ରଖେ ହରି ମାରେ କିଏ: ପ୍ଲାଟଫର୍ମ -ଟ୍ରେନ ମଝିରେ ଫସି ରହିଲେ ଯୁବତୀ
ବାରିପଦା ଅଫିସ,୧୯ା୧୧- କଥାରେ ଅଛି ରଖେ ହରି ମାରେ କିଏ। ମୟୂରଭଞ୍ଜ ଜିଲା ବାରିପଦା ସହର ଭଞ୍ଜପୁର ରେଳଷ୍ଟେଶନରେ ସୋମବାର ଘଟିଥିବା ଏକ ଘଟଣା ଉପରୋକ୍ତ ଉକ୍ତିକୁ ପ୍ରମାଣିତ କରିଛି। ପ୍ଲାଟଫର୍ମ ଓ ରେଳ ମଝିରେ ଜଣେ ଯୁବତୀ ଦୀର୍ଘ ସମୟ…
ଘାଟିରୁ ୫୦ଫୁଟ ତଳକୁ ଖସିଲା ଟ୍ରକ୍, ଡ୍ରାଇଭରଙ୍କ ସମେତ ୨ଜଣଙ୍କ ଜୀବନ ଗଲା
ବାରିପଦା ଅଫିସ,୧୮।୧୧: ମୟୂରଭଞ୍ଜ ଜିଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଦ୍ବାରଶୁଣି ଘାଟିରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ମାଲ ବୋଝେଇ ଟ୍ରକଥ(ସିଜି ୦୪ ଏଲଏଲ ୩୪୭୪) ଘାଟିରୁ ୫୦ ଫୁଟ ତଳକୁ ଖସିପଡ଼ିଛି।…
‘ପ୍ରତିଭା ପୂଜା ପରମ୍ପରା ପ୍ରଶଂସନୀୟ’
ବାରିପଦା ଅଫିସ,୧୮ା୧୧- ବାରିପଦା ରୋଟାରୀ ଭବନ ପରିସରରେ ବୋଇତ ବନ୍ଦାଣ ଉତ୍ସବ ସମିତି ତରଫରୁ ସମାଜର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସମିତିର ସଭାପତି ତପନ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଅତିରିକ୍ତ…
ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ଖେଳକୁଦ ପ୍ରତିଯୋଗିତା
ବାରିପଦା ଅଫିସ,୧୬ା୧୧- ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ନିର୍ଦ୍ଦେଶମତେ ଜିଲା ପ୍ରଶାସନ ତତ୍ତ୍ୱାବଧାନରେ ଲକ୍ଷ୍ମୀପୋଷିସ୍ଥିତ ସ୍ବତନ୍ତ୍ର ଅନ୍ଧ ଓ ବଧିର ବିଦ୍ୟାଳୟର ଖେଳପଡିଆରେ ମୟୂରଭଞ୍ଜ ଜିଲାର ଦିବ୍ୟାଙ୍ଗ ଛାତ୍ରୀଛାତ୍ରମାନଙ୍କ ଏକ ଜିଲାସ୍ତରୀୟ ଖେଳକୁଦ ପ୍ରତିଯୋଗିତା-୨୦୧୯ ଅନୁଷ୍ଠିତ ହୋଇଯାଇଛି।…
ହାତୀ ପାଇଁ ଚାଷଜମି ନଷ୍ଟ,ଚିନ୍ତାରେ ଚାଷୀ
କପ୍ତିପଦା,୧୬ା୧୧(ଡି.ଏନ୍.ଏ.)- କପ୍ତିପଦା ବ୍ଲକ୍ ଅଧୀନ ଲାବଣ୍ୟଦେଇପୁର ପଞ୍ଚାୟତ ମାହାରାସାହି କଟୁରିଆ ଗ୍ରାମରେ ଶିମିଳିପାଳରୁ ଆସିଥିବା ହାତୀ ପଶି ବ୍ୟାପକ ଚାଷଜମି ନଷ୍ଟ କରିଛନ୍ତି। ଏଥିନେଇ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବୁଲବୁଲ ବାତ୍ୟା ପରେ ହାତୀ ଫସଲ ନଷ୍ଟ କରିବା…
ସୁନା ଦୋକାନୀଙ୍କ ସହ ୨ ଚେନ୍ ଲୁଟେରା ଗିରଫ
ବାରିପଦା ଅଫିସ,୧୫ା୧୧- ଦୀର୍ଘ ଦିନ ପରେ ମୟୂରଭଞ୍ଜ ଜିଲା ପୋଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି। ଜିଲାରେ କିଛି ଦିନ ହେଲା ଛିନତାଇ କରି ଆତଙ୍କ ସୃଷ୍ଟି କରୁଥିବା ୨ ଯୁବକ ଓ ଜଣେ ସୁନା ଦୋକାନୀଙ୍କୁ ପୋଲିସ ଗିରଫ…
୨ ରଣା ସାପ ଉଦ୍ଧାର
ଉଦଳା,୧୫ା୧୧(ଡି.ଏନ୍.ଏ.)- ଉଦଳା ବନାଞ୍ଚଳ ଅଧୀନ ରାଇଦାଣ୍ଡିଆ ଗ୍ରାମର ପୀତାମ୍ବର ବେହେରାଙ୍କ ଘରୁ ଶୁକ୍ରବାର ୨ଟି ରଣା ସାପ ଉଦ୍ଧାର ହୋଇଛି ା ଉଦ୍ଧାର ସାପ ଦୁଇଟିକୁ ଶିମିଳିପାଳରେ ଛଡ଼ାଯାଇଛି । ପୀତାମ୍ବରଙ୍କ ଶୋଇବା ଘର ଖଟତଳେ ସାପ ଥିବା ଦେଖି ପରିବାର…
୪ ବର୍ଷର ଶିଶୁ କନ୍ୟାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ
ଠାକୁରମୁଣ୍ଡା ,୧୫ା୧୧(ଡି.ଏନ୍.ଏ.)- ଶିଶୁ ଦିବସରେ ଜଣେ ୪ ବର୍ଷର ଶିଶୁ କନ୍ୟାଙ୍କୁ ବଳାତ୍କାର ଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲା କରଞ୍ଜିଆ ଥାନା ଅଞ୍ଚଳରେ। ଏନେଇ ପୋଲିସ ଏକ ମାମଲା (ନଂ.୧୭୩/୧୯) ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି…
ବାରିପଦା ପୌର ପରିଷଦ: ଦରମା ପ୍ରଦାନ ପରେ ସଫେଇ କାର୍ଯ୍ୟ ସ୍ବାଭାବିକ
ବାରିପଦା ଅଫିସ,୧୫ା୧୧- ବାରିପଦା ପୌର ପରିଷଦର ସଫେଇ କାର୍ଯ୍ୟରେ ନିୟୋଜିତ ସଫେଇ କର୍ମଚାରୀମାନେ ଦରମା ପ୍ରଦାନ ଦାବିରେ ମଙ୍ଗଳବାରଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ପ୍ରତିଶ୍ରୁତି ମୁତାବକ ସଫେଇ ସଂସ୍ଥା ଗୁରୁବାର ସକାଳ ସୁଦ୍ଧା ସେମାନଙ୍କୁ ଦରମା ପ୍ରଦାନ କରିବା ପରେ ସହରରେ…
ଶିମିଳିପାଳରେ ରୋପ୍ୱେ ନିର୍ମାଣ ପ୍ରସ୍ତାବ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସରୋଜିନୀ
ବାରିପଦା ଅଫିସ,୧୫ା୧୧- ମୟୂରଭଞ୍ଜ ଜିଲାର ଶିମିଳିପାଳ ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବ। ବିଭିନ୍ନ ଦୃଷ୍ଟିକୋଣରୁ ଏହା ବେଶ୍ ପରିଚିତ। ଶୀତଦିନରେ ଦେଶ ବିଦେଶରୁ ପର୍ଯ୍ୟଟକମାନେ ଏଠାକୁ ବୁଲି ଆସିବା ଏବଂ ରାତ୍ରିଯାପନ କରିବା ପାଇଁ ଭଲ ପାଆନ୍ତିି। ଏଠାରେ ପର୍ଯ୍ୟଟନର…
ଦୁର୍ଘଟଣାରେ ଯୁବକ ମୃତ
ବାରିପଦା ଅଫିସ,୧୫ା୧୧- ବାରିପଦା ସହରର ମୁର୍ଗବାଡି ଗୋଲଇ ନିକଟରେ ଗୁରୁବାର ସାରେ ଏକ ଦୁର୍ଘଟଣାରେ ଜଣେ ମୋଟର ସାଇକେଲ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଦେବାନନ୍ଦ ମହାକୁଡ଼। ତାଙ୍କ ଘର ବେତନଟୀ ଥାନା ଅଧୀନ ଧାନଶୋଳ ଗ୍ରାମରେ। ଏକ…
ମାଣତ୍ରୀ ବୋଇତ ବନ୍ଦାଣ ମହୋତ୍ସବର ୨ୟ ସନ୍ଧ୍ୟା: ‘ବିକାଶ ପାଇଁ ସମୂହ ସହଯୋଗ ଆବଶ୍ୟକ’
ବଡ଼ସାହି,୧୫ା୧୧(ସ୍ବ.ପ୍ର)- ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ମାଣତ୍ରୀଠାରେ ବାବା କଖାରୁଆ ବୈଦ୍ୟନାଥ ଯୁବକ ସଂଘ ଆନୁକୂଲ୍ୟରେ ୩ଦିନିଆ ୯ମ ବାର୍ଷିକ ଜିଲାସ୍ତରୀୟ ବୋଇତ ବନ୍ଦାଣ ମହୋତ୍ସବର ୨ୟ ସନ୍ଧ୍ୟା ବୁଧବାର ଅନୁଷ୍ଠିତ ହୋଇଯାଇଛି ା ଅଞ୍ଚଳର ବିକାଶ ପାଇଁ ସମୂହ ସହଯୋଗ…
Archives


