ମୟୂରଭଞ୍ଜ

ବାରିପଦା ବିଦ୍ୟୁତ୍‌ ଡିଭିଜନ : ଜାଲ୍‌ ଚେକ୍‌ରେ ଟାର୍ଗେଟ ପୂରଣ ଘଟଣା; ୩ ଅଧିକାରୀ ନିଲମ୍ବିତ

ଧରିତ୍ରୀ ପ୍ରଭାବ ବାରିପଦା ଅଫିସ,୯।୮- ମୟୂରଭଞ୍ଜ ଜିଲା ବାରିପଦା ବିଦ୍ୟୁତ୍‌ ଡିଭିଜନରେ ବିଲ୍‌ ଆଦାୟ ଟାର୍ଗେଟ ପୂରଣ ପାଇଁ ଜାଲ୍‌ ଚେକ୍‌ ଦେଇ ବିଭାଗକୁ ଠକିଥିବା ୩ ଅଧିକାରୀଙ୍କୁ ବୁଧବାର କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଏ ନେଇ କେବଳ ‘ଧରିତ୍ରୀ’ରେ ଗତ…

ଫସଲ ଜଗିଥିବା ବୃଦ୍ଧଙ୍କୁ ଦଳିଦେଲା ହାତୀ

ବାଙ୍ଗିରିପୋଷି,୮ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲାରେ ହାତୀ ଆତଙ୍କ ଥମୁନି। ବନ ବିଭାଗ କର୍ମଚାରୀ ହାତୀ ଘଉଡାଇବାରେ ସଫଳ ହେଉ ନ ଥିବାରୁ ଧନଜୀବନ ହାନି ଘଟି ଚାଲିଛି। ଗୁରୁବାର ସକାଳେ ବାଙ୍ଗିରିପୋଷି ବନାଞ୍ଚଳ ଅଧୀନସ୍ଥ ଭୁଲୁବଣୀ ଗ୍ରାମର ଦାଗଦୁ ମାଝୀ ନାମକ ଜଣେ…

ହାତୀ ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ

ବାଙ୍ଗିରିପୋଷି,୮।୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ରେଞ୍ଜ ଅନ୍ତର୍ଗତ ଝାରପୋଖରୀଆ ଥାନା ଆମଡିହା ପଞ୍ଚାୟତର ଗୁଲୁବଣି ଠାରେ ଚାଷୀ ଦୁଗଡୁ ମାଝି (୫୫)ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ରେଞ୍ଜର, ତହସିଲଦାର ଏବଂ ପୋଲିସ ପହଞ୍ଚି ତଦନ୍ତ ଚଳାଇଛନ୍ତି।

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବଡ଼ସାହି,୮।୮(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକର ଥାନା ଅଧୀନ ଛେଳିଆ(କ)ପଞ୍ଚାୟତ ବିଦ୍ୟାଧରପୁର ଗଁ।ର ପୋଖରୀରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯୁବକ ଜଣକ ହେଲେ ଉକ୍ତ ଗଁ।ର ଜଳଧର ବାଘ(୪୦)। ସୂଚନାଯୋଗ୍ୟ, ୩ ଦିନ ପୂର୍ବରୁ ଜଳଧର ଜଙ୍ଗଲକୁ…

କିଡନୀ ରୋଗର ଅନୁଧ୍ୟାନ ପାଇଁ ମାଙ୍କଡକେନ୍ଦାରେ ଡାକ୍ତରୀ ଟିମ୍‌

କୁଆମରା,୮ା୮(ଡି.ଏନ୍‌.ଏ.): ଆଦିବାସୀ ଅଧ୍ୟୁଷିତ ଗୋପବନ୍ଧୁ ନଗର ବ୍ଲକ ପୁରୁଣା ବାରିପଦା ପଞ୍ଚାୟତ ଅନ୍ତର୍ଗତ ମାଙ୍କଡକେନ୍ଦା ଗ୍ରାମର ୧୧ ନମ୍ବର ୱାର୍ଡରେ କିଡିନୀ ରୋଗ ଆତଙ୍କ ଦେଖା ଦେଇଛି। କିଛି ଦିନ ମଧ୍ୟରେ ଏହି ରୋଗରେ ୧୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ…

ଅବ୍ୟବସ୍ଥା ପ୍ରତିବାଦରେ ଆଦିବାସୀ ବିଦ୍ୟାଳୟ ଘେରାଉ

ବାରିପଦା ଅଫିସ,୮।୮- ମୟୂରଭଞ୍ଜ ଜିଲାରେ ଥିବା ଆଦିବାସୀ ଓ ହରିଜନ ଛାତ୍ରୀଛାତ୍ରମାନଙ୍କ ଶିକ୍ଷା ଉଦ୍ଦେଶ୍ୟରେ ଆସୁଥିବା ଅନୁଦାନକୁ ଆତ୍ମସାତ କରାଯାଉଛି। ଏଭଳି ଅଭିଯୋଗ ଆଣି ମୟୂରଭଞ୍ଜ ରିଭୋଲ୍ୟୁସନାରୀ ୟୁଥ ଆଣ୍ଡ ଷ୍ଟୁଡେଣ୍ଟ ଆସୋସିଏସନ (ମାରିସା) ପକ୍ଷରୁ ବୁଧବାର ବାରିପଦା ସମନ୍ବିତ ଆଦିବାସୀ…

ଆଉ ଆଶ୍ରୟସ୍ଥଳ ହେବନି ଜିଲାପାଳଙ୍କ କାର୍ଯ୍ୟାଳୟ ବାରଣ୍ଡା:ନିର୍ମାଣ ହେବ ରେଷ୍ଟଶେଡ୍‌

ବାରିପଦା ଅଫିସ,୮।୮- ଆଦିବାସୀ ଅଧ୍ୟୁଷିତ ତଥା ବଣପାହାଡ଼ ଘେରା ମୟୂରଭଞ୍ଜ ଜିଲାର ଅପହଞ୍ଚ ଇଲାକାରୁ ପ୍ରତିଦିନ ଜିଲାପାଳଙ୍କ ନିକଟକୁ ଗୁହାରି କରିବା ପାଇଁ ଲୋକେ ଆସିଥାନ୍ତି। ମାତ୍ର ଏଠାରେ ଖରା କିମ୍ବା ବର୍ଷାରେ ମୁଣ୍ଡ ଗୁଞ୍ଜିବାକୁ ଲୋକେ ଜାଗା ପାଇ ନ…

ହାତୀ ଆକ୍ରମଣରେ ବୃଦ୍ଧଙ୍କ ଜୀବନଗଲା

ଠାକୁରମୁଣ୍ଡା,୭ା୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଯଶିପୁର ବ୍ଲକ ଅନ୍ତର୍ଗତ ଧୁଧିଆଣି ରେଞ୍ଜ ରୁଗୁଡି ଗ୍ରାମପଞ୍ଚାୟତ ଖଣ୍ଡବନ୍ଧ ଗ୍ରାମର ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି।…

ନିଆଁ ଲଗାଇ ସ୍ତ୍ରୀକୁ ହତ୍ୟା, ସ୍ବାମୀ ଗିରଫ

ଖୁଣ୍ଟା,୭ା୮(ଡି.ଏନ.ଏ)- ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ନିଆଁ ଲଗାଇ ହତ୍ୟା କରିଥିବା ବୁଧବାର ଥାନାରେ ଅଭିଯୋଗ ହୋଇଛି। ଏଥିନେଇ ପୋଲିସ ଏକ ହତ୍ୟା ମାମଲା (ନଂ.୮୭/୧୯) ରୁଜୁ କରି ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛି।…

ବର୍ଷା ଅଭାବରୁ ୮୦ ଭାଗ ଜମି ପଡ଼ିିଆ

ରାସଗୋବିନ୍ଦପୁର,୭ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକର ଅଧିକାଂଶ ଲୋକ ଧାନଚାଷ ଉପରେ ନିର୍ଭର କରନ୍ତି। ଏହି ବ୍ଲକ ମଧ୍ୟରେ ସୁବର୍ଣ୍ଣରେଖା, ଜମ୍ଭୀରା ଓ ସାନନଦୀ ପ୍ରବାହିତ ହେଉଛି। ମାତ୍ର ବିଶେଷ ଜଳସେଚନ ବ୍ୟବସ୍ଥା ନ ଥିବାରୁ ଅଞ୍ଚଳର ଚାଷୀମାନେ ଖରିଫ ଧାନଚାଷ…

ଖୋଲିଲା ସବୁ ଦିନିଆ ଅଭିଯୋଗ ପ୍ରକୋଷ୍ଠ

ବାରିପଦା ଅଫିସ,୭।୮- ଆୟତନ ଦୃଷ୍ଟିରୁ ମୟୂରଭଞ୍ଜ ରାଜ୍ୟର ସର୍ବ ବୃହତ ଜିଲା। ଏହି ଜିଲାରେ ୨୬ଟି ବ୍ଲକ, ୨ଟି ମ୍ୟୁନିସିପାଲିଟି ଓ ୨ଟି ଏନଏସି ରହିଛି। ଆଦିବାସୀ ଅଧ୍ୟୁଷିତ ଜିଲା ହୋଇଥିବାରୁ ବିକାଶର ଚିହ୍ନ ଗ୍ରାମାଞ୍ଚଳରେ ପହଞ୍ଚି ପାରୁ ନ ଥିବା…

ଲୋକଙ୍କୁ ସେବା ଯୋଗାଇ ଆସ୍ଥା ଭାଜନ ହୁଅ- ରାଜସ୍ବ ମନ୍ତ୍ରୀ

ବାରିପଦା ଅଫିସ,୬।୮- ମୟୂରଭଞ୍ଜ ଜିଲାର ବାରିପଦା ତହସିଲକୁ ରାଜ୍ୟର ଏକ ଆଦର୍ଶ ତହସିଲରେ ପରିଣତ କରାଯିବ। ଏଥିଲାଗି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି ମତବ୍ୟକ୍ତ କରିଛନ୍ତି। ସୋମବାର ସକାଳ ପ୍ରାୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri