ନୟାଗଡ଼

କୋଭିଡ୍‌ ହେଲ୍‌ଥ ସେଣ୍ଟରରେ ୫-ଟି ସଚିବ

ନୟାଗଡ଼ ଅଫିସ/ରଣପୁର,୬ା୫(ସ୍ବ.ପ୍ର.): ରାଜ୍ୟରେ କରୋନା ସଂକ୍ରମଣ ରୋକିବା ଲାଗି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ ଯାଇ ସ୍ଥିତି ପରଖୁଛନ୍ତି। ଏହି କ୍ରମରେ ବୁଧବାର ୫-ଟି ସଚିବ ଭି.କେ. ପାଣ୍ଡିଆନ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର…

ନୟାଗଡ଼ କୋଭିଡ-୧୯ ଡାକ୍ତରଖାନା ପରିଦର୍ଶନ କଲେ ୫-ଟି ସଚିବ

ନୟାଗଡ଼ ଅଫିସ, ୬।୫: ନୟାଗଡ଼ ଜିଲା ରଣପୁର ବ୍ଲକ ଚାନ୍ଦପୁରସ୍ଥିତ କୋଭିଡ-୧୯ ହସ୍ପିଟାଲକୁ ୫-ଟି ସଚିବ ଭି.କେ ପାଣ୍ଡିଆନ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର ବୁଧବାର ପରିଦର୍ଶନ କରିଛନ୍ତି। ସକାଳ ୯.୩୦ ମିନିଟ୍‌ରେ ଉଭୟ ପହଞ୍ଚିବା ପରେ ସୁରକ୍ଷା ବଳୟ…

ବଜ୍ରପାତରେ ଗାଈଆଳଙ୍କ ଜୀବନ ଗଲା

ନୟାଗଡ଼ ଅଫିସ, ୬।୫: ନୟାଗଡ଼ ଜିଲାରେ ବୁଧବାର ପୂର୍ବାହ୍ନରେ ବଜ୍ରପାତ ଘଟି ଜଣେ ଗାଈଆଳଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଲିଙ୍ଗରାଜ ବେହେରା। ତାଙ୍କ ଘର ନୟାଗଡ଼ ଜିଲା ସରଣକୁଳ ଥାନା ବାଉଁସିଆ ଗାଁରେ। ଲିଙ୍ଗରାଜ ଗାଈ ଚରାଇବାକୁ ଗାଁ ନିକଟସ୍ଥ…

ଜୀବନଜୀବିକା ପାଇଁ କରାଯାଉ ବ୍ୟବସ୍ଥା: ଜିଲାପାଳଙ୍କୁ ଫେରାଦ ହେଲେ ପେଣ୍ଟିଂ ଆର୍ଟିଷ୍ଟ

ନୟାଗଡ଼ ଅଫିସ,୧।୫: ନୟାଗଡ଼ ଜିଲାରେ ପେଣ୍ଟିଂ ଆର୍ଟିଷ୍ଟ କାମ ନ ପାଇ ଦୁଃଖଦ ଜୀବନ ବିତାଉଛନ୍ତି। କରୋନା ଛଡାଇ ନେଇଛି ମୁହଁର ହସ। ଭୋକଉପାସରେ ସେମାନେ ଦିନ କାଟୁଛନ୍ତି। ଗୁରୁବାର ସେମାନେ ଜିଲାପାଳଙ୍କୁ ଭେଟି ଜୀବନଜୀବିକା ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି।…

ସଙ୍ଗରୋଧ ଗୃହକୁ ଗଲେ ୪୬ ସୁରଟ ଫେରନ୍ତା

ଓଡ଼ଗାଁ,୧ା୫(ସ୍ବ.ପ୍ର.): ନୟାଗଡ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅଞ୍ଚଳର ୪୬ ସୁରଟ ଫେରନ୍ତାଙ୍କୁ ସାକେରି ହାଇସ୍କୁଲ ସଙ୍ଗରୋଧ ଗୃହରେ ୧୪ଦିନ ପାଇଁ ରଖାଯାଇଛି। ସୂଚନା ଅନୁସାରେ ଏହି ଥାନା ଅନ୍ତର୍ଗତ ସାକେରି, ଆରେଡା, ଗିରିଡିପଲ୍ଲୀ, ବାହାଡ଼ାଝୋଲା ତଥା ପଡୋଶୀ ଗଞ୍ଜାମ ଜିଲାର…

ସରକାରୀ ନିର୍ଦ୍ଦେଶକୁ ଫୁ’: ଶ୍ରମିକଙ୍କ ବଦଳରେ ଜେସିବିରେ ଚାଲିଛି ପୋଖରୀ ଖୋଳା

ଓଡ଼ଗାଁ, ୧।୫(ସ୍ବ. ପ୍ର. ): ନୟାଗଡ଼ ଜିଲା ଓଡ଼ଗାଁରେ ଶ୍ରମିକ ଦିବସ ଅର୍ଥାତ୍‌ ମେ’ ୧ରେ ଶ୍ରମିକଙ୍କ ବଦଳରେ ଜେସିବି ଦ୍ୱାରା ପୋଖରୀ ଖୋଳା ଚାଲିଥିବା ଦେଖିବାକୁ ମିଳୁଛି। କରୋନା ମୁକାବିଲା ପାଇଁ ଲୋକଙ୍କୁ ରୋଜଗାରକ୍ଷମ କରିବାକୁ ଶ୍ରମଦିବସ ସୃଷ୍ଟି କରିବାକୁ…

ବିହାରରୁ ଓଡଗାଁ: ସାଇକେଲରେ ୧୨୦୦ କିମି ପାର ହୋଇ ପହଞ୍ଚିଲେ ଦୁଇଜଣ ମିସ୍ତ୍ରୀ

ଓଡଗାଁ, ୨୯।୪(ସ୍ବ.ପ୍ର.)- ପରିବାର ଭରଣ ପୋଷଣ ପାଇଁ ଓଡଗାଁରୁ ବିହାରର ପୁର୍ଣିଆ ଜିଲା ବନମଖୀ ଯାଇଥିବା ଦୁଇ ମନ୍ଦିର ମିସ୍ତ୍ରୀ ସାଇକେଲରେ ଗାଁକୁ ଫେରିଛନ୍ତି। କରୋନା ଯୋଗୁ ସାରା ଦେଶରେ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଥିବା ଫଳରେ ସେମାନେ ରୋଜଗାର ହରାଇଥିଲେ।…

ପୋଲିସ, ଖବରଦାତାଙ୍କୁ ମାସ୍କ, ସାନିଟାଇଜର ପ୍ରଦାନ

ଓଡ଼ଗାଁ, ୨୮।୪(ସ୍ବ.ପ୍ର.): କରୋନା ମହାମାରୀ ପାଇଁ ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନାରେ ନିୟୋଜିତ ସମସ୍ତ ପୋଲିସ କର୍ମଚାରୀ ଏବଂ ଖବରଦାତାଙ୍କୁ ଏକ ଏନ୍‌ଜିଓ ପକ୍ଷରୁ ମାସ୍କ, ସାନିଟାଇଜର ସହ ଗାମୁଛା ପ୍ରଦାନ କରାଯାଇଛି। ଗୁଜୁରାଟସ୍ଥିତ ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟି…

ପ୍ରକଳ୍ପରୁ ମିଳୁନି ପାନୀୟ ଜଳ: ପୋଖରୀ ପାଣି ଭରସା

ଖଣ୍ଡପଡ଼ା/ଭାପୁର,୨୭ା୪(ସ୍ବ.ପ୍ର./ଡି.ଏନ.ଏ.): ଭାପୁର ବ୍ଲକ ବାଇଗୁଣିଆଁ ପଞ୍ଚାୟତ କେଶରସିଂ ନୂଆସାହି ଗ୍ରାମବାସୀଙ୍କ ପାଇଁ ପାନୀୟଜଳ ମୁଖ୍ୟ ସମସ୍ୟା ହୋଇଛି। ପ୍ରକଳ୍ପ ଥିଲେ ବି ସେଥିରୁ ଜଳ ମିଳୁନି। ଫଳରେ ପୋଖରୀ ପାଣି ଲୋକଙ୍କ ଭରସା ହୋଇଛି। ପ୍ରାୟ ୫ବର୍ଷ ପୂର୍ବେ ଗ୍ରାମରେ ପାନୀୟ…

ହାତବାନ୍ଧି ବସିଛନ୍ତି ଛେନାପୋଡ଼ କାରିଗର: ଜଳୁନି ଭାଟି, ବିକ୍ରି ହେଉନି କ୍ଷୀର

ନୟାଗଡ଼ ଅଫିସ,୨୭ା୪: କରୋନା କଟକଣା ନୟାଗଡ଼ର ପ୍ରସିଦ୍ଧ ଛେନାପୋଡ଼କୁ ଜିଲା ବାହାରକୁ ପଠାଇବା ବାଟ ବନ୍ଦ କରିଦେଇଛି। ଏପରି କି ଜିଲା ଭିତରେ ବି ଏହା ବିକ୍ରି କରାଯାଇ ପାରୁନି। ଫଳରେ କାରିଗରମାନେ ହାତବାନ୍ଧି ବସିଛନ୍ତି। ଛେନାପୋଡ଼ ବାହାରକୁ ଯାଉ ନ…

ଅପାସୋରା ସ୍ମୃତି ହୋଇ ରହିବ: ଏଡିଏମ୍‌ଙ୍କ କାର୍ଯ୍ୟାଳୟରେ ନିଆରା ବିବାହ

ନୟାଗଡ଼ ଅଫିସ,୨୭ା୪: ନୟାଗଡ଼ ଅତିରିକ୍ତ ଜିଲାପାଳ (ଏଡିଏମ୍‌)ଙ୍କ କାର୍ଯ୍ୟାଳୟରେ ସୋମବାର ଏକ ନିଆରା ବିବାହ ଅନୁଷ୍ଠିତ ହୋଇଥିଲା। ନ ଥିଲା ବାଜା, ବାଣ କି ରୋଶଣି। ଭୋଜି ଭାତର ଆସର ନ ଥିଲା କି ପୁରୋହିତଙ୍କ ମନ୍ତ୍ରୋଚାରଣ ଶୁଭି ନ ଥିଲା।…

ନୂଆଗାଁରେ ନିଆରା ବିବାହ: ମାସ୍କ ପିନ୍ଧି ବିବାହ କଲେ ବରକନ୍ୟା

ନୟାଗଡ଼ ଅଫିସ,୨୭ା୪: ବାହାଘର ହେଲା। ହେଲେ ନ ଥିଲା ବାଜା ବାଣ, ରୋଷଣୀ କିମ୍ବା ଭୋଜି ଭାତର ଆସର। ପୁରୋହିତଙ୍କ ମନ୍ତ୍ରଗାନ ମଧ୍ୟ ଶୁଭୁ ନ ଥିଲା। ବରଯାତ୍ରୀ ବି ନ ଥିଲେ। କରୋନା ଯୋଗୁ ନିଆରା ବାହାଘର ହୋଇଛି ନୟାଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?