ମାଲକାନଗିରି

ପୋଲିସ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ଦୁଇ ମାଓବାଦୀ ନିହତ

ମାଲକାନଗିରି,୨୦।୯(ଦୁର୍ଯ୍ୟଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଦାନ୍ତଓ୍ବୋଡା ଜିଲା ଅରନପୁର ଥାନା ଅଞ୍ଚଳରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ମାଓବାଦୀ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ସୂଚନା ମୁତାବକ ଦର୍ଭା ଡିଭିଜନର ମାଓବାଦୀମାନେ ଜଙ୍ଗଲରେ ଉପସ୍ଥିତ…

ସୀମାନ୍ତରେ ଆଇଡି ବିସ୍ଫୋରଣ, ଜଣେ ଯବାନ ଆହତ

ମାଲକାନଗିରି,୨୦।୯(ଦୁର୍ଯ୍ୟଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତଓ୍ବେଡା ଜିଲା ଅରନପୁର ଥାନା ଅଞ୍ଚଳରେ ଯବାନମାନେ ଶର୍ଚ୍ଚ ଅପରେଶନ କରୁଥିବା ସମୟରେ ଆଇଡି ବିସ୍ଫୋରଣ ହୋଇ ଜଣେ ଯବାନ ଆହତ ହୋଇଛନ୍ତି। ସୂଚନା ମୁତାବକ ଅରନପୁର ଥାନା ଅଞ୍ଚଳରେ ୨୩୧ ବଟାଲିୟନ…

ଗୋଡ଼ାଇ ଗୋଡ଼ାଇ ଗଞ୍ଜେଇ ଧରିଲା ପୋଲିସ

ଚିତ୍ରକୋଣ୍ଡା,୧୭।୯: ଫିଲ୍ମ ଷ୍ଟାଇଲରେ ଗାଡ଼ିକୁ ଗୋଡ଼ାଇ ଗୋଡ଼ାଇ ଗଞ୍ଜେଇ ଜବତ କରିଛି ଚିତ୍ରକୋଣ୍ଡା ପୋଲିସ। ଚିତ୍ରକୋଣ୍ଡା ଥାନା ଅଧିକାରୀ ମୁକୁନ୍ଦ ମେଲେକାଙ୍କ ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ ଆନ୍ଧ୍ର-ଓଡ଼ିଶା ସୀମାରେ ଓଡ଼ିଶା ପୋଲିସ ପାଟ୍ରୋଲିଂ କରୁଥିଲା। ସେତିକିବେଳେ ଏକ ପିକ୍‌ଅପ୍‌…

ପିଇଓଙ୍କ କ୍ୱାର୍ଟର୍ସ ପାଲଟିଛି କ୍ୱାକ୍‌ଙ୍କ ଅସ୍ଥାୟୀ କ୍ଲିନିକ୍‌

ଏମ୍‌ଭି ୭୯, ୧୭ା୯(ଭିକି ବାରିକ)ମାଲକାନଗିରି ଜିଲା ପଡ଼ିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତାଣ୍ଡବାଈ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବାସଗୃହରେ ଜଣେ କ୍ବାକ୍‌ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଉଥିବା ଦେଖିବାକୁ ମିଳିଛି। ଏହି କୋଠା ବାହାରେ ଲଗାଯାଇଥିବା…

ମାଝୀଗୁଡା ଗ୍ରାନାଇଟ ଖଣିକୁ ବିରୋଧ

ମାଲକାନଗିରି,୧୬ା୯(ଦୁର୍ଯ୍ୟୋଧନ ପାତ୍ର): ଆସନ୍ତା ୨୧ରୁ ମାଓବାଦୀ ସଙ୍ଗଠନ ନିଜର ପ୍ରତିଷ୍ଠା ଦିବସ ପାଳନ କରିବ। ଏନେଇ ଆନ୍ଧ୍ର ଓଡିଶା ସୀମା ସ୍ବତନ୍ତ୍ର ଜୋନାଲ କମିଟି ସମ୍ପାଦକ ଗଣେଶ ଏକ ପତ୍ର ମାଧ୍ୟମରେ ଜଣାଇଛନ୍ତି। ସେ ମାଓବାଦୀ ସଙ୍ଗଠନର ୧୯ତମ ପ୍ରତିଷ୍ଠା ଦିବସ…

ଜଣେ ମାଓବାଦୀ ଗିରଫ, ୬ ଜଣଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୪ା୯(ଦୁର୍ଯ୍ୟୋଧନ ପାତ୍ର)ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲା କୋଣ୍ଟା ଅଞ୍ଚଳରେ ପୋଲିସ ଓ ସିଆର୍‌ପିଏଫ୍‌ର ୨୧୯ ବାଟାଲିୟନର ଯବାନ କୋମ୍ବିଂ ଅପରେଶନ କରୁଥିବାବେଳେ ମାଡକମ ବୁଦରା ନାମକ ଜଣେ ମାଓବାଦୀଙ୍କୁ ଗିରଫ କରାଯାଇଥିଲା। ତାଙ୍କ ନିକଟରୁ ୧୦ଟି ଜିଲୋଟିନ ଷ୍ଟିକ୍‌,…

ଛେଳି ଚୋରି କରି ୩ ଗିରଫ

ଚିତ୍ରକୋଣ୍ଡା,୯ା୯(କ୍ଷୀରୋଦ ବେହେରା): ଛେଳି ଚୋରି କରି ତିନି ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ତିନି ଜଣ ଫେରାର ହୋଇଯାଇଛନ୍ତି। ମିଳିଥିବା ସୂଚନାନୁଯାୟୀ, ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଦୋରାଗୁଡା ପଞ୍ଚାୟତ ଅନ୍ତର୍ଭୁକ୍ତ ଆର୍‌ଏସ୍‌ସି-୩ ନମ୍ବର ଗ୍ରାମର ସୁକୁ ଜାନିଙ୍କର ଛେଳି…

ବାଲିମେଳା ଜଳଭଣ୍ଡାରରେ ବୁଡ଼ି ଜଣେ ନିଖୋଜ

ଚିତ୍ରକୋଣ୍ଡା,୯ା୯(କ୍ଷୀରୋଦ ବେହେରା): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଦେଇ ଯାଇଥିବା ବାଲିମେଳା ଜଳଭଣ୍ଡାରର ସୱାଭିମାନ ଅଞ୍ଚଳ ପଲସିପଦର ଘାଟରେ ବୁଡ଼ି ଜଣେ ନିଖୋଜ। ମିଳିଥିବା ସୂଚନାନୁଯାୟୀ, ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ରାମଗୁଡ଼ା ଗ୍ରାମର ବାସିନ୍ଦା ରାମଚନ୍ଦ୍ର ମୁଦୁଲ(୪୭) ନିକଟସ୍ଥ ଯୋଡ଼ାମ୍ବ ପଞ୍ଚାୟତ ଦରଲାବେଡା…

କ୍ରୀଡାପ୍ରେମୀଙ୍କ ପାଇଁ ଖୁସି ଖବର, ଖୁବ୍‌ ଶୀଘ୍ର ଲୋକାର୍ପଣ ହେବ ବିଜୁ ପଟ୍ଟନାୟକ ବହୁମୁଖୀ କ୍ରୀଡା ଭବନ

ମାଲକାନଗିର,୫।୯ (ଦୁର୍ଯ୍ୟୋଧନ ପାତ୍ର) ମାଲକାନଗିରି ଜିଲା ସଦର ମହକୁମା ୩୨୬ ନଂ ଜାତୀୟ ରାଜପଥ କଡ ଗଣେଶ ବଜାର ସିନେମା ହଲ ଛକଠାରେ ନିର୍ମିତ ହେବ ବିଜୁ ପଟ୍ଟନାୟକ ବହୁମୁଖୀ କ୍ରୀଡା ଭବନ। ଲୋକାର୍ପଣ ପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟତଃ ଶେଷ…

ପୋଲିସ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ଦୁଇ ମାଓବାଦୀ ମୃତ

ମାଲକାନଗିର,୫।୯(ଦୁର୍ଯ୍ୟୋଧନ ପାତ୍ର) ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ସୁକୁମା ଜିଲାରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ପରସ୍ପର ମଧ୍ୟରେ ଗୁଳି ବିନିମୟ ଘଟି ଦୁଇ ମାଓବାଦୀ ନିହତ ହେବା ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି। ସୂଚନାଯୋଗ୍ୟ,…

ଅର୍ଥାଭାବରୁ ରୋଗଶଯ୍ୟାରେ ଝିଅ

ମାଥିଲି,୫ା୯(ସୁବାଷ ଚନ୍ଦ୍ର ଖୁଡୁପିଆ): ମାଲକାନଗିରି ଜିଲା କଦମଗୁଡା ପଞ୍ଚାୟତର ଖୁରୀଗୁଡା ଗ୍ରାମ ଜୟରମା କିର୍ଷାନୀଙ୍କ ଝିଅ ସଞ୍ଜୁ(୭)। ଆଜିକୁ ୨ ବର୍ଷ ଧରି ରୋଗ ଶଯ୍ୟାରେ ପଡି ଯନ୍ତ୍ରଣା ଭୋଗୁଛନ୍ତି। ଖଇରପୁଟ ଆବାସିକ ସେବାଶ୍ରମ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ପଢୁଥିଲେ। ଏଥିଯୋଗୁ…

୮ ଦଫା ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରୀଛାତ୍ର

ମାଲକାନଗିରି,୪।୯(ନୃସିଂହ ଚରଣ ମହାନ୍ତି): ୮ ଦଫା ଦାବି ନେଇ ସୋମବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି ମାଲକାନଗିରି ମହାବିଦ୍ୟାଳୟର ଛାତ୍ରୀଛାତ୍ର। ଛାତ୍ର କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଥିବା ବେଳେ ଏହାର ନେତୃତ୍ୱ ଜିଲା ଛାତ୍ର କଂଗ୍ରେସ ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?