣିରେ ଗୋଡ଼ ଖସି ବୁଡ଼ିଯାଇଥିବା…
Archives


