ସିଲ୍‌ ପରେ ଚିନିକଳର ସୁରକ୍ଷା ନାହିଁ

ନୟାଗଡ଼ ଅଫିସ,୨୧ା୩: ଗତ ୧୨ ତାରିଖରେ ନୟାଗଡ ପାଣିପୋଇଲାସ୍ଥିତ ଚିନିକଳରେ ଥିବା ଉପକରଣର ତଦାରଖ ଓ ଆକଳନ ମାଜିଷ୍ଟ୍ରେଟ ନୟାଗଡ ଉପଜିଲାପାଳ ଲଗ୍ନଜିତ ରାଉତ ଓ ନୟାଗଡ ତହସିଲଦାର ଭିକାରୀ ସାହୁଙ୍କ ଉପସ୍ଥିତିରେ ହୋଇଥିଲା। ଆସ୍କା ଚିନିକଳର ୨ଜଣିଆ ବୈଷୟିକ ଟିମ୍‌ ପ୍ରସ୍ତୁତ କରିଥିଲେ ସମ୍ପତ୍ତି ତାଲିକା। ପରେ ଚିନିକଳକୁ ସିଲ୍‌ କରାଯାଇଥିଲା। ଗୋଟିଏ ଚାବି ବ୍ୟାଙ୍କ ଓ ଅନ୍ୟଟି ଜିଲା ପ୍ରଶାସନ ନିକଟରେ ରହିଥିଲା। ସିଲ୍‌ ହେବାର ୯ଦିନ ପରେ ଚିନିକଳର ସୁରକ୍ଷା ଦାୟିତ୍ୱରେ ଥିବା ୯ଜଣ ସୁରକ୍ଷା କର୍ମଚାରୀଙ୍କୁ ବିଦା କରିଦିଆଯାଇଛି । ତେବେ ସେମାନଙ୍କ ସ୍ଥାନରେ କାହାରିକୁ ନିୟୋଜିତ କରାଯାଇ ନାହିଁ । ସେହିପରି ୯ଦିନ ଡ୍ୟୁଟି କରିଥିବା ସୁରକ୍ଷା କର୍ମଚାରୀଙ୍କୁ ସେମାନଙ୍କ ପ୍ରାପ୍ୟ ଦିଆଯାଇନି । ଫଳରେ ଚିନିକଳର ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି ।
ପ୍ରକାଶଥାଉ କି ୧୯୮୮ରେ ପାଣିପୋଇଲାଠାରେ ସ୍ଥାପିତ ହୋଇଥିଲା ଚିନିକଳ। ୨ବର୍ଷ ସମବାୟ ବିଭାଗ ଏହାକୁ ଚାଲୁ କରିଥିଲା। କ୍ଷତି ହେବାରୁ ଚିନିକଳକୁ ୧୯୯୦ରେ ଧରଣୀ ସୁଗାର୍ସ ନେଇଥିଲା । ୧୦ ବର୍ଷ ଚାଲୁ ପରେ ଧରଣୀ ସୁଗାର୍ସ ହଟିଯାଇଥିଲା । ୨୦୦୦ ମସିହାରୁ ୨୦୦୪ ପର୍ଯ୍ୟନ୍ତ ଚିନିକଳ ବନ୍ଦ ଥିଲା । ପରେ ୨୦୦୪ରୁ ନୟାଗଡ ସୁଗାର କମ୍ପ୍ଲେକ୍ସ ଲିମିଟେଡ ଦାୟିତ୍ୱ ନେଇ ୨୦୧୪ ପର୍ଯ୍ୟନ୍ତ ଚଲାଇଥିଲା। ପରେ ୨୦୧୫ରୁ ଚିନିକଳରେ ତାଲା ଝୁଲୁଛି। ଏଭଳିସ୍ଥଳେ ଜିଲା ପ୍ରଶାସନ ଗତ ୧୨ ତାରିଖରେ ଚିନିକଳ ଖୋଲି ସମ୍ପତ୍ତି ଆକଳନ କରି ସିଲ୍‌ କରିଥିଲା। ସିଲ୍‌ ପରେ ବି ସୁରକ୍ଷା ବ୍ୟବସ୍ଥା କରାଗଲା ନାହିଁ। ବରଂ ନୟାଗଡ ସୁଗାର କମ୍ପ୍ଲେକ୍ସ ଲିମିଟେଡ୍‌ରେ ନିୟୋଜିତ ୬ଜଣ ସୁରକ୍ଷା କର୍ମଚାରୀଙ୍କୁ ଥଇଥାନର ପ୍ରତିଶ୍ରୁତି ଦେଇ ପୋଲିସ ସେମାନଙ୍କୁ ଖଟାଇଥିଲା। ହେଲେ ନବମ ଦିବସରେ ପୋଲିସ ସେମାନଙ୍କୁ ଚାଲିଯିବାକୁ ପରାମର୍ଶ ଦେଇଥିଲା। ଏ ନେଇ ନୟାଗଡ ସଦର ଥାନା ଆଇଆଇସି ଅନ୍ନପୂର୍ଣ୍ଣା ବେହେରା କୁହନ୍ତି, ପୋଲିସ ପକ୍ଷରୁ ୨ ଦିନ ପାଇଁ ସୁରକ୍ଷା ବ୍ୟବସ୍ଥା କରାଯିବ। ପରେ ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।
ଅଜଣା ଯୁବକଙ୍କ ପଇନ୍ତରା
ଚିନିକିଳରୁ ସୁରକ୍ଷା କର୍ମୀ ହଟିବା ପରେ ୮ରୁ ୧୦ ଜଣ ଅଜଣା ଯୁବକ ରାତି ୯ଟାରେ ପଇଁନ୍ତରା ମାରୁଥିବା ଦେଖାଯାଇଥିଲା। ଏହି ଯୁବକଙ୍କ ହାତରେ ମାରଣାସ୍ତ୍ର ଥିବା ଦେଖିବାକୁ ମିଳିଥିଲା। କେତେଜଣ ଯୁବକ ପଚାରିବାରୁ ସେମାନେ ବନ୍ଧୁକ ଦେଖାଇ ଚାଲି ଯିବାକୁ କହିଥିଲେ। ନଚେତ ପରିସ୍ଥିତି ଭଲ ହେବ ନାହିଁ ବୋଲି ଧମକ ଦେଇଥିଲେ । ଏହା ପରେ ପ୍ରଶ୍ନ ପଚାରିଥିବା ଯୁବକ ଭୟଭୀତ ହୋଇ ପଳାଇ ଯାଇଥିଲେ। ବର୍ତ୍ତମାନ ଅଜଣା ଯୁବକଙ୍କୁ ନେଇ ଅନେକ ପ୍ରଶ୍ନ ଉଠୁଛି। ସେମାନେ ଚୋରି କରିବାକୁ ନା ଗଛ କାଟିବାକୁ ଆସିଥିଲେ। ଚିନିକଳ ଭିତରେ ଓ ଷ୍ଟୋର ରୁମ୍‌ରେ କୋଟି କୋଟି ଟଙ୍କାର ଯନ୍ତ୍ରାଂଶ ରହିଛି। ପୁଣି କାରଖାନା ପରିସର ଜଙ୍ଗଲରେ ଅନେକ ମୂଲ୍ୟବାନ ଶାଗୁଆନ, ଶାଳ ଗଛ ରହିଛି। ୧୯ ଏକର ପରିମିତ ଚିନିକଳ ପରିସରକୁ ଲାଗି ୧୩୩ ଏକର ଜଙ୍ଗଲ ରହିଛି । ଏହି ଜଙ୍ଗଲର ସୁରକ୍ଷା ବି ଆବଶ୍ୟକତା ପଡିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri