ନବରଙ୍ଗପୁର

୬ ବର୍ଷ ହେଲା ଅନ୍ଧାରରେ ଛାତ୍ରାବାସ

ରାଇଘର, ୧୦।୨(ଡି.ଏନ୍‌.ଏ.): ଦୀର୍ଘ ଛଅ ବର୍ଷ ହେଲା ଅନ୍ଧାରରେ ରହୁଛନ୍ତି ଛାତ୍ର। ସେମାନଙ୍କ ପାଖରେ ପହଞ୍ଚି ନାହିଁ ପାଣି, ବିଦ୍ୟୁତ୍‌। ଏଭଳି ସମସ୍ୟା ଦେଖିବାକୁ ମିଳିଛି ରାଇଘର ବ୍ଲକ ପାରୁଆ ଉଚ୍ଚ ପ୍ରକଳ୍ପ ବିଦ୍ୟାଳୟର ହଷ୍ଟେଲରେ। ରାଇଘର ବ୍ଲକ ପାରୁଆ ଉଚ୍ଚ…

ଚିକିତ୍ସାଧୀନ ଅବସ୍ଥାରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ନବରଙ୍ଗପୁର,୧୦ା୨(ବି.ପ୍ର.): ଚିକିତ୍ସାଧୀନ ଅବସ୍ଥାରେ ସୋମବାର ରାତି ପ୍ରାୟ ସାଢେ ୧୦ଟାରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଯାଇଛି। ସେ ହେଲେ କୋଷାଗୁମୁଡା ବ୍ଲକ ନାଗିଗୁଡା ଗାଁର ରାମଧର ଭତରା(୨୦)। ସୋମବାର ରାମଧରଙ୍କର ଅତ୍ୟଧିକ ଝାଡା ହେବାରୁ ଜେଲ କର୍ତ୍ତୃପକ୍ଷ ତାଙ୍କୁ ନବରଙ୍ଗପୁର…

ଧୁଙ୍ଗିଆପାଣି ଗାଁ ରାସ୍ତା ଭୁଲିଯାଇଛି ବିକାଶ

ଉମରକୋଟ, ୯।୨(ସ୍ବ.ପ୍ର.): ଉମରକୋଟ ବ୍ଲକ ତହୋରା ପଞ୍ଚାୟତର ଧୁଙ୍ଗିଆପାଣି ଗ୍ରାମ। ଏହି ଗ୍ରାମକୁ ବିକାଶ ଯେମିତି ବାଟ ଭୁଲିଯାଇଛି। ପାହାଡ଼ିଆ ଅଙ୍କାବଙ୍କା ମାଟି ରାସ୍ତା ଦେଇ ସତେ ଯେମିତି ବିକାଶ ପହଞ୍ଚତ୍ପାରୁନାହିଁ ଧୁଙ୍ଗିଆପାଣି। ସ୍ବାଧୀନତାର ୭୪ବର୍ଷ ପରେ ମଧ୍ୟ ଏଠାକାର ଲୋକଙ୍କୁ ମୌଳିକ…

ରାତିରେ ଆସୁଛି ନେଇଯାଉଛି ବାଛୁରୀଙ୍କ ଜୀବନ, ଗାଁରେ କୋକୁଆ ଭୟ

ପାପଡ଼ାହାଣ୍ଡି/ମଇଦଲପୁର,୮।୨: ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଗାଦବାକତରା ଅଞ୍ଚଳରେ କଲରାପତରିଆ ବାଘ ଆତଙ୍କ ଦେଖାଦେଇଛି। ୨ ଦିନ ମଧ୍ୟରେ ଗ୍ରାମର ୩ ଜଣଙ୍କ ଗୁହାଳରୁ ୩ଟି ବାଛୁରୀ ଖାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଗ୍ରାମରେ ଭୟର ବାତାବରଣ। ସନ୍ଧ୍ୟା…

ଅନ୍ତଃରାଷ୍ଟ୍ରୀୟ ଖେଳାଳି ଏବେ ଚାଷୀ

ଉମରକୋଟ,୧।୨(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ କୁର୍ଶି ପଞ୍ଚାୟତ ତେଲାରି ଗ୍ରାମର ଅନ୍ତଃରାଷ୍ଟ୍ରୀୟ ଭାରୋତ୍ତୋଳନକାରୀ ଅରୁଣ ସାନ୍ତା। ଦେଶ ପାଇଁ ପ୍ରତିନିଧିତ୍ୱ କରି ଦୁଇଥର ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏହାଛଡ଼ା ଜାତୀୟସ୍ତରରେ ମଧ୍ୟ ତାଙ୍କ ନାମରେ ରହିଛି ଅନେକ ପଦକ।…

ଏକାଠି ପିଉଥିଲେ ମଦ, ଆଉ ତାପରେ…

ତେନ୍ତୁଳିଖୁଣ୍ଟି, ୨୭।୧: ମଦ୍ୟ ପାନ କରି ବଚସା ପରେ ହାତାହାତି ହୋଇ ଜଣଙ୍କ ଜୀବନ ଯାଇଛି। ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ନରସିଂହଗୁଡ଼ା ଗ୍ରାମରେ ଏଭଳି ଏକ ଘଟଣା ଘଟିଛି। ମୃତକ ହେଲେ ଥବୀର ଜାନି। ମଙ୍ଗଳବାର ଥବୀର କେତେଜଣ ଯୁବକଙ୍କ…

ସଂଗ୍ରାମୀଙ୍କୁ ମନେ ପକାଇଲେ ମନ୍ତ୍ରୀ

ନବରଙ୍ଗପୁର,୨୬ା୧: ନବରଙ୍ଗପୁର ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିୟମଠାରେ ପାଳିତ ହୋଇଛି। ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ…

ଜଳିଗଲା ଚଳନ୍ତା କାର୍‌: ଅଗ୍ନିଶମ ବିଭାଗକୁ ଦୋଷ ଦେଲେ ମାଲିକ

ନବରଙ୍ଗପୁର,୨୬ା୧: ନବରଙ୍ଗପୁର ଜିଲା କୁର୍ଲୁଘାଟି ନିକଟରେ ମଙ୍ଗଳବାର ଏକ ଚଳନ୍ତା କାର୍‌ ଜଳିଯାଇଛି। ତେବେ ଗାଡ଼ିଟି ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲେ ମଧ୍ୟ ଏଥିରେ କେହି ମୃତାହତ ହୋଇନାହାନ୍ତି। ସୂଚନା ଅନୁଯାୟୀ, ନବରଙ୍ଗପୁର ଥାନା ଅଧୀନ ବିଜରାଗୁଡ଼ା ଗ୍ରାମର ଭୀମ ନାୟକ…

ଡାବୁଗାଁରେ ଉଡ଼ିଲା ତ୍ରିରଙ୍ଗା

ଡାବୁଗାଁ,୨୬ା୧: ନବରଙ୍ଗପୁର ଜିଲା ଡାବୁଗାଁରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ବିଭିନ୍ନ ସ୍କୁଲ, ବ୍ଲକ୍‌ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ଥାନା, ପୋଷ୍ଟ ଅଫିସ, ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ, ସାମ୍ବାଦିକ ସଂଘ କାର୍ଯ୍ୟାଳୟ ସମେତ ବିଭିନ୍ନ ସରକାରୀ ଓ…

ଓଭର୍‌ଟେକ୍‌ କରିବା ହେଲା କାଳ: ବୋଲେରୋ ଓଲଟି ୨ଜଣଙ୍କ ଜୀବନ ଗଲା

ଉମରକୋଟ, ୨୩।୧: ନବରଙ୍ଗପୁର ଜିଲା ସୀମାନ୍ତ ଛତିଶଗଡ଼ ଜବଲପୁର ନିକଟରେ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇ ଡ୍ରାଇଭରଙ୍କ ସମେତ ୨ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୮ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ପଦମଝରି ଅଞ୍ଚଳର…

ଉମରକୋଟ ନିର୍ବାହୀ ଯନ୍ତ୍ରୀ ନିଲମ୍ବିତ

ନବରଙ୍ଗପୁର/ଉମରକୋଟ,୨୩।୧(ବି.ପ୍ର./ସ୍ବ.ପ୍ର.) ନବରଙ୍ଗପୁର ଜିଲା ଉମରକେଟ ବ୍ଲକ ତାଲାପଦର ନାଗୀନଦୀ ଉପରେ ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡିବା ଘଟଣାରେ ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗ (ବିଭାଜନ୨)ର ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାମଲଙ୍କୁ ନିଲମ୍ବନ କରାଯାଇଛି। ସରକାରଙ୍କ ନିର୍ଦ୍ଦେଶକ୍ରମେ ଗ୍ରାମ୍ୟ ଉନ୍ନୟନ ବିଭାଗର…

ଜିଆର୍‌ଏସ୍‌ଙ୍କ ଘରୁ ୧୭ ଲକ୍ଷ ଟଙ୍କା ଜବତ

ଉମରକୋଟ,୨୧।୧: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ସିଂସାରୀ ଓ ଭଣ୍ଡାରିଗୁଡ଼ା ପଞ୍ଚାୟତର ଗ୍ରାମ ରୋଜଗର ସହାୟକ (ଜିଆର୍‌ଏସ୍‌) ହିମାଂଶୁ ବାଘଙ୍କ ଘର ଓ ଅଫିସରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଉମରକୋଟ ଭଗବତୀ ନଗରସ୍ଥିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri