ଘୁମୁସର ବନଖଣ୍ଡରେ ପ୍ରଥମଥର ଦେଖିବାକୁ ମିଳିଲା ବିଦେଶାଗତ ପକ୍ଷୀ, ଗତବର୍ଷ ଅପେକ୍ଷା ଏଥର…

ଭଞ୍ଜନଗର,୧୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ରବିବାର ପକ୍ଷୀ ଗଣନା ହୋଇଛି। ଏଥିରେ କଲେଜ ଛାତ୍ରୀଛାତ୍ର, ସ୍ବେଚ୍ଛାସେବୀ, ବନ ସୁରକ୍ଷା ସମିତି କର୍ମକର୍ତ୍ତାଙ୍କ ସମେତ ବନ ବିଭାଗ କର୍ମଚାରୀ ସାମିଲ ହୋଇଥିଲେ। ଏନେଇ ୩୮ଟି ଟିମ୍‌ ଗଠନ କରାଯାଇଥିଲା । ସେମାନେ ବିଭିନ୍ନ ଜଳାଶୟରେ ପକ୍ଷୀ ଗଣନା କରିଥିଲେ। ସକାଳ ୬ ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଏହି ଗଣନା ହୋଇଥିଲା। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଆଉ କିଛି ନୂଆ ପକ୍ଷୀ ଗଣନା ସମୟରେ ଠାବ କରାଯାଇଛି । ଏଥିସହ ପ୍ରଥମ ଥର ପାଇଁ ଏହି ବନଖଣ୍ଡକୁ ବହୁ ପରିମାଣର
ବିଦେଶାଗତ ପକ୍ଷୀ ଆସିଛନ୍ତି। ଗାର୍ଡଓ୍ବାଲ, କିଙ୍ଗ ଫିସର, କମନ ପୋଚାରଡ୍‌, ଲେଶନ ଓ୍ବିସଲିଙ୍ଗ ଡକ୍ସ, କମନ କିଙ୍ଗ,ହ୍ବାଇଟ୍‌ ବ୍ରେଷ୍ଟେଡ୍‌ କିଙ୍ଗ ଭଳି ଅନେକ ବିଦେଶାଗତ ପକ୍ଷୀ ପ୍ରଥମଥର ପାଇଁ ଏହି ବନଖଣ୍ଡରେ ଦେଖାଦେଇଛି। ଏହି ବନଖଣ୍ଡ ଅଞ୍ଚଳରେ ଥିବା ଆର୍ଦ୍ରଭୂମି ଅଞ୍ଚଳରେ ଉକ୍ତ ପକ୍ଷୀଗୁଡ଼ିକ ଆଜି ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ପ୍ରତିବର୍ଷ ରାଜ୍ୟରେ ପକ୍ଷୀ ଗଣନା ହେଉଛି। ଏହି ସମୟରେ ବିଦେଶାଗତ ପକ୍ଷୀ ଏବଂ ଅଞ୍ଚଳ ପକ୍ଷୀ ଚିହ୍ନଟ କରିବା ସହ ସଂପୃକ୍ତ ଅଞ୍ଚଳର ଜଳବାୟୁ, ମାଟି ଓ ପାଣି ଜାଣିବା ପାଇଁ ଏହି ଗଣନା ହେଉଛି। ଏହାକୁ ଦେଖି ପକ୍ଷୀମାନଙ୍କ ସୁରକ୍ଷା ସହ ସଂପୃକ୍ତ ଅଞ୍ଚଳର ବିକାଶ ପାଇଁ ବି ପଦକ୍ଷେପ ନିଆଯାଉଛି। ଆଜକୁ ଦୁଇ ବର୍ଷ ହେବ କଲେଜ ଛାତ୍ରୀଛାତ୍ର ପକ୍ଷୀ ଗଣନାରେ ସାମିଲ ହୋଇଛନ୍ତି। ଏହାଦ୍ବାରା ଛାତ୍ରୀଛାତ୍ରଙ୍କ ଗବେଷଣାତ୍ମକ ଜ୍ଞାନ ବୃଦ୍ଧି ହେଉଛି। ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପକ୍ଷୀ ଗଣନା ହୋଇଥିଲା। ପକ୍ଷୀ ଗଣନା ଆଜି ଶାନ୍ତି ଶୃଙ୍ଖଳାର ସହ ସରିଛି।

ଅନ୍ୟମାନଙ୍କ ମଧ୍ୟରେ ଏସିଏଫ ବିବେକ ଦାସ, ବିମଳ ପ୍ରଧାନ, ମୂଜାଗଡ଼ ରେଞ୍ଜର ବିମ୍ବାଧର ସାହୁ, ଜଗନ୍ନାଥପ୍ରସାଦ ରେଞ୍ଜର ସୁଜାତା ରାଣୀ ପଣ୍ଡା, ଗାଲେରୀ ରେଞ୍ଜର ଜ୍ଞାନେନ୍ଦ୍ର ଲିମା, ତାରସିଂ ରେଞ୍ଜର ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ପକ୍ଷୀଗଣନାରେ ସାମିଲ ହୋଇଥିଲେ।
ଏନେଇ ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତିଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଗତବର୍ଷ ୭୧୦୦ ପକ୍ଷୀ ଠାବ କରାଯାଇଥିଲା। ଚଳିତ ବର୍ଷ ଏହା ବହୁତ ହେବ। ଯାହାକୁ ଅଞ୍ଚଳର ଜଳବାୟୁ ପ୍ରତି ଭଲ ସୂଚନା ବୋଲି ମହାନ୍ତି କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri