ଜଳିଗଲା ଚଳନ୍ତା କାର୍‌: ଅଗ୍ନିଶମ ବିଭାଗକୁ ଦୋଷ ଦେଲେ ମାଲିକ

ନବରଙ୍ଗପୁର,୨୬ା୧: ନବରଙ୍ଗପୁର ଜିଲା କୁର୍ଲୁଘାଟି ନିକଟରେ ମଙ୍ଗଳବାର ଏକ ଚଳନ୍ତା କାର୍‌ ଜଳିଯାଇଛି। ତେବେ ଗାଡ଼ିଟି ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲେ ମଧ୍ୟ ଏଥିରେ କେହି ମୃତାହତ ହୋଇନାହାନ୍ତି। ସୂଚନା ଅନୁଯାୟୀ, ନବରଙ୍ଗପୁର ଥାନା ଅଧୀନ ବିଜରାଗୁଡ଼ା ଗ୍ରାମର ଭୀମ ନାୟକ ସକାଳେ ନିଜ କାର୍‌ ଧରି ନବରଙ୍ଗପୁରରେ ସର୍ଭିସିଂ କରାଇଥିଲେ। ପରେ ଡ୍ରାଇଭରଙ୍କୁ ଗାଡ଼ି ଦେଇ ସେ ପଛରେ ବାଇକ୍‌ରେ ବିଜରାଗୁଡ଼ା ଫେରୁଥିଲେ। ଏହି ସମୟରେ କୁର୍ଲୁଘାଟି ନିକଟରେ ହଠାତ୍‌ କାର୍‌ ଇଞ୍ଜିନ୍‌ରୁ ନିଆଁ ବାହାରୁଥିବା ଦେଖି ଭୀମ କାର୍‌କୁ ଅଟକାଇଥିଲେ। ବନେଟ୍‌ ଖୋଲି ଦେଖିବା ସମୟରେ ଇଞ୍ଜିନରେ ନିଆଁ ଲାଗିଥିବା ଜାଣିବାକୁ ପାଇଥିଲେ। ଏ ନେଇ ଭୀମ ଏବଂ ଚାଳକ ତେନ୍ତୁଳିଖୁଣ୍ଟି ଅଗ୍ନିଶମ ବିଭାଗକୁ ବାରମ୍ବାର ଫୋନ୍‌ କରିଥିଲେ ମଧ୍ୟ ଦମକଳ ବାହିନୀ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ଫଳରେ ଗାଡ଼ିଟି ସମ୍ପୂର୍ଣ୍ଣ ପୋଡି ଯାଇଥିବା ମାଲିକ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ନବରଙ୍ଗପୁର ଏବଂ ତେନ୍ତୁଳିଖୁଣ୍ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସାପ ହେଲେ ବି ମା’: ଭୋକରେ ମରିଗଲା, ହେଲେ ଛୁଆଙ୍କୁ ଖାଇଲାନି

ଭୁବନେଶ୍ୱର,୨୦।୭(ବ୍ୟୁରୋ): ଛୁଆ ପାଇଁ ମା’ ସବୁକିଛି। ଛୁଆଙ୍କ ପାଇଁ ସେ ତା ଜୀବନ ଦେବାକୁ ମଧ୍ୟ ପଛାଏ ନାହିଁ। ନିଜେ ମା’ର ପରିଚୟ ସୃଷ୍ଟି କରିଛି...

ଦିବ୍ୟାଙ୍ଗ ଯୁବତୀଙ୍କୁ ସହାୟତା ପ୍ରଦାନ

ଫୁଲବାଣୀ ଅଫିସ, ୫ା୯-ଆତ୍ମନିର୍ଭରଶୀଳ ହେବା ପାଇଁ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କ ଅଦମ୍ୟ ସାହସ ଦେଖି ଜିଲାପାଳ ଡା.ବୃନ୍ଦା ଡି. ସହାୟତା ଯୋଗାଇ ଦେଇଛନ୍ତି। ଫୁଲବାଣୀ ସମନ୍ବିତ...

ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ କୋଭିଡ ସଙ୍କଟ ଶୀଘ୍ର ଦୂର ହେଉ

ଭୁବନେଶ୍ୱର,୧୨।୭(ବ୍ୟୁରୋ): ଆଜି ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା। ରତ୍ନବେଦୀ ଛାଡି ଜନ୍ମ ବେଦୀକୁ ଯିବେ ବିଶ୍ୱ ନିୟନ୍ତା। ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି...

ରେଳ ଅଧିକାରୀଙ୍କ ଘରେ ସିବିଆଇ ଚଢ଼ାଉ: ପୁଳାପୁଳା ଟଙ୍କାକୁ ,ମାଳମାଳ ସୁନା ଜବତ

ଭୁବନେଶ୍ୱର, ୧୭।୧(ବ୍ୟୁରୋ): ଅବସରପ୍ରାପ୍ତ ରେଳବାଇ ମୁଖ୍ୟ ବାଣିଜ୍ୟକ ପରିଚାଳକ ପ୍ରମୋଦ ଜେନାଙ୍କ ଘରେ ମଙ୍ଗଳବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଚଢ଼ଉ କରିଛି। ଆୟ ବର୍ହିଭୂତ ସମ୍ପତ୍ତି...

ପରିବାର କୋର୍ଟରେ ହାଜର ହେଲେ ସୁମିତ

ବ୍ରହ୍ମପୁର ଅଫିସ,୧୧ା୨: ଡା.ସୁମିତ ସାହୁ ଓ ତପସ୍ବିନୀ ଦାଶ ମାମଲାକୁ ନେଇ ରୁଜୁ ହୋଇଥିବା ଛାଡ଼ପତ୍ର ଆବେଦନର ଉଭୟପକ୍ଷ କାଉନ୍‌ସେଲିଂ ପାଇଁ ଗୁରୁବାର ଦିନ ଧାର୍ଯ୍ୟ...

କେନ୍ଦୁଝରରେ ଔଷଧ ଅଭାବ

କେନ୍ଦୁଝର,୫।୪ (ସ୍ବ.ପ୍ର.) : କରୋନା ପାଇଁ ଲକ ଡାଉନ ଘୋଷଣା ଯୋଗୁଁ କେନ୍ଦୁଝରରେ ଔଷଧର ଅଭାବ ଦେଖା ଦେଇଛି। ଗାଡ଼ି ଚଳାଚଳ ବନ୍ଦ ରହିଥିବା ଯୋଗୁ...

ବାଇଗଣ ଗଛରେ ଫଳୁଛି ଲଙ୍କା, ଟମାଟୋ

ନୟାଗଡ ଅଫିସ,୧୩।୨: ଗୋଟିଏ ଗଛରେ ଫୁଟୁଛି ୫ କିସମର ଫୁଲ । ବାଇଗଣ ଗଛରେ ଫଳୁଛି ଲଙ୍କା ଓ ଟମାଟୋ । ପୁଣି ବିନା ମାଟିରେ...

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଓଆଇସି ମମତାଙ୍କୁ କ୍ରାଇମବ୍ରଞ୍ଚର ଜେରା

ପାରଳାଖେମୁଣ୍ଡି,୨୦।୮(ଡି.ଏନ୍‌.ଏ.): ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଶୁକ୍ରବାର କ୍ରାଇମବ୍ରାଞ୍ଚ ଟିମ୍‌ ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କୁ ଜେରା କରିଛି। ସେ ସୌମ୍ୟଙ୍କ ଆମ୍ବୁଲାନ୍ସ ଅଟକାଇଥିବା...

Advertisement
Archives

Model This Week