ନୂଆପଡ଼ା

୪ ବର୍ଷ ପରେ ବଳାତ୍କାରୀ ଅଭିଯୁକ୍ତ ଗିରଫ

ଖଡିଆଳ, ୪।୩ ଦୀର୍ଘ ୪ ବର୍ଷ ପରେ ଗିରଫ ହୋଇଛନ୍ତି ବଳାତ୍କାରୀ ଅଭିଯୁକ୍ତ। ସେ ହେଲେ ନୂଆପଡା ଜିଲା ଖଡିଆଳ ବ୍ଲକ ରାନିମୁଣ୍ଡା ପଞ୍ଚାୟତ କୋଟାମାଲ ଗ୍ରାମର ଚକ୍ରଧର ଦାଶ। ୨୦୧୫ ଡିସେମ୍ବର ୬ ତାରିଖରେ ଜଣେ ବିବାହିତ ମହିଳା...

୨ ଦିନ ପରେ ମିଳିଲା ଅପହୃତା ବର, ମିଳୁନି କନ୍ୟାଙ୍କ ପତ୍ତା

ତରବୋଡ଼/ନୂଆପଡ଼ା ଅଫିସ, ୨୫।୨: ନବବିବାହିତ ସ୍ବାମୀ ସ୍ତ୍ରୀଙ୍କୁ ଅପହରଣର ୨ ଦିନ ପରେ ଗରୁତର ଅବସ୍ଥାରେ ସ୍ବାମୀଙ୍କୁ ଉଦ୍ଧାର କରାଯାଇଛି। ହେଲେ କନ୍ୟାଙ୍କ ପତ୍ତା ମିଳିପାରୁ ନାହିଁ। ଏହି ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ୧୬ ତାରିଖରେ ସାମାଜିକ...

ନିରାଶ ହୋଇ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

ତରବୋଡ/ନୂଆପଡ଼ା ଅଫିସ/ଖଡ଼ିଆଳ,୨୦।୨: ଟୋକନ ଲାପ୍ସ ଓ ବିଦ୍ୟୁତ୍‌ ସଂଯୋଗ କାଟିବାରୁ ମାନସିକ ଭାରସାମ୍ୟ ହରାଇ ଶୁକ୍ରବାର ନୂଆପଡା ଜିଲା ସିନାପାଲି ବ୍ଲକ ଧିଙ୍ଗିଆମୁଣ୍ଡା ଗ୍ରାମର ଚାଷୀ ରୋମାଞ୍ଚଳ ଦଣ୍ଡସେନା (୩୨) ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ତାଙ୍କୁ...

ବାହାଘର ସାରି ଫେରୁଥିବା ବେଳେ ଓଲଟିଲା ପିକ୍‌ଅପ୍‌: ୨ମୃତ, ୨୫ରୁ ଊର୍ଦ୍ଧ୍ୱ ଆହତ

ନୂଆପଡ଼ା ଅଫିସ,୧୫।୨: ନୂଆପଡ଼ା ଜିଲା କୋମନା ଥାନା କ୍ରିଷ୍ଣା ଛକରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ପିକ୍‌ଅପ ଭ୍ୟାନ୍‌ ଓଲଟି ପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।...

ମାନୁନି ବନ ବିଭାଗ, ଜିଦ୍‌ରେ ଅଟଳ ପରିବାର

ତରବୋଡ଼/ନୂଆପଡ଼ା ଅଫିସ,୧୩।୨(ଡି.ଏନ୍‌.ଏ.): ସୁନାବେଡ଼ା ଅଭୟାରଣ୍ୟର ଗୋଡ଼ା ଜଙ୍ଗଲକୁ ଲାଗି ରହିଥିବା ନୂଆପଡ଼ା ସଦର ବ୍ଲକ ଭରୁଆମୁଣ୍ଡା ପଞ୍ଚାୟତ ଛୋଟଲୋର୍ରା ଗ୍ରାମର ଭାନୋବାଇ ମାଝି (୪୭) ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ଯାଇଥିବା ବେଳେ କଲରାପତରିଆ ବାଘ ଆକ୍ରମଣ କରି...

ମଣିଷ ଖିଆ ବାଘ ହାବୁଡ଼ରେ ପଡ଼ିଗଲେ ଫଳ ଆଣିିବାକୁ ଯାଇଥିବା ମହିଳା, ତାପରେ…

ତରବୋଡ/ନୂଆପଡ଼ା ଅଫିସ,୧୧।୨: ନୂଆପଡ଼ା ସଦର ବ୍ଲକ ଭରୁଆମୁଣ୍ଡା ପଞ୍ଚାୟତ ଛୋଟଲୋର୍ରା ଗାଁର ଜଣେ ମହିଳାଙ୍କୁ ବାଘ ଆକ୍ରମଣ କରି ଖାଇଦେଇଥିବା ଗ୍ରାମବାସୀ କହିଛନ୍ତି। ଗୁରୁବାର ସକାଳେ ଛୋଟଲୋର୍‌ରା  ଗାଁର ଭାନବାଇ ମାଝି (୪୭)ଙ୍କ ସହିତ ୩ଜଣ ମହିଳା ପାଖ ଜଙ୍ଗଲକୁ...

ଫ୍ଲୋରାଇଡଯୁକ୍ତ ପାଣିରେ ବଞ୍ଚୁଛି ଜୀବନ

ତରବୋଡ/ନୂଆପଡା ଅଫିସ, ୧୦।୨ (ଡି.ଏନ.ଏ.): ନୂଆପଡା ଜିଲା ଆଦିବାସୀ ଅଧ୍ୟୁଷିତ ଦର୍ଲିପଡା ଗ୍ରାମପଞ୍ଚାୟତରେ ଗ୍ରୀଷ୍ମ ପୂର୍ବରୁ ପାନୀୟ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଲାଣି। ଗ୍ରାମରେ ପୋଖରୀ କିମ୍ବା ମୁଡା ମଧ୍ୟ ନାହିଁ। ସୁନ୍ଦର ଡ୍ୟାମ ଗାଁଠାରୁ ୨ କି.ମି....

ରଖିଲେ ଶିବ…

ତରବୋଡ/ନୂଆପଡା ଅଫିସ, ୮।୨: କଥାରେ ଅଛି ରଖିଲେ ଶିବ ମାରିବ କିଏ। ନୂଆପଡ଼ା ଜିଲା ଟାନୱାଟରେ ସୋମବାର ଏକ ଦୁର୍ଘଟଣା ଘଟିଛି ଯାହାକୁ ଦେଖି ଅଞ୍ଚଳବାସୀ ଏହା କହୁଛନ୍ତି। ମହୁଲଭଟା ଗାଁର ବିଶାଳ ବାଗ ରାସ୍ତାରେ ଯାଉଥିବା ବେଳେ ପାର୍ଶ୍ୱରେ...

୩ ସୁରକ୍ଷା କର୍ମୀ ସୁପରଭାଇଜର ବହିଷ୍କୃତ

ତରବୋଡ/ନୂଆପଡା ଅଫିସ,୩୦।୧ (ଡି.ଏନ.ଏ.): ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ସୁରକ୍ଷା କର୍ମଚାରୀ ନାନକରାମ କେଉଁଟ (୨୬)ଙ୍କ କୋଭିଡ୍‌ ଟିକା ଯୋଗୁ ମୃତ୍ୟୁ ଘଟଣାରେ ମୃତକ ପରିବାରକୁ କ୍ଷତିପୂରଣ ଦାବିରେ ଧାରଣରେ ବସିଥିବା ସୁରକ୍ଷା କର୍ମୀମାନଙ୍କୁ ଏବେ ମହଙ୍ଗା ପଡିଛି।...

କୋଭିଡ୍‌ ଟିକା ପରେ ମୃତ୍ୟୁ

ତରବୋଡ଼/ନୂଆପଡ଼ା ଅଫିସ, ୨୭।୧: କୋଭିଡ୍‌ ଟିକା କୋଭାକ୍ସିନ ନେବାର ୨ ଦିନ ପରେ ଜଣେ ହସ୍ପିଟାଲ ସୁରକ୍ଷା କର୍ମଚାରୀଙ୍କ ମଙ୍ଗଳବାର ମୃତ୍ୟୁ ଘଟିଛି। ଏଭଳି ଘଟଣା ଓଡ଼ିଶାରେ ପ୍ରଥମ କରି ଘଟିଛି। ମୃତକ ହେଲେ ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ...

ନୂଆପଡ଼ା ହଳଦିଗାଁରେ ବୁଲୁଛି ବାଘ

ତରବୋଡ/ନୂଆପଡା ଅଫିସ,୨୫।୧: ନୂଆପଡ଼ା ଜିଲା ଖରିଆର ରୋଡ ବନାଞ୍ଚଳ ଅଧୀନ ହଳଦିଗାଁରେ ସୋମବାର ୪ଟି କଲରାପତରିଆ ବାଘ ବୁଲୁଥିବା ଦେଖିବାକୁ ମିଳିଛି। ଖବର ପ୍ରଚାର ପରେ ଭୟଭିତ ହୋଇପଡିଛନ୍ତି ଗ୍ରାମବାସୀ । ପାହାଡ଼ ତଳିଆ ଗାଁ ହୋଇଥିବାରୁ ଦିନରେ ବି...

ଜମିବାଡି ବିବାଦରୁ ପୁତୁରାଙ୍କୁ ହତ୍ୟା

ସିନାପାଲି,୧୬।୧: ନୂଆପଡା ଜିଲା ସିନାପାଲି ଥାନା ଗମ୍ଭାରୀଗୁଡ଼ା ଗ୍ରାମରେ ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ନନ୍ଦ ଖର୍ସେଲ (୩୫)। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତନାଘନା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri