ସ୍ବାଭିମାନ ଅଞ୍ଚଳରେ ଆରମ୍ଭ ହେଲା ବୋଟ୍ ଆମ୍ବୁଲାନ୍ସ ସେବା
ଚିତ୍ରକୋଣ୍ଡା,୨୬ା୧(ଡି.ଏନ୍.ଏ.): ୭୩ତମ ସାଧାରଣତନ୍ତ୍ର ଦିବସ ଅବସରରେ ଗୁରୁପ୍ରିୟା ସେତୁଠାରେ ବିଏସ୍ଏଫ୍ ଡିଆଇଜି ସଞ୍ଜୟ କୁମାର ସିଂ, ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରା, ବିଡିଓ ରାହୁଲ ମଣ୍ଡଳ ତଥା ଓଡ଼ିଶା ପୋଲିସ ପ୍ରଶାସନ ଉପସ୍ଥିତିରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ଏହି…
ସ୍ବାଭିମାନ ଅଞ୍ଚଳରେ ସାଧାରଣତନ୍ତ୍ର ଦିବସ
ଚିତ୍ରକୋଣ୍ଡା,୨୬ା୧(ଡି.ଏନ୍.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଯୋଡ଼ାମ୍ବ ଥାନାରେ ପାଳିତ ହୋଇଛି ୭୩ତମ ସାଧାରଣତନ୍ତ୍ର ଦିବସ। ଓଡିଶା ପୋଲିସ ଓ ସୀମା ସୁରକ୍ଷା ବାହିନୀ ମିଳିତ ଆନୁକୂଲ୍ୟରେ ଯୋଡ଼ାମ୍ବ ଥାନାଧିକାରୀ ଅନିଲ କୁମାର ପରିଡ଼ାଙ୍କ ନେତୃତ୍ୱରେ ପାଳନ କରାଯାଇଛି l…
ଭାରରେ ୧୨କି.ମି. ବୋହି ଆଣିବା ପରେ ମିଳିଲା ସ୍ବାସ୍ଥ୍ୟସେବା
ମାଲକାନଗିରି, ୨୬।୧ (ଡି.ଏନ.ଏ.) – ରାଜ୍ୟ ଓ କେନ୍ଦ୍ର ସରକାର ଜନସାଧାରଣଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ବହୁ ଅର୍ଥ ବ୍ୟୟ କରୁଛନ୍ତି। ମାତ୍ର ବାସ୍ତବତା ଏହାଠାରୁ ବହୁଦୂରରେ। କେଉଁଠି ଡାକ୍ତରଖାନାରେ ଚିକିତ୍ସା ଅଭାବରୁ ରୋଗୀଙ୍କ ମୃତ୍ୟୁ ହେଉଛି ତ କେଉଁଠି ରାସ୍ତା…
ପୋଷ୍ଟର ବ୍ୟାନର, ପଦଯାତ୍ରା, ଶୋଭାଯାତ୍ରାକୁ ମନା
ମାଲକାନଗିରି, ୨୬।୧ (ଡି.ଏନ.ଏ.) – ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଅବାଧ, ନିରପେକ୍ଷ ଏବଂ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ନେଇ ମଙ୍ଗଳବାର ଏକ ବୈଠକ ଜିଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।…
ଭାଜପାର ଜିଲା ପରିଷଦ ପ୍ରାର୍ଥୀ ନିଖୋଜ
କାଲିମେଳା,୨୫।୧(ଡି.ଏନ୍.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ୍ ଅଞ୍ଚଳରୁ ଜିଲା ପରିଷଦ ଜୋନ-୨ର ଭାଜପା ପ୍ରାର୍ଥୀ ନିଖୋଜ ହୋଇଯାଇଥିବା ଜଣାପଡିଛି। ଏହି ଘଟଣା ଏବେ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ରବିବାର ପର୍ଯ୍ୟନ୍ତ ସବୁ ଠିକ୍ ଥିବା ବେଳେ ସୋମବାର ସକାଳୁ ଜିଲା…
ହୋର୍ଡିଙ୍ଗକୁ ନେଇ ଉତ୍ତେଜନା
କୋରୁକୋଣ୍ଡା,୨୪।୧(ଡି.ଏନ୍.ଏ.): ରାଜ୍ୟରେ ତ୍ରିସ୍ତରୀୟ ନିର୍ବାଚନ ତାରିଖ ଘୋଷଣା ହେବା କ୍ଷଣି ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଏହା ପରେ ନିର୍ବାଚନକୁ ମୁକ୍ତ , ଅବାଧ ଓ ନିରପେକ୍ଷ କରିବା ପାଇଁ ବିଭିନ୍ନ ସ୍ଥାନରେ ରାଜନୈତିକ ଦଳଗୁଡିକ ପକ୍ଷରୁ ଲାଗିଥିବା…
ମାଲକାନଗିରି: ୨୭୧୮ରୁ ୧୧୪ ପ୍ରାର୍ଥିପତ୍ର ନାକଚ
ମାଲକାନଗିରି,୨୪।୧ (ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଯାଞ୍ଚ ପରେ ରବିବାର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଜିଲାରେ ସରପଞ୍ଚ, ସମିତିସଭ୍ୟ, ଓ୍ବାର୍ଡମେମ୍ବର ଓ ଜିଲା ପରିଷଦ ପାଇଁ ମୋଟ ୨୭୧୮ ଜଣ ପ୍ରାର୍ଥୀ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା…
ଗୋଟିଏ ଆସନରେ ବିଧାୟକଙ୍କ ପରିବାରରୁ ୩ ପ୍ରାର୍ଥୀ
ମାଲକାନଗିରି, ୨୪।୧ (ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରବିବାର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ତେବେ ମାଲକାନଗିରି ଜିଲା ମାଥିଲି ବ୍ଲକ୍ ନାୟକଗୁଡ଼ା ପଞ୍ଚାୟତର ସମିତିସଭ୍ୟ ଆସନ ପାଇଁ ଚିତ୍ରକୋଣ୍ଡା ବିଧାୟକଙ୍କ ପରିବାରରୁ ୩ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ…
ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ଟେଣ୍ଡର ଖୋଲିଲେ ବିଡିଓ
ମାଲକାନଗିରି, ୨୪।୧ (ଡି.ଏନ.ଏ.) ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକରେ ରବିବାର ରୂପାନ୍ତରିତ ବିଦ୍ୟାଳୟର ସାମଗ୍ରୀ କ୍ରୟ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ପୂର୍ବରୁ କରାଯାଇଥିଲ। ଏବେ ଏହି ଟେଣ୍ଡର ଖୋଲିବା ନେଇ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି। ଖବରରୁ…
ଜଙ୍ଗଲରୁ ପୋଡ଼ି ଯାଇଥିବା କାର୍ ଠାବ
କାଲିମେଳା/ଏମ୍ଭି-୭୯, ୨୩|୧(ଡି.ଏନ.ଏ.) ମାଲକାନଗିରି ଜିଲା କାଲିମେଳା ବ୍ଲକ ତଥା ଏମଭି- ୭୯ ଥାନା ଅନ୍ତର୍ଗତ ତେଳରାଇ ପଞ୍ଚାୟତର ଏମ୍ଭି-୧୨୬ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗୋଟିଏ ପୋଡ଼ିଯାଇଥିବା କାର୍ ପଡ଼ିରହିଥିବା ଦେଖିବାକୁ ମିଳିଛି l ୩୨୬ ଜାତୀୟ ରାଜପଥଠାରୁ ପ୍ରାୟ ୩୦ ମିଟର ଦୂର…
ପୋଲିସ ଇନ୍ଫର୍ମର ସନ୍ଦେହରେ ହତ୍ୟା କଲେ ମାଓବାଦୀ
ମାଲକାନଗିରି,୨୨।୧(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି। ପୋଲିସ ଇନ୍ଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କରାଯାଇଛି। ଛତିଶଗଡ଼ ବିଜାପୁର ଜିଲା ଗାଙ୍ଗାଲୁର ଅଞ୍ଚଳରେ ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଗୁଇନ୍ଦା କର୍ମଚାରୀଙ୍କୁ ମାଓବାଦୀ ହତ୍ୟା…
ମାଓବାଦୀଙ୍କ ବର୍ବର କାଣ୍ଡ: ଜାଳିଦେଲେ ଗାଡ଼ି
ମାଲକାନଗିରି,୨୨।୧(ଡି.ଏନ୍.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି । ରାସ୍ତା ନିର୍ମାଣ ପାଇଁ ନିୟୋଜିତ ଥିବା ଗାଡ଼ିିକୁ ମାଓବାଦୀ ଜାଳି ଦେଇଛନ୍ତି। ଛତିଶଗଡ଼ ବିଜାପୁର ଜିଲା ଅନ୍ତର୍ଗତ ଭାମରାଗଡ଼ ତହସିଲ ଅନ୍ତର୍ଭୁକ୍ତ ଧୋନ୍ଦ୍ରାଜରୁ କଭାଣ୍ଡେ ପର୍ଯ୍ୟନ୍ତ…
Archives


