ଧୁଙ୍ଗିଆପାଣି ଗାଁ ରାସ୍ତା ଭୁଲିଯାଇଛି ବିକାଶ

ଉମରକୋଟ, ୯।୨(ସ୍ବ.ପ୍ର.): ଉମରକୋଟ ବ୍ଲକ ତହୋରା ପଞ୍ଚାୟତର ଧୁଙ୍ଗିଆପାଣି ଗ୍ରାମ। ଏହି ଗ୍ରାମକୁ ବିକାଶ ଯେମିତି ବାଟ ଭୁଲିଯାଇଛି। ପାହାଡ଼ିଆ ଅଙ୍କାବଙ୍କା ମାଟି ରାସ୍ତା ଦେଇ ସତେ ଯେମିତି ବିକାଶ ପହଞ୍ଚତ୍ପାରୁନାହିଁ ଧୁଙ୍ଗିଆପାଣି। ସ୍ବାଧୀନତାର ୭୪ବର୍ଷ ପରେ ମଧ୍ୟ ଏଠାକାର ଲୋକଙ୍କୁ ମୌଳିକ ସୁବିଧା ମିଳିପାରୁନାହିଁ।
ଧୁଙ୍ଗିଆପାଣି ଗ୍ରାମରେ ଆଦିବାସୀ ସମ୍ପ୍ରଦାୟର ୫୦ପରିବାରର ପ୍ରାୟ ୨୦୦ ଲୋକ ରହିଥାନ୍ତି। ସମସ୍ତେ ଚାଷବାସ କରି ଜୀବିକା ନିର୍ବାହ କରନ୍ତି। ଏବେ ସୁଦ୍ଧା ଏଠାକୁ ପକ୍କା ସଡ଼କ, ବିଜୁଳି ସଂଯୋଗ, ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ର ନାହିଁ। ରାସ୍ତା ନ ଥିବା ଯୋଗୁ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରୋଗୀ, ଗର୍ଭବତୀଙ୍କୁ ଖଟିଆ କିମ୍ବା ଶଗଡ଼ରେ ୩ କିଲୋମିଟର ନେବା ପରେ ସେହିଠାରୁ ଆମ୍ବୁଲାନ୍ସ ଆସି ଡାକ୍ତରଖାନାକୁ ନେଇଥାଏ। ଅମଳ ଫସଲ ମଧ୍ୟ ବଜାର ପର୍ଯ୍ୟନ୍ତ ନେବା କଷ୍ଟକର ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଜୁଳି ନ ଥିବା ଯୋଗୁ ସନ୍ଧ୍ୟା ହେଲେ ଲୋକଙ୍କ ଭରସା ଡିବିରି। ଜଙ୍ଗଲୀ ଜନ୍ତୁଙ୍କ ଆକ୍ରମଣ ଭୟ ରହିଥିବା ହେତୁ ସନ୍ଧ୍ୟା ପୂର୍ବରୁ ଗ୍ରାମବାସୀ ତାଟିକବାଟ କିଳି ଘର ଭିତରେ ପଶିଥାନ୍ତି। ଏଠାରେ ଅଙ୍ଗନଓ୍ବାଡି କେନ୍ଦ୍ରଟିଏ ନାହିଁ। ପିଲାମାନେ ସ୍କୁଲ ପୂର୍ବରୁ ଶୈକ୍ଷିକ ବାତାବରଣ ବିଷୟରେ ଅବଗତ ହୋଇପାରନ୍ତି ନାହିଁ। ସେହିଭଳି ଅଙ୍ଗନଓ୍ବାଡି କେନ୍ଦ୍ରରୁ ମିଳୁଥିବା ଲାଭ ଗ୍ରାମବାସୀଙ୍କୁ ମିଳେନାହିଁ। ସ୍କୁଲ ଯିବା ପାଇଁ ହେଲେ ୩ ରୁ ୪ କିଲୋମିଟର ଚାଲିବାକୁ ପଡ଼େ। ତେଣୁ ପ୍ରାୟ ଅନେକ ଅଭିଭାବକ ପିଲାମାନଙ୍କୁ ପାଠ ପଢ଼ାଇବାକୁ ଅମଙ୍ଗ। ସରକାର ପିଲାମାନଙ୍କୁ ଅନ୍‌ଲାଇନରେ ପାଠ ପଢ଼ିବାକୁ ଉପଦେଶ ଦେଉଛନ୍ତି। କିନ୍ତୁ ଏଠାରେ ଏବେବି ମୋବାଇଲ ନେଟ୍‌ଓ୍ବର୍କ ନାହିଁ। ଅନ୍‌ଲାଇନ ପାଠପଢ଼ା କ’ଣ ସେ ସମ୍ପର୍କରେ ଅବଗତ ନ ଥିବା ଗ୍ରାମବାସୀ କହିଛନ୍ତି। ସମସ୍ତ ସୁବିଧା ଯୋଗାଇବାକୁ ଲୋକ ପ୍ରତିନିଧିଙ୍କଠାରୁ ଆରମ୍ଭକରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ନିବେଦନ କରିଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ ବୋଲି ଗ୍ରାମର ସୋମା ଭତ୍ରା, ବୁଦୁରାମ ଭତ୍ରା, କେଶରୀ ପାତ୍ର, ମହାଦେବ ସରକାର, ମୋନା ଗୌଡ଼, ସୁନାଧର ଗୌଡ଼, ରଞ୍ଜନ ଗଣ୍ଡ, ହରି ଗୌଡ଼ କହିଛନ୍ତି। ଏ ନେଇ ଉମରକୋଟ ବିଡିଓ ଦେବୀପ୍ରସାଦ ଟାଲିଙ୍କୁ ପଚାରିବାରୁ ଗାଁରେ ଥିବା ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରାଯିବ। ବିଜୁଳି ସଂଯୋଗ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ ହେବ। ଗାଁର ସମସ୍ତ ସମସ୍ୟାର ଶୀଘ୍ର ସମାଧାନ ପାଇଁ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଳ ଅଭାବକୁ ଆଳ

ଢେଙ୍କାନାଳ ଅଫିସ, ୩।୧୨: ‘ଆମର ଯାହା ସମ୍ବଳ ଅଛି, ଆମେ ସେତିକି କରିପାରିବୁ। ଧିରେ ଧିରେ ସବୁ ଅଞ୍ଚଳରେ ତେଲ ପଡ଼ିବ, ଧୂଆଁ ଛଡ଼ାଯିବ। ତରବରିଆ...

କମାଣ୍ଡାଣ୍ଟ ଫାଗୁରାମଙ୍କ ଦେହାନ୍ତ: ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ

ରାଇରଙ୍ଗପୁର,୧୪।୩(ଡି.ଏନ.ଏ)-ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଥାନା ଅଧୀନ ସାନପାଖଣା ଗ୍ରାମର ସଶସ୍ତ୍ର ସୁରକ୍ଷା ବାହିନୀ କମାଣ୍ଡାଣ୍ଟ ଡା. ଫାଗୁରାମ ମାରାଣ୍ଡି(୫୪)ଙ୍କ ଶୁକ୍ରବାର ହୃଦ୍‌ରୋଗରେ ମୃତ୍ୟୁ ଘଟିଛି। ଆସାମ...

ବେଆଇନ ମାଟି ଖୋଳା, ବଢ଼ୁଛି ଅସନ୍ତୋଷ

ପଦ୍ମପୁର, ୯।୫ (ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକର କୃଷ୍ଣପୁର, ବିରସ, ବିଦେଇପୁର, ନାୟକାଣିଡିହି, ବାଲିମେଦ, କମାରଗାଁ, ଏଡ଼ତାଳ, ବ୍ରାହ୍ମଣଗାଁ ଓ ସଦର ରାଜସ୍ବ ସର୍କଲରେ ବେଆଇନ...

ନିଷ୍ପତ୍ତିରେ ବିଳମ୍ବ ନ ହେଉ

ଅନୁଗୋଳ ଅଫିସ, ୩ା୮ କୋଭିଡ୍‌ ସଂକ୍ରମଣ ସାମାନ୍ୟ ଥମିଛି। ତେଣୁ ଅନଲକ୍‌କୁ ଯାଇଛନ୍ତି ରାଜ୍ୟ ସରକାର। ଦୀର୍ଘଦିନ ଧରି ବନ୍ଦ ରହିଥିବା ଶପିଂ ମଲ, ସିନେମା...

ବାଣ ବେପାର ନେଇ ଚିନ୍ତାରେ ବ୍ୟବସାୟୀ

ଆନନ୍ଦପୁର,୨୬।୧୦(ସ୍ବ.ପ୍ର.):କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ପକ୍ଷରୁ ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ବାଣ ବିକ୍ରି ପାଇଁ ଅନୁମତି ମିଳିଥିବା ବେଳେ ଜନବସତି...

ବେନିୟମ ଚାଲାଣ ହେଉଛି କେନ୍ଦୁପତ୍ର: ବିନା ନଥିପତ୍ରରେ ଚାଲିଛି କାରବାର

ମାଲକାନଗିରି,୪ା୫(ଡି.ଏନ୍‌.ଏ.) : ମାଲକାନଗିରି ଜିଲାରେ ବର୍ଷକୁ କୋଟି କୋଟି ଟଙ୍କାର କେନ୍ଦୁପତ୍ର କାରବାର ହୋଇଥାଏ। ଜିଲାର ଆଦିବାସୀ ଏବଂ ଅଣ ଆଦିବାସୀ କେନ୍ଦୁପତ୍ର ସଂଗ୍ରହକରି ଗୁଜୁରଣ...

ଆବାସ ପାଇଁ ରାସ୍ତା ବାଧକ

ଭାପୁର, ୨୦।୧୦(ଡି.ଏନ.ଏ.) – ଆବାସ ଯୋଜନାରେ ଘର ତୋଳାହେବ। ଏଥିପାଇଁ ମିଳିଛି କାର୍ଯ୍ୟାଦେଶ। ଟଙ୍କା ବି ମଞ୍ଜୁର ହୋଇସାରିଲାଣି। ହେଲେ ହିତାଧିକାରୀ ଅସହାୟ। ଇଚ୍ଛାଥିଲେ ବି...

୯ ମାସ ଶିଶୁର ବଢ଼ୁଛି ମୁଣ୍ଡ: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଛତ୍ରପୁର,୪।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ପ୍ରତାପପୁର ଗାଁର ପୁଷ୍ପାଞ୍ଜଳି ନାହାକଙ୍କ ୯ ମାସର ଶିଶୁ ପୁତ୍ରଙ୍କ ଦିନକୁ ଦିନ ମୁଣ୍ଡ ବଡ଼ ହେବାରେ ଲାଗିଛି।...

Advertisement
Archives

Model This Week