ବିଜେଡି, ଭାଜପାର ରୋଡ୍‌ ଶୋ’କୁ ନେଇ ଚର୍ଚ୍ଚା

ନୂଆପଡ଼ା,୯ା୧୧(ପୀତାମ୍ବର ସାହୁ): ନୂଆପଡ଼ା ଉପନିର୍ବାଚନ ପ୍ରଚାର ଶେଷ ପର୍ଯ୍ୟାୟରେ। ରବିବାର ପ୍ରଚାର ଶେଷ ହୋଇଯିବ। ଅପରାହ୍ନ ୪ଟା ସୁଦ୍ଧା ନୂଆପଡ଼ା ଛାଡ଼ି ଚାଲିଯିବାକୁ ବାହାର ନେତା ଓ କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଉଭୟ ଭାଜପା ଓ ବିଜେଡି ମୁଖିଆ ରୋଡ୍‌ ଶୋ କରି ନିଜ ନିଜ ଦଳର ବଳ ଦେଖାଇଛନ୍ତି।
ଏହି କ୍ରମରେ ଶୁକ୍ରବାର ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆସି ଖରିଆର ରୋଡ୍‌ରୁ ନୂଆପଡ଼ା ପର୍ଯ୍ୟନ୍ତ ଦୀର୍ଘ ୧୨ କିଲୋମିଟର ଧରି ଏକ ବିଶାଳ ରୋଡ୍‌ ଶୋ କରିଥିଲେ। ଦଳର ନେତା ଓ କର୍ମୀ ଏହାକୁ ସଫଳ କରିବାକୁ ବେଶ ପରିଶ୍ରମ କରିଥିଲେ। ରାସ୍ତାର ଉଭୟ ପାଶର୍‌ବରେ ପାରମ୍ପରିକ ନୃତ୍ୟ, ଘଣ୍ଟବାଦ୍ୟ, ଦୁଲଦୁଲି, ଘୁମୁରା,ସଙ୍କୀର୍ତ୍ତନ ଆଦି ପରିବେଷଣ କରାଯାଇଥିଲା। ଏହି ରୋଡ୍‌ ଶୋ ଦୀର୍ଘ ୩ ଘଣ୍ଟା ଧରି କରାଯାଇଥିବା ବେଳେ ରାସ୍ତାଘାଟ ଏକପ୍ରକାର ଜାମ ହୋଇଯାଇଥିଲା। ନବୀନଙ୍କ ରୋଡ୍‌ ଶୋ ଦେଖି ଭାଜପା ମଧ୍ୟ ଏହାକୁ କାଉଣ୍ଟର କରିବା ପାଇଁ ଶନିବାର ଆୟୋଜନ କରିଥିଲା ଏକ ବିଶାଳ ରୋଡ୍‌ ଶୋ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆ ଏବଂ ଦଳର ବରିଷ୍ଠ ସଦସ୍ୟ, କେତେଜଣ ମନ୍ତ୍ରୀ, ବିଧାୟକ ଓ ସିନେ ଅଭିନେତା ସାମିଲ ଥିଲେ। ନବୀନଙ୍କ ରୋଡ୍‌ ଶୋ ଖରିଆର ରୋଡ୍‌ରୁ ନୂଆପଡ଼ା ପର୍ଯ୍ୟନ୍ତ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ରୋଡ୍‌ ଶୋ ନୂଆପଡ଼ାରୁ ଖରିଆର ରୋଡ୍‌ ପର୍ଯ୍ୟନ୍ତ ଦୀର୍ଘ ୧୨ କିଲୋମିଟର ଧରି କରାଯାଇଥିଲା। ଏଥିରେ ମଧ୍ୟ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ରୋଡ ଶୋ ବେଳେ ନୃତ୍ୟଗୀତ ସହିତ ପରମ୍ପରିକ ଲୋକନୃତ୍ୟ ପରିବେଷଣ କରାଯାଇଥିଲା। ଦୁଇ ଦଳର ଏହି ବିଶାଳ ରୋଡ୍‌ ଶୋର ସଫଳତା ପରେ ଦଳର କର୍ମୀ ଏବେ ଉତ୍ସାହିତ ହୋଇପଡିଥିବା ଦେଖିବାକୁ ମିଳୁଛି। ଦୁଇ ଦଳର ରୋଡ୍‌ ଶୋ ପରେ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ନିଜର ବଳ ଦେଖାଇବାକୁ ଦୁଇ ଦଳର ନେତା ଓ କର୍ମୀ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିବା ଆଲୋଚନା ହେଉଛି। କେଉଁ ଦଳର ରୋଡ୍‌ ଶୋରେ ଅଧିକ ଲୋକ ହୋଇଥିଲେ ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ଏପରିସ୍ଥଳେ ନିଜ ଦଳର ରୋଡ୍‌ ଶୋ ବେଳେ ଅଧିକ ଲୋକ ହୋଇଥିବା ଉଭୟ ଦଳର ନେତା, କର୍ମୀ କହି ବୁଲୁଛନ୍ତି। ତେବେ ଉଭୟ ରୋଡ୍‌ ଶୋ ପାଇଁ ବିଭିନ୍ନ ଅଞ୍ଚଳରୁ ଗାଡିମୋଟରରେ ଲୋକ ବୁହାହୋଇ ଅଣାଯାଇଥିବା ଦେଖିବାକୁ ମିଳିଥିଲା। ରୋଡ ଶୋକୁ ଆସିଥିବା ପ୍ରତି ଲୋକଙ୍କୁ ୨ଶହ ଟଙ୍କା ଲେଖାଏ ଦିଆଯାଇଥିବା ଖୁଟବନଭେରା ଗ୍ରାମର ଜଣେ ଯୁବକ କହିଛନ୍ତି।
ଆମ ଗ୍ରାମର ଜଣେ ବିଜେଡି ନେତା ଆମକୁ ଡାକିବାରୁ ଶୁକ୍ରବାର ନବୀନଙ୍କ ରୋଡ଼୍‌ ଶୋକୁ ପ୍ରାୟ ୪୦ରୁ ୫୦ ଜଣ ଯୁବକ ଆମେ ଆସିଥିଲୁ। ଶନିବାର ମଧ୍ୟ ଆମ ଗ୍ରାମର ଭାଜପା ଦଳର ଜଣେ ନେତା ଆମକୁ ଡାକିବାରୁ ଆମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ରୋଡ୍‌ ଶୋକୁ ଆସିଥିଲୁ। ଉଭୟ ଦଳ ଆମକୁ ଖାଇବାପିଇବା ଦେଇ ଗାଡ଼ି ତେଲ ଖର୍ଚ୍ଚ ବାବଦ ଦୁଇଶହ ଟଙ୍କା ଲେଖାଏ ଦେଇଥିଲେ ବୋଲି ସାରାବଙ୍ଗ ଗ୍ରାମର ଜଣେ ବ୍ୟକ୍ତି ନିଜ ନାମ ଗୋପନ ରଖିବା ସର୍ତ୍ତରେ ଆମକୁ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?