କୁଆମରା,୨୫ା୫(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅଧୀନ ଆରପଟା ପଞ୍ଚାୟତ ଧାଇଁଡିଆ ଗ୍ରାମ ଅଙ୍ଗନଓ୍ବାଡି କେନ୍ଦ୍ରକୁ ନେଇ ପୁଣି ବିବାଦ ଦେଖାଦେଇଛି। ଉକ୍ତ ଅଙ୍ଗନଓ୍ବାଡିର କର୍ମୀ ଶାନ୍ତିଲତା ପାଣିଗ୍ରାହୀଙ୍କୁ ଆକ୍ରୋଶମୂଳକ ଭାବେ କେତେକ ବ୍ୟକ୍ତି ହଇରାଣ କରୁଥିବା ଅଭିଯୋଗ ହୋଇଛି। ୬ ବର୍ଷ ତଳେ ଶାନ୍ତିଲତାଙ୍କ କାର୍ଯ୍ୟକୁ ବିରୋଧ କରି ଗ୍ରାମର କେତେକ ବ୍ୟକ୍ତି ଅଙ୍ଗନଓ୍ବାଡିରେ ତାଲା ପକାଇ ଦେଇଥିଲେ। ଏନେଇ ସେହି ଦିନଠାରୁ ବିବାଦ ଲାଗି ରହିଥିଲେ ମଧ୍ୟ ଏହାର ସମାଧାନ ହୋଇପାରି ନାହିଁ। ଫଳରେ ଏହି କେନ୍ଦ୍ର ଅଧୀନରେ ଥିବା ଶିଶୁ ନିକଟସ୍ଥ ଅନ୍ୟ ଏକ ଅଙ୍ଗନଓ୍ବାଡିକୁ ଯାଉଥିଲେ। ତେବେ ଘରଠାରୁ ସେହି ଅଙ୍ଗନଓ୍ବାଡିର ଦୂରତ୍ୱ ଏକ କି.ମି. ହୋଇଥିବାରୁ ଅଭିବାବକମାନେ ୬ବର୍ଷ ଧରି ନାନା ହଇରାଣ ଭୋଗି ଆସୁଥିଲେ। ଏନେଇ ଜିଲାପାଳ, ଉପ ଜିଲାପାଳ ଏବଂ ବିଡିଓଙ୍କ ନିକଟରେ ଏକାଧିକ ଥର ଅଭିଯୋଗ ହୋଇଥିଲେ ମଧ୍ୟ ସମାଧାନର ରାସ୍ତା ବାହାରି ପାରି ନ ଥିଲା। ତେବେ ସିଡିପିଓ ସୁଜାତା ମହାପାତ୍ରଙ୍କ ପ୍ରଚେଷ୍ଟାରେ ଦୀର୍ଘ ୬ବର୍ଷ ପରେ ଚଳିତ ମାସ ୧୮ ତାରିଖରେ ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲିଥିଲା। ସୋମବାର ସକାଳେ ୩ ଶିଶୁ ଅଙ୍ଗନଓ୍ବାଡିରେ ପହଞ୍ଚିଥିବା ବେଳେ ଜଣେ ଶିଶୁ ପୋଖରୀ ମଧ୍ୟକୁ ଖେଳିବା ପାଇଁ ପଶି ଯାଇଥିଲା। ଏ ନେଇ ଉତ୍ତେଜନା ଦେଖା ଦେଇଥିଲା। କର୍ମୀଙ୍କ ଦାୟିତ୍ୱହୀନତା ଯୋଗୁ ଏପରି ଘଟିଲା ବୋଲି ଅଭିଯୋଗ କରି ଅସନ୍ତୁଷ୍ଟ ଗୋଷ୍ଠୀର କେତେକ ବ୍ୟକ୍ତି ଅଙ୍ଗନଓ୍ବାଡିରେ ତାଲା ପକାଇ ଦେଇଥିଲେ। ଖବରପାଇ ଫାଣ୍ଡି ଅଧିକାରୀ ବି.ବି. ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିଥିଲେ ମଧ୍ୟ ସମାଧାନର ରାସ୍ତା ବାହାରି ନ ଥିଲା। ଏହି ଘଟଣା ପରେ ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲିବା ନେଇ ଅନିଶ୍ଚିତତା ଦେଖାଦେଇଛି।
ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ
ମୋରଡ଼ା/ରାସଗୋବିନ୍ଦପୁର,୧୧ା୧୧(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଞ୍ଚଳର ଜୈନିକ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ…
ଶିମିଳିପାଳ ପାଦଦେଶରେ ବାଘ ଆତଙ୍କ: ୪ ଛେଳିଙ୍କୁ ମାରି ଖାଇଲା
ବାରିପଦା,୧୦ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ):ଶିମିଳିପାଳ ଅଭୟାରଣ୍ୟ ସଂଲଗ୍ନ ଅଞ୍ଚଳରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ମୟୂରଭଞ୍ଜ ଜିଲା ଯଶିପୁର ଅଞ୍ଚଳର ତିଳବାଡ଼ି ଗ୍ରାମ ନିକଟରେ ରବିବାର ଅପରାହ୍ନରେ ଏକ…
ଜଗା ଦର୍ଶନ ପାଇଁ ଯାଇଥିଲେ: ଘରେ ବୁଲିଲା କଳାକନା
ବୈଶିଙ୍ଗା,୯।୧୧(ରତନ ଦାଶ); ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବଙ୍ଗାଳିଡାହି ଗ୍ରାମର ମହେନ୍ଦ୍ର ନାଥ ମହାନ୍ତ ତାଙ୍କ ସ୍ତ୍ରୀ ଓ ଦୁଇ ପୁଅ ଝିଅ ସହିତ ଶୁକ୍ରବାର…
ବିଲରେ ବିଛାଯାଇଥିବା ବିଦ୍ୟୁତ୍ ତାର ଲାଗି ଚାଲିଗଲା ଦନ୍ତାହାତୀର ଜୀବନ !
ବାରିପଦା,୯ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ହାତୀ ମୃତ୍ୟୁ ଘଟଣା ଥମିବାର ନାଁ ଧରୁନାହିଁ। ବାରିପଦା ବନଖଣ୍ଡ ଅଧୀନ ଡୁକୁରା ସେକ୍ସନର କାରାମଘୁଟୁ ଅଞ୍ଚଳରେ ଏକ ଦନ୍ତାହାତୀର…

