ମାଲକାନଗିରିରେ ଡିଜିପି: ମାଓବାଦୀ ଦମନ ନେଇ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ

ମାଲକାନଗିରି,୧୩।୧୦(ଡି.ଏନ୍‌.ଏ.): ଡିଜିପି ଅଭୟ ବୁଧବାର ମାଲକାନଗିରି ଜିଲା ଗସ୍ତରେ ଯାଇଛନ୍ତି। ତାଙ୍କ ସହ ଇଣ୍ଟେଲିଜେନ୍ସ ଡାଇରେକ୍ଟର ଲଳିତ ଦାସ, ଇଣ୍ଟେଲିଜେନ୍ସ ଆଇଜି ଅମିତାଭ ଠାକୁର ଏସ୍‌ଆଇଡବ୍ଲ୍ୟୁ ଡିଆଇଜି ଅନିରୁଦ୍ଧ ସିଂ ଏବଂ ଦକ୍ଷିଣାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ମଧ୍ୟ ପହଞ୍ଚିଛନ୍ତି। ତେବେ ଶୁକ୍ରବାର ଜିଲା ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ରେ ପୋଲିସ-ମାଓବାଦୀ ଗୁଳିବିନିମୟ ହୋଇଥିଲା। ପୋଲିସର ଏନ୍‌କାଉଣ୍ଟରରେ ତିନି ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ଦୁଇ ପୁରୁଷ ଏବଂ ଜଣେ ମହିଳା ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମାଓବାଦୀମାନେ ହେଲେ ଏରିଆ କମିଟି ସେକ୍ରେଟାରି ଅନିଲ ଅଲିୟାସ ଓରଫ(ମୁକା) ସୋଡି। ତାଙ୍କ ନାମରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଅନ୍ୟଜଣେ ଏରିଆ କମିଟି ମେମ୍ବର ସୋନି ତାଙ୍କ ନାମରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ଆଉ ଜଣେ ହେଉଛନ୍ତି ଚିନା ରାଓ ଯାହାଙ୍କ ନାମରେ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ମୋଟ ଏହି ମାଓବାଦୀଙ୍କ ନାମରେ ୧୦ ଲକ୍ଷ ଟଙ୍କାର ଇନାମ ଘୋଷଣା କରା ଯାଇଥିଲା। ଘଟଣାସ୍ଥଳରୁ ପୋଲିସ ଏସ୍‌ଏଲ୍‌ଆର କାରବାଇନ ଭଳି ଦୁଇଟି ବନ୍ଧୁକ , ଔଷଧ, ବ୍ୟବହୃତ ପୋଷାକ, ପୁସ୍ତିକା, ବିସ୍ଫୋରକ ସହ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ କରିଛି। ବର୍ତ୍ତମାନ ମଧ୍ୟ ସେହି ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଚାଲିଥିବା ପୋଲିସ ଡିଜି କହିଛନ୍ତି। ଯେଉଁ ମାଓବାଦୀମାନେ ବର୍ତ୍ତମାନ ମଧ୍ୟ ହିଂସାରେ ସାମିଲ ଅଛନ୍ତି ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଅନୁରୋଧ କରିଛନ୍ତି । ଏଥି ସହ ଡିଜିପି ମାଲକାନଗିରିରେ ପହଞ୍ଚି ପ୍ରଥମେ ଅପରେଶନରେ ଯାଇଥିବା ଏସ୍‌ଓଜି ଏବଂ ଡିଭିଏଫ୍‌ ଜବାନଙ୍କ ସହ ଆଲୋଚନା କରି ସେମାନଙ୍କୁ ପ୍ରଶଂସା କରିଥିଲେ। ପରେ ମାଲକାନଗିରି ଏସ୍‌ପି ଏବଂ ବିଏସ୍‌ଏଫ ଅନ୍ୟ ପୋଲିସ ଅଧିକାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଏଥିରେ ମାଓବାଦୀ ଦମନ ଲାଗି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ନେଇ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରୁ ଅଟକିଲା ବୈଠକ, ଦରମା ବନ୍ଦ ନିର୍ଦ୍ଦେଶ

ବରଗଡ଼ ଅଫିସ୍‌,୧୫।୭: ବରଗଡ଼ ଜିଲାପାଳ ଅଫିସ ସମ୍ମିଳନୀ କକ୍ଷରେ ଶୁକ୍ରବାର ସନ୍ଧ୍ୟା ୫ଟାରେ ଖରିଫ୍‌-୨୦୨୨ ପାଇଁ ଜିଲା କୃଷି ନିର୍ଦ୍ଧାରଣ ବୈଠକରେ ଜିଲାପାଳ ମୋନିଷା ବାନାର୍ଜୀ...

ପ୍ରଥମେ ଲିଜ୍‌, ପରେ ହତ୍ୟା ଧମକ: ରିସୋର୍ଟ ମାଲିକ ଗିରଫ

ଦାରିଙ୍ଗବାଡ଼ି,୯।୧୧(ଡି.ଏନ.ଏ)- ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଏକ ରିସୋର୍ଟକୁ ପ୍ରଥମେ ଲିଜ୍‌ ସୂତ୍ରରେ ପ୍ରଦାନ ଏବଂ ପରେ ଲିଜ୍‌ଧାରୀଙ୍କ ସହ ଗଣ୍ଡଗୋଳ ଓ ହତ୍ୟା ଧମକ ଦେବା...

ଭୋଗଖାଇ ଝାଡ଼ାବାନ୍ତି

ଜଳେଶ୍ୱର,୨୮।୬: ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ଗୋପୀମୋହନପୁର ପଞ୍ଚାୟତର ବାସୁଳିଆଗାଁରେ ଠାକୁରଙ୍କ ଭୋଗଖାଇ ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କୁ ଚିକିତ୍ସା...

ଓଭରଟେକ୍‌ ବେଳେ ଟ୍ରକକୁ ଧକ୍କା ଦେଲା କାର

ଭଦ୍ରକ ଅଫିସ, ୨୦।୧୧: ଓଭରଟେକ୍‌ କରିବା ବେଳେ ଟ୍ରକକୁ କାର ଧକ୍କା ଦେବାରୁ ଜଣେ ମହିଳା ଓ ଶିଶୁ ସମେତ ୫ ଗୁରୁତର ହୋଇଛନ୍ତି ।...

ବିଲରେ ବିଦେଶାଗତ ପକ୍ଷୀ

ନିରାକାରପୁର,୧୧ା୧୧(ଡି.ଏନ୍‌.ଏ.): ଶୀତର ପ୍ରକୋପ ବଢ଼ିଥିବା ବେଳେ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ମଧ୍ୟ ଆଗମନ ବଢ଼ିଛି। ଖାଦ୍ୟ ଅନ୍ବେଷଣରେ ପକ୍ଷୀମାନେ ଖୋର୍ଦ୍ଧା ଜିଲା ଡିଆ ଏବଂ ଏହାର...

ଆନ୍ତଃରାଜ୍ୟ ହକି ଟୁର୍ନାମେଣ୍ଟ ଜିତିଲା ସୁନ୍ଦରଗଡ

ଉଲୁଣ୍ଡା, ୮ା୧(ଡି.ଏନ.ଏ.) – ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଏସ.ପତ୍ରାପାଲି ପଞ୍ଚାୟତର ଗିନ୍ଦିଲ୍ଲାମାଲଠାରେ ଉଲୁଣ୍ଡା ଯୁବ ମହାସଂଘ ଏବଂ ଆଦିବାସୀ ବିକାଶ କ୍ଲବ ମିଳିତ ଆନୁକୂଲ୍ୟରେ...

ଦେବଗଡ଼ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ

ଦେବଗଡ଼, ୧୭।୧୦(ଡି.ଏନ୍‌.ଏ.): ସହର ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ରାସ୍ତା ଶୋଚନୀୟ ହୋଇପଡ଼ିଛି। ଫଳରେ ଏହି ରାସ୍ତାରେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଯାହାକୁ...

ଚମକିଲେ ନିଆରା ହୀରା

ପୁରୀ ଅଫିସ,୧।୩:ବାପା ଦିନମଜୁରିଆ। ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘରଟିଏ ନାହିଁ। ଫନୀ ମହାବାତ୍ୟା ପରଠାରୁ ପଲିଥିନ ତଳେ ବିତିଛି ଜୀବନ। ହେଲେ ରାଜନୀତି ପ୍ରତି ଥିବା...

Advertisement
Archives

Model This Week