ରାସ୍ତା ଉପରେ ଆଣ୍ଠୁଏ ପାଣି, ବହୁବାର ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ, ମରାମତି ଦାବି କରି…
କେସିଙ୍ଗା,୧୯ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ଅଧିନସ୍ଥ କିକିଆ ଗ୍ରାମ ପଞ୍ଚାୟତର ଖଜୁରପଡ଼ାଠାରୁ କିକିଆ ୩କିମି ରାସ୍ତା ଶୋଚନୀୟ ଅବସ୍ଥାରେ ଦୀର୍ଘ ୧୫ ବର୍ଷ ହେଲା ପଡ଼ିରହିଛି। ଗତ ୨୦୧୦-୧୧ରେ ଏହି ୩କିମି ରାସ୍ତାକୁ କେସିଙ୍ଗା ଆର୍ଡି…
ପୁଣି ଖୋଲିଲା ହୀରାକୁଦ ଗେଟ୍: ୬୧୧ ଫୁଟ୍ ଟପିଲା….
ସମ୍ବଲପୁର, ୨୦।୭ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି। ଫଳରେ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଦ୍ୱିତୀୟ ଥର…
ସିର୍ଜାପାଲିରେ ଶ୍ରୀ ଜଗନ୍ନାଥଙ୍କ ବରାହ ବେଶ ଦର୍ଶନ
କେସିଙ୍ଗା, ୧୯।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ସିର୍ଜାପାଲି ଗ୍ରାମସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଶନିବାର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପାରମ୍ପରିକ ବରାହ ବେଶରେ ସୁସଜ୍ଜିତ କରାଯାଇଥିଲା। ଏହି ଅବସରରେ ସକାଳୁ ସକାଳୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ମନ୍ଦିରକୁ…
ଖୋଲୁନି ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଏଗ୍ରୋ ମଲ୍ : ନିର୍ମାଣ ଶେଷକୁ ବର୍ଷେ ବିତିଲାଣି,ତଥାପି….
ଦାରିଙ୍ଗବାଡି, ୧୯।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବସ୍ଷ୍ଟାଣ୍ଡ ନିକଟରେ ନବନିର୍ମିତ କୃଷି ବଜାର (ଏଗ୍ରୋ ମଲ୍) ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ଆଶା କରି ଅଞ୍ଚଳର କୃଷକ ଭାଇଭଉଣୀମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଇଥିଲା। ହେଲେ ମଲ୍ର ନିର୍ମାଣ…
ଜାରି ହୋଇଥିଲା ଜାମିନବିହୀନ ଗିରଫ ପରୱାନା: ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ
ଦିଗପହଣ୍ଡି, ୧୯।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଧର୍ମରାୟପୁର ଗ୍ରାମର ରମେଶ ଚନ୍ଦ୍ର ଜେନାଙ୍କୁ ପାଟପୁର ପୋଲିସ କୋର୍ଟଙ୍କ ଜାରି କରାଯାଇଥିବା ୱାରେଣ୍ଟ ବଳରେ ଗିରଫ କରି ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟରେ ହାଜର କରାଇଛି। ସୂଚନା ଅନୁଯାୟୀ,…
ଆଡ଼ପମଣ୍ଡପରେ ଦାରୁଦିଅଁ: ଆଜିଠୁ ଭକ୍ତ ପାଇବେ ଆଡ଼ପ ଅବଢ଼ା
ପୁରୀ,୧୯।୭(ଅଜିତ୍ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ରଥାରୂଢ଼ ହୋଇ ରତ୍ନସିଂହାସନ ଛାଡ଼ି ନବଦିନ ଯାତ୍ରାରେ ଆସି ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚତ୍ଛନ୍ତି। ରଥତ୍ରୟ ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ରହିଛି।…
ଜଗା ମଥାରେ ଝଟକିଲା ଟାହିଆ, ଜନ୍ମବେଦିକୁ ବିଜେ କଲେ ମହାପ୍ରଭୁ
ପୁରୀ,୧୮।୭: ମହାପ୍ରଭୁ ଜଗନ୍ନାଥଙ୍କ ମଥାରେ ଝଟକିଲା ଟାହିଆ। ଆଡ଼ପ ବିଜେରେ ମହାପ୍ରଭୁ ମସ୍ତକରେ ତୁଳସୀ, ସୋଲ ଏବଂ ବିଭିନ୍ନ ଫୁଲରେ ନିର୍ମିତ ଟାହିଆ ମଣ୍ଡିତ ହୋଇ ଭକ୍ତଜନଙ୍କୁ ଆକର୍ଷଣ କରିଥିଲେ। ମହାପ୍ରଭୁ ଗୋଟି ପହଣ୍ଡିରେ ରଥରୁ ସଅଳ ଆଗେଇ ଆସି ଭଉଣୀ,…
ବୀରଗୋବିନ୍ଦପୁର ନିକଟରେ ଅଜଣା କାର୍ ଧକ୍କା ଯୁବକଙ୍କ ମୃତ୍ୟୁ; ୩ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ
ବଞ୍ଚୋ, ୧୮।୭(ପ୍ରଦୋଷ ବିଶ୍ୱାଳ ): କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରମେଶ ନାଏକ (୨୫)। ସୂଚନା ଅନୁସାରେ, ଏକ ଅଜଣା କାର୍ ତାଙ୍କୁ…
ପ୍ରତିଦିନ ୮ ଘଣ୍ଟାର ଅଧ୍ୟବସାୟ: ଦ୍ୱିତୀୟ ପ୍ରୟାସରେ ନିଟ୍ରେ ସଫଳ ହେଲେ ଚିନ୍ମୟନନ୍ଦ
ଅମରପାଲି, ୧୮।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମହଦା ଗ୍ରାମ ପଞ୍ଚାୟତର ତିକୁଡ଼ା ଗ୍ରାମର ପ୍ରତିଭାବାନ ଛାତ୍ର ଚିନ୍ମୟନନ୍ଦ ମିଶ୍ର ଚଳିତ ବର୍ଷର ନିଟ୍ (NEET-UG) ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ସମଗ୍ର ଅଞ୍ଚଳ ପାଇଁ…
ମସ୍ତିଷ୍କ ରୋଗରେ ଆକ୍ରାନ୍ତ ଯୁବକଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ଦଳ, କଲେ ଆର୍ଥିକ ସହାୟତା
ଗଞ୍ଜାମ, ୧୮।୭(ବିଦ୍ୟାଧର ସାହୁ ):ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଦ୍ୟାଧର ପଲାଇ ବର୍ତ୍ତମାନ ଏକ ଗୁରୁତର ମସ୍ତିଷ୍କ ରୋଗରେ ପୀଡିତ ହୋଇ ଚିକିତ୍ସାଧୀନ ଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ବିଦ୍ୟାଧର ହାଇଦ୍ରାବାଦସ୍ଥିତ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଥିବା…
ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଘର ଛାତରୁ ଖସି ପଡ଼ିଲେ ମହିଳା: ଗୁରୁତର ଅବସ୍ଥାରେ ବ୍ରହ୍ମପୁର…
ଦିଗପହଣ୍ଡି, ୧୮।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ପଞ୍ଚାୟତ ବରମୁଣ୍ଡୁଳି ଗ୍ରାମରେ ଶନିବାର ସକାଳେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ଘର ଛାତ ଉପରେ ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ…
ପ୍ରେରଣାର ଉତ୍ସ ଯୁବ ସ୍ୱେଚ୍ଛାସେବୀ: ଜନ୍ମଦିନରେ ମୃତ୍ୟୁଞ୍ଜୟଙ୍କ ରକ୍ତଦାନ ଓ ବୃକ୍ଷରୋପଣ
ହାଟଡିହୀ, ୧୮।୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଡ଼ରମ୍ପାସ ଗ୍ରାମର ଯୁବ ସ୍ୱେଚ୍ଛାସେବୀ ମୃତ୍ୟୁଞ୍ଜୟ ବେହେରା ନିଜ ଜନ୍ମଦିନକୁ ଅତ୍ୟନ୍ତ ନିଆରା ଓ ପ୍ରେରଣାଦାୟକ ଢ଼ଙ୍ଗରେ ପାଳନ କରିଛନ୍ତି। ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରି ସେ କୌଣସି…

