ନବରଙ୍ଗପୁର

୨୮ ସାଗୁଆନ ଗଣ୍ଡି ଜବତ

ରାଇଘର,୧୫ା୭(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ବନ ବିଭାଗ ଟିମ୍‌ ଗୁରୁବାର ରାତିରେ ପାଟ୍ରୋଲିଂବେଳେ କୁସୁମପୁର-ଜୈଲଗୁଡ଼ା ନିକଟରେ ଏକ ସାଗୁଆନ କାଠ ବୋଝେଇ ପିକ୍‌ଅପକୁ ଜବତ କରିଛି। ସେଥିରୁ ୨୮ ଖଣ୍ଡ ସାଗୁଆନ କାଠ ଗଣ୍ଡି ଜବତ କରାଯିବା ସହ ଜଣଙ୍କୁ ଗିରଫ…

ବାପାଙ୍କ ଆଖି ଆଗରେ ବୁଡ଼ିଗଲେ ଝିଅ

ଉମରକୋଟ,୧୫ା୭(ସ୍ବ.ପ୍ର.): ଶୌଚ ପାଇଁ ଯାଇ ଆଖି ଆଗରେ ପୋଖରୀରେ ବୁଡ଼ିଗଲେ ଝିଅ। ଏହା ଦେଖି ବାପା ଚିତ୍କାର କରୁଥିଲେ ମଧ୍ୟ ଝିଅକୁ ବଞ୍ଚାଇ ପାରି ନ ଥିଲେ। ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ତୋହରା ପଞ୍ଚାୟତ ସଦର ଗ୍ରାମରେ ଶୁକ୍ରବାର ଏଭଳି…

ପାଠପଢ଼ା ସମୟରେ ସ୍କୁଲରେ ପଶିଲା ଭାଲୁ

ନନ୍ଦାହାଣ୍ଡି,୧୩।୭(ଡି.ଏନ.ଏ): ପାଠପଢ଼ା ଚାଲିଥିବା ସମୟରେ ସ୍କୁଲରେ ପଶିଲା ଭାଲୁ। ପ୍ରବଳ ବର୍ଷାରେ ଖାଦ୍ୟ ନ ପାଇ ଭାଲୁ ଗାଁ ମୁହାଁ ହୋଇଥିଲା। ଜଙ୍ଗଲ ନିକଟରେ ସ୍କୁଲ ଥିବା ଦେଖି ସେଠାରେ ପଶି ଆଶ୍ରୟ ନେଇଥିଲା। ନନ୍ଦାହାଣ୍ଡି ବ୍ଲକ ଦହଣା ପଞ୍ଚାୟତ ଅନ୍ତର୍ଗତ…

ଭିଜିଲାନ୍ସ ଜାଲରେ ଆଇଆଇସି

ଉମରକୋଟ,୧୧ା୭(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ଥାନାର ଅତିରିକ୍ତ ଥାନାଧିକାରୀ (ଆଇଆଇସି) ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅତିରିକ୍ତ ଥାନାଧିକାରୀ ଲିମରାଜ ପ୍ରଧାନ ଏକ ପୁରୁଣା କେସ୍‌କୁ କୋହଳ କରିବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୨୦…

ହୋଇପାରୁନି ଡ୍ରେନେଜ୍‌, ସାମାନ୍ୟ ବର୍ଷାରେ ସ୍କୁଲରେ ଜମୁଛି ପାଣି

ତେନ୍ତୁଳିଖୁଣ୍ଟି, ୧୦।୭(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡାସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାମାନ୍ୟ ବର୍ଷାରେ ମଧ୍ୟ ଜଳମଗ୍ନ ହୋଇଯାଉଛି। ଜଳ ନିଷ୍କାସିତ ହୋଇ ନ ପାରି ତାହା ଜଳମଗ୍ନ ହୋଇ ରହୁଛି। ବିଦ୍ୟାଳୟ ଭିତରକୁ ଯିବା କଷ୍ଟ ସାଧ୍ୟ ହୋଇ…

କ୍ରୀଡ଼ା ଶିକ୍ଷୟିତ୍ରୀ ତନୁଜା ବିଶ୍ୱାସଙ୍କ ଆତ୍ମହତ୍ୟା

ଉମରକୋଟ,୧୦।୭(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ସହରରେ କ୍ରୀଡା ଶିକ୍ଷୟତ୍ରୀଭାବେ ଜଣାଶୁଣା ତନୁଜା ବିଶ୍ୱାସ ଶନିବାର ଆତ୍ମହତ୍ୟା କରିଛନ୍ତି। ୨୬ ବର୍ଷୀୟା ତନୁଜାଙ୍କ ଘର ଉମରକୋଟ ସହର ଡିଏନ୍‌କେରେ। ସେ ୨୦୧୯ରୁ ଉମରକୋଟ ନିକଟସ୍ଥ ଜାମରୁଣ୍ଡାରେ ଥିବା ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ କନ୍ୟାଶ୍ରମରେ…

ନବରଙ୍ଗପୁରରେ କଂଗ୍ରେସର ଜନସମ୍ପର୍କ ପଦଯାତ୍ରା

ଉମରକୋଟ/ରାଇଘର, ୯।୭(ସ୍ବ.ପ୍ର./ଡି.ଏନ୍‌.ଏ.): ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଶୁକ୍ରବାର ନବରଙ୍ଗପୁର ଗ୍ରସ୍ତ କରି ରାଇଘରରେ ଏକ ସଂକଳ୍ପ ସମାବେଶ ଓ ମହାମିଶ୍ରଣ ପର୍ବରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ନବରଙ୍ଗପୁର ଜିଲା କଂଗ୍ରେସ କମିଟି ଆୟୋଜନ କରିଥିବା…

ସ୍କୁଲରେ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ୍‌ର ତଦନ୍ତ

ନବରଙ୍ଗପୁର,୪ା୭(ବି.ପ୍ର.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଧୀନ ଇନ୍ଦ୍ରାବତୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ଗତ ଶୁକ୍ରବାର ରାତିରେ ହୋଇଥିବା ଚୋରି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି। ରବିବାର ସନ୍ଧାନୀ କୁକୁର, ସାଇଣ୍ଟିଫିକ ଟିମ୍‌ ସହାୟତାରେ ପୋଲିସ ଛାନଭିନ ଆରମ୍ଭ କରିଛି। ଡିଏସ୍‌ପି…

ରାସ୍ତାକଡ଼ରେ ମହିଳାଙ୍କ ପ୍ରସବ

ଚନ୍ଦାହାଣ୍ଡି, ୪ା୭(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକରେ ପୁଣି ଜନନୀ ଯନ୍ତ୍ରଣା। ଖରାପ ରାସ୍ତା ଯୋଗୁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ। ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଚାଲିକି ଯିବାବେଳେ ଗର୍ଭବତୀ ଜଣଙ୍କ ରାସ୍ତାକଡ଼ରେ ପ୍ରସବ କରିଛନ୍ତି। ଏହା ହେଉଛି ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ…

ଶୁଣିଲାନି ପ୍ରଶାସନ, ବାଧ୍ୟହୋଇ ନାଳ ସଫା କଲେ ଦୋକାନୀ

ପାପଡ଼ାହାଣ୍ଡି, ୪ା୭(ଡି.ଏନ୍‌.ଏ.): ପ୍ରଶାସନ ପକ୍ଷରୁ ସଫା କରାଯାଉନି ନାଳ। ଫଳରେ ସାମାନ୍ୟ ବର୍ଷାରେ ମଧ୍ୟ ଡ୍ରେନ୍‌ ପାଣି ରାସ୍ତାରେ ଭାସିବା ସହ ଦୋକାନରେ ପଶିଯାଉଛି। ଶେଷରେ ବାଧ୍ୟହୋଇ ଦୋକାନୀମାନେ ନାଳ ସଫା କରିଛନ୍ତି। ଏପରି ଘଟଣା ନବରଙ୍ଗପୁର ଜିଲା ପାପଡାହାଣ୍ଡିରେ ଦେଖିବାକୁ…

ଉଦ୍‌ଘାଟନର ୭ମାସ ପରେ ରାସ୍ତା ଫାଟି ଆଁ

ଝରିଗାଁ, ୪ା୭(ସ୍ବ.ପ୍ର.):  ଦୁର୍ଗମ ଅଞ୍ଚଳର ବିକାଶ ତଥା ପକ୍କାରାସ୍ତା ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ଉପାନ୍ତ ଯୋଜନା ରହିଛି। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକର ବହୁ ଦୁର୍ଗମ ଇଲାକାକୁ ଏମ୍‌ପି ରମେଶ ଚନ୍ଦ୍ର ମାଝିଙ୍କ ପ୍ରଚେଷ୍ଟାରେ ରାସ୍ତା ହୋଇଛି। କିନ୍ତୁ ଡିଆର୍‌ଡିଏ ବିଭାଗର…

ଦୁର୍ବଳ ମୌସୁମୀ, ଚିନ୍ତାରେ ଧାନ ଚାଷୀ

ନବରଙ୍ଗପୁର,୩।୭(ବି.ପ୍ର.): ଚଳିତ ବର୍ଷ ଦୁର୍ବଳ ମୌସୁମୀ ଓ ବର୍ଷାର ଅଭାବ ଯୋଗୁ ନବରଙ୍ଗପୁର ଜିଲାରେ ଧାନ ଚାଷ କାର୍ଯ୍ୟ ଆଗେଇ ପାରୁନି। ଚାଷୀ ତଳି ପକାଇ ବର୍ଷାକୁ ଚାହିଁ ବସିଛନ୍ତି। ପୂର୍ବ ବର୍ଷ ତୁଳନାରେ ଜୁନ୍‌ ମାସ ସୁଦ୍ଧା ଯେତିକି ବର୍ଷା ହେବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri