ମାଲକାନଗିରିରେ ଡିଜିପି: ମାଓବାଦୀ ଦମନ ନେଇ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ
ମାଲକାନଗିରି,୧୩।୧୦(ଡି.ଏନ୍.ଏ.): ଡିଜିପି ଅଭୟ ବୁଧବାର ମାଲକାନଗିରି ଜିଲା ଗସ୍ତରେ ଯାଇଛନ୍ତି। ତାଙ୍କ ସହ ଇଣ୍ଟେଲିଜେନ୍ସ ଡାଇରେକ୍ଟର ଲଳିତ ଦାସ, ଇଣ୍ଟେଲିଜେନ୍ସ ଆଇଜି ଅମିତାଭ ଠାକୁର ଏସ୍ଆଇଡବ୍ଲ୍ୟୁ ଡିଆଇଜି ଅନିରୁଦ୍ଧ ସିଂ ଏବଂ ଦକ୍ଷିଣାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ମଧ୍ୟ ପହଞ୍ଚିଛନ୍ତି। ତେବେ…
୩ ମାଓବାଦୀ ନିହତ
ମାଲକାନଗିରି,୧୩।୧୦ (ଡି.ଏନ.ଏ.): ମାଲକାନଗିରି ଜିଲାର ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ମଙ୍ଗଳବାର ଗୁଳି ବିନିମୟ ହୋଇଛି। ଏଥିରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ଜଣେ…
ପୋଲିସ ଗୁଳିରେ ୩ ମାଓବାଦୀ ନିହତ
ମାଲକାନଗିରି,୧୨।୧୦(ଡି.ଏନ୍.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ତୁଳସୀ ପାହାଡ଼ରେ ପୋଲିସ ଓ ମାଓବାଦୀ ମଧ୍ୟରେ ମଙ୍ଗଳବାର ଗୁଳି ବିନିମୟ ହୋଇଛି। ଏଥିରେ ୩ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ତୁଳସୀ ପାହାଡ଼ ଜଙ୍ଗଲରେ ଏକ ମାଓବାଦୀ ଶିବିର ଥିବା…
ସାନଙ୍କୁ ବଞ୍ଚାଇବାକୁ ଯାଉଥିଲେ, ଶେଷରେ ବୁଡ଼ିଗଲେ ୨ ଭଉଣୀ
ମାଲକାନଗିରି,୯ା୧୦(ଡି.ଏନ୍.ଏ.): ମାଲକାନଗିରି ଆଦର୍ଶ ଥାନା ଅଧୀନ ହୁଡୁପା ପଞ୍ଚାୟତ ମଙ୍ଗ ଗ୍ରାମରେ ଶନିବାର ଘଟିଛି ଅଘଟଣ। ସାନଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁଥିଲେ ବଡ଼ ଭଉଣୀ। ଶେଷରେ ୨ ଭଉଣୀ ପାଣିରେ ବୁଡ଼ି ଜୀବନ ହରାଇଛନ୍ତି। ମିଳିଥିବା ସୂଚନା ମୁତାବକ, ମଙ୍ଗ ଗ୍ରାମର…
ନକଲି ବନ୍ଧୁକ ଧରି ଚୋରି କରିବାକୁ ଆସିଥିଲେ ଦୁର୍ବୃତ୍ତ, ନିର୍ଧୂମ ଛେଚିଲେ ଗ୍ରାମବାସୀ
ମାଲକାନଗିରି,୭ା୧୦(ଡି.ଏନ୍.ଏ.): ମାଲକାନଗିରି ଜିଲାର ପଦ୍ମଗିରି ପଞ୍ଚାୟତରେ ବୁଧବାର ବିଳମ୍ବିତ ରାତିରେ ସୀମାନ୍ତ ଛତିଶଗଡ଼ ରାଜ୍ୟର କିଛି ଚୋର ଗାଁକୁ ଚୋରି କରିବା ଉଦ୍ଦେଶ୍ୟରେ ପଶି ଆସିଥିଲେ। ଚୋରମାନେ ପଦ୍ମଗିରି ଗ୍ରାମରେ ପଶି ଚୋରି କରିବାକୁ ଯାଉଥିବା ବେଳେ ଗ୍ରାମର କିଛି ଲୋକ…
ବ୍ୟାଙ୍କ କଲୋନୀରୁ ୮ ଫୁଟର ଅଜଗର ଉଦ୍ଧାର
ଚିତ୍ରକୋଣ୍ଡା,୨।୧୦(ଡି.ଏନ୍.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଅନ୍ତର୍ଗତ ବ୍ୟାଙ୍କ କଲୋନୀରୁ ଏକ ଆଠ ଫୁଟର ଅଜଗର ସାପ ଉଦ୍ଧାର କରାଯାଇଛି। ସାପଟି କଲୋନୀର ରବୀ ପତଙ୍ଗ ବାଡ଼ିରେ ବୁଲୁଥିବା ବେଳେ ଏହାକୁ ଦେଖି ସେ ସ୍ନେକ୍ ହେଲ୍ପଲାଇନ୍ଙ୍କୁ ଜଣାଇ ଥିଲେ। ପରେ ସେମାନେ…
ଆଇଡି ବିସ୍ଫୋରଣରେ ୨ ଯବାନ ଗୁରୁତର
ମାଲକାନଗିରି,୩୦।୯(ଡି.ଏନ୍.ଏ.): କିଛି ଦିନର ନିରବତା ପରେ ପୁଣି ମାଓବାଦୀମାନେ ମାଲକାନଗିରି ସାମାନ୍ତରେ ହିଂସାକାଣ୍ଡ ଘଟାଇଛନ୍ତି। ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ୨ ଯବାନ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆହତ ୨ ଯବାନ ବାଲ କିଶନ ଓ ସୋନିଦୁଲ ଇସଲାମ…
‘ମାଓବାଦୀ ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ’
ମାଲକାନଗିରି/ଖଇରପୁଟ, ୩୦।୯(ଡି.ଏନ୍.ଏ.): ବଣ୍ଡାଘାଟି ଅଞ୍ଚଳର ବିକାଶକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ମାଓବାଦୀମାନେ ବିକାଶରେ ବାଧକ ନ ସାଜି ସମାଜର ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ। ବିଏସ୍ଏଫ୍ ମାଲକାନଗିରି ଜିଲା ତଥା ବଣ୍ଡାଘାଟି ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ସର୍ବଦା ସଜାଗ ରହିଛି। ମାଲକାନଗିରି…
ସ୍ବାମୀ, ସ୍ତ୍ରୀଙ୍କୁ କାଟି ଫିଙ୍ଗି ଦେଲେ
କାଲିମେଳା,୨୪ା୯(ଡି.ଏନ.ଏ.): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଏମ୍ଭି-୬୯ ଗ୍ରାମ ପଛପଟେ ଥିବା ଏକ ଚାଷଜମିରୁ ଶୁକ୍ରବାର ଦମ୍ପତିଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଉଭୟେ ନିଜ ଜମି ନିକଟରେ କରିଥିବା କୁଡ଼ିଆରେ ରହୁଥିଲେ। ତାଙ୍କୁ ହତ୍ୟାକରି ଚାଷଜମିକୁ ଫିଙ୍ଗା ଯାଇଥିବା…
ହନ୍ତାଳଗୁଡ଼ା ଘାଟିରେ ଓଲଟିଲା ପିକ୍ଅପ: ୪ ଗୁରୁତର ୧୧ ଆହତ
ଚିତ୍ରକୋଣ୍ଡା,୨୪।୯(ଡି.ଏନ୍.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ହନ୍ତାଳଗୁଡ଼ା ଘାଟିରେ ଶୁକ୍ରବାର ଏକ ପିକ୍ଅପ୍ ଓଲଟି ପଡ଼ିଛି। ଏଥିରେ ୪ ଜଣ ଗୁରୁତର ହୋଇଥିବା ବେଳେ ୧୧ ଆହତ ଅଛନ୍ତି। ଯୋଡ଼ାମ୍ବ ଗ୍ରାମର ୧୫ ଜଣ ଏକ ପିକ୍ଅପରେ ଲାମ୍ବାସିଙ୍ଗ ଗ୍ରାମକୁ…
ଛତ୍ରଭଙ୍ଗ ଦେଲେ ମାଓବାଦୀ: ମିଳିଲା ୩୦୩ ଅଫୁଟା ଗୁଳି
ମାଲକାନଗିରି,୨୩ା୯(ଡି.ଏନ୍.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ତୁଳସୀ ପାହାଡ଼ରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ପୋଲିସକୁ ସଫଳତା ମିଳିଛି। ଗତ ୨୦ ତାରିଖରେ ଏହି ଗୁଳି ବିନିମୟ ହୋଇଥିଲା। ପରେ ତଲାସୀ ବେଳେ ବହୁ ପରିମାଣର ମାଓବାଦୀ ସାମଗ୍ରୀ ଜବତ…
ମୋଟୁ ଥାନା ଆଇଆଇସି ଗିରଫ
ମାଲକାନଗିରି,୨୩ା୯(ଡି.ଏନ୍.ଏ.): ମାଲକାନଗିରି ଜିଲା ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁ ଗିରଫ ହୋଇଛନ୍ତି। ତାଙ୍କୁ ଗିରଫ କରାଯାଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ନିଜ ଟୁଇଟର ପେଜ୍ରେ ଭିଜିଲାନ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତକାଲି ସୁଶାନ୍ତଙ୍କ ଠାରୁ ୨…
Archives


