କଲେଜ ଛାତ୍ରୀଙ୍କୁ ଅପହରଣ
ଭାପୁର,୧୫ା୧୨(ଡି.ଏନ୍.ଏ.): ଫତେଗଡ ଥାନା ଅଞ୍ଚଳର ଜଣେ ବିବାହିତ ଯୁବକ ଯୁକ୍ତ ୨ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କୁ ଅପହରଣ କରିନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଫତେଗଡ଼ ଥାନା ଅଞ୍ଚଳର ନାବାଳିକା ଛାତ୍ରୀ ଭାପୁର ବ୍ଲକର ଏକ କଲେଜରେ ଯୁକ୍ତ ୨…
ଜବରଦଖଲ ଉଚ୍ଛେଦ
ଦଶପଲ୍ଲା,୧୫ା୧୨(ଡି.ଏନ୍.ଏ.): ଦଶପଲ୍ଲା ରାଜଲକ୍ଷ୍ମୀ କଲୋନୀରେ ବହୁ ସରକାରୀ ଜାଗା ଜବରଦଖଲରେ ରହିଥିଲା। ଶନିବାର ଦଶପଲ୍ଲା ତହସିଲଦାର ପ୍ରମୋଦ କୁମାର ଦଳବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜବରଦଖଲ ଉଚ୍ଛେଦ ହୋଇଥିଲା। ପରେ ଉକ୍ତ ଜାଗା ତହସିଲ ଅଧୀନକୁ ଆସିଥିବା ଜଣାଯାଇଛି। ଘଟଣାସ୍ଥଳରେ ପୋଲିସ…
ମୋବାଇଲ ଟର୍ଚ୍ଚରେ ରୋଗୀ ଦେଖିଲେ ଡାକ୍ତର: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ
ନୟାଗଡ଼ ଅଫିସ,୧୫ା୧୨: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶୁକ୍ରବାର ସନ୍ଧ୍ୟାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ବିଦ୍ୟୁତ୍ କଟିଯାଇଥିବା ବେଳେ ଜଣେ ଡାକ୍ତର ମୋବାଇଲ୍ ଟର୍ଚ୍ଚରେ ରୋଗୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଜଣକ ପରେ ଜଣେ ୭ ଜଣ ରୋଗୀଙ୍କୁ…
ସମ୍ପତ୍ତି ପାଇଁ ବାପାଙ୍କୁ ଆକ୍ରମଣ, ଅଭିଯୁକ୍ତ ପୁଅ ଅଟକ
ଓଡ଼ଗାଁ,୧୩ା୧୨(ସ୍ବ.ପ୍ର.): ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ସାକେରୀ ପଞ୍ଚାୟତର ଗର୍ଜନୀ ଗ୍ରାମରେ ଗୁରୁବାର ସମ୍ପତ୍ତିକୁ ନେଇ ସାନପୁଅ ଆକ୍ରମଣରେ ବୃଦ୍ଧ ବାପା ଗୁରୁତର ହୋଇଛନ୍ତି। ଗୁରୁତର ଉଦୟନାଥ ପଟ୍ଟନାୟକ(୮୭)ଙ୍କୁ ପ୍ରଥମେ ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର…
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସର ୩ବର୍ଷ ପୂରିଲା: ଆରମ୍ଭ ହୋଇପାରିନି ଡାହୁକା ସେତୁ କାର୍ଯ୍ୟ
ନୟାଗଡ଼ ଅଫିସ,୧୩ା୧୨: ୧୩ ଡିସେମ୍ବର ୨୦୧୬। ଏହି ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିଟିଏସ୍ ପଡ଼ିଆଠାରେ ନୟାଗଡ଼-ଖଣ୍ଡପଡ଼ା ରାସ୍ତାରେ ଡାହୁକା ସେତୁର ଶିଳାନ୍ୟାସ କରିଥିଲେ। ଗୁରୁବାର ଶିଳାନ୍ୟାସକୁ ୩ବର୍ଷ ପୂରିଛି। ହେଲେ ୩ ପିଲାରରେ ସୀମିତ ରହିଛି ସେତୁ କାର୍ଯ୍ୟ। ଫଳରେ…
କଣ୍ଟିଲୋ ନୀଳମାଧବ ଜୀଉ ମନ୍ଦିର: ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା; ସୁଧୁରୁନି ସମସ୍ୟା
ଖଣ୍ଡପଡା,୧୨।୧୨(ସ୍ବ.ପ୍ର.): କଣ୍ଟିଲୋର ଶ୍ରୀନୀଳମାଧବପୀଠ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନର ମର୍ଯ୍ୟାଦା ଲାଭ କରିଛି। ଏଠାର କଂସା ପିତ୍ତଳ ବାସନ ଶିଳ୍ପ ରାଜ୍ୟ ତଥା ରାଜ୍ୟ ବାହାରେ ବେଶ୍ ଆଦୃତି ଲାଭ କରିପାରିଛି। ପଦ୍ମାଦ୍ରୀ ଓ ବ୍ରହ୍ମାଦ୍ରୀ ପାହାଡ଼ ଉପରେ…
ନୟାଗଡ଼ ବନ ବିଭାଗର ନିଆରା ଉଦ୍ୟମ: ପ୍ଲାଷ୍ଟିକ ବଦଳରେ ବାଉଁଶ ଖୋଳରେ ଲାଗିବ ଚାରା
ନୟାଗଡ଼ ଅଫିସ,୧୨ା୧୨: ଆମେ ବ୍ୟବହାର କରୁଥିବା ଅଧିକାଂଶ ଜିନିଷ ପ୍ଲାଷ୍ଟିକରୁ ତିଆରି। ପରିବେଶ ସୁରକ୍ଷା ପାଇଁ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏପରି କି ରାଜ୍ୟ ସରକାର ପଲିଥିନକୁ ବ୍ୟାନ୍ ମଧ୍ୟ କରିଛନ୍ତି। ଏ କ୍ଷେତ୍ରରେ…
ଭିଜିଲାନ୍ସ ଜାଲରେ ୨ ବରିଷ୍ଠ ଯନ୍ତ୍ରୀ ୧.୪୬ ଲକ୍ଷ ଟଙ୍କା ଜବତ
ନୟାଗଡ଼ ଅଫିସ,୧୨ା୧୨: ନୟାଗଡ଼ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ-୧ର ନିର୍ବାହୀ ଯନ୍ତ୍ରୀ ଶିଶିର ରଞ୍ଜନ ପୃଷ୍ଟି ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁ ବୁଧବାର ଅନୈତିକ ଉପାୟରେ ଟଙ୍କା ସଂଗ୍ରହ କରି ଭୁବନେଶ୍ୱର ଯାଉଥିବା ବେଳେ ଭିଜିଲାନ୍ସ ହାତରେ…
ଘର ବାରଣ୍ଡାରେ ଛିଡ଼ା ହୋଇଥିବା ବେଳେ ମହିଳାଙ୍କଠାରୁ ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
ରାୟଗଡ଼ା ଅଫିସ,୧୧।୧୨: ରାୟଗଡ଼ା ଜିଲାରେ ଚେନ୍ ଲୁଟେରାଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଟାଉନ ଥାନା ଅଧୀନ ଜଗନ୍ନାଥ ମନ୍ଦିର ନିକଟରେ ଥିବା ଇଡ଼ୁ ସାହିର ଇପିଲି ରାବଣାମାଁ ନାମକ ଜଣେ ମହିଳା ବୁଧବାର ପୂର୍ବାହ୍ନରେ ଘର ବାରଣ୍ଡାରେ ଛିଡ଼ା ହୋଇଥିବା ବେଳେ…
ନୟାଗଡ଼ ପୌରପାଳିକା ଅଫିସରେ ରହୁନାହାନ୍ତି ୱାର୍ଡ ଅଫିସର
ନୟାଗଡ଼ ଅଫିସ,୧୧ା୧୨: ବିଭିନ୍ନ ସହରାଞ୍ଚଳରେ ପୌର ପ୍ରଶାସନର ପ୍ରତିନିଧିମାନଙ୍କ କାର୍ଯ୍ୟକାଳ ସରିଯାଇଥିବା ବେଳେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ଅବ୍ୟାହତ ରଖିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଗଷ୍ଟ ମାସରେ ପ୍ରତି ୱାର୍ଡରେ ଅଫିସ ଖୋଲି ୱାର୍ଡ ଅଫିସର…
ବୋମା ପକାଇ ବ୍ୟବସାୟୀଙ୍କୁ ଧମକ: ୩ ଅଟକ, ୨ ବାଇକ୍ ଓ ବୋମା ଜବତ
ଖଣ୍ଡପଡା,୧୦ା୧୨(ସ୍ବ.ପ୍ର.): ଖଣ୍ଡପଡା ଥାନା ଖଳିସାହି ଦୁର୍ଗା ବଜାରରେ ସୋମବାର ବୋମା ପକାଇ ବ୍ୟବସାୟୀଙ୍କୁ ଧମକ ଦେବା ଘଟଣାରେ ପୋଲିସ ୩ଜଣଙ୍କୁ ଥାନାରେ ଅଟକ ରଖିବା ସହ ୨ଟି ବାଇକ୍ ଜବତ କରିଛି। ଦୁର୍ଗା ବଜାରରେ ବ୍ୟବସାୟୀ ଶରତ ମହାପାତ୍ରଙ୍କ ଦୋକାନ ସମ୍ମୁଖରେ…
ଶିମିଳିସାହିର ଶିମିଳିଝରଣା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ପ୍ରାକୃତିକ ପରିବେଶ
ନୟାଗଡ଼ ଅଫିସ,୧୦ା୧୨: ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ କଜଳାଇପଲ୍ଲୀ ପଞ୍ଚାୟତ ଶିମିଳିସାହିର ଶିମିଳି ଝରଣା ବର୍ତ୍ତମାନ ପର୍ଯ୍ୟଟନସ୍ଥଳୀ ପାଲଟିଛି। ବିଶେଷକରି ଶୀତ ଦିନ ଆରମ୍ଭ ହୋଇଯାଇଥିବାରୁ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି। ଛୁଟି ଦିନରେ ମଧ୍ୟ ଆଖପାଖ ବିଭିନ୍ନ ଅନୁଷ୍ଠାନର…

