୧୪୪ ଧାରା ଉଲ୍ଲଂଘନ: ଦଶଦୋଳ ମେଳଣରେ ଏକାଠି ହେଲେ ୫ ହଜାର ଲୋକ: ୨୨ ଜଣଙ୍କ ନାମରେ ମାମଲା

ରଣପୁର,୨୧।୩(ଡି.ଏନ୍‌.ଏ.): କରୋନା ଭୂତାଣୁ (କୋଭିଡ୍‌-୧୯)ର କରାଳ ସଂକ୍ରମଣ ସମଗ୍ର ବିଶ୍ୱକୁ ଗ୍ରାସ କରିଚାଲିଛି। ଏ ନେଇ ରାଜ୍ୟରେ ଶପିଂମଲଠାରୁ ଆରମ୍ଭ କରି ସିନେମା ହଲ, ପାର୍କ, ସଭା ସମିତି, ସାମାଜିକ ମିଳାମିଶା ଆଦିକୁ ବନ୍ଦ କରାଯାଇଛି। କେତେକ ସ୍ଥାନରେ ପ୍ରଶାସନ ତରଫରୁ ୧୪୪ ଧାରା ମଧ୍ୟ ଜାରି କରାଯାଇଛି। ମାତ୍ର ଏହି କଟକଣା ସତ୍ତ୍ୱେ ନୟାଗଡ଼ ଜିଲା ଚାନ୍ଦପୁର ଥାନା ଅଞ୍ଚଳରେ ଦଶଦୋଳ ମେଳଣ ଦେଖିବାକୁ ମିଳିଛି l
ପ୍ରକାଶ ଯେ, ଗୁରୁବାର ଦଶଦୋଳ ମେଳଣ ପାଇଁ ଦୋଳ କମିଟି ତରଫରୁ ବହୁ ଆଡ଼ମ୍ବରରେ ପ୍ରସ୍ତୁତି କରାଯାଇଥିଲା। ହେଲେ ଜିଲା ପ୍ରଶାସନ ତରଫରୁ ସେଠାରେ ୧୪୪ ଧାରା ଜାରି କରାଗଲା। ଏହି ଯାତ୍ରା ଦଶ ଦିନ ହେବାକୁ ଥିଲା ବେଳେ ଶୁକ୍ରବାର ରାତିରେ କମିଟି ତରଫରୁ ସମସ୍ତ ଠାକୁରଙ୍କ ଦୋଳ ବିମାନକୁ ମେଳଣ ପଡିଆରେ ଏକଜୁଟ କରାଇ ଆତସବାଜି ସହିତ ଘଣ୍ଟ ବଜା ଯାଇଥିଲା। ଏହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ୪ରୁ ୫ ହଜାର ଲୋକଙ୍କ ଜନସମାଗମ ହୋଇଥିଲା। ୧୪୪ ଧାରା ଜାରି ସତ୍ତ୍ୱେ କିଭଳି ଏହି ମେଳଣ ଆୟୋଜନ କରାଗଲା, ତାହା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି। ଏ ସମ୍ପକର୍ର୍ରେ ରଣପୁର ତହସିଲଦାର ଚାନ୍ଦପୁର ଆର୍‌ଆଇ ଅନିଲ ବେହେରାଙ୍କ ସହ ଦଶଦୋଳ କମିଟିର ସଭାପତି ଅଭୟ ସାହୁ, ମନୋଜ କୁମାର ଦାଶ, କିଶୋର ମହାରଣା, ଜମ୍ବେଶ୍ୱର ଖମାରିଙ୍କ ସମେତ ୨୨ଜଣଙ୍କ ନାମରେ ଚାନ୍ଦପୁର ଥାନାରେ ଏକ ମାମଲା ନଂ. ୨୭/୨୦ ରୁଜୁ କରାଯାଇଛି l


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri