୬ ବର୍ଷ ହେଲା ଅନ୍ଧାରରେ ଛାତ୍ରାବାସ

ରାଇଘର, ୧୦।୨(ଡି.ଏନ୍‌.ଏ.): ଦୀର୍ଘ ଛଅ ବର୍ଷ ହେଲା ଅନ୍ଧାରରେ ରହୁଛନ୍ତି ଛାତ୍ର। ସେମାନଙ୍କ ପାଖରେ ପହଞ୍ଚି ନାହିଁ ପାଣି, ବିଦ୍ୟୁତ୍‌। ଏଭଳି ସମସ୍ୟା ଦେଖିବାକୁ ମିଳିଛି ରାଇଘର ବ୍ଲକ ପାରୁଆ ଉଚ୍ଚ ପ୍ରକଳ୍ପ ବିଦ୍ୟାଳୟର ହଷ୍ଟେଲରେ।
ରାଇଘର ବ୍ଲକ ପାରୁଆ ଉଚ୍ଚ ପ୍ରକଳ୍ପ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ମଧ୍ୟରେ ୪୧୭ ଜଣ ପିଲାଙ୍କ ପାଠପଢ଼ା ପାଇଁ ବ୍ୟବସ୍ଥା ରହିଛି। ସ୍କୁଲଠାରୁ ଅଧକିଲୋମିଟର ଦୂରରେ ୧୪୦ ଶଯ୍ୟା ବିଶିଷ୍ଟ ଏକ ଛାତ୍ରାବାସ ରହିଛି। ୨୦୧୫ରେ ତତ୍କାଳୀନ ବିଧାୟକ ସୁବାସ ଗଣ୍ଡ ଏହାକୁ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନକୁ ୬ବର୍ଷ ବିତିଯାଇଥିଲେ ମଧ୍ୟ ଏଠାରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍‌ ଓ ପାଣି ସଂଯୋଗ କରାଯାଇପାରିଲା ନାହିଁ। ଛାତ୍ରମାନେ ନିତ୍ୟକର୍ମ ପାଇଁ ନିକଟସ୍ଥ ପୋଖରୀ ଉପରେ ନିର୍ଭର କରୁଛନ୍ତି। ପିଇବା ପାଣି ପାଇଁ ହଷ୍ଟେଲ ପରିସର ବାହାରେ ୨ଶହ ମିଟର ଦୂରରେ ଥିବା ନଳକୂପ ଉପରେ ନିର୍ଭର କରିଥାନ୍ତି। ରାତିରେ ପାଣି ଜରୁରୀ ହେଲେ ପିଲାଙ୍କୁ ହଷ୍ଟେଲ ବାହାରକୁ ଯିବାକୁ ପଡ଼ିଥାଏ। ଅନ୍ଧାରରେ ହିଂସ୍ରଜନ୍ତୁ ଓ ସାପ ଆଦିର ଭୟ ରହୁଛି ବୋଲି ଅଭିଯୋଗ ହୋଇଛି। ବର୍ତ୍ତମାନ ଦଶମଶ୍ରେଣୀର ୪୦ ଜଣ ଛାତ୍ର ଏଠାର ରହୁଛନ୍ତି। ସେମାନଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିଭଳି ବିଦ୍ୟୁତ୍‌ ନ ଥିବାରୁ ସନ୍ଧ୍ୟାରେ ପାଠପଢ଼ା ପାଇଁ ପିଲାମାନଙ୍କୁ ଲଣ୍ଠନ ଓ ଡିବିରି ଉପରେ ନିର୍ଭର କରିବାକୁ ପଡିଥାଏ। ଏ ସମ୍ପର୍କରେ ଲୋକ ପ୍ରତିନିଧି ଓ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେହି ଗୁରୁତ୍ୱ ଦେଉ ନ ଥିବା ଗ୍ରାମବାସୀ କହିଛନ୍ତି। କରୋନା ପାଇଁ ଏବେ ସ୍କୁଲ ବନ୍ଦ ରହିଛି। ଆଗକୁ ସମସ୍ତ ଶ୍ରେଣୀ ଖୋଲିବ। ତାହା ପୂର୍ବରୁ ହଷ୍ଟେଲରେ ଥିବା ସମସ୍ୟାର ସମାଧାନ କରିବାକୁ ଗ୍ରାମବାସୀ, ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟ କହିଛନ୍ତି। ସରକାର ପିଲାଙ୍କ ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ପାଇଁ ଅସୁବିଧା ହେଉଥିବା ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ହଷ୍ଟେଲ ଦାୟିତ୍ୱରେ ଥିବା ଠିକାଦାର ପାନୀୟ ଜଳ ବ୍ୟବସ୍ଥା ଓ ବିଦ୍ୟୁତ୍‌ ସଂଯୋଗ କରି ସ୍କୁଲ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବା କଥା। କିନ୍ତୁ ଉଦ୍‌ଘାଟନ ସମୟରେ ଏଥିପ୍ରତି କେହି ଦୃଷ୍ଟି ଦେଇ ନ ଥିବାରୁ ଛାତ୍ରମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯଥାଶୀଘ୍ର ସମସ୍ୟା ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ରାଇଘର ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଅର୍ଜୁନ ନାୟକଙ୍କୁ ପଚାରିବାରୁ ହଷ୍ଟେଲରେ ଲାଗି ରହିଥିବା ଅବ୍ୟବସ୍ଥା ସମ୍ପର୍କରେ ଅବଗତ ଅଛି। ଆଇଟିଡିଏ ଅଧିକାରୀଙ୍କୁ ହଷ୍ଟେଲ ସମସ୍ୟା ସମ୍ପର୍କରେ ଜଣାଯାଇଛି। ଯଥା ଶୀଘ୍ର ସମସ୍ୟା ସମାଧାନ କରାଯିବ ବୋଲି ସେ କହିଛନ୍ତି। ବ୍ଲକ ଭାରପ୍ରାପ୍ତ ବିଡିଓ ବିଜୟ କୁମାର ସେଠୀଙ୍କୁ ପଚାରିବାରୁ, ସ୍କୁଲରେ ବିଦ୍ୟୁତ୍‌ ସଂଯୋଗ କାମ ପଞ୍ଚାୟତକୁ ଦିଆଯାଇଛି। ଜଲ୍‌ଦି ଏହି ସମସ୍ୟାର ସମାଧାନ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଭଞ୍ଜନଗର: ମଣ୍ଡପରେ ଜମୁଛି ଭକ୍ତଙ୍କ ଭିଡ଼, ଉତ୍ସବମୁଖର …

ଭଞ୍ଜନଗର,୧୫।୯(ବାବୁଲା ପ୍ରଧାନ): ପବିତ୍ର ଗଣେଶ ପୂଜା ଅବସରରେ ଭଞ୍ଜନଗର ସହର ସମେତ ଆଖପାଖ ଗ୍ରାମାଞ୍ଚଳରେ ଏକ ଆନନ୍ଦଉଲ୍ଲାସ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ଗତ ଦୁଇଦିନ…

ପରିବାର ସହ ନୂଆଁଖାଇ ପାଳିଲେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର; ନୂଆଁଖାଇ ଜୁହାର ଭେଟ ହୋଇ ଜଣାଇଲେ ଶୁଭେଚ୍ଛା

ବଲାଙ୍ଗୀର,୧୫ା୯ (ବୀରେନ୍ଦ୍ର କୁମାର ଝାଙ୍କର): ପବିତ୍ର ନୂଆଁଖାଇ ଅବସରରେ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ନିଜ ପରିବାର ସହ ନବାନ୍ନ ଭକ୍ଷଣ କରିବା ପରେ ନିଜ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ସଜନା ଶାଗ ତୋଳିବା ହେଲା କାଳ: ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ୩୦ ବର୍ଷୀୟ ଯୁବକଙ୍କ ଜୀବନ

କୋରାପୁଟ,୧୫।୯(ଅମିତାଭ ବେହେରା): ସଜନା ଶାଗ ତୋଳିବାକୁ ଯାଇଥିଲେ, ହେଲେ ଫେରିଲା ମୃତଦେହ। ଅସାବଧାନତାର ଏକ ମୁହୂର୍ତ୍ତ ଜଣେ ଯୁବକଙ୍କ ଜୀବନରେ କାଳ ସାଜିଛି। ୧୧ କେଭି ବିଦ୍ୟୁତ୍…

ପ୍ରଫେସର କୃତ୍ତିବାସ ବିଶ୍ୱାଳଙ୍କୁ ‘ଭଞ୍ଜଶ୍ରୀ ଶ୍ରୀଧର ଶତପଥୀ ସ୍ମୃତି ସମ୍ମାନ’

ଭଞ୍ଜନଗର,୧୫।୯ (ବାବୁଲା ପ୍ରଧାନ): ଘୁମୁସର ମାଟିର ବିଶିଷ୍ଟ ଜ୍ୟୋତିଷ, ଭଞ୍ଜ ସାହିତ୍ୟ ଗବେଷକ ତଥା ପ୍ରତିଷ୍ଠିତ ସାହିତ୍ୟିକ ଭଞ୍ଜଶ୍ରୀ ପଣ୍ଡିତ ଶ୍ରୀଧର ଶତପଥୀଙ୍କ ୧୧୩ତମ ଜୟନ୍ତୀ ମଙ୍ଗଳବାର…

ମୃତଦେହ ନେଇ ଶ୍ମଶାନ ଯାଉଥିବା ବେଳେ ବଡ଼ ଅଘଟଣ: ଟ୍ରକ୍ ଧକ୍କା ଦେଇ ଘୋଷାଡ଼ି ନେଲା, ୫ ଗୁରୁତରଙ୍କୁ ବିଧାୟକ ନିଜ ଗାଡ଼ିରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ପୋଡ଼ାମାରି ନିକଟସ୍ଥ ରାଜନାପଲ୍ଲୀ ଗ୍ରାମ ମୁଖ୍ୟରାସ୍ତାରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ…

କାମ କରୁ କରୁ ଚାଲିଗଲା ଜୀବନ: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୨୭ ବର୍ଷୀୟା ମହିଳା ଶ୍ରମିକଙ୍କ ମୃତ୍ୟୁ

ଦାରିଙ୍ଗବାଡ଼ି,୧୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ବୁର୍ଜୁବାଡ଼ି ବିଦ୍ୟାଳୟ ସମ୍ମୁଖରେ ଏକ ନିର୍ମାଣାଧୀନ କୋଠାରେ ବିଦ୍ୟୁତ୍ ଆଘାତ ଲାଗି ଜଣେ ମହିଳା ଶ୍ରମିକଙ୍କ…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?