ବିଜେଡି, ଭାଜପାର ରୋଡ୍‌ ଶୋ’କୁ ନେଇ ଚର୍ଚ୍ଚା

ନୂଆପଡ଼ା,୯ା୧୧(ପୀତାମ୍ବର ସାହୁ): ନୂଆପଡ଼ା ଉପନିର୍ବାଚନ ପ୍ରଚାର ଶେଷ ପର୍ଯ୍ୟାୟରେ। ରବିବାର ପ୍ରଚାର ଶେଷ ହୋଇଯିବ। ଅପରାହ୍ନ ୪ଟା ସୁଦ୍ଧା ନୂଆପଡ଼ା ଛାଡ଼ି ଚାଲିଯିବାକୁ ବାହାର ନେତା ଓ କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଉଭୟ ଭାଜପା ଓ ବିଜେଡି ମୁଖିଆ ରୋଡ୍‌ ଶୋ କରି ନିଜ ନିଜ ଦଳର ବଳ ଦେଖାଇଛନ୍ତି।
ଏହି କ୍ରମରେ ଶୁକ୍ରବାର ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆସି ଖରିଆର ରୋଡ୍‌ରୁ ନୂଆପଡ଼ା ପର୍ଯ୍ୟନ୍ତ ଦୀର୍ଘ ୧୨ କିଲୋମିଟର ଧରି ଏକ ବିଶାଳ ରୋଡ୍‌ ଶୋ କରିଥିଲେ। ଦଳର ନେତା ଓ କର୍ମୀ ଏହାକୁ ସଫଳ କରିବାକୁ ବେଶ ପରିଶ୍ରମ କରିଥିଲେ। ରାସ୍ତାର ଉଭୟ ପାଶର୍‌ବରେ ପାରମ୍ପରିକ ନୃତ୍ୟ, ଘଣ୍ଟବାଦ୍ୟ, ଦୁଲଦୁଲି, ଘୁମୁରା,ସଙ୍କୀର୍ତ୍ତନ ଆଦି ପରିବେଷଣ କରାଯାଇଥିଲା। ଏହି ରୋଡ୍‌ ଶୋ ଦୀର୍ଘ ୩ ଘଣ୍ଟା ଧରି କରାଯାଇଥିବା ବେଳେ ରାସ୍ତାଘାଟ ଏକପ୍ରକାର ଜାମ ହୋଇଯାଇଥିଲା। ନବୀନଙ୍କ ରୋଡ୍‌ ଶୋ ଦେଖି ଭାଜପା ମଧ୍ୟ ଏହାକୁ କାଉଣ୍ଟର କରିବା ପାଇଁ ଶନିବାର ଆୟୋଜନ କରିଥିଲା ଏକ ବିଶାଳ ରୋଡ୍‌ ଶୋ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆ ଏବଂ ଦଳର ବରିଷ୍ଠ ସଦସ୍ୟ, କେତେଜଣ ମନ୍ତ୍ରୀ, ବିଧାୟକ ଓ ସିନେ ଅଭିନେତା ସାମିଲ ଥିଲେ। ନବୀନଙ୍କ ରୋଡ୍‌ ଶୋ ଖରିଆର ରୋଡ୍‌ରୁ ନୂଆପଡ଼ା ପର୍ଯ୍ୟନ୍ତ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ରୋଡ୍‌ ଶୋ ନୂଆପଡ଼ାରୁ ଖରିଆର ରୋଡ୍‌ ପର୍ଯ୍ୟନ୍ତ ଦୀର୍ଘ ୧୨ କିଲୋମିଟର ଧରି କରାଯାଇଥିଲା। ଏଥିରେ ମଧ୍ୟ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ରୋଡ ଶୋ ବେଳେ ନୃତ୍ୟଗୀତ ସହିତ ପରମ୍ପରିକ ଲୋକନୃତ୍ୟ ପରିବେଷଣ କରାଯାଇଥିଲା। ଦୁଇ ଦଳର ଏହି ବିଶାଳ ରୋଡ୍‌ ଶୋର ସଫଳତା ପରେ ଦଳର କର୍ମୀ ଏବେ ଉତ୍ସାହିତ ହୋଇପଡିଥିବା ଦେଖିବାକୁ ମିଳୁଛି। ଦୁଇ ଦଳର ରୋଡ୍‌ ଶୋ ପରେ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ନିଜର ବଳ ଦେଖାଇବାକୁ ଦୁଇ ଦଳର ନେତା ଓ କର୍ମୀ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିବା ଆଲୋଚନା ହେଉଛି। କେଉଁ ଦଳର ରୋଡ୍‌ ଶୋରେ ଅଧିକ ଲୋକ ହୋଇଥିଲେ ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ଏପରିସ୍ଥଳେ ନିଜ ଦଳର ରୋଡ୍‌ ଶୋ ବେଳେ ଅଧିକ ଲୋକ ହୋଇଥିବା ଉଭୟ ଦଳର ନେତା, କର୍ମୀ କହି ବୁଲୁଛନ୍ତି। ତେବେ ଉଭୟ ରୋଡ୍‌ ଶୋ ପାଇଁ ବିଭିନ୍ନ ଅଞ୍ଚଳରୁ ଗାଡିମୋଟରରେ ଲୋକ ବୁହାହୋଇ ଅଣାଯାଇଥିବା ଦେଖିବାକୁ ମିଳିଥିଲା। ରୋଡ ଶୋକୁ ଆସିଥିବା ପ୍ରତି ଲୋକଙ୍କୁ ୨ଶହ ଟଙ୍କା ଲେଖାଏ ଦିଆଯାଇଥିବା ଖୁଟବନଭେରା ଗ୍ରାମର ଜଣେ ଯୁବକ କହିଛନ୍ତି।
ଆମ ଗ୍ରାମର ଜଣେ ବିଜେଡି ନେତା ଆମକୁ ଡାକିବାରୁ ଶୁକ୍ରବାର ନବୀନଙ୍କ ରୋଡ଼୍‌ ଶୋକୁ ପ୍ରାୟ ୪୦ରୁ ୫୦ ଜଣ ଯୁବକ ଆମେ ଆସିଥିଲୁ। ଶନିବାର ମଧ୍ୟ ଆମ ଗ୍ରାମର ଭାଜପା ଦଳର ଜଣେ ନେତା ଆମକୁ ଡାକିବାରୁ ଆମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ରୋଡ୍‌ ଶୋକୁ ଆସିଥିଲୁ। ଉଭୟ ଦଳ ଆମକୁ ଖାଇବାପିଇବା ଦେଇ ଗାଡ଼ି ତେଲ ଖର୍ଚ୍ଚ ବାବଦ ଦୁଇଶହ ଟଙ୍କା ଲେଖାଏ ଦେଇଥିଲେ ବୋଲି ସାରାବଙ୍ଗ ଗ୍ରାମର ଜଣେ ବ୍ୟକ୍ତି ନିଜ ନାମ ଗୋପନ ରଖିବା ସର୍ତ୍ତରେ ଆମକୁ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

CJP ପ୍ରଦର୍ଶନ ମଧ୍ୟରେ ଭାଜପା କଲା ବଡ଼ ଘୋଷଣା: ରାହୁଲ ଗାନ୍ଧୀଙ୍କ ବିରୋଧରେ ସାରା ଦେଶରେ ହେବ…

ନୂଆଦିଲ୍ଲୀ,୨୨।୭: ଭାଜପା ଆଜି ସାରା ଦେଶରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟକୁ ଘେରାଉ କରିବାକୁ ଯାଉଛି। ଭାଜପାର କହିବାନୁଯାୟୀ ରାହୁଲ ଗାନ୍ଧୀ ଦୁର୍ଭାବନାପୂର୍ଣ୍ଣ ମନୋଭାବ ରଖି ପ୍ରଧାନମନ୍ତ୍ରୀ ଆବାସ…

CJP ଆନ୍ଦୋଳନ ଭିତରେ କେନ୍ଦ୍ର ସରକାରଙ୍କ ଠାରେ ବଡ଼ ଦାବି କଲେ ମୁଖ୍ୟମନ୍ତ୍ରୀ ବିଜୟ: NEET ପରୀକ୍ଷାକୁ…

ନୂଆଦିଲ୍ଲୀ,୨୨।୭: କକ୍ରୋଚ ଜନତା ପାର୍ଟି (CJP)ର ପ୍ରଦର୍ଶନ ଏବଂ ବିବାଦ ଭିତରେ ତମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ଥଲାପତି କେନ୍ଦ୍ର ସରକାରଙ୍କ ନିକଟରେ ଏକ ବଡ଼ ଦାବି ରଖିଛନ୍ତି।…

ଶପିଂ ମଲରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡ଼ି ଛାରଖାର

ଝାରସୁଗୁଡା, ୨୨।୭(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ସରବାହାଲ ରୋଡ଼ସ୍ଥିତ ଭି ଆର୍ଟ ଶପିଂ ମଲ ଏବଂ ଶଙ୍କର ଅଳଙ୍କାର ଦୋକାନରେ ବୁଧୁବାର ଭୋରରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି I…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ସୋନମ ୱାଙ୍ଗଚୁକଙ୍କ ପାଇଁ ନ୍ୟୁୟର୍କଠାରୁ ଆରମ୍ଭ କରି ଲଣ୍ଡନ ପର୍ଯ୍ୟନ୍ତ ପ୍ରଦର୍ଶନ, ଭାରତ ସରକାରଙ୍କୁ କଲେ ବଡ଼ ଅପିଲ୍‌

ନୂଆଦିଲ୍ଲୀ,୨୨।୭: ଆମେରିକାସ୍ଥିତ ଏକ ଅଧିକାର ଗ୍ରୁପର କର୍ମକର୍ତ୍ତାମାନେ ଆମରଣ ଅନଶନ କରୁଥିବା ସୋନମ ୱାଙ୍ଗଚୁକଙ୍କ ପ୍ରତି ଏକଜୁଟତା ଜାହିର କରିବା ପାଇଁ ନ୍ୟୁୟର୍କ ଏବଂ ସାନ ହୋଜେରେ…

ଅଙ୍ଗନଦୀରେ ଭାସିଗଲେ ଗୋପାଳକ, ଅଗ୍ନିଶମ ବିଭାଗ ପକ୍ଷରୁ ଚାଲିଛି ଖୋଜାଖୋଜି

ପଦ୍ମପୁର,୨୨।୭ (ପ୍ରଦୀପ୍ତ ଦାଶ) : ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅନ୍ତର୍ଗତ ସମ୍ବଲପୁରୀ ଗ୍ରାମ ନିକଟରେ ଥିବା ଅଙ୍ଗନଦୀରେ ଭାସିଯାଇ ଜଣେ ଗୋପାଳକ ନିଖୋଜ ହୋଇଥିବା ଘଟଣା…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ଭଟାପଲାକୁ ନୂତନ ଗ୍ରାମ ପଞ୍ଚାୟତ ମାନ୍ୟତା ଦାବି ଜୋରଦାର: ଲିଖିତ ଦାବିପତ୍ର ଦାଖଲ

କର୍ଲାମୁଣ୍ଡା,୨୨।୭(ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଭଟାପଲାକୁ ସୱତନ୍ତ୍ର ଗ୍ରାମ ପଞ୍ଚାୟତର ମାନ୍ୟତା ପ୍ରଦାନ କରିବା ଦାବିରେ ଅଞ୍ଚଳବାସୀଙ୍କ ସୱର ଦିନକୁ ଦିନ ଜୋରଦାର ହେଉଛି। ଦୀର୍ଘଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri