ଜଙ୍ଗଲରେ ଝୁଲୁଛି ଅଜଣା ଯୁବତୀଙ୍କ ମୃତଦେହ, ପହଞ୍ଚିଲା ବାଲିଗୁଡ଼ା ପୋଲିସ

ବାଲିଗୁଡା, ୧୨।୧୧:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ବୁଡ୍ରୁକିଆ ପଞ୍ଚାୟତର ଡପାସାହି ନିକଟସ୍ଥ ଏକ ଜଙ୍ଗଲ ମଧ୍ୟରେ ଅଜଣା ଯୁବତୀର ଝୁଲନ୍ତା ମୃତଦେହ ଜବତ କରିଛି ବାଲିଗୁଡ଼ା ପୋଲିସ l
ଘଟଣାରୁ ପ୍ରକାଶ ଯେ, ଉକ୍ତ ଗ୍ରାମର କିଛି ବ୍ୟକ୍ତି ଜଙ୍ଗଲ ରାସ୍ତା ଦେଇ ଯାଉଥିବା ବେଳେ ଗଛରେ ଝୁଲନ୍ତା ମୃତ ଶରୀର କୁ ଦେଖି ସଙ୍ଗେ ସଙ୍ଗେ ପୋଲିସକୁ ଜଣାଇଥିଲେ l ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଛି, ସେ ନେଇ ବାଲିଗୁଡ଼ା ପୋଲିସ ଅଧିକ ଛାନଭିନ କରୁଥିବା ଜଣାପଡିଛି। ଉପଖଣ୍ଡ ଆରକ୍ଷୀ ଅଧକାରୀ ରାମେନ୍ଦ୍ର ପ୍ରସାଦଙ୍କ ନିର୍ଦ୍ଦେଶ ପ୍ରକାରେ ଥାନା ଅଧିକାରୀ ସମ୍ବିତ ସ୍ବାଇଁ ଏହି ଘଟଣାରେ ଅଧିକ ତଦନ୍ତ ପାଇଁ ସାଇଣ୍ଟଫିକ ଟିମ ସହିତ ଯୋଗାଯୋଗ କରିଥିବା ସୂଚନା ମିଳିଛି। ଏ ପର୍ଯ୍ୟନ୍ତ ଯୁବତୀଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ଘଟଣାକୁ ନେଇ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରିଷିଡ଼ା କନ୍ଧପଡ଼ାରେ ମରଣଯନ୍ତା ସାଜିଛି ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର, ମରାମତି ନହେଲେ ଆନ୍ଦୋଳନ…

ରିଷିଡ଼ା,୨୧ା୯(ସୁଶାନ୍ତ ମଲ୍ଲିକ): ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଛି ମୃତ୍ୟୁର ଫାଶ । ତାର ଗୁଡ଼ିକ ତଳକୁ ଲମ୍ବିଛି, ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ସ୍ମାର୍ଟସିଟି ସ୍କୁଲରେ ଅସଜଡ଼ା ଭିତ୍ତିଭୂମି, ନିମ୍ନମାନର କାର୍ଯ୍ୟ କରି ଟଙ୍କା ହଡ଼ପ

ରାଉରକେଲା,୨୧ା୯(ଦିନେଶ ମିଶ୍ର): ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନାହିଁ। ଏହା କୌଣସି ଅପହଞ୍ଚ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…

ଧାନ ଫସଲରେ ବ୍ୟାପୁଛି ନଳିପୋକ, ଚକଡ଼ା ରୋଗ, ଚିନ୍ତାରେ ଚାଷୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ବର୍ଷା କମିଛି। ଗୁଳୁଗୁଳି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?