ଆମ ଜିଲା ଖବର

ଦଶହରା ଛୁଟିରେ ହଷ୍ଟେଲରୁ ଘରକୁ ଯାଉଥିଲା ପୁଅ:ରାସ୍ତାରେ ଚାହିଁ ରହିଥିଲା ମୃତ୍ୟୁ…

ରାୟଗଡ଼ା,୨୭।୯(ଆଶିଷ ରଞ୍ଜନ ପଣ୍ଡା): ହୋଇଗଲା ଦଶହରା ଛୁଟି। ମାଉସୀ ପୁଅ ସହିତ ସ୍କୁଲ ହଷ୍ଟେଲରୁ ବାଇକ୍‌ରେ ଘରକୁ ଯାଉଥିଲା ପୁଅ ହେଲେ ବାଟରେ ସତେ ଯେମିତି ଚାହିଁ ବସିଥିଲା ମୃତ୍ୟୁ। ରାସ୍ତାରେ ଅନ୍ୟ ଏକ ବାଇକ ଧକ୍କା ଦେବାରୁ ଆସୁଥିବା ଟ୍ରକ୍‌…

FM କଲେଜ ଛାତ୍ରୀ ଆତ୍ମାହୂତି ମାମଲା, ଚାର୍ଜସିଟ ଦାଖଲ

ଭୁବନେଶ୍ୱର,୨୭।୯: ବହୁଚର୍ଚ୍ଚିତ FM କଲେଜ ଛାତ୍ରୀ ଆତ୍ମାହୂତି ମାମଲାର ଚାର୍ଜସିଟ ଦାଖଲ କରିଛି କ୍ରାଇମ୍‌ବ୍ରାଞ୍ଚ। ଶନିବାର କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ବାଲେଶ୍ୱର SDJMଙ୍କ କୋର୍ଟରେ ଦ୍ୱିତୀୟ ଥର ପାଇଁ ଚାର୍ଜସିଟ ଦାଖଲ କରାଯାଇଛି। FM କଲେଜ ଛାତ୍ରୀ ଆତ୍ମାହୁତି ମାମଲା ରାଜ୍ୟରେ ହଇଚଇ…

ନ୍ୟାସନାଲ କିକ୍‌ବକ୍ସିଂ ପ୍ରତିଯୋଗିତା: ଗଞ୍ଜାମକୁ ୪ ବ୍ରୋଞ୍ଜ, ଚମକିଲା ଭାଗ୍ୟ

ଗଞ୍ଜାମ,୨୭।୯(ବିଦ୍ୟାଧର ସାହୁ ): ହିମାଞ୍ଚଳ ପ୍ରଦେଶରେ ଅନୁଷ୍ଠିତ ନ୍ୟାସନାଲ ବକ୍ସିଂ ପ୍ରତିଯୋଗିତାରେ ଗଞ୍ଜାମର ୩ ଜଣ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ବିକାଶ କୁମାର ବେହେରା, ଲକ୍ଷ୍ମଣ ଆଚାରୀ, ପ୍ରତୀକ ନାୟକ ଓ ଦେବାଶିଷ ସାହୁ ପ୍ରମୁଖ ବ୍ରୋଞ୍ଜ ପଦକ ହାସଲ…

ସାର ପାଇଁ ଚାଷୀଙ୍କ ଲମ୍ବା ଲାଇନ୍‌: ରାତି ୨ ଟାରୁ…

ବୁଗୁଡ଼ା,୨୭।୯(କାଳିଚରଣଦାଶ): ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବି କରଡାବାଡି ସେବା ସମବାୟ ସମିତି ଆଗରେ ସାର ପାଇଁ ରାତି ୨ଟାରୁ ଚାଷୀଙ୍କ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଛି। ଚାଷ ଜମିରେ ରୁଆ ସରିବା ପରେ ସାରର ଆବଶ୍ୟକତା ଥିବା ବେଳେ ଚାଷୀଙ୍କୁ ବୁଗୁଡ଼ା…

ସରକାରୀ ବିଦ୍ୟାଳୟରେ ତାଲା ପକାଇବା ଘଟଣା: ଖବର ପ୍ରକାଶିତ ପରେ ପ୍ରଶାସନ ନେଲା ପଦକ୍ଷେପ

ଦାରିଙ୍ଗବାଡି, ୨୭।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲି ପଞ୍ଚାୟତ କିସୁବାଡ଼ି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜମି ମାଲିକ ତାଲା ପକାଇବା ଘଟଣା ଖବର ପ୍ରକାଶିତ ପରେ ତହସିଲଦାର ଧୀରୋଜ ପାତ୍ର ପହଞ୍ଚି ସମସ୍ୟାର ଆଶୁ ସମାଧାନ କରିଛନ୍ତି।…

ରାତିରେ ଗାଁ ଶ୍ମଶାନକୁ ଦାଦାଙ୍କ ପାଇଁ ନେଇଥିଲେ ଖାଇବା,  ସକାଳେ ସ୍ତ୍ରୀ ଯାହା ଦେଖିଲେ…

ବନ୍ତଳା,୨୭।୯(ମାନସ ବିଶ୍ୱାଳ): ପୁତୁରାଙ୍କୁ ପିଟିପିଟି ମାରିଲେ ଦାଦା। ଏଭଳି ଘଟଣା ଘଟିଛି ଅନୁଗୋଳ ବ୍ଲକ ଇଙ୍କର ବନ୍ଧ ପଞ୍ଚାୟତ ବଡ଼କଞ୍ଜନୀ ଗାଁରେ। ସବୁଦିନ ଭଳି ଶୁକ୍ରବାର ପୁତୁରା ଭାତ ମାଂସ ନେଇ ଖାଇବାକୁ ଦାଦାକୁ ଦେଇଥିବା ବେଳେ ପୁତୁରାକୁ ବାଉଁଶ ଠେଙ୍ଗାରେ…

୪ ଜିଲା ପରିଷଦମାନଙ୍କ ସମୀକ୍ଷା ବୈଠକ: ପଡିରହିଥିବା ପ୍ରକଳ୍ପ ନଭେମ୍ବର ୨୦୨୫ ସୁଦ୍ଧା ସମ୍ପୂର୍ଣ କରିବାକୁ ନିର୍ଦ୍ଦେଶ

ଅନୁଗୋଳ, ୨୭।୯(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ପ୍ରଦକ୍ଷଣ ଗୃହ (ସର୍କିଟ ହାଉସ) ସମ୍ମିଳନୀ କକ୍ଷରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ନିର୍ଦ୍ଦେଶ କ୍ରମେ ଚାରି ଗୋଟି ଜିଲା ଯଥା କଟକ, ଢେଙ୍କାନାଳ ଦେବଗଡ଼, ଅନୁଗୋଳର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା…

ଦୃଢ଼ ଇଚ୍ଛାଶକ୍ତି ଦେଲା ସଫଳତା: ସ୍ବାଗତିକା ହେଲେ ମିସେସ୍‌ ଇଣ୍ଡିଆ

ଯାଜପୁରରୋଡ୍‌,୨୭ା୯(ପବିତ୍ର ରଞ୍ଜନ ମହାନ୍ତି): ଦୃଢ଼ ଇଚ୍ଛାଶକ୍ତି ମଣିଷକୁ ସଫଳତା ଆଣିଦେଇଥାଏ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଯାଜପୁର ଜିଲା ବ୍ୟାସନଗର ପୌର ପରିଷଦ ଅଧୀନ ନହକା ଅଞ୍ଚଳର ସ୍ବାଗତିକା ସାମଲ। ନୂଆଦିଲ୍ଲୀର ଡିକେ ପିଜାଣ୍ଟ ସଂସ୍ଥା ପକ୍ଷରୁ ରେଡିସନ ବ୍ଲ୍ୟୁ ହୋଟେଲଠାରେ…

ମିଳିଲା ପରିଶ୍ରମ ଫଳ: ଓସିଏସ୍‌ ପରୀକ୍ଷାରେ ହାଟଡ଼ିହୀରୁ ୨ କୃତକାର୍ଯ୍ୟ

ବଉଳା/ ହାଟଡିହୀ,୨୭ା୯(ଦୁର୍ଗା ପ୍ରସାଦ ଆୟଚ/ ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ର ୨ ପରୀକ୍ଷାର୍ଥୀ ଓଡ଼ିଶା ସିଭିଲ ସର୍ଭିସ(ଓସିଏସ୍‌) ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ନୂଆରମ୍ପାସ ଗ୍ରାମର ବୀତିହୋତ୍ର ନାୟକ ଓ ଶାଲଣୀଆଁ ଗ୍ରାମର ଜଗନ୍ନାଥ ସା ସଫଳତା ଅର୍ଜନ କରିଥିବା…

ମୋଦିଙ୍କ ଉପସ୍ଥିତିରେ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: ଆମେ ଗୋଟିଏ ଦିନରେ…

ଝାରସୁଗୁଡା, ୨୭।୯(ଆଶିଷ ରଞ୍ଜନ ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନିକିଆ ଝାରସୁଗୁଡ଼ା ଗସ୍ତରେ ଆସିଛନ୍ତି। ଝାରସୁଗୁଡ଼ାସ୍ଥିତ ଅମଲିପାଲି ପଡ଼ିଆଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସଭାସ୍ଥଳରେ ସ୍ବାଗତ…

ମୋଦିଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ: ଦେଖିକି ଖୁସିରେ…

ଝାରସୁଗୁଡା, ୨୭।୯(ଆଶିଷ ରଞ୍ଜନ ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନିକିଆ ଝାରସୁଗୁଡ଼ା ଗସ୍ତରେ ଆସିଛନ୍ତି। ଝାରସୁଗୁଡ଼ାସ୍ଥିତ ଅମଲିପାଲି ପଡ଼ିଆଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ…

ରୋଷେଇ କରୁଥିବା ସମୟରେ ଫାଟିଲା ଗ୍ୟାସ ସିଲିଣ୍ଡର

ଖୋର୍ଦ୍ଧା,୨୭।୯(ପ୍ରଭାତ ପାଣିଗ୍ରାହୀ): ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ଘରେ ଥିବା ସାମଗ୍ରୀ। ପରିବାର ଲୋକେ ସୁରକ୍ଷିତ ଥିବା ସୂଚନା ମିଳିଛି। ବେଗୁନିଆ ଥାନା ଅଧୀନ ପିଚୁକୁଳି ପଞ୍ଚାୟତ ପିଚୁକୁଳି ପାଟଣା ସାହିର କୁପାସିନ୍ଧୁ ପଟ୍ଟନାୟକ ଘରେ ରୋଷେଇ କରୁଥିବା ସମୟରେ ଗ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?