ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ଟେଣ୍ଡର ଖୋଲିଲେ ବିଡିଓ

ମାଲକାନଗିରି, ୨୪।୧ (ଡି.ଏନ.ଏ.) ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକରେ ରବିବାର ରୂପାନ୍ତରିତ ବିଦ୍ୟାଳୟର ସାମଗ୍ରୀ କ୍ରୟ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ପୂର୍ବରୁ କରାଯାଇଥିଲ। ଏବେ ଏହି ଟେଣ୍ଡର ଖୋଲିବା ନେଇ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି। ଖବରରୁ ଜଣାପଡିଛି ଚିଠିସଂଖ୍ୟା ୫୫ ଅନୁଯାୟୀ ୧୦ା୧ା୨୦୨୨ରେ ଏନେଇ ବ୍ଲକ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲ। ନିଜେ ବିଡିଓ ଏହି ବିଜ୍ଞପ୍ତି ଦେଇଥିବା ବେଳେ ଏଥିରେ ୨୨ା୧୨୦୨୨ରେ ଟେଣ୍ଡର ଖୋଲାଯିବା ନେଇ ଉଲ୍ଲେଖ ଥିଲା। କୋରୁକୋଣ୍ଡା ବ୍ଲକର ରୂପାନ୍ତରିତ ବିଦ୍ୟାଳୟଗୁଡିକରେ କମ୍ପ୍ୟୁଟର, ପରୀକ୍ଷାଗାର ସାମଗ୍ରୀ, ଟେବୁଲ, ଚୌକି, ପାଠାଗାର ନିମନ୍ତେ ଟେବୁଲ ଚୌକି, ବିଦ୍ୟାଳୟ ଶ୍ରେଣୀ ଗୃହ ନିମନ୍ତେ ଅତ୍ୟାଧୁନିକ ଡେସ୍କ, ବେଞ୍ଚ ଆଦି ପ୍ରାୟ ୩କୋଟିରୁ ଉଦ୍ଧର୍‌ବ ହେବ ଟଙ୍କାର ସାମଗ୍ରୀ କ୍ରୟ କରାଯିବାକୁ ଆକଳନ କରାଯାଇଥିଲା। ତେବେ ସରକାରଙ୍କ ନିର୍ବାଚନ ଆଚରଣ ବିଧି ଅନୁଯାୟୀ କୌଣସି ନିର୍ବାଚନ ବେଳେ ଲାଗୁ ହୋଇଥିବା ଆଚରଣ ବିଧି ଉଲ୍ଲଂଘନ କରି କୌଣସି ସାମଗ୍ରୀ କ୍ରୟ ନ କରିବାକୁ ବାରଣ କରାଯାଇଛି। ନିର୍ବାଚନ ଆଚରଣ ବିଧି ଲାଗୁ ପୂର୍ବରୁ ଟେଣ୍ଡର ହୋଇଥିଲେ ମଧ୍ୟ ନିର୍ବାଚନ ପରେ ଏହି ଟେଣ୍ଡର ପ୍ରକ୍ରିୟା କାର୍ଯ୍ୟକାରୀ କରିବାକୁ ନିୟମ ରହିଛି। ତେବେ ବ୍ଲକ କର୍ତ୍ତପକ୍ଷ ଏହି ଟେଣ୍ଡରକୁ କିପରି ଖୋଲିଲେ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ଖୋଲାଖୋଲି ଭାବେ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ହୋଇଛି। ଏନେଇ କୋରୁକୋଣ୍ଡା ବିଡିଓ ଅଂଶୁମାନ ମହାପାତ୍ରଙ୍କୁ ପଚାରିବାରୁ ସେ କହିଲେ ଯେ, ନିର୍ବାଚନ ଆଚରଣ ବିଧି ଲାଗୁ ପୂର୍ବରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ରବିବାର ଟେଣ୍ଡର ଖୋଲିବା ନିମନ୍ତେ ବିଭିନ୍ନ ବିଭାଗ ଓ ପ୍ରଶାସନର ଅନୁମତି ନେଇ ଖୋଲ ମୁଁ ଟେଣ୍ଡର ପ୍ରକ୍ରିୟାକୁ ଖୋଲିଛି। ଯଦି ଆଚରଣବିଧି ଉଲ୍ଲଂଘନ ହୋଇଥିବା ପ୍ରମାଣିତ ହୁଏ ତେବେ ଏହି ଟେଣ୍ଡର ପ୍ରକ୍ରିୟାକୁ ବାତିଲ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?