ସିଲ୍‌ ପରେ ଚିନିକଳର ସୁରକ୍ଷା ନାହିଁ

ନୟାଗଡ଼ ଅଫିସ,୨୧ା୩: ଗତ ୧୨ ତାରିଖରେ ନୟାଗଡ ପାଣିପୋଇଲାସ୍ଥିତ ଚିନିକଳରେ ଥିବା ଉପକରଣର ତଦାରଖ ଓ ଆକଳନ ମାଜିଷ୍ଟ୍ରେଟ ନୟାଗଡ ଉପଜିଲାପାଳ ଲଗ୍ନଜିତ ରାଉତ ଓ ନୟାଗଡ ତହସିଲଦାର ଭିକାରୀ ସାହୁଙ୍କ ଉପସ୍ଥିତିରେ ହୋଇଥିଲା। ଆସ୍କା ଚିନିକଳର ୨ଜଣିଆ ବୈଷୟିକ ଟିମ୍‌ ପ୍ରସ୍ତୁତ କରିଥିଲେ ସମ୍ପତ୍ତି ତାଲିକା। ପରେ ଚିନିକଳକୁ ସିଲ୍‌ କରାଯାଇଥିଲା। ଗୋଟିଏ ଚାବି ବ୍ୟାଙ୍କ ଓ ଅନ୍ୟଟି ଜିଲା ପ୍ରଶାସନ ନିକଟରେ ରହିଥିଲା। ସିଲ୍‌ ହେବାର ୯ଦିନ ପରେ ଚିନିକଳର ସୁରକ୍ଷା ଦାୟିତ୍ୱରେ ଥିବା ୯ଜଣ ସୁରକ୍ଷା କର୍ମଚାରୀଙ୍କୁ ବିଦା କରିଦିଆଯାଇଛି । ତେବେ ସେମାନଙ୍କ ସ୍ଥାନରେ କାହାରିକୁ ନିୟୋଜିତ କରାଯାଇ ନାହିଁ । ସେହିପରି ୯ଦିନ ଡ୍ୟୁଟି କରିଥିବା ସୁରକ୍ଷା କର୍ମଚାରୀଙ୍କୁ ସେମାନଙ୍କ ପ୍ରାପ୍ୟ ଦିଆଯାଇନି । ଫଳରେ ଚିନିକଳର ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି ।
ପ୍ରକାଶଥାଉ କି ୧୯୮୮ରେ ପାଣିପୋଇଲାଠାରେ ସ୍ଥାପିତ ହୋଇଥିଲା ଚିନିକଳ। ୨ବର୍ଷ ସମବାୟ ବିଭାଗ ଏହାକୁ ଚାଲୁ କରିଥିଲା। କ୍ଷତି ହେବାରୁ ଚିନିକଳକୁ ୧୯୯୦ରେ ଧରଣୀ ସୁଗାର୍ସ ନେଇଥିଲା । ୧୦ ବର୍ଷ ଚାଲୁ ପରେ ଧରଣୀ ସୁଗାର୍ସ ହଟିଯାଇଥିଲା । ୨୦୦୦ ମସିହାରୁ ୨୦୦୪ ପର୍ଯ୍ୟନ୍ତ ଚିନିକଳ ବନ୍ଦ ଥିଲା । ପରେ ୨୦୦୪ରୁ ନୟାଗଡ ସୁଗାର କମ୍ପ୍ଲେକ୍ସ ଲିମିଟେଡ ଦାୟିତ୍ୱ ନେଇ ୨୦୧୪ ପର୍ଯ୍ୟନ୍ତ ଚଲାଇଥିଲା। ପରେ ୨୦୧୫ରୁ ଚିନିକଳରେ ତାଲା ଝୁଲୁଛି। ଏଭଳିସ୍ଥଳେ ଜିଲା ପ୍ରଶାସନ ଗତ ୧୨ ତାରିଖରେ ଚିନିକଳ ଖୋଲି ସମ୍ପତ୍ତି ଆକଳନ କରି ସିଲ୍‌ କରିଥିଲା। ସିଲ୍‌ ପରେ ବି ସୁରକ୍ଷା ବ୍ୟବସ୍ଥା କରାଗଲା ନାହିଁ। ବରଂ ନୟାଗଡ ସୁଗାର କମ୍ପ୍ଲେକ୍ସ ଲିମିଟେଡ୍‌ରେ ନିୟୋଜିତ ୬ଜଣ ସୁରକ୍ଷା କର୍ମଚାରୀଙ୍କୁ ଥଇଥାନର ପ୍ରତିଶ୍ରୁତି ଦେଇ ପୋଲିସ ସେମାନଙ୍କୁ ଖଟାଇଥିଲା। ହେଲେ ନବମ ଦିବସରେ ପୋଲିସ ସେମାନଙ୍କୁ ଚାଲିଯିବାକୁ ପରାମର୍ଶ ଦେଇଥିଲା। ଏ ନେଇ ନୟାଗଡ ସଦର ଥାନା ଆଇଆଇସି ଅନ୍ନପୂର୍ଣ୍ଣା ବେହେରା କୁହନ୍ତି, ପୋଲିସ ପକ୍ଷରୁ ୨ ଦିନ ପାଇଁ ସୁରକ୍ଷା ବ୍ୟବସ୍ଥା କରାଯିବ। ପରେ ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।
ଅଜଣା ଯୁବକଙ୍କ ପଇନ୍ତରା
ଚିନିକିଳରୁ ସୁରକ୍ଷା କର୍ମୀ ହଟିବା ପରେ ୮ରୁ ୧୦ ଜଣ ଅଜଣା ଯୁବକ ରାତି ୯ଟାରେ ପଇଁନ୍ତରା ମାରୁଥିବା ଦେଖାଯାଇଥିଲା। ଏହି ଯୁବକଙ୍କ ହାତରେ ମାରଣାସ୍ତ୍ର ଥିବା ଦେଖିବାକୁ ମିଳିଥିଲା। କେତେଜଣ ଯୁବକ ପଚାରିବାରୁ ସେମାନେ ବନ୍ଧୁକ ଦେଖାଇ ଚାଲି ଯିବାକୁ କହିଥିଲେ। ନଚେତ ପରିସ୍ଥିତି ଭଲ ହେବ ନାହିଁ ବୋଲି ଧମକ ଦେଇଥିଲେ । ଏହା ପରେ ପ୍ରଶ୍ନ ପଚାରିଥିବା ଯୁବକ ଭୟଭୀତ ହୋଇ ପଳାଇ ଯାଇଥିଲେ। ବର୍ତ୍ତମାନ ଅଜଣା ଯୁବକଙ୍କୁ ନେଇ ଅନେକ ପ୍ରଶ୍ନ ଉଠୁଛି। ସେମାନେ ଚୋରି କରିବାକୁ ନା ଗଛ କାଟିବାକୁ ଆସିଥିଲେ। ଚିନିକଳ ଭିତରେ ଓ ଷ୍ଟୋର ରୁମ୍‌ରେ କୋଟି କୋଟି ଟଙ୍କାର ଯନ୍ତ୍ରାଂଶ ରହିଛି। ପୁଣି କାରଖାନା ପରିସର ଜଙ୍ଗଲରେ ଅନେକ ମୂଲ୍ୟବାନ ଶାଗୁଆନ, ଶାଳ ଗଛ ରହିଛି। ୧୯ ଏକର ପରିମିତ ଚିନିକଳ ପରିସରକୁ ଲାଗି ୧୩୩ ଏକର ଜଙ୍ଗଲ ରହିଛି । ଏହି ଜଙ୍ଗଲର ସୁରକ୍ଷା ବି ଆବଶ୍ୟକତା ପଡିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍ ଦୁର୍ଘଟଣାରେ ଯୁବକ ରକ୍ତ ଜୁଡ଼ୁବୁଡ଼ୁ: ମିଳିଲାନି ଆମ୍ବୁଲାନ୍ସ, ମୋବାଇଲ ଟର୍ଚ୍ଚ ଆଲୁଅରେ ହେଲା ଷ୍ଟିଚ୍!

ଥୁଆମୂଳ ରାମପୁର, ୩୦।୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା ସ୍ଥିତ ହେଲୋ ପଏଣ୍ଟ (ନାଏକପଡ଼ା) ଛକ ନିକଟରେ ଶନିବାର ମଧ୍ୟାହ୍ନ ପ୍ରାୟ…

ଟିଏମ୍‌ସି ନେତା ଅଭିଷେକଙ୍କୁ ଆକ୍ରମଣ

କୋଲକାତା,୩୦।୫: ଟିଏମ୍‌ସି ନେତା ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କ ଉପରେ ଶନିବାର ସନ୍ଧ୍ୟାରେ କିଛି ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ, ଅଭିଷେକ…

କାଳବୈଶାଖୀର କରାଳ ରୂପ:  ଭାଙ୍ଗିଗଲା ଦାଦନ ଶ୍ରମିକର ସପ୍ନର ଘର, ହାର୍ଡଖୁର୍ସି ଗ୍ରାମରେ ଏକାଧିକ ପରିବାର ବାସହୀନ

ଥୁଆମୂଳ ରାମପୁର, ୩୦।୫ (ଦୁର୍ଗା କୀର୍ତ୍ତି):ଦୁଃଖ ଉପରେ ଦୁଃଖ। ବିଧାତାଙ୍କ ବିଚିତ୍ର ଲୀଳା ଆଗରେ ହାର ମାନିଛି ଗରିବ ପରିବାର। କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଇ…

ବଂଶଧାରା ଆନିକଟ ପାଇଁ ଦାବି ଉଠାଇଲା ଏବିଭିପି: ମୁଖ୍ୟମନ୍ତ୍ରୀଙ୍କୁ ଭେଟି…

ଗୁଣପୁର, ୩୦।୫ (ସୁଜାତା ପାଢ଼ୀ): ଭୁବନେଶ୍ୱରରେ ଆୟୋଜିତ ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅବସରରେ ଗୁଣପୁର ଶାଖାର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ସାକ୍ଷାତ କରି ବଂଶଧାରା…

କେନ୍ଦ୍ରାପଡା କଲେଜର ଯୁକ୍ତ–୩ ଫଳ ପ୍ରକାଶିତ: ଅର୍ଚ୍ଚିତା, ଲକ୍ଷ୍ମୀପ୍ରିୟା ,ଶାନ୍ତନୁ ବିଭାଗୀୟ ଟପ୍ପର

କେନ୍ଦ୍ରାପଡା, ୩୦।୫ (ଜଗନ୍ନାଥ ଧଳ): କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ–୩ ପରୀକ୍ଷାର ଫଳ ଶନିବାର ପ୍ରକାଶ ପାଇଛି। ଏଥର ଛାତ୍ରମାନଙ୍କ ତୁଳନାରେ ଛାତ୍ରୀମାନେ ଉତ୍କୃଷ୍ଟ ଫଳାଫଳ କରି…

ବିଦ୍ୟୁତ୍‌ତାର ଚୋରି ଘଟଣାରେ ଯୁବକଙ୍କୁ ଥାନାରେ ଅଟକ ରଖି ଛାଡ଼ିଦେଲା ପୋଲିସ, ତାତିଲେ ଗ୍ରାମବାସୀ

ବାସୁଦେବପୁର,୩୦ା୫(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ଜାମଝାଡ଼ି ରାସ୍ତାର ପରପୋଖରୀ ଛକଠାରେ ବିଦ୍ୟୁତତାର ଚୋରି ଘଟଣାରେ ଦୁଇ ଯୁବକଙ୍କୁ ଥାନାରେ ଅଟକ ଘଟଣାକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ…

ଜନଗଣନା ଫର୍ମ ବାଣ୍ଟିଲେ ଜିଲାପାଳ, SIRକୁ ନେଇ ଗଞ୍ଜାମବାସୀ ଉତ୍ସାହିତ

ଛତ୍ରପୁର,୩୦ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଶନିବାରଠାରୁ ପରିଗଣନା ଫର୍ମ ବଣ୍ଟନ ଆରମ୍ଭ ହୋଇଛି। ସ୍ଥାନୀୟ ବିଏଲ୍‌ଓ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଭି କୀର୍ତ୍ତି ଭାସନଙ୍କ…

ପାରାଦୀପ ବନ୍ଦରରେ ଦୁର୍ଘଟଣା: କ୍ରେନ୍ ବକେଟ୍ ପଡି ଚାଳକଙ୍କ ମୃତ୍ୟୁ

ପାରାଦୀପ, ୩୦।୫ (ଶରତ ରାଉତ): ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳ ସି କ୍ୟୁ–୧ ନମ୍ବର ବର୍ଥ ନିକଟରେ ଶନିବାର ମଧ୍ୟାହ୍ନରେ ଦୁର୍ଘଟଣା ଘଟିଛି। ଏଥିରେ ଣେ ଚାଳକଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri