ଶୌଚ ପାଇଁ ଯାଇ ନିଖୋଜ ଥିଲେ ମହିଳା, ଜଙ୍ଗଲରେ ଝୁଲନ୍ତା…

ଆନନ୍ଦପୁର,୧୮ା୧:(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ବିରିଡିହା ଗ୍ରାମର ମହିଳା ନଦୀକୁ ଶୌଚ ହେବାପାଇଁ ଯାଇ ନିଖୋଜ ଥିବା ବେଳେ ରବିବାର ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ, କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ କଣ୍ଟିପାଳ ପଂଚାୟତ ବିରିଡିହା ଗ୍ରାମର ମିନତୀ ବେହେରା (୪୨) ଗୁରୁବାର ସକାଳ ୮ଟା୩୦ ସମୟରେ ଶଶୁରଙ୍କୁ ଚା ପିଇବାକୁ ଦେଇ ଘଣ୍ଟିଆ ନାଳକୁ ଶୌଚ ପାଇଁ ଯାଇଥିଲେ  ।

ବୋହୂ ମିନତୀ ଫେରିବା ବିଳମ୍ବ ହେବାରୁ ଶଶୁର ଚେମଣ ବେହେରା (୭୦)ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ ହେଲେ ସ୍ଥାନୀୟ ଲୋକ ଗ୍ରାମବାସୀ ବୋହୂ ଖୋଜା ଖୋଜି କରିଥିଲେ ଏବଂ ବନ୍ଧୁ ବାନ୍ଧବ ଲୋକଙ୍କୁ ଫୋନ କରି ପଚାରିଥିଲେ ସୁଦ୍ଧା ମିନତୀର ସନ୍ଧାନ ମିଳିନଥିଲା । ପରିବାରରେ କେବଳ ଶଶୁର ବୋହୂ ରହୁଥିବା ବେଳେ ଶଳା ଭାଉଜର ନିଖୋଜ ଖବର ଶୁଣି ବେଲବାହାଳୀ ଡିହ ସାହି ଗ୍ରାମର ଜ୍ୱାଇଁ ଅଭିମନ୍ୟୁ ଦେହୁରୀ ଗୁରୁବାର ସନ୍ଧ୍ୟାରେ ଆନନ୍ଦପୁର ଥାନାରେ ଅଭିଯୋଗ କରିଥିଲେ ।

ମିନତୀଙ୍କ ଖୋଜ ଖବର ମିଳିନଥିବା ବେଳେ ରବିବାର ବାରୁଆଁ ଜଙ୍ଗଲକୁ ସ୍ଥାନୀୟ ଲୋକେ ଯାଇଥିବା ବେଳେ ମହିଳାଙ୍କ ଝୁଲନ୍ତା ମୃତଦେହ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ମହିଳାଙ୍କୁ ଚି଼ହ୍ନଟ କରି ଆନନ୍ଦପୁର ପୋଲିସକୁ ଖବର ଦେଇଥିଲେ । ତେବେ ଖବର ସଂଗ୍ରହ ବେଳକୁ ଆନନ୍ଦପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନଥିଲା ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାଲି ଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଇ ଗଛରେ ପିଟି ହେଲା ମିନିଟ୍ରକ୍‌: ଚାଳକ ଫେରାର, ଗୁରୁତର…

ଦାରିଙ୍ଗବାଡ଼ି,୨୧।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏକ ମାଲବୋଝେଇ ମିନିଟ୍ରକ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ବୃଦ୍ଧଜଣକ ହେଲେ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ବ୍ଲକ-ପଞ୍ଚାୟତ ପ୍ରଶାସନର ଟାଳଟୁଳ ନୀତି: ସ୍ୱାମୀଙ୍କ ମୃତ୍ୟୁର ଦୁଇ ବର୍ଷ ପରେ ବି ସୂର୍ଯ୍ୟଙ୍କୁ ମିଳିନି ବିଧବା ଭତ୍ତା

ଥୁଆମୂଳ ରାମପୁର,୨୧।୭ (ଦୁର୍ଗା କୀର୍ତ୍ତି): ସରକାରୀ ସାମାଜିକ ସୁରକ୍ଷା ଯୋଜନାର ବ୍ୟାପକ ପ୍ରଚାର ଚାଲିଥିଲେ ହେଁ ପ୍ରଶାସନିକ ଅବହେଳା ଯୋଗୁ ପ୍ରକୃତ ହିତାଧିକାରୀମାନେ ଏହାରୁ ବଞ୍ଚିତ ହେଉଥିବା…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଶୌଚ ପାଇଁ ଯାଇଥିବା ବେଳେ ଖସିଗଲା ଗୋଡ଼, ପୋଖରୀରେ ବୁଡ଼ି ଚାଲିଗଲା ଦିବ୍ୟାଙ୍ଗ ପଞ୍ଚାଙ୍କ ଜୀବନ

ଦିଗପହଣ୍ଡି/ପାଟପୁର,୨୧।୭(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗ୍ରାମ ଅଙ୍ଗେଇତ ବନ୍ଧ ପୋଖରୀରେ ବୁଡ଼ି ଜଣେ ଦିବ୍ୟାଙ୍ଗ ଯୁବକ ମୃତ୍ୟୁବରଣ କରିଛନ୍ତି ।…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri