ଆଉ ଆଶ୍ରୟସ୍ଥଳ ହେବନି ଜିଲାପାଳଙ୍କ କାର୍ଯ୍ୟାଳୟ ବାରଣ୍ଡା:ନିର୍ମାଣ ହେବ ରେଷ୍ଟଶେଡ୍‌

ବାରିପଦା ଅଫିସ,୮।୮- ଆଦିବାସୀ ଅଧ୍ୟୁଷିତ ତଥା ବଣପାହାଡ଼ ଘେରା ମୟୂରଭଞ୍ଜ ଜିଲାର ଅପହଞ୍ଚ ଇଲାକାରୁ ପ୍ରତିଦିନ ଜିଲାପାଳଙ୍କ ନିକଟକୁ ଗୁହାରି କରିବା ପାଇଁ ଲୋକେ ଆସିଥାନ୍ତି। ମାତ୍ର ଏଠାରେ ଖରା କିମ୍ବା ବର୍ଷାରେ ମୁଣ୍ଡ ଗୁଞ୍ଜିବାକୁ ଲୋକେ ଜାଗା ପାଇ ନ ଥାନ୍ତି। ଖରାଦିନେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଏକ ଗଛ ମୂଳ ପିଣ୍ଡି ଓ ବର୍ଷା ଦିନେ କାର୍ଯ୍ୟାଳୟର ବାରଣ୍ଡା ଲୋକଙ୍କ ଆଶ୍ରୟସ୍ଥଳ ପାଲଟୁଛି। ଏ ନେଇ ଗତ ଜୁଲାଇ ୨ ତାରିଖରେ ‘ଧରିତ୍ରୀ’ରେ ଏକ ସ୍ବତନ୍ତ୍ର ତଥ୍ୟ ଓ ମତାମତ ଭିତ୍ତିକ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିନେଇ ଜିଲାର ମାନବାଧିକାର କର୍ମୀ ଓ ବୁଦ୍ଧିଜୀବୀ ଅସନ୍ତୋଷ ପ୍ରକାଶ କରିବା ସହିତ ତୁରନ୍ତ ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ଦାବି କରିଥିଲେ। ତେବେ ଏହି ଘଟଣାରେ ଜିଲା ପ୍ରଶାସନ ତପତ୍ରତା ଦେଖାଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏକ ରେଷ୍ଟଶେଡ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ଜିଲାପାଳ ବିନୀତ ଭରଦ୍ୱାଜ ସୂଚନା ଦେଇଛନ୍ତି। ରେଷ୍ଟଶେଡରେ ଆବଶ୍ୟକ ସ୍ଥଳେ ଚୌକିର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ସେ କହିଛନ୍ତି। ଜିଲାପାଳଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି।
ଉଲ୍ଲେଖ ଯୋଗ୍ୟ ଯେ, ମୟୂରଭଞ୍ଜ ଗଡଜାତ ରାଜ୍ୟ ୧୯୪୮ ଅକ୍ଟୋବର ୧୭ ତାରିଖରେ ୟୁନିୟନ ଅଫ ଇଣ୍ଡିଆରେ ମିଶିବା ପରେ ୧୯୪୯ ଜାନୁୟାରୀ ପହିଲାରେ ଏହା ଓଡ଼ିଶାରେ ବିଲୀନ ହୋଇଥିଲା। ସେହି ସମୟରେ ମୟୂରଭଞ୍ଜରେ ମହାରାଜା ପ୍ରତାପଚନ୍ଦ୍ର ଭଞ୍ଜଦେଓଙ୍କ ଶାସନ ଚାଲିଥିଲା। ମିଶ୍ରଣ ପରେ ମୟୂରଭଞ୍ଜର ସମସ୍ତ ସମ୍ପତ୍ତି ତଥା ରକ୍ଷଣାବେକ୍ଷଣ ଦାୟିତ୍ୱ ଓଡ଼ିଶା ସରକାରଙ୍କ ହାତରେ ନ୍ୟସ୍ତ ହୋଇଥିଲା। ସେବେଠାରୁ ମୟୂରଭଞ୍ଜ ମହାରାଜା ରାଜ୍ୟ ଶାସନ ପାଇଁ ବ୍ୟବହାର କରୁଥିବା ବିଭିନ୍ନ ଭବନରେ ରାଜ୍ୟ ସରକାର ଜିଲା କାର୍ଯ୍ୟାଳୟମାନ ଆରମ୍ଭ କରିଥିଲେ। ଇତି ମଧ୍ୟରେ ୫୨ ଜଣ ଜିଲାପାଳ ଜିଲାର ଶାସନଭାର ସମ୍ଭାଳିିଲେଣି। ମାତ୍ର ଜିଲାବାସୀ ବିଭିନ୍ନ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଥିବା ସବୁବେଳେ ଅଭିଯୋଗ ହୋଇ ଆସୁଛି। ସରକାରୀ କାର୍ଯ୍ୟାଳୟଗୁଡିକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଜନ ସାଧାରଣ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଥିବା ଏବେ ମୁଖ୍ୟ ସମସ୍ୟା ପାଲଟିଛି। ଜିଲା ପ୍ରଶାସନ ଏ ଦିଗରେ ଗୁରୁତ୍ୱ ଦେବାକୁ ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri