ମୟୂରଭଞ୍ଜ

ପ୍ରେମିକାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରି ପ୍ରେମିକ ଗିରଫ

ବାରିପଦା ଅଫିସ,୨୫।୯- ମୟୁରଭଞ୍ଜ ଜିଲା ବାରିପଦା ସଦର ଥାନା ଅଧିନ ଧନପୁର ଅଞ୍ଚଳର ଜଣେ ଯୁବକ ତାଙ୍କ ପ୍ରେମିକାଙ୍କ ସହ ବିତାଇଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଉତ୍ତୋଳନ କରି ଭାଇରାଲ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସଦର ଥାନା ପୋଲିସ…

ଲାଞ୍ଚନେଇ କ୍ୟାଶିୟର ଗିରଫ

ବାରିପଦା ଅଫିସ,୨୫।୯: ମୟୂରଭଞ୍ଜ ଜିଲା ବାରିପଦା ଗ୍ରାମ୍ୟ ଉନ୍ନୟନ ଡିଭିଜନ କାର୍ଯ୍ୟାଳୟର କ୍ୟାଶିୟର ଅଜୟ କୁମାର ସେଜପଡା ଲାଞ୍ଚ ନେବା ବେଳେ ବୁଧବାର ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ଜଣେ ଠିକାଦାରଙ୍କଠାରୁ ଅଜୟ ୧୪ ହଜାର ଟଙ୍କା ଲାଞ୍ଚ ନେଉଥିଲେ।…

ମୟୂରଭଞ୍ଜ ଜିଲା ବିଜେଡି ସମ୍ପାଦକଙ୍କୁ ନିଲମ୍ବନ ପାଇଁ ସୁପାରିଶ

ବାରିପଦା ଅଫିସ,୨୫ା୯- ମୟୂରଭଞ୍ଜ ଜିଲା ବିଜେଡିର ଜିଲା ସମ୍ପାଦକ ସୁଜିତ କୁମାର ମହାନ୍ତିଙ୍କୁ ନିଲମ୍ବନ ପାଇଁ ରାଜ୍ୟ ସଭାପତିଙ୍କ ନିକଟକୁ ମଙ୍ଗଳବାର ସୁପାରିଶ କରାଯାଇଛି। ଜିଲା ସଭାପତି ଦେବାଶିଷ ମହାନ୍ତି ଜିଲା ପର୍ଯ୍ୟବେକ୍ଷକଙ୍କ ଜରିଆରେ ଏହି ସୁପାରିଶ ହୋଇଛି। ବାରିପଦାଠାରେ ସୋମବାର…

ଛାତ୍ରଙ୍କ ଅଜାଣତରେ କଲେଜ କର୍ତ୍ତୃପକ୍ଷ ବ୍ୟାଙ୍କରୁ ଋଣ ଉଠାଇବା ଘଟଣା: ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କଲେ ଜିଲାପାଳ

ବାରିପଦା ଅଫିସ,୨୫ା୯- ମୟୂରଭଞ୍ଜ ଜିଲା ଚିତ୍ରଡା ସ୍ଥିତ ଏକ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରମାନଙ୍କ ଅଜାଣତରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ବ୍ୟାଙ୍କରୁ ଋଣ ଉଠାଇ ଆଣିବା ଘଟଣା ପଦାକୁ ଆସିଛି। ପ୍ରବଳ ବର୍ଷା ସତ୍ତ୍ୱେ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ର ବାରିପଦାକୁ ୪୦ କି.ମି…

ଚାଉଳ ନ ପାଇ ତାତିଲେ ହିତାଧିକାରୀ

କପ୍ତିପଦା,୨୪ା୯(ଡି.ଏନ୍‌.ଏ.)- ରାସନକାର୍ଡ ସହ ଆଧାର ଲିଙ୍କ୍‌ରେ ବିଳମ୍ବ ଯୋଗୁ ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଲାବଣ୍ୟଦେଇପୁର ପଞ୍ଚାୟତର ଶତାଧିକ ଗ୍ରାମବାସୀ ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହାର ପ୍ରତିବାଦରେ ସୋମବାର ଶତାଧିକ ହିିତାଧିକାରୀ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ହୋହଲ୍ଲା କରିଥିଲେ।…

କର୍ମଶାଳାରେ ହୋହଲ୍ଲା, ଅଧାରୁ ବନ୍ଦ

ବାରିପଦା ଅଫିସ,୨୪ା୯- ସମଗ୍ର ରାଜ୍ୟରେ ବିଜୁ ଜନତା ଦଳ ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ ଚାଲିିଛି। ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲା ବିଜେଡି ପକ୍ଷରୁ ବାରିପଦା ଷ୍ଟେସନ ବଜାର ସ୍ଥିତ ବିବାହ ମଣ୍ଡପଠାରେ ସଭ୍ୟ ସଂଗ୍ରହ ଅଭିଯାନର କର୍ମଶାଳା ସୋମବାର ଅନୁଷ୍ଠିତ…

କରଞ୍ଜିଆରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା : ଡାକ୍ତରଙ୍କୁ ମାଡ଼

ବାରିପଦା ଅଫିସ,୨୩।୯ : ମୟୂରଭଞ୍ଜ ଜିଲା କରଞ୍ଜିଆସ୍ଥିତ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଭୁଲ ଚିକିତ୍ସା ଯୋଗୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ମୃତକଙ୍କ ପରିବାର ଲୋକ ଓ ସ୍ଥାନୀୟ ଲୋକେ ଚିକିତ୍ସା କରିଥିବା ଡାକ୍ତରଙ୍କୁ…

ମଧ୍ୟାହ୍ନଭୋଜନ ଖାଇ ୨୦ ଛାତ୍ରୀ ଅସୁସ୍ଥ

ଠାକୁରମୁଣ୍ଡା,୨୩ା୯(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କରଞ୍ଜିଆ ବ୍ଲକ ଅନ୍ତର୍ଗତ ଘୋଷଦା ଗ୍ରାମରେ ଥିବା ମା’ ଅମ୍ବିକା ଏଲ.ଏମ.ବାଳିକା ଉଚ୍ଚ ବିଦ୍ୟାଳୟରେ ରବିବାର ମଧ୍ୟାହ୍ନଭୋଜନ ଖାଇ ୨୦ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ଭର୍ତ୍ତି କରାଯାଇଛି।…

ବାଞ୍ଛାକଳ୍ପ ସଂସ୍କୃତ ବିଦ୍ୟାପୀଠ ହଷ୍ଟେଲରେ ଭୂତ ଭୟ: ହଷ୍ଟେଲ ଛାଡ଼ିଲେ ୫ ଛାତ୍ର

ଉଦଳା,୨୨।୯(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଉଦଳା ଖଇରା ଥାନା ବାଞ୍ଛାକଳ୍ପ ସଂସ୍କୃତ ବିଦ୍ୟାପୀଠ ହଷ୍ଟେଲର ୫ ଜଣ ଛାତ୍ର ରବିବାର ଭୋରରେ ହଷ୍ଟେଲ ଛାଡି ଚାଲି ଯାଇଛନ୍ତି। ଭୂତ ବାହାରିଥିବା ଭୟରେ ସେମାନେ ହଷ୍ଟେଲ ଛାଡ଼ିଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ଛାତ୍ରମାନେ ଉଦଳା ବସ୍‌…

ଚିକିତ୍ସା ଲାଗି ଆସି ରୋଗୀ ହଇରାଣ: ଲମ୍ବାଧାଡ଼ିରେ ଦୀର୍ଘସମୟ ଠିଆ ହୋଇ ନିରାଶ ହେଲେ ରୋଗୀ

ବାରିପଦା ଅଫିସ,୨୨ା୯- ମୟୂରଭଞ୍ଜ ଜିଲାବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଛି। ବିଭିନ୍ନ ସମୟରେ ରୋଗୀଙ୍କ ଭିଡ ଜମୁଥିବାରୁ ନାନା ସମସ୍ୟା ସୃଷ୍ଟି ହେଉଛି। ଶନିବାର ରୋଗୀଙ୍କ ରେଜିଷ୍ଟ୍ରଶନ ପାଇଁ ଉଦ୍ଦିଷ୍ଟ…

ହୋ ଯୁବ ପ୍ରତିଭା ଗାମାୟ

କପ୍ତିପଦା,୨୨ା୯(ଡି଼.ଏନ୍‌.ଏ,)- ନିଜ ରାଜ୍ୟ ଓ ଅଞ୍ଚଳରେ ଆଦିବାସୀ ସମ୍ପ୍ରଦାୟର ବିକାଶ ଓ ସାମାଜିକ ପରିବତ୍ତର୍ର୍ନ ପାଇଁ କାମ କରି ବେଶ୍‌ ଚର୍ଚ୍ଚାକୁ ଆସିଛନ୍ତିି, ଗାମାୟ ରିମିଲ ସିଂ ଗଇପଇ(୨୩) । ତାଙ୍କ ଘର ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅଧୀନ ରାଣୀପୋଖରୀ…

ପଲିଥିନ୍‌ ବ୍ୟବହାର ରୋକିବାକୁ ବ୍ୟବସାୟୀଙ୍କ ଉପରେ ଚଢ଼ାଉ

ଉଦଳା, ୨୨।୯ (ଡି.ଏନ.ଏ.) – ପଲିଥିନ ବ୍ୟବହାର ରୋକିବା ଲାଗି ଆସନ୍ତା ଅକ୍ଟୋବର ୨ ତାରିଖ ଠାରୁ ପ୍ରଶାସନ ତରଫରୁ ଗ୍ରହଣ କରାଯିବ କଡ଼ା କାର୍ଯ୍ୟାନୁଷ୍ଠାନ ା ତେବେ ମୟୂରଭଞ୍ଜ ଜିଲା ଉଦଳା ଏନଏସି ଇଲାକାରେ ଶନିବାର ପ୍ରଶାସନ ତରଫରୁ ବ୍ୟବସାୟୀଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri