ମୟୂରଭଞ୍ଜ

ଓଲଟିଲା ବରଯାତ୍ରୀ ଗାଡ଼ିି

ବାରିପଦା ଅଫିସ,୨୮ା୪- ମୟୂରଭଞ୍ଜ ଜିଲା ବାରିପଦା-ଉଦଳା ୧୯ନଂ. ରାଜ୍ୟ ରାଜପଥର ଚାଉଳିଆଶୋଳଠାରେ ଗୁରୁବାର ରାତି ୧୦ଟାରେ ଏକ ବରଯାତ୍ରୀ ଗାଡ଼ି ଓଲଟି ୧୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବାରିପଦାସ୍ଥିତ ପିଆର୍‌ଏମ୍‌ ମେଡିକାଲକୁ…

ଝାଡ଼ଖଣ୍ଡୀ ହାତୀପଲ ନୀଳଗିରି ମୁହାଁ

ବାରିପଦା ଅଫିସ, ୨୮।୪: ପଶ୍ଚିମବଙ୍ଗ ସୀମାନ୍ତ ଦେଇ ଝାଡଖଣ୍ଡରୁ ଏକ ବିଶାଳ ହାତୀପଲ ମଙ୍ଗଳାବାର ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜରେ ପଶିଛନ୍ତି। ଏହି ପଲରେ ୭୦ରୁ ଉର୍ଦ୍ଧ୍ୱ ହାତୀ ଥିବାବେଳେ ବୁଧବାର ତମାମ ବଡ଼ାମପୁର ସଂରକ୍ଷିତ ଜଙ୍ଗଲରେ ଅଟକି ରହିଛନ୍ତି।…

ଲିଜ୍‌ଧାରୀଙ୍କୁ ୧୭ କୋଟିରୁ ଊର୍ଦ୍ଧ୍ୱ ଜରିମାନା

ବାରିପଦା ଅଫିସ,୨୬।୪ ମୟୂରଭଞ୍ଜ ଜିଲା ବୁଢ଼ାବଳଙ୍ଗ ନଦୀରୁ ବେଆଇନ ବାଲି ଉତ୍ତୋଳନ ଓ ପରିବହନକୁ ନେଇ ବଡ଼ସାହି ତହସିଲ ଅଧୀନ ଦୁଇଟି ବାଲି ସଇରାତ ମାମଲାର ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଇଷ୍ଟର୍ଣ୍ଣ ବେଞ୍ଚ କୋଲକାତା ପକ୍ଷରୁ ଶୁଣାଣି କରାଯାଇଛି। ମାମଲାରେ ପ୍ରଦାନ…

ଗୋପବନ୍ଧୁନଗର ବ୍ଲକ: ୭ କେନ୍ଦ୍ରରେ ପରୀକ୍ଷା ଦେବେ ୧୨୯୪ ପରୀକ୍ଷାର୍ଥୀ

କୁଆମରା, ୨୫।୪ (ଡି.ଏନ.ଏ.):  ଆସନ୍ତା ୨୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ମୟୂରଭଞ୍ଜ ଜିଲା ଗୋପବନ୍ଧୁନଗର ବ୍ଲକର ମୋଟ ୭ ପରୀକ୍ଷା କେନ୍ଦ୍ରରେ ୧୨୯୪ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ପରୀକ୍ଷା କେନ୍ଦ୍ର ହୋଇଥିବା ଖୁଣ୍ଟା ହାଇସ୍କୁଲରେ ୩ ବିଦ୍ୟାଳୟର ୨୩୭,…

ଦୁର୍ଘଟଣାରେ ଚାଲିଗଲା ଡାକ୍ତରଙ୍କ ଜୀବନ

ବାରିପଦା ଅଫିସ,୨୩ା୪: ମୟୂରଭଞ୍ଜ ଜିଲାର ସୁନାମଧନ୍ୟ ବରିଷ୍ଠ ବିଶେଷଜ୍ଞ ଡାକ୍ତର ଅଞ୍ଜନ ଷଡଙ୍ଗୀଙ୍କ ରବିବାର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଗୁରୁତର ହୋଇ ପ୍ରଥମେ ବାରିପଦା ପିଆରଏମ ମେଡିକାଲ ଓ ପରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ନେବା…

ଦନ୍ତା ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା

ବିଶୋଇ, ୨୪।୦୪(ଡି.ଏନ.ଏ): ମୟୂରଭଞ୍ଜ ଜିଲାର ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ବିଶୋଇ ବନ୍ୟପ୍ରାଣୀ ବନାଞ୍ଚଳର ସରଗଡା ବନାଞ୍ଚଳ ଅଧିନ କଁଳାପାଟ ସଂରକ୍ଷିତ ଜଙ୍ଗଲ ନିକଟରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତର ମହିଳା ଜଣଙ୍କ ହେଲେ…

ଟ୍ରକ୍‌କୁ ପିଟିଲା କାର୍‌; କଟର୍‌ରେ ଗାଡ଼ିକୁ କାଟି ଡାକ୍ତରଙ୍କୁ ଉଦ୍ଧାର କଲା ପୋଲିସ

ବାରିପଦା ଅଫିସ,୨୪।୪- ମୟୂରଭଞ୍ଜ ଜିଲା ବାରିପଦା ଉପକଣ୍ଠ ୧୮ନଂ ଜାତୀୟ ରାଜପଥ ସଦର ଥାନା ଅଧୀନ ମଞ୍ଚାବନ୍ଧାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ ପଛରେ କାର ପିଟି ହେବାରୁ କାର ଚାଳକ ତଥା ମହିଳା ଓ ପ୍ରସୂତୀ ବରିଷ୍ଠ…

ବାଲିଘାଟ ନିଲାମକୁ ନେଇ ଆଶଙ୍କା

ବାରିପଦା ଅଫିସ,୨୪।୪: ମୟୂରଭଞ୍ଜ ଜିଲାରେ ବାଲି ଖନନକୁ ନେଇ ପ୍ରସ୍ତୁତ କରାଯାଇଥିବା ସର୍ଭେ ରିପୋର୍ଟ(ଡିଏସ୍‌ଆର)କୁ ବେଆଇନ ଦର୍ଶାଇ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲରେ ମାମଲା ରୁଜୁ ହୋଇଛି। ବାରିପଦାର ବିଶିଷ୍ଟ ପରିବେଶବିତ୍‌ ତଥା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ବିବେକାନନ୍ଦ ପଟ୍ଟନାୟକଙ୍କ ଅଭିଯୋଗକୁ ଭିତ୍ତି କରି…

ପୁଣି ଏନ୍‌ଜିଟିରେ ମାମଲା: ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ନିର୍ଦ୍ଦେଶ

ବାରିପଦା ଅଫିସ,୨୪।୪: ମୟୂରଭଞ୍ଜ ଜିଲା ବୁଢ଼ାବଳଙ୍ଗ ନଦୀରୁ ବେଆଇନ ବାଲି ଉତ୍ତୋଳନ ଓ ପରିବହନକୁ ନେଇ ପୁଣି ବିବାଦ ଘେରରୁ ଆସିଛି ଜିଲା ପ୍ରଶାସନ। ମାସକ ପୂର୍ବରୁ ଦୁଇଟି ବାଲି ସଇରାତକୁ ନେଇ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି) ରିପୋର୍ଟ ତଲବ କରିଥିବା ବେଳେ…

ପୁଣି ୯ ସ୍କୁଲ୍‌ ଗାଡ଼ିକୁ ଜରିମାନା

ବାରିପଦା ଅଫିସ,୨୪।୪: ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଘରୋଇ ଶିକ୍ଷାନୁଷ୍ଠାନ ଯାନବାହାନଗୁଡ଼ିକର ଯାଞ୍ଚ ଚାଲିଛି। ଯାଞ୍ଚର ତୃତୀୟ ଦିନରେ ମୟୂରଭଞ୍ଜ ଜିଲାର ୯ଟି ଘରୋଇ ଶିକ୍ଷାନୁଷ୍ଠାନର ଯାନ ଉପରେ ଜରିମାନା କରାଯାଇଛି। ସେଥିମଧ୍ୟରେୁ ୩ଟି ବସ୍‌, ୩ଟି ହାଲୁକା…

ଶିକାରୀଙ୍କ ଗୁଳିରେ ସବୁଜ ବାହିନୀ କର୍ମଚାରୀ ଗୁରୁତର

ବାରିପଦା ଅଫିସ/ଖୁଣ୍ଟା/ଉଦଳା, ୨୪।୪(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଡୁକୁରା ବନ୍ୟପ୍ରାଣୀ ରେଞ୍ଜ ଅଧୀନ ତଥା ଶିମିଳିପାଳ ଅଭୟାରଣ୍ୟର ଭଞ୍ଜବସା ଅଞ୍ଚଳରେ ଗୁରୁବାର ଶିକାରୀଙ୍କ ଗୁଳିରେ ଜଣେ ସବୁଜବାହିନୀ କର୍ମଚାରୀ ଗୁରୁତର ହୋଇଛନ୍ତି। ସେ ହେଲେ ସୁନାରାମ ସିଂ। ବିଭିନ୍ନ ଅଞ୍ଚଳରେ ଜଙ୍ଗଲରେ ନିଅଁା ଲଗାଇ…

ବିନା ଏଷ୍ଟିମେଟରେ ଚାଲିଛି ପକ୍କାଗୃହ ନିର୍ମାଣ

ବାରିପଦା ଅଫିସ,୨୪।୪: ମୟୂରଭଞ୍ଜ ଜିଲା ପୂର୍ତ୍ତବିଭାଗ ଅଧୀନରେ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ମନମୁଖି ଭାବେ ଚାଲିଛି। ବିନା ଏଷ୍ଟିମେଟରେ ଲକ୍ଷ ଲକ୍ଷ ଟଙ୍କାର କାର୍ଯ୍ୟ କରାଯାଉଥିବା ଅଭିଯୋଗ ହୋଇଛି। ନିର୍ମାଣାଧିନ ଏକ ଅଫିସ ଗୃହ କାର୍ଯ୍ୟ ବିନା ଟେଣ୍ଡରରେ କରାଯିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri