ନୟାଗଡ଼

ସିଲ୍‌ ପରେ ଚିନିକଳର ସୁରକ୍ଷା ନାହିଁ

ନୟାଗଡ଼ ଅଫିସ,୨୧ା୩: ଗତ ୧୨ ତାରିଖରେ ନୟାଗଡ ପାଣିପୋଇଲାସ୍ଥିତ ଚିନିକଳରେ ଥିବା ଉପକରଣର ତଦାରଖ ଓ ଆକଳନ ମାଜିଷ୍ଟ୍ରେଟ ନୟାଗଡ ଉପଜିଲାପାଳ ଲଗ୍ନଜିତ ରାଉତ ଓ ନୟାଗଡ ତହସିଲଦାର ଭିକାରୀ ସାହୁଙ୍କ ଉପସ୍ଥିତିରେ ହୋଇଥିଲା। ଆସ୍କା ଚିନିକଳର ୨ଜଣିଆ ବୈଷୟିକ ଟିମ୍‌…

ରେଳପଥ ପାଇଁ ଉଜୁଡିବ ୩୨.୭୯୨ ହେକ୍ଟର ଜଙ୍ଗଲ: ଦଶପଲ୍ଲା ରେଞ୍ଜରେ ଚିହ୍ନଟ ପ୍ରକ୍ରିୟା ଶେଷ

ନୟାଗଡ଼ ଅଫିସ,୨୧ା୩: ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ ଉଦ୍ଦେଶ୍ୟରେ ନୟାଗଡ଼ ବନଖଣ୍ଡ ଦଶପଲ୍ଲା ରେଞ୍ଜର ଅରାସାହି, କୁଞ୍ଜବନଗଡ, ନିଜ ଅନ୍ଧାରକୋଟ ରେଭିନ୍ୟୁ ଓ ରିଜର୍ଭ ଫରେଷ୍ଟର ୩୨.୭୯୨ ହେକ୍ଟର ଜଙ୍ଗଲ ଉଜୁଡିବ। କାରଣ କୁଞ୍ଜବନଗଡ ଜଙ୍ଗଲରୁ ୭୮୬, ଛଦେଶ ରିଜର୍ଭ ଫରେଷ୍ଟରୁ ୨୦୯୯,…

ଟାଙ୍ଗରା ଭୂଇଁ ଏବେ ହସୁଛି, ସରକାର ପାଉଛନ୍ତି ରାଜସ୍ବ

ନୟାଗଡ଼ ଅଫିସ,୨୦ା୩ (ଲୋକନାଥ ମିଶ୍ର): ନୟାଗଡ଼ ସହର ଉପକଣ୍ଠ ଖୁଣ୍ଟୁବନ୍ଧସ୍ଥିତ ସବ୍‌ଜେଲର ଟାଙ୍ଗରା ଭୂଇଁ ଏବେ ହସୁଛି। କଏଦୀମାନଙ୍କ ପରିଶ୍ରମ ଓ ଜେଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ଆଗ୍ରହ ଯୋଗୁ ସବ୍‌ଜେଲ ପରିସରରେ ବର୍ଷତମାମ ଭିନ୍ନ ଭିନ୍ନ ପନିପରିବା ଚାଷ ସମ୍ଭବ ହୋଇପାରିଛି। ଏଠାରେ…

ଅଧା ପ୍ରସବ ବେଳେ ଲେବର୍‌ ରୁମ୍‌ରୁ ପଳାଇଲେ ଡାକ୍ତର: ନବଜାତ ଶିଶୁପୁତ୍ର ମୃତ୍ୟୁକୁ ନେଇ ପରିବାରଲୋକଙ୍କ ଅଭିଯୋଗ

ରଣପୁର,୧୯।୩(ବ୍ୟୁରୋ): ଅଧା ପ୍ରସବ ବେଳେ ଲେବର ରୁମ୍‌ ଛାଡ଼ି ପଳାଇଲେ ଡାକ୍ତର। ଚିକିତ୍ସା ଅବହେଳାରୁ ନବଜାତକ ଶିଶୁର ମୃତ୍ୟୁ। ନୟାଗଡ଼ ଜିଲା ରଣପୁର ବ୍ଲକ ରାଜସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ଅଘଟଣ ଘଟିଥିବା ନେଇ ଗୁରୁବାର ମହିଳାଙ୍କ ପରିବାରଲୋକେ ଅଭିଯୋଗ କରିଛନ୍ତି।…

ଅପହଞ୍ଚ ଯୋଜନା, ଅସୁରକ୍ଷିତ ଶ୍ରମିକ

ନୟାଗଡ଼ ଅଫିସ,୧୮ା୩: ଶିକ୍ଷାର ଅଭାବ ସାଙ୍ଗକୁ ଅଭିଯୋଗ କରିବାକୁ ସାହସ ଜୁଟାଇପାରୁ ନ ଥିବାରୁ ନୟାଗଡ ଜିଲାର ନିରୀହ ଶ୍ରମିକ ଶୋଷଣର ଶିକାର ହୋଇଚାଲିଛି। କେଉଁଠି ଶାରୀରିକ ନିର୍ଯାତନା ଦିଆଯାଉଛି ତ ଆଉ କେଉଁଠି ବିନା ପାରିଶ୍ରମିକରେ ଗୋତି ଖଟାଉଛନ୍ତି। ଶ୍ରମିକଙ୍କୁ…

ହାଇକୋର୍ଟଙ୍କ ବେଲ୍‌ ଅର୍ଡରକୁ ଅଣଦେଖା: ଥାନାକୁ ଆଣି ଜେଲ ହାଜତରେ ପୂରାଇଲେ, ସମାଧାନ ପାଇଁ ଅପହରଣ ଧମକ

ନୟାଗଡ଼ ଅଫିସ/ରଣପୁର,୧୬ା୩(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ପୋଲିସ ହାଇକୋର୍ଟଙ୍କ ବେଲ୍‌ ଅର୍ଡରକୁ ବି ଖାତିର କରୁନି। ବେଲ୍‌ ଅର୍ଡର ଦେଖାଉଥିବା ଜଣେ ଅଭିଯୁକ୍ତଙ୍କୁ ଥାନାକୁ ଆଣି ୨ଘଣ୍ଟା ହାଜତରେ ରଖିଲେ। ପରେ ଏସ୍‌ଡିପିଓଙ୍କ ନିର୍ଦ୍ଦେଶରେ ଅଭିଯୁକ୍ତଙ୍କଠାରୁ ବେଲ୍‌ ଅର୍ଡର ରଖି…

ବିପଦରେ ଜୈବ ବିବିଧତା: ୮୫ ପ୍ରତିଶତ ଜମିର ମାଟି ଅମ୍ଳଯୁକ୍ତ,ଫସଲ ଉତ୍ପାଦନରେ ବାଧକ

ନୟାଗଡ଼ ଅଫିସ,୧୬ା୩: ଅତ୍ୟଧିକ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ ଦ୍ୱାରା ଜୈବ ବିବିଧତା ବିପଦରେ ରହିଛି। ଏହି କାରଣରୁ ନୟାଗଡ଼ ଜିଲାର ୮୫ ପ୍ରତିଶତ ଜମିର ମାଟି ଅମ୍ଳଯୁକ୍ତ ହୋଇସାରିଲାଣି। ଏହି ଅମ୍ଳଯୁକ୍ତ ମାଟି ଫସଲ ଉତ୍ପାଦନରେ ବାଧକ ସାଜିଛି।…

 ଋଣ ବୋଝ: ନୟାଗଡରେ ଚାଷୀଙ୍କ ଆତ୍ମହତ୍ୟା

ନୟାଗଡ ଅଫିସ,୧୫।୩-ନୟାଗଡ ଜିଲା ଶରଣକୁଳ ଥାନା ପଞ୍ଚରିଡା ମାନପୁର ନୂଆସାହିର ଚାଷୀ ଜୟକୃଷ୍ଣ ପଣ୍ଡା(୫୨) ଋଣ ଶୁଝି ନ ପାରି ଶୁକ୍ରବାର ରାତିରେ ଆତ୍ମହତ୍ୟା କରିଛନ୍ତି। ଶରଣକୁଳ ଥାନା ପୋଲିସ ୨/୨୦ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।…

ମୃତ ଗାଡ଼ଭାଲୁ ଉଦ୍ଧାର

ରଣପୁର,୧୪।୩(ସ୍ବ.ପ୍ର.): ଟାଙ୍ଗୀ ବନବିଭାଗ ଅନ୍ତର୍ଗତ ନୟାଗଡ ଜିଲା କନ୍ଧନୂଆଗଡ ଶ୍ମଶାନ ନିକଟରୁ ଶୁକ୍ରବାର ପୂର୍ବାହ୍ନରେ ଏକ ଗାଡଭାଲୁର ମୃତଦେହ ଉଦ୍ଧାର କରାଯାଇଛି। ପରେ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ମୃତଦେହକୁ ବ୍ୟବଚ୍ଛେଦ କରାଯିବା ପରେ ବନବିଭାଗ ପକ୍ଷରୁ ପୋତି ଦିଆଯାଇଛି। ପ୍ରାଥମିକ ତଦନ୍ତରୁ…

ତାଲା ଭାଙ୍ଗି ଘରୁ ୭ ଲକ୍ଷ ଟଙ୍କାର ଅଳଙ୍କାର ଲୁଟ୍‌

ରଣପୁର,୧୪।୩(ସ୍ବ.ପ୍ର.): ଚାନ୍ଦପୁର ଥାନା କନ୍ଧନୟାଗଡ ଗଁ।ର ଭାଗୀରଥି ସାହୁଙ୍କ ଘର ଗ୍ରିଲ୍‌ ତାଲା ଭାଙ୍ଗି ଗୁରୁବାର ସନ୍ଧ୍ୟାରେ ଦୁର୍ବୃତ୍ତମାନେ ଆଲମାରୀରୁ ପ୍ରାୟ ୭ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରାଇ ନେଇଛନ୍ତି। ସେହିପରି ଅନ୍ୟ କିଛି ଘରୋଇ ଉପକରଣ ମଧ୍ୟ ଚୋରି…

ନୟାଗଡ଼ର ଭାପୁରରେ କରୋନା ସନ୍ଦିଗ୍ଧ: ଆକ୍ରାନ୍ତ ରୋଗୀଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର

ନୟାଗଡ ଅଫିସ/ଭାପୁର,୧୩।୩(ଡି.ଏନ୍‌.ଏ.): ନୟାଗଡ ଜିଲା ଭାପୁର ବ୍ଲକରେ ଜଣେ ଅସୁସ୍ଥ ବ୍ୟକ୍ତିଙ୍କୁ କରୋନା ହୋଇଥିବା ସନ୍ଦେହ କରାଯାଉଛି । ଗୁରୁବାର ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବାଘୁଆପଲ୍ଲୀ ବଳଦିଆ ନୂଆଗାଁର ଜଣେ ଥଣ୍ଡାକାଶରେ ଆକ୍ରାନ୍ତ ରୋଗୀଙ୍କୁ ଭୁବନେଶ୍ୱର କ୍ୟାପିଟାଲ…

ନୟାଗଡ଼ ଚିନିକଳରୁ ଖୋଲାଗଲା ତାଲା: ୨ ଜଣିଆ ବୈଷୟିକ ଟିମ୍‌ର ଆକଳନ ଆରମ୍ଭ

ନୟାଗଡ଼ ଅଫିସ,୧୨।୩: ନୟାଗଡ଼ର ପାଣିପୋଇଲାସ୍ଥିତ ଚିନିକଳର ଯନ୍ତ୍ରପାତି ତଦାରଖ ଓ ଆକଳନ ପାଇଁ ଗୁରୁବାର ତାଲା ଖୋଲାଯାଇଛି। ନୟାଗଡ଼ ଉପଜିଲାପାଳ ଲଗ୍ନଜିତ୍‌ ରାଉତ ଓ ତହସିଲଦାର ଭିକାରି ସାହୁଙ୍କ ଉପସ୍ଥିତିରେ ଆସ୍କା ଚିନିକଳର ୨ ଜଣିଆ ବୈଷୟିକ ଟିମ୍‌ ଆକଳନ ଆରମ୍ଭ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri